୬ଥର ପାଇଁ ଦାରା ସିଂଙ୍କ ମୁକ୍ତି ଆବେଦନ ଖାରଜ

ଭୁବନେଶ୍ୱର,୧୬ା୯(ସୁନିତ୍‌ ମିଶ୍ର): ଗ୍ରାହାମ୍‌ ଷ୍ଟେନ୍ସ ଏବଂ ତାଙ୍କ ୨ପୁଅ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଦାରା ସିଂଙ୍କୁ ଜେଲରୁ ମୁକ୍ତି ଦେବାକୁ କରାଯାଇଥିବା କ୍ଷମା ପ୍ରାର୍ଥନା ଉପରେ ରାଜ୍ୟ ସରକାରଙ୍କୁ ନିଷ୍ପତ୍ତି ନେବାକୁ ସର୍ବୋଚ୍ଚ ନ୍ୟାୟାଳୟ ପୂର୍ବରୁ ଏକାଧିକ ବାର ନିର୍ଦ୍ଦେଶ ଦେଇଛନ୍ତି। ଏପରି କି ଗତ ୮ ତାରିଖରେ ଦାରା ସିଂଙ୍କ କ୍ଷମା ପ୍ରାର୍ଥନା ନେଇ ହୋଇଥିବା ଶୁଣାଣି ସମୟରେ ମଧ୍ୟ ସୁପ୍ରିମକୋର୍ଟ ସମାନ କଥା କହିଥିଲେ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ଏନେଇ ରାଜ୍ୟ ସରକାର ଆସନ୍ତା ୧୭ ସୁଦ୍ଧା ନିଷ୍ପତ୍ତି ନେବା କଥା। ତେଣୁ ଉକ୍ତ ଆବେଦନକୁ ବିଚାର କରୁଥିବା ଷ୍ଟେଟ୍‌ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ(ଏସ୍‌ଏସ୍‌ଆର୍‌ବି) ଏବେ ୬ଷ୍ଠ ଥର ପାଇଁ ଖାରଜ କରିଦେଇଛନ୍ତି। ପୂର୍ବରୁ ବିଜେଡି ସରକାର ସମୟରେ ଦାରାଙ୍କ ମୁକ୍ତି ନେଇ ହୋଇଥିବା ଆବେଦନ ୫ଥର ଖାରଜ ହୋଇଥିବାବେଳେ ଏବେ ଭାଜପା ସରକାରରେ ମଧ୍ୟ ଖାରଜ ହୋଇଛି। ସାମ୍ପ୍ରଦାୟିକ ସ୍ଥିତିକୁ ଦେଖି ଦାରା ସିଂଙ୍କ ମୁକ୍ତି ଆବେଦନକୁ ଗ୍ରହଣ କରାଯାଇ ପରି ନ ଥିବା ବୋର୍ଡ ଉଲ୍ଲେଖ କରିଛି।
ସୂଚନାଯୋଗ୍ୟ, ୧୯୯୯ ମସିହାରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କ ୨ ନାବାଳକ ପୁଅଙ୍କୁ ହତ୍ୟା ମାମଲାରେ ରବୀନ୍ଦ୍ର ପାଲ ଓରଫ ଦାରା ସିଂ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ଦାରାଙ୍କୁ ଆଗୁଆ ମୁକ୍ତି କରିବା ଲାଗି ସେ ବାରମ୍ବାର କ୍ଷମା ପ୍ରାର୍ଥନା ଜରିଆରେ ନିବେଦନ କରିଆସୁଛନ୍ତି। ଏସ୍‌ଏସ୍‌ଆର୍‌ବି ପକ୍ଷରୁ ଏନେଇ ଗତ ଅଗଷ୍ଟ ୩୧ ତାରିଖରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଦାରା ସିଂଙ୍କ ଆଗୁଆ ମୁକ୍ତି ପ୍ରସ୍ତାବକୁ ଖାରଜ କରିଦିଆଯାଇଛି। ଏସମ୍ପର୍କରେ ରାଜ୍ୟ ଜେଲ ବିଭାଗ ନିର୍ଦ୍ଦେଶାଳୟ ଗତ ୫ ତାରିଖରେ ଏନେଇ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଆଇନ ବିଭାଗ ପ୍ରମୁଖ ସଚିବ, ସ୍ବାସ୍ଥ୍ୟ ସେବା ନିର୍ଦ୍ଦେଶକ ଏବଂ ଖୋର୍ଦ୍ଧା ଜିଲା ଜଜ୍‌ଙ୍କୁ ଚିଠି ଲେଖିଛି।
ଜେଲ ବିଭାଗ ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ଚିଠିରେ ଉଲ୍ଲେଖ କରାଯାଇଛି, ଗତ ଅଗଷ୍ଟ ୧୯ରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ଅଗଷ୍ଟ ୩୧ରେ ଗୃହ ବିଭାଗ ସମ୍ମିଳନୀ କକ୍ଷରେ ଏସ୍‌ଏସ୍‌ଆର୍‌ବି ବୈଠକ ହୋଇଥିଲା। ସେଥିରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମାଙ୍କ ଅଧ୍ୟକ୍ଷତାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂଙ୍କ ଆଗୁଆ ମୁକ୍ତି ନେଇ ଆଲୋଚନା ହୋଇଥିଲା। ଆଇନ ବିଭାଗ ପ୍ରମୁଖ ସଚିବ ପବିତ୍ର ମୋହନ ସାମଲ, ଖୋର୍ଦ୍ଧା ଜିଲା ସେସନ କୋର୍ଟର ବିଚାରପତି ବିରଞ୍ଚି ନାରାୟଣ ମହାନ୍ତି, କ୍ରାଇମବ୍ରାଞ୍ଚ ଆଇଜି ସାର୍ଥକ ଷଡଙ୍ଗୀ, ସ୍ବାସ୍ଥ୍ୟ ସେବା ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ପରେଶ ଚନ୍ଦ୍ର ମିଶ୍ର ଏବଂ ଜେଲ୍‌ ଡିଜି ସୁଶାନ୍ତ କୁମାର ନାଥ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। ଜେଲ୍‌ ଡିଜି ଏହି ବିଷୟରେ ସଂଗ୍ରହ କରିଥିବା କିଛି ତଥ୍ୟ ସମ୍ବଳିତ ରିପୋର୍ଟ ବୋର୍ଡର ସମସ୍ତ ସଦସ୍ୟଙ୍କୁ ପୂର୍ବରୁ ଦେଇସାରିଛନ୍ତି। ୨୦୨୨ ଏପ୍ରିଲ ୧୯ରେ ତତ୍କାଳୀନ ଜେ ଡିଜି ସନ୍ତୋଷ ଉପାଧ୍ୟାୟ ଏବଂ ଜେଲ ବିଭାଗ ନିର୍ଦ୍ଦେଶକ ଦାରା ସିଂଙ୍କୁ ଜେଲ୍‌ରୁ ଆଗୁଆ ମୁକ୍ତି ସମ୍ପର୍କିତ ବିଷୟ ଉପରେ ଦୃଷ୍ଟି ଦିଆଯାଉ ବୋଲି ଏସ୍‌ଏସ୍‌ଆର୍‌ବିକୁ ଜଣାଇଥିଲେ। ଏ ବାବଦରେ ଆଲୋଚନା ପରେ ବୋର୍ଡ କେତେକ ଦିଗ ଉପରେ ତଥ୍ୟ ରଖିଛି।
ବୋର୍ଡର କହିବାନୁଯାୟୀ, ଏ ସମ୍ପର୍କିତ ପ୍ରସ୍ତାବକୁ ବିଗତ ଦିନରେ ବୋର୍ଡ ବହୁଥର ନାମଞ୍ଜୁର କରିଛି। ତତ୍କାଳୀନ ବିଜେଡି ଶାସନ ସମୟରେ ୨୦୧୬ ନଭେମ୍ବର ୨୪, ୨୦୧୯ ଜୁନ୍‌ ୨୪, ୨୦୨୦ ଡିସେମ୍ବର ୨୪, ୨୦୨୨ ଜାନୁଆରୀ ୧୨ ଏବଂ ୨୦୨୩ ଫେବୃଆରୀ ୨୦ରେ ଏହିପରି ମୋଟ ୫ ଥର ଦାରା ସିଂଙ୍କ ଆଗୁଆ ମୁକ୍ତି ପ୍ରସ୍ତାବକୁ ବୋର୍ଡ ଖାରଜ କରିଛି। କାରଣ ତାଙ୍କୁ ଆଗୁଆ ମୁକ୍ତି ମିଳିଲେ ସାମାଜିକ ବିଶୃଙ୍ଖଳା ସ୍ଥିତି ସୃଷ୍ଟି ହେବାସମ୍ଭାବନା ଥିବା ଲକ୍ଷ୍ୟ କରାଯାଇଛି। କେନ୍ଦୁଝର ଜିଲା ପ୍ରଶାସନ ୨୦୨୫ରେ ସର୍ତ୍ତମୂଳକ ଭାବେ ଦାରା ସିଂଙ୍କ ଆଗୁଆ ମୁକ୍ତି ପ୍ରସ୍ତାବକୁ ମଞ୍ଜୁରୀ ଦେବାକୁ ବୋର୍ଡ ନିକଟରେ ଏକ ପ୍ରସ୍ତାବ ରଖିଥିଲା। ମାତ୍ର ୨୦୨୬ ଅଗଷ୍ଟ ୨୮ରେ ଆଉ ଏକ ଚିଠି ଲେଖି ଜିଲା ପ୍ରଶାସନ ଜଣାଇଛି, ଗତ ଅଗଷ୍ଟ ୧୫ ରେ ଦାରା ସେନା ସହ ଜଡିତ ୨୦୦ରୁ ୨୫୦ ଲୋକ କେନ୍ଦୁଝର ଜେଲ ବାହାରେ ଏକତ୍ରିତ ହୋଇଥିଲେ। ସେମାନେ ଯେଉଁ ସ୍ଲୋଗାନ ଦେଉଥିଲେ ତାହା ସମାଜ ପାଇଁ କ୍ଷତିକାରକ ଥିଲା। ତେଣୁ ଜିଲା ପ୍ରଶାସନ ପକ୍ଷରୁ ପୂର୍ବରୁ ଦାରା ସିଂଙ୍କ ମୁକ୍ତି ବାବଦରେ ଚିନ୍ତା କରିବାକୁ ଯେଉଁ ପ୍ରସ୍ତାବ ଦିଆଯାଇଥିଲା ତାକୁ ଗ୍ରହଣ କରା ନ ଯାଉ। ତେଣୁ ସବୁ କଥାକୁ ବିଚାର କରିବା ପରେ ଦାରା ସିଂଙ୍କ ମୁକ୍ତିକୁ ମଞ୍ଜୁର ନ କରିବାକୁ ବୋର୍ଡ ଜଣାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅବହେଳିତ କଳାହାଣ୍ଡିର ଲୋକନୃତ୍ୟ ‘ଘୁମୁରା’: ପ୍ରଶିକ୍ଷଣ କେନ୍ଦ୍ରରେ ଝୁଲୁଛି ତାଲା

ଭବାନୀପାଟଣା, ୧୬ା୯ (ଉତ୍ତମ କୁମାର ଦାଶ):କଳାହାଣ୍ଡିର ଲୋକନୃତ୍ୟ ଘୁମୁରାକୁ ଆହୁରି ସମୃଦ୍ଧ କରିବା ପାଇଁ ରାଜ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ…

ଫ୍ରାଜାଇଲ ଫାଇଭ୍‌

ବର୍ତ୍ତମାନର କେନ୍ଦ୍ର ସରକାର ବାରମ୍ବାର କହୁଛନ୍ତି, ଦେଶରେ ସବୁ କିଛି ଠିକ୍‌ଠାକ୍‌ ଚାଲିଛି। ୨୦୧୪ ପୂର୍ବରୁ ଭାରତ ‘ଫ୍ରାଜାଇଲ ଫାଇଭ୍‌’ ଅର୍ଥନୀତିରେ ଥିବା ବେଳେ ଏହାର ଅଭିବୃଦ୍ଧି…

ଲୋନ୍‌ ନେଇଥିବା ଲୋକଙ୍କୁ ଲାଗିବ ବଡ଼ ଝଟକା: ମହଙ୍ଗା ହେବ EMI! ଅକ୍ଟୋବରରୁ RBI …

ନୂଆଦିଲ୍ଲୀ,୧୬।୯: ଯଦି ଆପଣ ବ୍ୟାଙ୍କରୁ ହୋମ ଲୋନ, କାର୍‌ ଲୋନ କିମ୍ବା ପର୍ସନାଲ ଲୋନ ନେଇଛନ୍ତି, ତେବେ ଆଗାମୀ ଦିନରେ ଆପଣଙ୍କ ଉପରେ ଅତିରିକ୍ତ EMI ବୋଝ…

ଚା’-ପକୋଡ଼ି, ପରିବା ବ୍ୟବସାୟୀଙ୍କ ଟେନସନ ବଢ଼ିବ! UPIର ୧ ଲକ୍ଷ ଲିମିଟ୍‌କୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ, ୧୬।୯: UPI ପେମେଣ୍ଟକୁ ନେଇ ଏବେ ବଡ଼ ଚର୍ଚ୍ଚା। ଦୁଇ ହଜାର ଟଙ୍କାରୁ ଅଧିକ ମର୍ଚ୍ଚାଣ୍ଟ UPI ପେମେଣ୍ଟ ଉପରେ MDR ବା Merchant Discount…

ସେକ୍ସ ରାକେଟ ଠାବ: ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ଘରେ ଚାଲିଥିଲା…

ଅନୁଗୋଳ,୧୬ା୯ (ଜ୍ୟୋତିରଞ୍ଜନ ସାହୁ):ଘର ଆଗରେ ନେମପ୍ଲେଟ ଲାଗିଛି। ଅବସରପ୍ରାପ୍ତ ପୋଲିସ କର୍ମଚାରୀ ବୋଲି ସେଥିରେ ଉଲ୍ଲେଖ ରହିଛି। ହେଲେ ଉକ୍ତ ଘରେ ଦେହ ବ୍ୟବସାୟ ଚାଲିଥିବା ଭଳି…

ଅଭିନେତ୍ରୀଙ୍କୁ ଏକତରଫା ପ୍ରେମ କରୁଥିଲେ ସହନିର୍ଦ୍ଦେଶକ,ଜଣାପଡ଼ିବା ପରେ ଘଟିଲା…

ଭୁବନେଶ୍ୱର,୧୬।୯ (ପ୍ରସନଜିତ ସାହୁ):ଧାରାବାହିକ ଅଭିନେତ୍ରୀଙ୍କୁ ଏକତରଫା ପ୍ରେମ କରି ତାଙ୍କ ଫଟୋ ଭାଇରାଲ ଘଟଣା ସାମ୍ନାକୁ ଆସିଛି। ଏନେଇ ସମ୍ପୃକ୍ତ ଅଭିନେତ୍ରୀ ଥାନାରେ ଅଭିଯୋଗ କରିବା ପରେ…

୬,୬,୬,୬…, ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ଦାଜରେ ବ୍ୟାଟିଂ କଲେ ସଞ୍ଜୁ, ଷ୍ଟ୍ରାଇକ ରେଟ୍‌ ଦେଖି ଉଡ଼ିଯିବ ହୋସ

ନୂଆଦିଲ୍ଲୀ,୧୬।୯: ଆଫଗାନିସ୍ତାନ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚରେ ବ୍ୟାଟରେ ଜବରଦସ୍ତ ଜବାବ ଦେଇଛନ୍ତି ସଞ୍ଜୁ ସାମସନ। ପ୍ରଥମ ମ୍ୟାଚରେ ମାତ୍ର ୧୦ ରନ କରି ଆଉଟ ହୋଇଥିବା…

ଡିଜିପି ଚୟନ: ଆଜି ସୁପ୍ରିମକୋର୍ଟରେ ଶୁଣାଣି

ଭୁବନେଶ୍ୱର, ୧୬।୯(ସୁନିତ୍‌ ମିଶ୍ର): ଓଡ଼ିଶାର ଡିଜିପି ଚୟନ ନେଇ ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ହେବ। ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ, ବିଚାରପତି ଜୟମାଲ୍ୟ ବାଗ୍‌ଚୀ ଏବଂ ଭି.ମୋହନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?