Posted inଜାତୀୟ

ଡାର୍କଓ୍ବେବ୍‌ ଡ୍ରଗ୍ସ ନେଟ୍‌ଓ୍ବର୍କର ପର୍ଦ୍ଦାଫାଶ

ନୂଆଦିଲ୍ଲୀ,୯ା୩(ପି.ଟି.): ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ରବିବାର ଏକ ଡାର୍କଓ୍ବେବ୍‌ ଭିତ୍ତିକ ନିଶାଦ୍ରବ୍ୟ ଚୋରାକାରବାର ନେଟ୍‌ଓ୍ବର୍କର ପର୍ଦ୍ଦାଫାଶ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ବହୁ ପରିମାଣର ନିଷିଦ୍ଧ ନିଶାଦ୍ରବ୍ୟ ଜବତ କରିଛି, ଯାହାର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ୫ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ସାଧାରଣତଃ ରେଭ୍‌ ପାର୍ଟିଗୁଡ଼ିକରେ ଏହି ଡ୍ରଗ୍ସ ବ୍ୟବହୃତ ହୋଇଥାଏ। ଗତବର୍ଷ ଜାନୁଆରୀରୁ ଏହି ନେଟ୍‌ଓ୍ବର୍କ ଜରିଆରେ ଦେଶର ବିଭିନ୍ନ ସହରକୁ ୧,୦୦୦ରୁ ଊର୍ଦ୍ଧ୍ୱ ଥର ଡ୍ରଗ୍ସ ପଠାଯାଇଛି। ‘ଟିମ୍‌ କଳ୍‌କୀ’ କୋଡ୍‌ ନାମରେ ଏହି ନେଟ୍‌ଓ୍ବର୍କ ଚାଲିଥିଲା ଏବଂ ଅପରାଧ ବା ବେଆଇନ ଡ୍ରଗ୍ସ ଅର୍ଥ ଲୁଚାଇବା ପାଇଁ କ୍ରିପ୍ଟୋ କରେନ୍ସି ବ୍ୟବହାର କରାଯାଉଥିଲା ବୋଲି ଏନ୍‌ସିବି କହିଛି।
ଏନ୍‌ସିବି ମୋଟ ୨,୩୩୮ ଏଲ୍‌ଏସ୍‌ଡି ବ୍ଲୋଟ୍‌, ୧୬୦ ଏମ୍‌ଡିଏମ୍‌ଏ ପିଲ୍‌, ୭୩ ଗ୍ରାମ୍‌ ଚରସ୍‌, ୩.୬୪ ଗ୍ରାମ ଆମ୍ଫେଟାମାଇନ୍‌ ଏବଂ ୩.୬ କେ.ଜି. ତରଳ ଏମ୍‌ଡିଏମ୍‌ଏକୁ ୧୩ଟି ପାର୍ସଲରୁ ଜବତ କରିଛି। ଏହା ବ୍ୟତୀତ ୨ଟି ପାର୍ସଲ ନେଦରଲାଣ୍ଡସ୍‌ରୁ ଆସିଥିବା ଜଣାପଡ଼ିଛି। ନିଶାଦ୍ରବ୍ୟ ଚୋରାଚାଲାଣକାରୀମାନେ ଡାର୍କନେଟ୍‌ ମାର୍କେଟ ଏବଂ ଏନ୍‌କ୍ରିପ୍ଟେଡ୍‌ ଯୋଗାଯୋଗ ପ୍ଲାଟ୍‌ଫର୍ମକୁ ଅଧିକ ବ୍ୟବହାର କରୁଥିବା ଏଥିରୁ ସ୍ପଷ୍ଟ ହୋଇଛି। ନିଶାଦ୍ରବ୍ୟ ଅପରାଧର ୨ ଅଭ୍ୟାସଗତ ଅପରାଧୀ ଅନୁରାଗ ଠାକୁର ଏବଂ ବିକାଶ ରାଠିଙ୍କୁ ଗିରଫ କରାଯାଇଛି। ଏମାନେ ନେଦରଲାଣ୍ଡସ୍‌, ପୋଲାଣ୍ଡ, ଜର୍ମାନୀର ଅନ୍ତର୍ଜାତୀୟ ଡାର୍କନେଟ୍‌ ଭେଣ୍ଟରଙ୍କଠାରୁ ଏଲ୍‌ଏସ୍‌ଡି ଏବଂ ଏମ୍‌ଡିଏମ୍‌ଏ ଆଣୁଥିଲେ ବୋଲି ଏନ୍‌ସିବି କହିଛି। ଡାର୍କଓ୍ବେବ୍‌ ଫୋରମ ଡ୍ରେଡ୍‌ ଏବଂ ସେସନ୍‌ ମେସେଜିଂ ଆପ୍ଲିକେଶନ ଭଳି ଏନ୍‌କ୍ରିପ୍ଟେଡ୍‌ ପ୍ଲାଟ୍‌ଫର୍ମ ଜରିଆରେ ସେମାନେ ଭାରତୀୟ ଗ୍ରାହକଙ୍କଠାରୁ ଅର୍ଡର ସଂଗ୍ରହ କରୁଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିରାଟ-ପଡିକାଲଙ୍କ ବିସ୍ଫୋରକ ବ୍ୟାଟିଂ, ହାରିଲା ଗୁଜରାଟ

ବେଙ୍ଗାଲୁରୁ, ୨୪।୪- ଗୁଜରାଟ ଟାଇଟନ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ନିକଟରୁ ୫ ଉଇକେଟରେ ପରାଜିତ ହୋଇଛି। ଗୁଜରାଟ ୨୦…

ସୀମାରେ ହଠାତ୍‌ ଅନ୍ଧାର: ପଞ୍ଜାବରୁ କଶ୍ମୀର ପର୍ଯ୍ୟନ୍ତ ‘ବ୍ଲାକ୍‌ଆଉଟ୍‌’ ହାଇ ଆଲର୍ଟ, ରାତି ୧୦ଟାରେ ସାବଧାନ…!

ଚଣ୍ଡିଗଡ଼/ଶ୍ରୀନଗର,୨୪।୪: ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ଶୁକ୍ରବାର ରାତିରେ ପଞ୍ଜାବ ଏବଂ ଜମ୍ମୁ-କଶ୍ମୀରର ସମସ୍ତ ଜିଲାରେ ‘ସିଭିଲ ଡିଫେନ୍ସ ଏୟାର୍‌ ରେଡ୍‌/ବ୍ଲାକଆଉଟ୍‌’ ମକ୍‌ ଡ୍ରିଲ୍‌ ଅନୁଷ୍ଠିତ…

ଯୁବତୀଙ୍କ ସହ ଗଢ଼ି ଉଠିଲା ପ୍ରେମ ସମ୍ପର୍କ, ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର; OISF ଯବାନଙ୍କୁ ବାନ୍ଧିଲା…

ସୁନ୍ଦରଗଡ,୨୪।୪(ଜୟ ନାରାୟଣ ମେଣ୍ଡୁଳି): ବିବାହର ପ୍ରତଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ବଳତ୍କାର କରିଥିବା ଅଭିଯୋଗରେ ସଦରଥାନା ପୋଲିସ ଏମ୍‌ସିଏଲ୍‌ରେ କାର୍ଯ୍ୟରତ ଓଡିଶା ଶିଳ୍ପାଞ୍ଚଳ ସୁରକ୍ଷା ପୋଲିସ (ଓଆଇଏସ୍‌ଏଫ୍‌)…

Paytm ଗ୍ରାହକଙ୍କୁ ବଡ଼ ଝଟ୍‌କା! RBI ରଦ୍ଦ କଲା ବ୍ୟାଙ୍କିଂ ଲାଇସେନ୍ସ, ଏବେ ଆଉ…

ମୁମ୍ବାଇ,୨୪।୪: ଡିଜିଟାଲ କାରବାର କ୍ଷେତ୍ରରେ ଦେଶର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କ ଲିମିଟେଡକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପକ୍ଷରୁ ଏକ ବଡ଼ ଶକ୍ତ…

ସଲମାନ ହିରୋ, ବିବେକ ଭିଲେନ୍‌; ବକ୍ସ ଅଫିସରେ ମୁହାଁମୁହିଁ ହେବେ…

ମୁମ୍ବାଇ: ୨୦୨୭ ମସିହା ଇଦ୍‌ ଅବସରରେ ବକ୍ସ ଅଫିସରେ ଏକ ବଡ଼ ଧରଣର ମହାଲଢ଼େଇ ଦେଖିବାକୁ ମିଳିବ। ବଲିଉଡର ସୁଲତାନ ସଲମାନ ଖାନଙ୍କ ଆଗାମୀ ଆକ୍ସନ ଫିଲ୍ମ…

RCBକୁ ବହୁତ ବଡ଼ ଝଟ୍‌କା: ୧୧ ଛକା ମାରିଥିବା ଖେଳାଳି ଦଳରୁ ବାହାର, ଡେବ୍ୟୁ କଲେ…

ବେଙ୍ଗାଲୁରୁ,୨୪।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ରଜତ ପାଟିଦାର ଟସ ଜିତି ପ୍ରଥମେ ଗୁଜରାଟକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି। ତେବେ ମ୍ୟାଚ୍‌ ଆରମ୍ଭରୁ ହିଁ ଆରସିବି…

ଯୁଦ୍ଧ ଭିତରେ ଚମକାଇ ଦେଲେ ନେତାନ୍ୟାହୁ, ମେଡିକାଲ ରିପୋର୍ଟ କଲେ ସାର୍ବଜନୀନ! ଗୁରୁତର ରୋଗରେ…

ଜେରୁଜେଲମ,୨୪।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ତାଙ୍କର ବାର୍ଷିକ ଚିକିତ୍ସା ରିପୋର୍ଟ ସାର୍ବଜନୀନ କରି ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛନ୍ତି। ଯୁଦ୍ଧ ଏବଂ କୂଟନୀତିର କେନ୍ଦ୍ରସ୍ଥଳରେ ଥିବା ନେତାନ୍ୟାହୁ…

ଭାଜପାରେ ଯୋଗଦେଲେ ରାଘବ ଚଢା, ମିଳିବ ବଡ଼ ଦାୟିତ୍ୱ! ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୨୪।୪: ଭାଜପାରେ ଯୋଗଦେଲେ ରାଘବ ଚଢା। କିଛି ସମୟ ପୂର୍ୱରୁ ଏଏପିରୁ ଇସ୍ତଫା ଘୋଷଣା କରିଥିବା ରାଜ୍ୟ ସଭା ଏମପି ରାଘବ ଚଢା, ଅଶୋକ ମିତ୍ତଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri