ଦ୍ଵିତୀୟ ଦିନରେ ଦାରିଙ୍ଗବାଡି ପୋଲିସର ମଦ ଧରପଗଡ଼ ଅଭିଯାନ, ସାବଡ଼ ହେଉଛନ୍ତି ଚୋରା ମଦ ବ୍ୟବସାୟୀ

ଦାରିଙ୍ଗବାଡି,୧୮ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ପକ୍ଷରୁ ଦ୍ଵିତୀୟ ଦିନରେ ମଧ୍ୟ ଚୋରାମଦ ଧରପଗଡ଼ ଜୋରଦାର କରାଯାଇଛି । ଦାରିଙ୍ଗବାଡି ଆଇଆଇସି ସଂଗ୍ରାମ କେଶରୀ ଜେନାଙ୍କ ନେତୃତ୍ୱରେ ଅବକାରୀ ବିଭାଗ ଏବଂ ପୋଲିସ ସୁରକ୍ଷା ବାହିନୀର ମିଳିତ ଉକ୍ତ ଥାନା ଡବେରୀ ଅଞ୍ଚଳରେ ଚୋରା ମଦ ବ୍ୟବସାୟିଙ୍କୁ ଠାବ କରି ମିଳିତ ଚଢ଼ାଉ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି । ଏଥିରେ ବିପୁଳ ପରିମାଣର ମହୁଲ ପୋଚକୁ ପୋଲିସ ଖୋଜି ବାହାର କରି ନଷ୍ଟ କରିବା ସହ ଦେଶି ମହୁଲି ମଦକୁ ଜବତ କରିଛି ।

ଏଥିରେ ସମ୍ପୃକ୍ତି ୩ ଜଣ ମଦ ବ୍ୟବସାୟୀଙ୍କୁ ପୋଲିସ ଗିରଫ କରି ପରେ ନୋଟିସ କରି ଛାଡିଦେଇଥିବା ଆଇଆଇସି ସଂଗ୍ରାମ କେଶରୀ ଜେନା କହିଛନ୍ତି । ଗିରଫ ୩ ବ୍ୟବସାୟୀ ବିଦ୍ୟାଧର ସାହୁ, ସନ୍ତୋଷ ସାହୁ ଏବଂ ସନ୍ୟାସ ସାହୁ ବୋଲି ପୋଲିସ କହିଛି । ପୋଲିସ ସୂତ୍ରରୁ ସୂଚନା ଅନୁସାରେ, ଚୋରା ମଦ କାରବାର ଖବର ଥିବାରୁ ପୋଲିସ ଚଢ଼ାଉ କରି ୩ ବ୍ୟବସାୟୀଙ୍କ ୭ ଶହ ଲିଟର ମହୁଲ ପୋଚକୁ ନଷ୍ଟ ସହ ବ୍ୟବହୃତ ପ୍ଲାଷ୍ଟିକ ଡ୍ରମକୁ ନଷ୍ଟ ଓ ଜବତ କରିଛି ।

ସେହିପରି ସେମାନଙ୍କ ଠାରୁ ୩୦ ଲିଟର ଦେଶୀ ମଦ ଜବତ କରାଯାଇଛି । ଏଥିରେ ଦାରିଙ୍ଗବାଡି ଅବକାରୀ ବିଭାଗ ସାମିଲ ହୋଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଶନିବାର ମଧ୍ୟ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୪ ଜଣଙ୍କୁ ଗିରଫ କରି ନୋଟିସ କରି ଛାଡିଦେଇଥିଲା ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଫିନ ଆଲେନଙ୍କ ବିସ୍ଫୋରକ ଶତକ: ଟି୨୦ ବିଶ୍ୱକପ ଫାଇନାଲ୍‌ରେ ନ୍ୟୁଜିଲାଣ୍ଡ

କୋଲକାତା,୪।୩: ନ୍ୟୁଜିଲାଣ୍ଡ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲରେ ପହଞ୍ଚିଛି। ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଦକ୍ଷିଣ ଆଫ୍ରିକାକୁ ୮ ଉଇକେଟ୍‌ରେ ପରାସ୍ତ କରି ଦ୍ୱିତୀୟଥର ପାଇଁ ଟି୨୦ ବିଶ୍ୱକପର ଫାଇନାଲରେ…

ସେକ୍ଟର-୬ ଆନନ୍ଦ ମାର୍ଗ ବସ୍ତିରେ ଗୋଷ୍ଠୀ ସଂଘର୍ଷ: ୭ ଆହତ, ୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ

ରାଉରକେଲା, ୪।୩(ସଂଗୀତା ଜେନା): ଆନନ୍ଦ ମାର୍ଗ ବସ୍ତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଏକ ସାମାନ୍ୟ ବିବାଦ ପରେ ବୁଧବାର ରାଉରକେଲାର ସେକ୍ଟର-୬ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।…

ବ୍ରିଜ ତଳକୁ ଖସିଲା ପିକଅପ୍‌: ୬ ଆହତ

ନନ୍ଦପୁର, ୫/୩(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଥାନା ଅଧୀନ କୁମାରଗନ୍ଧନା ପଞ୍ଚାୟତର ହଣ୍ଡାଲତୋଟା ନିକଟ ବ୍ରିଜ ତଳକୁ ଏକ ପିକଅପ ଗାଡ଼ି ଖସି ପଡ଼ିବାରୁ ୬ ଜଣ…

ସେମିଫାଇନାଲ୍‌ରେ ନ୍ୟୁଜିଲାଣ୍ଡକୁ ୧୭୦ ରନ୍‌ ଟାର୍ଗେଟ୍‌ ଦେଲା ଦକ୍ଷିଣ ଆଫ୍ରିକା

କୋଲକାତା,୪।୩: ଟି୨୦ ବିଶ୍ୱକପର ପ୍ରଥମ ସେମିଫାଇନାଲ୍‌ କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯାଉଛି। ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୬୯/୮ ସ୍କୋର କରିଥିଲା। ଦକ୍ଷିଣ…

ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଆଖିବୁଜିଲେ ଶିବ

ଦିଗପହଣ୍ଡି,୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ପେଟ୍ରୋଲ ପମ୍ପ ସମ୍ମୁଖ ୧୭ନଂ ରାଜ୍ୟ ରାଜପଥରେ ବୁଧବାର ଅପରାହ୍ନରେ ସ୍କୁଟି (ନଂ. ଓଡ଼ି୦୭ ବିଏ…

ଖରସ୍ରୋତା ନଦୀରେ ଗାଧୋଉଥିଲେ ଶୁଭ ସଂକଳ୍ପ: ହଠାତ୍‌ ବୁଡ଼ିଗଲେ, ତା’ପରେ…

ଆଳି, ୪/୩(ବନମାଳୀ ସେନାପତି):ରଙ୍ଗର ପର୍ବ ହୋଲି ପାଇଁ ଗାଁଠୁ ସହର ଉତ୍ସବମୁଖର ଥିବାବେଳେ ହୋଲି ଖେଳି ସାରି ନଦୀରେ ସାଙ୍ଗ ପିଲାଙ୍କ ସହ ନଦୀରେ ଗାଧୋଉଥିବା ବେଳେ…

ହୋଲିରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଅନଲାଇନରୁ ବନ୍ଧୁକ କିଣି…

ବଲାଙ୍ଗୀର/ଦେଓଗାଁ,୪ା୩( ସୁନୀଲ କୁମାର ମହାନ୍ତି /କୃଷ୍ଣ ପ୍ରସାଦ ପାଣିଗ୍ରାହୀ ): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ପଞ୍ଚାୟତ ଲୁହାଖାନ ଗାଁରେ ପବିତ୍ର…

ହୋଲି ଭୋଜି ସାରି ଫେରୁଥିଲେ ଏସବିଆଇ ଶାଖା ପରିଚାଳକ: ବାଟରେ ଛକିଥିଲା ଯମ, ଆଉ ତା’ପରେ..

ଭଞ୍ଜନଗର,୪/୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଡହ ରାସ୍ତାରେ ବୁଧବାର ଅପରାହ୍ନ ୫ ଟାରେ ଏକ କାର ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ସୋରଡ଼ା ଷ୍ଟେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri