୩ ଦିନ ହେଲା ଅନ୍ଧାରରେ ଛାତ୍ରୀନିବାସ

କୋରୁକୋଣ୍ଡା,୧୧ା୩(ଡି.ଏନ୍‌.ଏ.): ରାଜ୍ୟ ସରକାର ଜନସାଧାରଣଙ୍କ ହିତ ପାଇଁ ବିଦ୍ୟୁତ୍‌ ବିଭାଗକୁ ଘରୋଇକରଣ କରି ଟାଟା ପାଓ୍ବାରକୁ ହସ୍ତାନ୍ତର କରିଛନ୍ତି। କିନ୍ତୁ ସୁବିଧା ବଦଳରେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ ଅନେକ ସମୟରେ ଜିଲାର ଅନେକ ଅଞ୍ଚଳରୁ ନାନା ଖବର ଆସୁଥିବାର ନଜିର ରହିଛି । ସେହିଭଳି ଏକ ଘଟଣା ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଡୁଡାମେଟା  ପଞ୍ଚାୟତ ସଦରରେ ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ଡୁଡାମେଟା ପଞ୍ଚାୟତ ସଦରରେ ପ୍ରାୟ ୪୭ପରିବାର, ପଞ୍ଚାୟତ ଅଫିସ,ପୋଷ୍ଟ ଅଫିସ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି। ବିଦ୍ୟାଳୟ ପରିସରରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀମାନେ ରହି ପାଠ ପଢିବା ପାଇଁ ୧୧୦ ଶଯ୍ୟାବିଶିଷ୍ଟ ଏକ ଛାତ୍ରୀନିବାସ ମଧ୍ୟ ରହିଛି। ଯେଉଁଥିରେ ବର୍ତ୍ତମାନ ୭୫ରୁ ଅଧିକ ଛାତ୍ରୀ ରହୁଛନ୍ତି। ପରିତାପର ବିଷୟ ଉକ୍ତ ଛାତ୍ରୀନିବାସରୁ ପ୍ରାୟ ୩ ଦିନ ହେଲାଣି ବିଭାଗ ପକ୍ଷରୁ ବିଦ୍ୟୁତ୍‌ ସଂଯୋଗ କାଟି ଦିଆଯିବାରୁ ଛାତ୍ରୀମାନେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ଗ୍ରାମ ଶେଷ ଭାଗରେ ବିଦ୍ୟାଳୟଟି ହୋଇଥିବାରୁ ରାତିରେ ଅନ୍ଧାର ହେତୁ ପଦାକୁ ବାହାରିବାକୁ ଭୟ କରୁଥିବା ବେଳେ ନିଜର ନିତ୍ୟକର୍ମ ସମେତ ପିଇବା ପାଣି ପାଇଁ ବହୁ ଅସୁବିଧା ଭୋଗୁଥିବା କହିଛନ୍ତି ଛାତ୍ରୀନିବାସ ଦାୟିତ୍ୱରେ ଥିବା  ପରିଚାଳିକା ମଣି ମାଢି । ଏନେଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନାତନ ମହାରଣାଙ୍କୁ ପଚାରିବାରୁ ଉପରସ୍ଥ ଅଧିକାରୀଙ୍କୁ ସେ ଜଣାଇ ଦେଇଥିବା କହିଥିଲେ । ଉକ୍ତ ଖବର ସମ୍ପର୍କରେ ବ୍ଲକ ଡବ୍ଲ୍ୟୁଇଓ ପ୍ରଶାନ୍ତ କୁମାର ବାଉରୀଙ୍କୁ ପଚାରିବାରୁ ସେ କହିଛନ୍ତି, ସେ ନିଜେ ସେହିଦିନ ବିଦ୍ୟୁତ୍‌ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ କିନ୍ତୁ ବିଦ୍ୟୁତ ବିଭାଗ ଅଧିକାରୀଙ୍କ କହିବା ଅନୁସାରେ ଡୁଡାମେଟା ଗ୍ରାମରେ ପ୍ରାୟ ଅଧିକାଂଶ ପରିବାର ବିଦ୍ୟୁତ୍‌ ବିଲ୍‌ ପଇଠ ନ କରିବାରୁ ସେ ସଂଯୋଗ କାଟିବାକୁ ବାଧ୍ୟ ହେଲେ। ଯେଉ ଦିନ ଉକ୍ତ ଗ୍ରାମବାସୀ ବକେୟା ବିଲ ପଇଠ କରିବେ ସେହିଦିନ ବିଦ୍ୟୁତ୍‌ ସଂଯୋଗ କରାଯିବ। ଏନେଇ ବିଦ୍ୟୁତ ବିଭାଗ ଯନ୍ତ୍ରୀ ପ୍ରଶାନ୍ତ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ଉକ୍ତ ଗ୍ରାମ ସମେତ ବିଦ୍ୟାଳୟ ଓ ଛାତ୍ରୀନିବାସର ମଧ୍ୟ ବହୁ ମାତ୍ରାରେ ବିଦ୍ୟୁତ୍‌ ବିଲ୍‌ ବକେୟା ରହିଛି। ଫଳରେ ଏପରି ନିଷ୍ପତ୍ତି ନେବାକୁ ଆମେ ବାଧ୍ୟହେଲୁ। ଏନେଇ ଗ୍ରାମବାସୀଙ୍କ ସହିତ ଆଲୋଚନା କରି ବକେୟା ବିଲ୍‌ ପଇଠ କରିବାକୁ କହିଥିଲେ। ଗ୍ରାମବାସୀ ବକେୟା ବିଲ ପଇଠ ନ କରିବା ପର୍ଯ୍ୟନ୍ତ ବିଦ୍ୟୁତ ଦେଇ ହେବନି ବୋଲି କହିଥିଲେ ବିଭାଗୀୟ ଯନ୍ତ୍ରୀ। ଏଠି ସ୍ପଷ୍ଟ ଭାବେ ଜଣା ପଡୁଛି ଗ୍ରାମବାସୀ, ପ୍ରଶାସନ ଏବଂ ବିଦ୍ୟୁତ୍‌ ବିଭାଗର ଖେଳରେ ଛନ୍ଦି ହେଉଛନ୍ତି ନିରୀହ ଛାତ୍ରୀ। ଏବେ ପରୀକ୍ଷା ଚାଲିଥିବାରୁ ଛାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ପାଳନ:  ଉଲ୍ଲେଖନୀୟ ଅବଦାନ ପାଇଁ ୫ ଟ୍ରାନ୍ସଜେଣ୍ଡରଙ୍କୁ…

ଛତ୍ରପୁର,୩୧।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ୨୦୨୬ ପାଳିତ ହୋଇଯାଇଛି…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଓଡ଼ିଶାରେ SIR ସ୍ଥଗିତ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୩୧।୩: Special Intensive Revision(SIR)କୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(CEO )ମଙ୍ଗଳବାର ଏକ ବଡ଼ ସୂଚନା ଦେଇଥିଲେ। ବୁଧବାରଠାରୁ ଓଡ଼ିଶାରେ ହେବାକୁ ଥିବା SIRକୁ ସ୍ଥଗିତ…

୧ ଏପ୍ରିଲରୁ ୧୫ ଦିନ ଧରି ଚାଲିବ ସ୍ବ-ଗଣନା, ଏହି ୱେବସାଇଟ ମାଧ୍ୟମରେ ଦେବେ ସବୁ ତଥ୍ୟ, ଜିଲାପାଳ କହିଲେ…

ଛତ୍ରପୁର,୩୧।୩ (ଦିଲ୍ଲୀପ ସାମଲ ): ପ୍ରଥମ ପର୍ଯ୍ୟାୟର ଗୃହ ତାଲିକା ଓ ଗୃହ ଗଣନା (ସ୍ବ-ଗଣନା) ଆସନ୍ତାକାଲି ଅର୍ଥାତ୍‌ ୧ ଏପ୍ରିଲରୁ ୧୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ…

ଗଞ୍ଜାମରେ ଲଜ୍ଜା: ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର: ନାବାଳକ ପ୍ରେମିକଙ୍କୁ…

ବ୍ରହ୍ମପୁର, ୩୧।୩(ସୁବାସ ଚନ୍ଦ୍ର ପାଢୀ) : ପୁଣିଥରେ ଗଞ୍ଜାମରେ ଲଜ୍ଜା। ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର ମାମଲାରେ ଗୋଷାଣୀନୂଆଗାଁ ପୋଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କୁ…

ନଦୀରେ ଭାସିଯାଇ ଯୁବକଙ୍କ ମୃତ୍ୟୁ: ଅଞ୍ଚଳରେ ଶୋକର ଛାୟା

ବଞ୍ଚୋ, ୩୧।୩: (ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅନ୍ତର୍ଗତ ବଞ୍ଚୋ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମର ଚିନ୍ମୟ ସେଠୀ…

ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା: କେସିଙ୍ଗା ଏସଡିପିଓ, ଦୁଇ ପୋଲିସ ନାଁରେ

ଭୁବନେଶ୍ୱର,୩୧।୧: ବଢ଼ୁଛି ମାମଲା। ଖାରବେଳ ନଗର ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା ମନୋରମା ମହାନ୍ତି। ସେଠାରେ ସେ କେସିଙ୍ଗା ପୋଲିସ ବିରୋଧରେ ଅଭିଯୋଗ ଆଣିଛନ୍ତି। କେସିଙ୍ଗା ଏସଡିପିଓ…

ସଇତାନ ସାଜିଲା ସ୍ବାମୀ: ଟଙ୍କା ପାଇଁ ସ୍ତ୍ରୀଙ୍କୁ ହତ୍ୟା କରି ନିଜ ଚାଷ ଜମିରେ ପୋତିଦେଲେ, ଆଜି ମିଳିଲା…

ଭବାନୀପାଟଣା,୩୧।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ସନ୍ୟାସୀ କୁଣ୍ଡାମାଲ ଗ୍ରାମରୁ ମଙ୍ଗଳବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ଟଙ୍କା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri