Posted inଫୁରସତ

ଘାତକ ତମାଖୁ

ଧୂମପାନର ଭୟାବହତା ସମ୍ପର୍କରେ ଆମକୁ ଚେତେଇ ଚାଲିବାରେ ଚିକିତ୍ସକମାନେ କୌଣସି ଉଣା କରିନାହାନ୍ତି। ଅଥଚ ଆମ୍ଭମାନଙ୍କ ମଧ୍ୟରୁ ଅନେକ ଏହି ପରାମର୍ଶକୁ ଏ କାନରେ ଶୁଣି ସେ କାନରେ ବାହାର କରିଦେଉଛନ୍ତି। କାହିଁକି ସେମାନେ ଟାଣି ଚାଲିଛନ୍ତି ପ୍ୟାକେଟ୍‌ ପ୍ୟାକେଟ ସିଗାରେଟ୍‌, କଠା କଠା ବିଡି ? କିଏ ପିକା ଟାଣୁଛି ତ କିଏ ଗୁଣ୍ଡିପାନ ଖାଉଛି। କିଏ ଗୁଟ୍‌କା ଖାଉଛି ତ କିଏ ଗୁଡାଖୁରେ ଦାନ୍ତ ଘଷୁଛି। ଆଉ କିଏ ଶୁଙ୍ଘୁଛି ନାସ। ଏସବୁର ମୁଖ୍ୟ ଉପାଦାନ ତମାଖୁ ଏବଂ ତମାଖୁ ବା ଧୂଅଁାପତ୍ରର ଗୋଟିଏ ବୋଲି ହିତକର ଗୁଣ ନାହିଁ। ତା’ହେଲେ କାହିଁକି ସେମାନଙ୍କର ଏଭଳି ପାଗଳାମି ? ଏହି ପରିପ୍ରେକ୍ଷୀରେ ଦେଖିଲେ ତମାଖୁର ସବୁପ୍ରକାର ବ୍ୟବହାରକୁ ବର୍ଜନ ପାଇଁ ଜନସଚେତନତା ଜାଗ୍ରତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ମେ’ ୩୧ ତାରିଖରେ ପାଳିତ ହୋଇଆସୁଛି ‘ବିଶ୍ୱ ତମାଖୁ ବର୍ଜନ ଦିବସ’ ବା ‘ଓ୍ବାଲର୍‌ଡ ନୋ ଟବାକୋ ଡେ’। ଚଳିତ ବର୍ଷ ଏହି ଦିବସର ଥିମ ରହିଛି ‘ଆମର ଖାଦ୍ୟ ଲୋଡା, ତମାଖୁ ନୁହେଁ’।
ତମାଖୁରେ ଥିବା ରାସାୟନିକ ଉପାଦାନମାନ ସେମାନଙ୍କର ମସ୍ତିଷ୍କକୁ ଏପରି ଆସକ୍ତ କରିଦେଇଥାଆନ୍ତି ଯେ, ତମାଖୁ ପାଇବା ପାଇଁ ସେମାନଙ୍କ ମସ୍ତିଷ୍କ ଆକୁଳରେ ରଡି ଛାଡିଥାଏ। ସେମାନଙ୍କ ପାଇଁ ଧୂମପାନ ତଥା ତମାଖୁ ବ୍ୟବହାର ହୋଇପଡେ ଭୋକ କଲେ ଖାଇବା ପ୍ରକାରେ ଗୁରୁତ୍ୱପୂର୍ଣ୍ଣ। ତେଣୁ ତମାଖଉ ନ ପାଇଲେ ସେମାନଙ୍କ ପାଇଁ ଏହା ଉପବାସ ରହିବା ଭଳି। ହେଲେ ଏଥିପାଇଁ ଧୂମପାନକାରୀମାନଙ୍କୁ ଯେ କି ମୂଲ୍ୟ ଦେବାକୁ ପଡୁଛି, ସେମାନେ ତାହା କାଣି ମଧ୍ୟ ଅଜଣା ପରି ଆଚରଣ ଦେଖାଉଛନ୍ତି। ଫଳରେ ଏହାର କୁପରିଣାମ ସେମାନେ ଭୋଗୁଛନ୍ତି, ଭୋଗୁଛନ୍ତି ସେମାନଙ୍କର ପରିବାର ଏବଂ ଭୋଗୁଛି ସ୍ବାସ୍ଥ୍ୟ ବିଭାଗ।
ମଣିଷର ଅନ୍ୟାନ୍ୟ ଉଦ୍ଭାବନଗୁଡିକଠାରୁ ଧୂମପାନର ଉଦ୍ଭାବନ ଏକ ବ୍ୟତିକ୍ରମ। ମଣିଷ ଧୂମପାନ ଉଦ୍ଭାବନ କରିଥିଲା ଏକ ଅଶୁଭ ମୁହୂର୍ତ୍ତରେ। ତାହା କେବଳ ଯେ ଧୂମପାନକାରୀମାନେ ସିଗାରେଟ୍‌ ଟାଣୁଥିବା ଯୋଗୁଁ ସେମାନଙ୍କୁ ହତ୍ୟା କରିଚାଲିଛି, ତାହା ନୁହେଁ, ସେମାନେ ସିଗାରେଟ୍‌ ଟାଣି ଧୂଅଁା ଛାଡୁଥିବା ବେଳେ ସେମାନଙ୍କ ପାଖରେ ଠିଆ ହୋଇଥିବା ନିରୀହ ନିର୍ଦ୍ଦୋଷ ଲୋକଗୁଡାକ ବି ପାଲଟି ଯାଆନ୍ତି ସିଗାରେଟ୍‌ ଟଣାଳୀ-ପରୋକ୍ଷ ଧୂମପାନକାରୀ ! ମାଆ ଗର୍ଭରେ ବଢ଼ୁଥିବା ଭ୍ରୂଣ, ସ୍କୁଲକୁ ଯାଉଥିବା ଶିଶୁ, ଯୁବତୀ, ଭାର୍ଯ୍ୟା, ବରିଷ୍ଠ ନାଗରିକ-ଏହି ସମସ୍ତଙ୍କ ପ୍ରତି ପରୋକ୍ଷ ଧୂମପାନ ଅତ୍ୟନ୍ତ ଆତଙ୍କର କାରଣ। କାରଣ ନିଜେ ସିଗାରେଟ୍‌ର ଧାର ନ ଧରି ମଧ୍ୟ ସେମାନେ ଭୋଗି ଚାଲନ୍ତି ସିଗାରେଟ୍‌ ଧୂଅଁାଜାତ ଫୁସଫୁସ କ୍ୟାନ୍‌ସର, ହୃଦ୍‌ରକ୍ତନଳୀ ରୋଗ, ଅଗ୍ନାଶୟ କ୍ୟାନସର, ଦୀର୍ଘକାଳୀନ ବ୍ରୋଙ୍କାଇଟିସ୍‌ ଇତ୍ୟାଦି।
ସିଗାରେଟ୍‌ ହେଉଛି ଏକ ମାତ୍ର ଖାଉଟି ଦ୍ରବ୍ୟ ଯାହା ଖାଉଟିକୁ ଖାଇଦିଏ। ଯେଉଁ ମୃତ୍ୟୁକୁ ସହଜରେ ନିବାରଣ କରାଯାଇପାରେ, ସେହି ମୃତ୍ୟୁକୁ ସୁଗମ କରିନେଉଛି ତମାଖୁ। ତାହା କବଳରେ ପଡି ପ୍ରତିବର୍ଷ ପୃଥିବୀର ଲକ୍ଷ ଲକ୍ଷ ଲୋକ ଅକାଳରେ ମୃତ୍ୟୁବରଣ କରିବା ପାଇଁ ବାଧ୍ୟ ହେଉଛନ୍ତି। ଯଦି ସାମ୍ପ୍ରତିକ ଧାରା ଅବ୍ୟାହତ ରହେ, ତେବେ ୨୦୩୦ ମସିହା ବେଳକୁ ତମାଖୁ ପ୍ରତିବର୍ଷ ହତ୍ୟା କରୁଥିବ ୨୪୦ ଲକ୍ଷରୁ ବେଶୀ ଲୋକଙ୍କୁ। ଆଉ ସେହି ହତଭାଗ୍ୟ ଅକାଳ ମୃତକମାନଙ୍କ ମଧ୍ୟରୁ ଅଶୀ ପ୍ରତିଶତ ହୋଇଥିବେ ଦରିଦ୍ର ଦେଶଗୁଡିକର ବାସିନ୍ଦା।
ଯଦି ନିବାରଣମୂଳକ ଆଶୁ ପଦକ୍ଷେପ ନିଆ ନ ଯାଏ, ତେବେ ଏଇ ଶତାଦ୍ଦୀ ଶେଷ ବେଳକୁ ତମାକୁ ହାତରେ ହାତ ହୋଇଯିବେ ପୃଥିବୀର ଶହେ କୋଟି କି ତା’ଠାରୁ ବେଶୀ ଲୋକ। ଆମ ଭାରତ ମଧ୍ୟ ଏ ଦିଗରେ ଆଦୌ ସୁରକ୍ଷିତ ନୁହେଁ। ତମାଖୁ ମହାମାରୀ ଭାରତରେ ମଧ୍ୟ ଅନ୍ୟତମ ଗୁରୁତର ସମସ୍ୟା। ପ୍ରାୟ ୩୦ରୁ ୬୯ ବୟସ୍କ ଭାରତୀୟଙ୍କ ମଧ୍ୟରୁ ପ୍ରତିବର୍ଷ ପ୍ରାୟ ଦଶ ଲକ୍ଷ ଲୋକ ଧୂମପାନ ସମ୍ବନ୍ଧିତ ବ୍ୟାଧିଗୁଡିକରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି। ମହିଳମାନଙ୍କ ମଧ୍ୟରୁ ପାଖାପାଖି ୫୦ ଲକ୍ଷ ମହିଳା କୌଣସି ନା କୌଣସି ତମାଖୁଜନିତ ଦ୍ରବ୍ୟ ବ୍ୟବହାର କରୁଥିବାର ଦେଖାଯାଉଛି। ସେମାନଙ୍କ ମଧ୍ୟରୁ ପ୍ରାୟ ୯୦ ଲକ୍ଷ ମହିଳାଙ୍କର ମୃତ୍ୟୁ ହେଉଛି ଧୂମପାନ ଯୋଗୁଁ। ଭାରତରେ ପରିଲକ୍ଷିତ ହେଉଥିବା କ୍ୟାନ୍‌ସର ରୋଗୀମାନଙ୍କ ମଧ୍ୟରୁ ତମାଖୁଜନିତ ରୋଗୀ ହେଉଛନ୍ତି ୫୦ ପ୍ରତିଶତ।
ବ୍ୟବହାର କରିବା ନିମିତ୍ତ କୌଣସି ଆଇନଗତ ବାଧ୍ୟ ନାହିଁ। ଅଥଚ ନିୟମିତ ତମାଖୁ ବ୍ୟବହାରକାରୀଙ୍କ ମଧ୍ୟରୁ ଅଧାଅଧି ସଂଖ୍ୟକଙ୍କ ମୃତ୍ୟୁ ପାଇଁ ତମାଖୁ ଦାୟୀ। ଧୂମପାନ କଲେ ଧୂମପାନକାରୀର ଫୁସଫୁସରେ ବିଷାକ୍ତ କାର୍ବନ ମନୋଅକ୍ସାଇଡ୍‌ ଗ୍ୟାସ୍‌ର ମାତ୍ରା ବଢ଼ିଯାଏ। କାଳବିଳମ୍ବ ନ କରି ଏହି ବିଷାକ୍ତ ଗ୍ୟାସ୍‌ ଶୋଷିତ ହୋଇଯାଏ ରକ୍ତ ଭିତରକୁ। ରକ୍ତରେ ଏହାର ଉପସ୍ଥିତ ଯୋଗୁଁ ରକ୍ତର ଅକ୍ସିଜେନ୍‌ ବହନକାରୀ କ୍ଷମତା ହ୍ରାସ ପାଏ। ଫଳରେ ଶରୀରର ଜୀବକୋଷଗୁଡିକୁ ଅକ୍ସିଜେନ୍‌ ଯୋଗାଇବା ନିମନ୍ତେ ହୃତ୍‌ପିଣ୍ଡକୁ କରିବା ପାଇଁ ପଡେ ଅଧିକ ପରିଶ୍ରମ।
ଫାଷ୍ଟ-ସେକେଣ୍ଡ-ଥାର୍ଡ ହ୍ୟାଣ୍ଡ ସ୍ମୋକ୍‌
କେହି ଜଣେ ସିଗାରେଟ୍‌ ଟାଣୁଥିବା ବେଳେ ତା’ ନିଜ ଫୁସଫୁସ ଭିତରକୁ ଯେଉଁ ସିଗାରେଟ୍‌ ଧୂଅଁା ପ୍ରବେଶ କରିଥାଏ ସେହି ଧୂଅଁାକୁ କୁହାଯାଏ ‘ଫାଷ୍ଟ ହ୍ୟାଣ୍ଡ ସ୍ମୋକ୍‌’। ସେମାନେ ସିଗାରେଟ୍‌ ଟାଣି ଯେଉଁ ଧୂଅଁା ଛାଡନ୍ତି ସେହି ଧୂଅଁା ଏବଂ ଟାଣି ସାରିବା ପରେ ଜଳି ଚାଲିଥିବା ସିଗାରେଟ୍‌ର ବାକି ଅଂଶର ଧୂଅଁା ବାୟୁରେ ମିଶି ଅନ୍ୟମାନଙ୍କ ଫୁସଫୁସ୍‌ ଭିତରକୁ ଗଲେ ତାକୁ କୁହାଯାଏ, ‘ସେକେଣ୍ଡ ହ୍ୟାଣ୍ଡ ସ୍ମୋକ୍‌’। କିନ୍ତୁ ସେହି ସେକେଣ୍ଡ ହ୍ୟାଣ୍ଡ ସ୍ମୋକ୍‌ କେଶ, ଚମ, ପୋଷାକ, ଆସବାବପତ୍ର, ବିଛଣାଚାଦର, ପରଦା, ଗାଲିଚା, କାନ୍ଥ, ଧୂଳିକଣା ତଥା ଯାନବାହାନ ଉପରେ ଲାଗି ରହିଲେ ତାକୁ କୁହାଯାଏ ‘ଥାର୍ଡ ହ୍ୟାଣ୍ଡ ସ୍ମୋକ୍‌’। ଏହି ଥାର୍ଡ ହ୍ୟାଣ୍ଡ ସ୍ମୋକ୍‌ ମଧ୍ୟ ସ୍ବାସ୍ଥ୍ୟହାନି କରିବାର ଆଶଙ୍କା ରହିଛି। ଧୂମପାନର ପ୍ରଭାବ ମସ୍ତିଷ୍କ, ନାକ, ଦାନ୍ତ, ପାଟି ଓ ଗଳା, ଶ୍ୱାସକ୍ରିୟା ଓ ଫୁସଫୁସ, କିଡନୀ ଓ ମୂତ୍ରାଶୟ, ଚର୍ମ, ହୃତପିଣ୍ଡ, ପୁରୁଷ ପ୍ରଜନନତନ୍ତ୍ର, ଛାତି, ପେଟ, ମହିଳାଙ୍କର ପ୍ରଜନନ ତନ୍ତ୍ର, ରକ୍ତ ଏବଂ ପ୍ରତିରକ୍ଷାତନ୍ତ୍ର ଉପରେ ପଡିଥାଏ।
ତେଣୁ ଆମେ ଜାଣିରଖିବା ଉଚିତ୍‌ ଯେ, ଆମ ସମସ୍ତଙ୍କ ଜୀବନ ସମସ୍ତଙ୍କ ହାତରେ। କିନ୍ତୁ ତମାଖୁ ହାତରେ ଧୂମପାନକାରୀ ଏବଂ ତମାଖୁ ବ୍ୟବହାରକାରୀଙ୍କ ଜୀବନ। ତମାଖୁ ନିର୍ବିଚାରରେ ମଣିଷକୁ ମାରିଚାଲିଛି। ତା’ ହାତରେ ଜୀବନକୁ ସମର୍ପି ଦିଅନ୍ତୁ ନାହିଁ। ତମାଖୁ ଆପଣଙ୍କ ଜୀବନକୁ କଲବଲ କରି ମାରିବା ପୂର୍ବରୁ ତାକୁ ପୁରାପୁରି ନିଶ୍ଚିହ୍ନ କରିଦିଅନ୍ତୁ।
-ଡା. ନିତ୍ୟାନନ୍ଦ ସ୍ବାଇଁ
‘ଅଭୀପ୍‌ସା’, ସେକ୍ଟର-୬, ପ୍ଲଟ ନଂ-୧୧୩୧, ଅଭିନବ
ବିଡାନାସୀ, କଟକ-୧୪
ମୋ : ୯୪୩୭୭୬୬୧୧୭


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri