Categories: ଫୁରସତ

ପୃଥିବୀକୁ ଡାର୍‌ଓ୍ବିନଙ୍କ ଅବଦାନ

ପୃଥିବୀକୁ ବୈଜ୍ଞାନିକ ଡାର୍‌ଓ୍ବିନ ପ୍ରଦାନ କରିଥିବା ଅବଦାନକୁ କେବେ ଭୁଲି ହେବ ନାହିଁ। ଏନେଇ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଫେବୃୟାରୀ ୧୨ରେ ତାଙ୍କ ଜନ୍ମ ବାର୍ଷିକୀରେ ଡାର୍‌ଓ୍ବିନ ଦିବସ ପାଳନ କରାଯାଇଥାଏ। ସେ ୧୨ ଫେବୃୟାରୀ ୧୮୦୯ରେ ବ୍ରିଟେନର ଦ ମାଉଣ୍ଟ ହାଉସ୍‌ରେ ଜନ୍ମ ଗ୍ରହଣ କରିଥିଲେ। ୧୯ ଏପ୍ରିଲ ୧୮୮୨ରେ ୭୩ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଲଣ୍ଡନର ଦକ୍ଷିଣ ଉପକଣ୍ଠରେ ଥିବା ଡାଉନ ହାଉସ୍‌ରେ ଘଟିଥିଲା। ୧୨ ଫେବୃୟାରୀ ୧୯୦୯ରେ ଡାର୍‌ୱିନଙ୍କ ୧୦୦ତମ ଜନ୍ମବାର୍ଷିକୀ ନ୍ୟୁୟର୍କ ଏକାଡେମୀ ଅଫ ସାଇନ୍ସ ଦ୍ୱାରା ପାଳନ କରାଯାଇଥିଲା। ଡାର୍‌ୱିନଙ୍କ ଏକ ପିତ୍ତଳ ବଷ୍ଟ ଉନ୍ମୋଚିତ ହୋଇଥିଲା। ୨୦୦୯ ମସିହା ଡାରୱିନଙ୍କ ଜନ୍ମର ୨୦୦ତମ ବାର୍ଷିକୀ ଥିଲା। ୯ ଫେବୃୟାରୀ ୨୦୧୧ରେ, କାଲିଫର୍ନିଆର ପ୍ରତିନିଧି ପିଟ ଷ୍ଟାକ ୧୨ ଫେବୃୟାରୀକୁ ଡାର୍‌ୱିନ ଡେ ଭାବରେ ପରିଚିତ କରାଇଥିଲେ। ୨୨ ଜାନୁୟାରୀ ୨୦୧୩ରେ, ନ୍ୟୁ ଜର୍ସିର ପ୍ରତିନିଧି ରଶ ଡି ହୋଲ୍ଟ, ମଣିଷର ଉନ୍ନତିରେ ବିଜ୍ଞାନର ଗୁରୁତ୍ୱ ପାଇଁ ୧୨ ଫେବୃୟାରୀକୁ ‘ଚାଲର୍‌ସ ଡାର୍‌ୱିନ ଡେ’ ଭାବେ ଘୋଷଣା କରିଥିଲେ ଏବଂ ଡେଲାୱେରକୁ ଆମେରିକାର ପ୍ରଥମ ରାଜ୍ୟ ଭାବରେ ଏହି ଉତ୍ସବ ପାଳନ କରିଥିଲେ। ଆମେରିକାର ପ୍ରତିନିଧିସଭାର ପ୍ରତିନିଧି ଜିମ୍‌ ହିମସ୍‌ଙ୍କ ଦ୍ୱାରା ୨ ଫେବୃୟାରୀ ୨୦୧୫ରେ ଉପସ୍ଥାପିତ ହୋଇଥିବା ୬୭ ପ୍ରସ୍ତାବରେ ଫେବୃୟାରୀ ୧୨କୁ ଆମେରିକାରେ ଡାର୍‌ୱିନ ଡେ ଭାବରେ ପାଳନ କରିବାକୁ କୁହାଯାଇଥିଲା।

Share