ଡାରନ୍ ଆସେମୋଗ୍ଲୁ, ସାଇମନ୍ ଜନସନ, ଜେମ୍ସ ଏ. ରବିନସନଙ୍କୁ ଅର୍ଥନୀତିରେ ମିଳିଲା ନୋବେଲ

ନୂଆଦିଲ୍ଲୀ,୧୪ା୧୦: ଆମେରିକାର କେମ୍ବ୍ରିଜରେ ଥିବା ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏମଆଇଟି) ର ଡାରନ୍ ଆସେମୋଗ୍ଲୋ ଏବଂ ସାଇମନ୍ ଜନସନ ଏବଂ ଆମେରିକାର ଚିକାଗୋ ୟୁନିଭରସିଟିର ଜେମ୍ସ ଏ. ରବିନ୍ସନ୍ ଙ୍କୁ ୨୦୨୪ ପାଇଁ ନୋବେଲ ମିଳିବ।

ଏକ ଦେଶର ସମୃଦ୍ଧତା ସୃଷ୍ଟି କରିବାରେ ଅନୁଷ୍ଠାନଗୁଡିକ କିପରି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି ସେ ସମ୍ବନ୍ଧରେ ସେମାନଙ୍କର ମୂଳଦୁଆ ଅନୁସନ୍ଧାନ ପାଇଁ ସେମାନଙ୍କୁ ଏହି ପୁରସ୍କାର ମିଳିବ। ସେମାନଙ୍କର କାର୍ଯ୍ୟ ଏକ ଦେଶର ଅର୍ଥନୈତିକ ବିକାଶ ଏବଂ ଦୀର୍ଘମିଆଦି ଅଭିବୃଦ୍ଧିରେ ସାମାଜିକ ଅନୁଷ୍ଠାନଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଆଲୋକପାତ କରିଥାଏ। ଅନୁଷ୍ଠାନଗୁଡିକ କିପରି ଗଠନ ହୁଏ ଏବଂ ଏହାର ପ୍ରଭାବ ଅଧ୍ୟୟନ କରି, ବିଜେତାମାନଙ୍କ ଅନୁସନ୍ଧାନ ସ୍ଥାୟୀ ବିକାଶ ଏବଂ ସମୃଦ୍ଧତା ପାଇଁ ଆବଶ୍ୟକ ପରିସ୍ଥିତି ବିଷୟରେ ମୂଲ୍ୟବାନ ଜ୍ଞାନ ପ୍ରଦାନ କରେ।

ସେମାନେ ଏହା ମଧ୍ୟ ଅବିହିତ କରିଛନ୍ତି ଯେ, ଯେଉଁ ସମାଜରେ ଏକ ଶକ୍ତିଶାଳୀ ସଂଗଠନ ରହିଥାଏ ସେଠାରେ ଅଭିବୃଦ୍ଧି ଏବଂ ପ୍ରଗତିକୁ ଦ୍ରୁତ ଗତିରେ ହୋଇଥାଏ। ଅନ୍ୟପକ୍ଷରେ, ଯେଉଁ ଦେଶରେ ଆଇନର ଶାସନ ଦୁର୍ବଳ ଏବଂ ସଂସ୍ଥାଗୁଡ଼ିକ ଜନସଂଖ୍ୟାକୁ ଶୋଷଣ କରନ୍ତି, ସେମାନେ ସ୍ଥାୟୀ ଅର୍ଥନୈତିକ ପରିବର୍ତ୍ତନ ଆଣିବାରେ ଅସମର୍ଥ ହୁଅନ୍ତି।

ଏଥିସହିତ ଏହି ତିନି ଅର୍ଥଶାସ୍ତ୍ରୀଙ୍କ ଅନୁସନ୍ଧାନ ଏହା ମଧ୍ୟ ପ୍ରକାଶ କରିଛି ଯେ, କାହିଁକି କିଛି ଦେଶ ବିକଶିତ ଏବଂ ଅନ୍ୟମାନେ ସଂଘର୍ଷ କରୁଛନ୍ତି। ଚଳିତ ବର୍ଷର ବିଜେତାମାନେ ଦର୍ଶାଇଛନ୍ତି ଯେ ଏକ ଦେଶର ଭାଗ୍ୟ ନିର୍ଣ୍ଣୟ କରିବାରେ ଅନୁଷ୍ଠାନ ଗଭୀର ଭାବରେ ଗୁରୁତ୍ୱପୂର୍ଣ୍ଣ, ସ୍ଥାୟୀ ବିକାଶ ପାଇଁ ଆବଶ୍ୟକ ସର୍ତ୍ତଗୁଡିକ ବୁଝିବାରେ ସେମାନଙ୍କର ଅନୁସନ୍ଧାନକୁ ଗୁରୁତ୍ୱପୂର୍ଣ୍ଣ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri