ସନ୍ଦେହ ଘେରରେ ଦାରିଙ୍ଗବାଡି ତାପମାପକ ଯନ୍ତ୍ର: ଜିଲାପାଳଙ୍କ ନିକଟରେ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଶୂନ

ଦାରିଙ୍ଗବାଡି, ୧୧।୧୨ (ଅରୁଣ ସାହୁ ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟରେ ଆଇଏମଡି ପକ୍ଷରୁ ରହିଥିବା ତାପମାପକ ଯନ୍ତ୍ର ତ୍ରୁଟି ରହିଥିବା ଗୋଟିଏ ପ୍ରକାର ସ୍ପଷ୍ଟ ହୋଇଥିବା ଆଲୋଚନା ହୋଇଛି । ଏହି ଆଲୋଚନା ଗୁରୁବାର ଭୋର ସମୟରେ ଦାରିଙ୍ଗବାଡିର ବିଭିନ୍ନ ସ୍ଥାନରେ ତୁଷାରପାତ ହେବା ପରେ ଲୋକଙ୍କ ଭିତରେ ଆଲୋଚନା ଜୋର ଧରିଛି । କନ୍ଧମାଳ ଜିଲାର ଦାରିଙ୍ଗବାଡିରେ ଅଧିକା ଥଣ୍ଡା ଅନୁଭୁତ ହେଉଥିବା ବେଳେ ଜିଲାର ଅନ୍ୟ ସ୍ଥାନ ଗୁଡିକରେ ଦାରିଙ୍ଗବାଡି ଠାରୁ ୨ ରୁ ୩ ଡିଗ୍ରୀ କମ୍‌ ତାପମାତ୍ରା ରହୁଥିବା ରେକର୍ଡ ସଂଗ୍ରହ ହେଉଛି । କିନ୍ତୁ ଦାରିଙ୍ଗବାଡିରେ ଅଧିକା ଶୀତକୁ ଅନୁଭବ କରିବାକୁ ଆସୁଥିବା ପର୍ଯ୍ୟଟକ ଦାରିଙ୍ଗବାଡିରେ ହିଁ ଅଧିକା ଜାଡ଼ ରହୁଥିବା କହୁଥିଲେ । ଏନେଇ ଆଇଏମଡି ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ଦୀର୍ଘ ଏକ ଦଶନ୍ଧିରୁ ଉର୍ଦ୍ଧ ସମୟ ହେଲା ତାପମାପକ ଯନ୍ତ୍ର ସ୍ଥାପନ କରାଯାଇଥିବା ବେଳେ ଗତ କିଛି ବର୍ଷ ହେଲା ସେହି ତାପମାପକ ଯନ୍ତ୍ର ରେ ଭୁଲ ତଥ୍ୟ ପ୍ରକାଶ ପାଉଥିବା ଅଭିଯୋଗ ହୋଇଆସୁଥିଲା ଗତ ନଭେମ୍ବର ୧୦ ରେ କନ୍ଧମାଳ ଜିଲାପାଳ ବେଦଭୂଷଣଙ୍କ ନିକଟରେ ଦାରିଙ୍ଗବାଡିର ସ୍ଥାନୀୟ ବାସିନ୍ଦା, ଗଣମାଧ୍ୟମ ପକ୍ଷରୁ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ସେ ଏନେଇ ଆଇଏମଡିକୁ ଜଣାଇବି ଓ ପଦକ୍ଷେପ ନେବେ ବୋଲି ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତିି ଦେଇଥିଲେ ସୁଦ୍ଧା ଗୋଟିଏ ମାସ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ତାପମାତ୍ରା ୩ ଡିଗ୍ରୀ ତଳେ ରହିଥିବା ସନ୍ଦେହ ବଢିଛି କାରଣ ଅଞ୍ଚଳରେ ସ୍ଥାନେ ସ୍ଥାନେ ଖୋଲାପଡ଼ିଆ, ଚାଷ ଜମିରେ ଏହି ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି କଫି ବଗିଚା, କଲେଜ ପଡିଆ ନିକଟରେ ଅଧିକା ତୁଷାରପାତ ହୋଇଥିବା ଜଣାପଡିଛି ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଘୁମୁସର ବନଖଣ୍ଡରେ ଚିନ୍ତା ବଢ଼ାଉଛି ଅସୁସ୍ଥ ହାତୀ, ଆଦର୍ଶ ବିଦ୍ୟାଳୟ ଫାଟକ ଭାଙ୍ଗିଲେ…

ଭଞ୍ଜନଗର,୨୯।୧(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ଆଜକୁ କିଛିଦିନ ହେବ ଏକ ମାଈ ହାତୀ ଅସୁସ୍ଥ ହୋଇ ଏକୁଟିଆ ଘୁରି ବୁଲୁଛି। ଅଧିକାଂଶ…

ପୁଣି ସୀମାନ୍ତ ଗାଁରେ ଆଧାର କାର୍ଡ ଅପଡେଟ୍‌ କରିବାକୁ ଆନ୍ଧ୍ରର ପ୍ରଚେଷ୍ଟା, ଓଡ଼ିଶା ସରକାରଙ୍କୁ ଏକପ୍ରକାର ଖୋଲା ଚ୍ୟାଲେଞ୍ଜ…

ପଟ୍ଟାଙ୍ଗି,୨୯।୧(ଶରତ କୁମାର ଧଳ): ଓଡ଼ିଶାର ସୀମାନ୍ତ ଗ୍ରାମରେ ପଡୋଶୀ ଆନ୍ଧ୍ର ଅନୁପ୍ରବେଶ କରି ଲୋକଙ୍କୁ ପ୍ରଲୋଭିତ କରୁଥିଲେ ମଧ୍ୟ ଏହାର ପ୍ରଭାବ ଓଡିଶା ଉପରେ ପଡୁନାହିଁ ।…

ସ୍ବାସ୍ଥ୍ୟସେବାରେ ଅବଦାନ ପାଇଁ ପୁରସ୍କୃତ ହେଲେ କର୍ମଚାରୀ

ଭବାନୀପାଟଣା,୨୯ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ହଲଠାରେ ଜିଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି, ମହିଳା ଆରୋଗ୍ୟ ସମିତି ଏବଂ ଜନ ଆରୋଗ୍ୟ ସମିତି…

ଚାଇନାର ବଡ଼ କାର୍ଯ୍ୟାନୁଷ୍ଠାନ: ‘ମିଙ୍ଗ୍ ଫ୍ୟାମିଲି’ର ୧୧ ଜଣଙ୍କୁ ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ,୨୯।୧: ଅନଲାଇନ୍ ସ୍କାମ୍ ସିଣ୍ଡିକେଟକୁ ବଡ ଝଟକା ଦେଲେ ଚାଇନା ସରକାର । ମ୍ୟାନ୍‌ମାରରେ ଚାଲିଥିବା ବିଶ୍ୱସ୍ତରୀୟ ଏହି ଅପରାଧିକ ସିଣ୍ଡିକେଟ୍ ବିରୋଧରେ ଚାଇନା ସରକାର ଏକ…

ବୟକଟ ଖେଳ ଶେଷ: ୨ରେ କଲମ୍ବୋରେ ପହଞ୍ଚିବ ପାକିସ୍ତାନ ଦଳ

ଲାହୋର,୨୯ା୧: ଆସନ୍ତା ୭ ତାରିଖରୁ ଆରମ୍ଭ ହେବାକୁ ଥିବା ଟି୨୦ ବିଶ୍ୱକପ ଲାଗି ପାକିସ୍ତାନ ଦଳ ଆସନ୍ତା ୨ ତାରିଖରେ ଶ୍ରୀଲଙ୍କାର କଲମ୍ବୋ ଅଭିମୁଖେ ଯାତ୍ରା କରିବ…

ମୁଣ୍ଡକୁ ଚଢ଼ିଗଲା ରାଗ, ପାରିବାରିକ ବିବାଦ ପରେ ସ୍ତ୍ରୀଙ୍କ ବେକ-ମୁଣ୍ଡକୁ ହାଣିଦେଲେ ସ୍ବାମୀ  

ରାୟଗଡା,୨୯।୧(ଆଶିଷ ରଞ୍ଜନ ପଣ୍ଡା)- ପାରିବାରିକ ବିବାଦରୁ ପତ୍ନୀକୁ ହତ୍ୟା କଲା ସ୍ବାମୀ। ରାୟଗଡା ଜିଲା କୁମ୍ବିକୋଟା ଫାଣ୍ଡି ଅଞ୍ଚଳରେ ପତ୍ନୀ ଶୋଇଥିବା ବେଳେ ସ୍ବାମୀ ଟାଙ୍ଗିଆରେ ହାଣି…

୨୦ ଲକ୍ଷ ଟଙ୍କା ଆତ୍ମସାତ: ସମବାୟ ସମିତିର ପୂର୍ବତନ ସମ୍ପାଦକ ଗିରଫ

ବାଲେଶ୍ୱର,୨୯।୧: ସରକାରୀ ଟଙ୍କା ହେରଫେର କରି ଗିରଫ ହେଲେ ସମବାୟ ସମିତିର ପୂର୍ବତନ ସମ୍ପାଦକ। ଫସଲ ବୀମା ଯୋଜନାରେ ବ୍ୟାପକ ସରକାରୀ ଅର୍ଥ ହରିଲୁଟ କରିବା ଅଭିଯୋଗରେ…

ପ୍ରହଲ୍ଲାଦ ନାଟକ ଗୁରୁ ପଦ୍ମଶ୍ରୀ ସିମାଞ୍ଚଳଙ୍କୁ ଯାଦବ ସମାଜ ପକ୍ଷରୁ ସମ୍ବର୍ଦ୍ଧନା     

ଦିଗପହଣ୍ଡି,୨୯।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହିର ପୌରାଣିକ ନାଟକ  ‘ପ୍ରହଲ୍ଲାଦ’ର ଦୈତ୍ୟରାଜ ହିରଣ୍ୟକଶିପୁ ରାଜା ଭୂମିକାରେ ପ୍ରାୟ ୪୦ ବର୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri