ଶୀତରେ ଥରୁଛି ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୨ା୧୨(ଡି.ଏନ୍‌.ଏ.): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଗତ ୩ ଦିନ ହେଲା ପ୍ରବଳ ଶୀତ ଅନୁଭୂତ ହେଉଛି। ଗୁରୁବାର ସକାଳୁ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀକୁ ପାରଦ ଖସିଆସିଛି। ଯାହାକି ଚଳିତବର୍ଷର ସବୁଠାରୁ କମ୍‌ ତାପମାତ୍ରା ବୋଲି ବିଡିଓ ଗଦାଧର ପାତ୍ର ସୂଚନା ଦେଇଛନ୍ତି। ଏହାପ୍‌ୂର୍ବରୁ ଦାରିଙ୍ଗବାଡ଼ିରେ ମଙ୍ଗଳ ଓ ବୁଧବାର ୮ଡିଗ୍ରୀ ତାପମାତ୍ରା ରହିଥିଲା। ଦାରିଙ୍ଗବାଡ଼ିର ୨୫ଟି ପଞ୍ଚାୟତ ସମେତ ସମଗ୍ର ଜିଲାରେ ଏବେ ପାରଦ ତଳମୁହାଁ ହୋଇଥିବା ଜଣାପଡ଼ିଛି। ଅସହ୍ୟ ଶୀତ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହେବା ସହ ଲୋକଙ୍କ ଦୈନନ୍ଦିନ ଜୀବନ ପ୍ରଭାବିତ ହୋଇଛି। ପର୍ଯ୍ୟଟକ ଶୀତର ମଜା ନେବା ପାଇଁ ଭିଡ଼ ଜମାଉଛନ୍ତି।