ଦଶରଥପୁରରେ ପାନୀୟ ଜଳ ପାଇଁ ହନ୍ତସନ୍ତ

ଝୁମ୍ପୁରୀ,୮ା୪(ସରୋଜ ନାୟକ): ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ବିପୁଳ ଟଙ୍କା ଖର୍ଚ୍ଚ କରୁଛନ୍ତି। ଲୋକଙ୍କୁ ପିଇବା ପାଣି ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇଚାଲିଛନ୍ତି। ହେଲେ ଏହି ପ୍ରତିଶ୍ରୁତି କେବଳ ପାଣିର ଗାର ସଦୃଶ ହୋଇଛି। ଏବେବି ଲୋକେ ପାଣି ମୁନ୍ଦାଏ ପାଇଁ ହନ୍ତସନ୍ତ ହେବାସହ ଲାଇନ୍‌ ଦେଇ ଗୋଟାଏ ଗୋଟାଏ ନଳକୂପରୁ ଜୀବନ ବଞ୍ଚାଇବା ପାଇଁ ପାଣି ସଂଗ୍ରହ କରୁଛନ୍ତି। ଏପରି ଅବସ୍ଥା ଦେଖିବାକୁ ମିଳିଛି ଦଶରଥପୁର ବ୍ଲକ୍‌ ଅଞ୍ଚଳରେ। ଏଠାରେ ପାଣି ପାଇଁ ଲୋକଙ୍କୁ ବାର ଦୁଆର ହେବାକୁ ପଡ଼ୁଛି। ବ୍ଲକ୍‌ ଅଞ୍ଚଳରେ ଲୋକଙ୍କୁ ପିଇବା ପାଣି ଯୋଗାଇ ଦେବାପାଇଁ ମେଗା ପାନୀୟ ଜଳ ପ୍ରକଳ୍ପ ନାମରେ ପ୍ରାୟ ୨୫୦ କୋଟି ଟଙ୍କା ସରକାର ଖର୍ଚ୍ଚ କରିବାକୁ ସ୍ଥିର କରି ଏକ କମ୍ପାନୀକୁ କାର୍ଯ୍ୟାଦେଶ ଦେଇଥିଲେ। ଦୁଇବର୍ଷ ମଧ୍ୟରେ କାର୍ଯ୍ୟ ସରିବାର ଅବଧି ଥିଲେ ମଧ୍ୟ ପ୍ରାୟ ୪ ବର୍ଷ ହୋଇଗଲାଣି ଏପର୍ଯ୍ୟନ୍ତ ଗୋଟିଏ ବି ପଞ୍ଚାୟତରେ ପ୍ରକଳ୍ପ କାମ ସରି ପାରିନାହିଁ।
ସିଦ୍ଧେଶ୍ୱରଠାରେ ବୈତରଣୀ ନଦୀରୁ ପାଇପ୍‌ ଯୋଗେ ପାଣି ଆଣି ଏହାକୁ ବିଶୁଦ୍ଧ କରିବା ପାଇଁ ଏକ ପ୍ଲାଣ୍ଟ ବସାଇ କମ୍ପାନୀ କାର୍ଯ୍ୟ ଆରମ୍ଭ କରିଛି। ବ୍ଲକ୍‌ର ୩୫ ପଞ୍ଚାୟତରୁ ପ୍ରାୟ ୨୫ ପଞ୍ଚାୟତରେ ଓଭର ହେଡ଼୍‌ ଟାଙ୍କି କମ୍ପାନୀ ପକ୍ଷରୁ ନିର୍ମାଣ ସରିଥିବାବେଳେ ୨୦ଟି ପଞ୍ଚାୟତରେ ବୋରିଂ ସିଷ୍ଟମରେ ପାଣି ଦେବାପାଇଁ ବୋରିଂ ଖୋଳା ସରିଛି। ହେଲେ ପାଣି ପହଞ୍ଚି ନ ଥିବାରୁ ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି।
ପ୍ରଥମେ ଏଷ୍ଟମେଟ୍‌ର ହୋଇଥିବା ଅର୍ଥର ପ୍ରାୟ ୩ ଗୁଣ ଡେଭିଏସନ୍‌ ମାଧ୍ୟମରେ ଏହି କମ୍ପାନୀ ସରକାରଙ୍କଠାରୁ ଅର୍ଥ ନେଇସାରିଥିଲାବେଳେ ଏବେ ସୁଦ୍ଧା ପ୍ରକଳ୍ପ ଶେଷ କରିନି। ପୂର୍ବରୁ ଏହି ବ୍ଲକ୍‌ରେ ବସୁଧା ଜଳ ଯୋଗାଣ ନାମରେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ପକ୍ଷରୁ କିଛି ପଞ୍ଚାୟତରେ ଓଭର ହେଡ଼୍‌ ଟାଙ୍କି କରାଯାଇ ଜଳ ଯୋଗାଇ ଦିଆଯାଉଥିଲା। ଏହି ମେଗା କମ୍ପାନୀ ବସୁଧା ଜଳ ଯୋଗାଣକୁ କାଗଜପତ୍ରରେ ମେଗା ଜଳ ଯୋଗାଣ ନାମରେ ଭୁଲ୍‌ ତଥ୍ୟ ୱେବ୍‌ସାଇଟ୍‌ରେ ଦେଇଥିବା ଜଣାପଡ଼ିଛି। କମ୍ପାନୀ କିଛି ପଞ୍ଚାୟତରେ ପାଣି ପାଇପ୍‌ ବିଛା କାର୍ଯ୍ୟ କରିଥିବାବେଳେ କେତେକ ଜାଗାରେ ଷ୍ଟାଣ୍ଡ ପୋଷ୍ଟ ଆଖିଦେଖାଣିଆଭାବେ ଲଗାଉଛି। ପାଇପ୍‌ ବିଛା କାର୍ଯ୍ୟରେ ପ୍ରତି ପଞ୍ଚାୟତର ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ମୁଖ୍ୟ ରାସ୍ତା ଓ ଗ୍ରାମ୍ୟ ରାସ୍ତାକୁ ଏହି କମ୍ପାନୀ ଭାଙ୍ଗି ଚୁରମାର କରିଦେଇଛି। ରାସ୍ତା ଭାଙ୍ଗି ପାଇପ୍‌ ବିଛାଇବା ପରେ ସେହି ରାସ୍ତାକୁ ମରାମତି କରିବାକୁ କମ୍ପାନୀ ସରକାରଙ୍କଠାରେ ଚୁକ୍ତି କରିଛି। ହେଲେ ଭାଙ୍ଗିଥିବା ରାସ୍ତାଗୁଡ଼ିକୁ ନିର୍ମାଣ କରିବାର ନାଁଧରୁନି। ଏବେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ନଦୀନାଳ ଗଡ଼ିଆ ସହ ଶତାଧିକ ନଳକୂପ ଅଚଳ ହୋଇଗଲାଣି। କେଉଁଠି ନଳକୂପରୁ ହଳଦିଆ ପାଣି ବାହାରୁଛି ତ କେଉଁଠି ଲୁଣି ପାଣି ବାହାରୁଛି। ପିଇବା ପାଇଁ ଏହା ଅନୁପଯୁକ୍ତ ହୋଇଥିବାରୁ ଲୋକେ ସ୍ବଚ୍ଛ ପାଣି ମୁନ୍ଦାଏ ପାଇଁ ଡବଳ ବିକଳ ହେଉଛନ୍ତି। ବ୍ଲକ୍‌ର ପ୍ରାୟ ପଞ୍ଚାୟତର ଏପରି ଅବସ୍ଥା ଦେଖିବାକୁ ମିଳିଛି। ଏ ଦିଗରେ ଜିଲା ପ୍ରଶାସନ ଦୃଷ୍ଟିଦେବାକୁ ଦାବି ହୋଇଛି। ଏ ସମ୍ପର୍କରେ ସମ୍ପୃକ୍ତ କମ୍ପାନୀ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri