ଦାରିଙ୍ଗବାଡ଼ି,୧୫ା୧୧(ଅରୁଣ ସାହୁ): ରାଜ୍ୟରେ ଶୀତର ପ୍ରଭାବ ଦେଖିବାକୁ ଅନୁଭୂତ ହେଉଥିବା ବେଳେ ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶନିବାର ମଧ୍ୟ ଶୀତ ଲହରି ଜାରି ରହିଛି। ତେବେ ଗତ ୩ ଦିନ ହେଲା ଅଞ୍ଚଳରେ ପାଗ ଶୁଖିଲା ରହିଥିବା ବେଳେ କୁହୁଡି ହୋଇ ନ ଥିଲା କିନ୍ତୁ ଶନିବାର ପୁଣି ଘନ କୁହୁଡ଼ି ଶୀତର ପ୍ରଭାବକୁ ଦ୍ବିଗୁଣିତ କରିଥିଲା। ଶନିବାର ଦାରିଙ୍ଗବାଡ଼ି ଅଞ୍ଚଳରେ ୧୦ ଡିଗ୍ରୀ ତଳେ ତାପମାତ୍ରା ରହିଥିଲା ସକାଳ ୮ ଟା ସୁଦ୍ଧା ୮ ଡିଗ୍ରୀ ରହିଥିଲା ଯାହାକି ବୁଧବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ୭.୫ ଡିଗ୍ରୀ ତାପମାତ୍ରା ରହିଥିଲା। ଶନିବାର ଜିଲା ତଥା ରାଜ୍ୟର ସବୁଠାରୁ ଥଣ୍ଡା ସହର ବୋଲି କୁହାଯାଉଛି। ଅଞ୍ଚଳରେ ଲୋକମାନେ ନିଆଁ ଜାଳି ଶୀତ ଦାଉରୁ ନିଜକୁ ସୁରକ୍ଷା ଦେଉଥିବା ଜଣାପଡ଼ିଛି।

ସେହିପରି ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ୍ ଶନିବାର ଖୋଲିଥିବାରୁ ପଶ୍ଚିମବଙ୍ଗରୁ ପ୍ରାୟ ୩୦ ପର୍ଯ୍ୟଟକ ଇକୋ ରିଟ୍ରିଟ୍ରେ ରାତ୍ରିଯାପନ କରିଛନ୍ତି। ଏଥିସହ ଦାରିଙ୍ଗବାଡ଼ିର ମଜା ନେଉଛନ୍ତି। ସେହିପରି ଅନ୍ୟ ହୋଟେଲ ଗୁଡ଼ିକରେ ମଧ୍ୟ ରାଜ୍ୟ ଏବଂ ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକ ଦାରିଙ୍ଗବାଡ଼ିରେ ରହି ଶୀତର ମଜା ନେଉଛନ୍ତି। ମିଳିଥିବା ସୂଚନାନୁଯାୟୀ, ଫୁଲବାଣୀ ସହରରେ ୯.୫ ଡିଗ୍ରୀ ତାପମାତ୍ରା ରହିଛି।


