ଦିନକୁ ୩ ପର୍ଯ୍ୟାୟରେ ଦାରୁଦିଅଁ ଦର୍ଶନ

ପୁରୀ ଅଫିସ,୨୩ା୧୨: ଦୀର୍ଘ ୯ମାସର ପ୍ରତୀକ୍ଷା ପରେ ବୁଧବାର ଶ୍ରୀମନ୍ଦିର ଖୋଲିବ। କରୋନା କଟକଣା ଭିତରେ ଦାରୁଦିଅଁଙ୍କ ଦର୍ଶନ ମିଳିବ। ପୁରୀ ଜିଲା ପ୍ରଶାସନ ପକ୍ଷରୁ ଜାରି ଏସ୍‌ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର) ଅନୁଯାୟୀ ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ କେବଳ ସେବାୟତ ପରିବାରର ସଦସ୍ୟଙ୍କୁ ବଡଦେଉଳ ପ୍ରବେଶ ଲାଗି ଅନୁମତି ଦିଆଯିବ। ଏହାପରେ ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ପୁରୀ ସହରବାସୀ ଏବଂ ଜାନୁୟାରୀ ୩ରୁ ସର୍ବସାଧାରଣଙ୍କ ଲାଗି ଦର୍ଶନ ବ୍ୟବସ୍ଥା ହେବ। ସ୍ଥାନୀୟ ଲୋକଙ୍କ ନିମନ୍ତେ ଟୋକନ୍‌ ବ୍ୟବସ୍ଥା କରାଯାଇଛି। ଦିନକୁ ୩ଟି ପର୍ଯ୍ୟାୟରେ ଦର୍ଶନ ବ୍ୟବସ୍ଥା ହେବ। ଏହି କ୍ରମରେ ମଙ୍ଗଳବାର ୱାର୍ଡଓ୍ବାରି ଦର୍ଶନ ତାଲିକା ପ୍ରକାଶିତ ହୋଇଛି।
ଏ ସମ୍ପର୍କରେ ଜିଲାପାଳ ବଲୱନ୍ତ ସିଂ ସୂଚନା ଦେଇ କହିଛନ୍ତି, ଦିନକୁ ୩ଟି ପର୍ଯ୍ୟାୟରେ ଦର୍ଶନ ବ୍ୟବସ୍ଥା ହେବ। ପ୍ରଥମ ପର୍ଯ୍ୟାୟ ଦର୍ଶନ ସକାଳ ୭ଟା ୩୦ରୁ ପୂର୍ବାହ୍ନ ୧୧ଟା ୩୦, ଦ୍ୱିତୀୟ ଦର୍ଶନ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୪ଟା ଏବଂ ତୃତୀୟ ତଥା ଶେଷ ପର୍ଯ୍ୟାୟ ଦର୍ଶନ ଅପରାହ୍ନ ୪.୩୦ରୁ ରାତି ୯ଟା ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଛି। ୬ ଓ ୯ ନମ୍ବର ୱାର୍ଡର ଲୋକେ ୨୬ ତାରିଖ ସକାଳ ଶିଫ୍ଟରେ ମନ୍ଦିର ଯିବେ। ମଧ୍ୟାହ୍ନ ଶିଫ୍ଟରେ ୧୨ ଓ ୧୫ ନମ୍ବର ୱାର୍ଡ ଓ ସନ୍ଧ୍ୟା ଶିଫ୍ଟରେ ୨, ୩ ଓ ୧୧ ନମ୍ବର ୱାର୍ଡର ଲୋକଙ୍କୁ ଅନୁମତି ମିଳିଛି। ୨୭ ତାରିଖ ସକାଳ ଶିଫ୍ଟରେ ୧୩ ନଂ. ୱାର୍ଡ, ଅପରାହ୍ନ ଶିିଫ୍ଟରେ ୧୬ ଓ ୧୮ ନଂ. ୱାର୍ଡ ଓ ସନ୍ଧ୍ୟା ଶିିଫ୍ଟରେ ୧୭, ୪ ଓ ୨୦ ନମ୍ବର ୱାର୍ଡବାସିନ୍ଦା ଶ୍ରୀମନ୍ଦିରକୁ ଯାଇ ପାରିବେ। ୨୮ ତାରିଖ ସକାଳ ଶିଫ୍ଟରେ ୧୦ ଓ ୧୯ ନଂ. ୱାର୍ଡ, ଅପରାହ୍ନ ଶିଫ୍ଟରେ ୮ ଓ ୨୧ ନଂ. ୱାର୍ଡ ଓ ସନ୍ଧ୍ୟା ଶିଫ୍ଟରେ ୫ ନମ୍ବର ୱାର୍ଡ ଲୋକେ ଦର୍ଶନ କରିପାରିବେ। ସେହିଭଳି ୨୯ ତାରିଖ ସକାଳ ଶିିଫ୍ଟରେ ୧୪ ଓ ୩୨ ନଂ. ୱାର୍ଡ, ଅପରାହ୍ନ ଶିଫ୍ଟରେ ୨୨ ଓ ୨୬ ନଂ. ୱାର୍ଡ ଏବଂ ସନ୍ଧ୍ୟା ଶିଫ୍ଟରେ ୧ ନମ୍ବର ୱାର୍ଡ ଲୋକଙ୍କ ପାଇଁ ଦର୍ଶନ ସୁବିଧା ଉପଲବ୍ଧ ରହିବ। ୩୦ ତାରିଖ ସକାଳ ବେଳା ୨୩ ଓ ୨୪ ନଂ. ୱାର୍ଡ, ଅପରାହ୍ନ ଶିଫ୍ଟରେ ୨୫ ଓ ୩୦ ଏବଂ ସନ୍ଧ୍ୟା ଶିଫ୍ଟରେ ୭ ଓ ୨୭ ନଂ. ୱାର୍ଡ ଲୋକଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ଅନୁମତି ରହିଛି। ଶେଷଦିନ ଅର୍ଥାତ୍‌ ୩୧ ତାରିଖ ସକାଳ ଶିଫ୍ଟରେ ୨୮ ନଂ. ୱାର୍ଡ, ଅପରାହ୍ନରେ ୨୯ ଓ ୩୧ ନଂ. ୱାର୍ଡ ବାସିନ୍ଦା ଦର୍ଶନ କରିବେ। ନିର୍ଦ୍ଧାରିତ ସମୟରେ ଶ୍ରଦ୍ଧାଳୁ ପହଞ୍ଚିପାରିଲେ ଦର୍ଶନରେ କୌଣସି ସମସ୍ୟା ହେବ ନାହିଁ। ମନ୍ଦିର ଭିତରେ ଶୃଙ୍ଖଳିତ ଭାବେ ଦର୍ଶନ ବ୍ୟବସ୍ଥା ପାଇଁ ୧୫ଜଣ ସ୍ବେଚ୍ଛାସେବୀ ପ୍ରତିହାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ମନ୍ଦିରରେ ଶ୍ରଦ୍ଧାଳୁମାନେ କିପରି ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ଦର୍ଶନ କରିବେ ତାହା ଉପରେ ସମ୍ପୃୃକ୍ତ ପ୍ରତିହାରୀ ସେବକମାନେ ନଜର ରଖିବେ। ସମ୍ପୃୃକ୍ତ ପ୍ରତିହାରୀ ସେବକମାନେ ସେବାୟତମାନଙ୍କୁ ଚିହ୍ନଟ କରିବେ। ଦର୍ଶନ ପାଇଁ ଆସିଥିବା ସ୍ଥାନୀୟ ଲୋକଙ୍କ ପଞ୍ଜୀକରଣ କରାଇବା ପାଇଁ ପ୍ରଶାସନ ସମସ୍ତଙ୍କ ଫଟୋ ଉଠାଇବ। ୨୬ ତାରିଖ ସୁଦ୍ଧା କାଉଣ୍ଟର ଓ ପଞ୍ଜୀକରଣ ସମେତ ସମସ୍ତ ପ୍ରସ୍ତୁତି ଶେଷ ହୋଇଯିବ ବୋଲି ଜିଲାପାଳ କହିଛନ୍ତି। ଏସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ଶ୍ରୀଜଗନ୍ନାଥ କାର୍ଯ୍ୟାଳୟରେ ଜିଲା ପ୍ରଶାସନର ଦୁଇଟି ବୈଠକ ହୋଇଥିଲା। ଗୋଟିଏ ବୈଠକ ପ୍ରତିହାରୀ ନିଯୋଗ ସହ ହୋଇଥିବା ବେଳେ ଅନ୍ୟଟିରେ ଶ୍ରୀମନ୍ଦିର ପ୍ରଶାସନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri