୨୭ ସେପ୍ଟେମ୍ବରରେ ଉଲ୍‌କା ପିଣ୍ଡକୁ ଧକ୍କାଦେଇ ଗତିପଥ ପରିବର୍ତ୍ତନ କରିବ ଡାର୍ଟ, ପ୍ରସାରିତ ହେବ ଲାଇଭ୍‌ ଷ୍ଟ୍ରିମିଂ…

ଓ୍ବାଶିଂଟନ, ୨୫।୯ : ବୈଜ୍ଞାନିକମାନେ ସର୍ବଦା ଚିନ୍ତିତ ଥିଲେ ଯେ ଉଲ୍‌କା ପିଣ୍ଡ ପୃଥିବୀକୁ ଧକ୍କାଦେଇ ସଙ୍କଟ କରିପାରେ। ଏହି ବିପଦର ମୁକାବିଲା ପାଇଁ ନାସାର ମହାକାଶଯାନ ଡାର୍ଟ ପୃଥିବୀଠାରୁ ୬୮ ଲକ୍ଷ କିଲୋମିଟର ଦୂରରେ ଥିବା ଉଲ୍‌କା ପିଣ୍ଡ ଡିମୋଫୋସକୁ ଧକ୍କା ଦେବାକୁ ଯାଉଛି।

୫୨୫ ଫୁଟର ଏହି ଉଲ୍‌କା ପିଣ୍ଡକୁ ଧକ୍କା ଦିଆଯାଇ ଏହାର ଗତି ପଥକୁ ବଦଳା ଯିବାର ପ୍ରୟାସ କରାଯାଉଛି। ଏହି ଧକ୍କାର ଲାଇଭ୍‌ ଷ୍ଟ୍ରିମିଂ ଇଣ୍ଟରନେଟରେ ଦେଖିବାକୁ ମିଳିବ। ଡାର୍ଟ ଡିମୋଫୋସକ ୨୭ ସେପ୍ଟେମ୍ବର ମଙ୍ଗଳବାରରେ ଧକ୍କା ଦେବ। ଭାରତୀୟ ସମୟ ଭୋର ୪କ୍ଷା ୪୪ରେ ଏହା ସମ୍ପନ୍ନ ହେବ। ଏହି ସମୟରେ ଡାର୍ଟ ମହାକାଶ ଯାନର ବେଗ ଘଣ୍ଟା ପ୍ରତି ୨୨,୫୦୦ କିଲୋମିଟର ରହିଥିବ।

ସବୁ ଉଲ୍‌କା ପିଣ୍ଡ ପୃଥିବୀ ପାଇଁ ବିପଦ ସୃଷ୍ଟି କରନ୍ତି ନାହିଁ। ତଥାପି, ଏହା ପରୀକ୍ଷଣ କରାଯାଉଛି ଯେ ଭବିଷ୍ୟତରେ ଯଦି ପୃଥିବୀ ଆଡକୁ କୌଣସି ଉଲ୍‌କା ପିଣ୍ଡ ଆସେ ତେବେ ଆମେ ଏହାର ପଥ ପରିବର୍ତ୍ତନ କରିହେବ କି? ଏହାକୁ ‘ପୃଥିବୀର ସୁରକ୍ଷା ପରୀକ୍ଷଣ’ ମିଶନ କୁହାଯାଉଛି।

ମହାକାଶ ବିଜ୍ଞାନୀମାନେ ଆଶା କରୁଛନ୍ତି ଯେ ଏହି ଧକ୍କା ଉଲ୍‌କା ପିଣ୍ଡର ଗତି ପଥ ବଦଳାଇବ। ସେମାନେ ଦୀର୍ଘ ଦିନ ଧରି ବିଭିନ୍ନ ଉଲ୍‌କା ପିଣ୍ଡ ଉପରେ ନଜର ରଖିଛନ୍ତି। ଧକ୍କା ପରେ ଗତି ପଥ ପରିବର୍ତ୍ତନ ଟେଲିସ୍କୋପ ଦ୍ୱାରା ଦେଖାଯିବ।

୨୪ ନଭେମ୍ବର ୨୦୨୧ରେ ଆରମ୍ଭ ହୋଇଥିବା ଡାର୍ଟ ମିଶନ ପାଇଁ ୨୫୦୦ କୋଟି ଖର୍ଚ୍ଚ ହୋଇଛି।
ଏହି ଧକ୍କାର ପ୍ରତି ସେକେଣ୍ଡର ଚିତ୍ର ଉତ୍ତୋଳନ କରିବାରେ ଡ୍ରାକୋ ଉଲ୍‌କା ସାହାଯ୍ୟ କରିବ।

ଏକ ଛୋଟ ଉପଗ୍ରହ ହାଲୁକା ଇଟାଲୀୟନ କ୍ୟୁବସାଟ ମଧ୍ୟ ପଠାଯାଇଛି, ଯାହା ଧକ୍କା ହେବା ପୂର୍ବରୁ ମହାକାଶ ଯାନରୁ ଅଲଗା ହେବ। ଏହା ସହିତ, ଧକ୍କାର ଅତି ସ୍ପଷ୍ଟ ଚିତ୍ର ୩ ମିନିଟ ପରେ ନିଆଯାଇପାରିବ ।

 


Enter your email to get our daily news in your inbox.

All Right Reserved By Dharitri.Com

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri