ବିପଦସଙ୍କୁଳ ଟିକରପଡ଼ା ପ୍ରାଥମିକ ବିଦ୍ୟାଳୟ

ରମ୍ଭା,୩।୭: ରମ୍ଭା ଟିକରପଡା ପ୍ରାଥମିକ ବିଦ୍ୟାଳୟ ୭ନମ୍ବର ୱାର୍ଡ ଏନ୍‌ଏସି ନିକଟରେ ଅବସ୍ଥିତ। ଏଠାରେ ୯୦ ଭାଗରୁ ଊର୍ଦ୍ଧ୍ୱ ଅନୁସୂଚିତ ଜାତିର ଛାତ୍ରୀଛାତ୍ର ପଢନ୍ତି। ୫ ଖଣ୍ଡ ସାହି ଯଥା, ଟିକରପଡ଼ା, ଘୁମୁସର ସାହି, ପନ୍ଦରା ସାହି, ରୋଡ ଅଞ୍ଚଳ ଓ ଅନ୍ୟାନ୍ୟ ସାହିର ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଏଠାରେ ଖେଳ ପଡ଼ିଆ ନାହିଁ, ଗୋଟିଏ କକ୍ଷରେ ୫ ଶ୍ରେଣୀ, ସ୍କୁଲକୁ ଲାଗି ବିପଦସଙ୍କୁଳ ଡ୍ରେନ୍‌ ରହିଥିବା ବେଳେ ଏଠାରେ କୌଣସି ପାଚେରୀ ନାହିଁ। ଫଳରେ ପିଲାମାନେ ଖେଳ କୁଦରୁ ବଞ୍ଚିତ ହେଉଛନ୍ତି। ଏଭଳି ବିଭିନ୍ନ ସମସ୍ୟାରେ ଗତି କରୁଛ ସ୍କୁଲ। ଏନେଇ କିଛି ଦିନ ପୂର୍ବରୁ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଅବଗତି କରାଯାଇଥିଲା। କିନ୍ତୁ କୌଣସି ଫଳ ମିଳି ନାହିଁ। ସେହିଭଳି ବ୍ରାହ୍ମଣ ସାହି ଉଚ୍ଚ ଇଂଲିଶ ବିଦ୍ୟାଳୟରେ ଖେଳ ପଡିଆ ନାହିଁ। ଏହା ରାଜା ରାଜୁଡା ଅମଳରୁ ଅବସ୍ଥିତ। କିନ୍ତୁ ଏହି ବିଦ୍ୟାଳୟରେ ପାଖାପାଖି ୪୦୦ ଛାତ୍ରୀଛାତ୍ର ପାଠ ପଢୁଥିବା ବେଳେ ଖେଳ ପଡିଆ ନ ଥିବାରୁ ଛାତ୍ରୀଛାତ୍ରମାନେ ଶାରୀରିକ ଓ ଖେଳ କୁଦରୁ ବଞ୍ଚିତ ହେଉଛନ୍ତି। ଏଥିସହ ୧୨ ନଂ. ୱାର୍ଡ, ୫ନଂ. ୱାର୍ଡରେ କୌଣସି ପ୍ରାଥମିକ ବିଦ୍ୟାଳୟ ନ ଥିବାରୁ ରାସ୍ତା ପାର ହୋଇ ଅନ୍ୟ ବିଦ୍ୟାଳୟକୁ ଆସୁଥିବା ଫଳରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏହାର ସମସ୍ତ ଅସୁବିଧା ଦୂର କରିବା ପାଇଁ ଅଞ୍ଚଳବାସୀ, ବୁଦ୍ଧିଜୀବୀ ବିଶେଷକରି ସମାଜିକକର୍ମୀ ଭୀମସେନ ବେହେରା ଦାବି କରିଛନ୍ତି। ଏହାର ସ୍ଥାୟୀ ସମାଧାନ ନ ହେଲେ ଆଗାମୀ ଦିନରେ ଗଣ ଆନ୍ଦୋଳନ କରାଯିବ ବୋଲି ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

ରାସ୍ତା ଉପରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ

ମାଧପୁର,୨୪।୨(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ଆଠମଲ୍ଲିକ – କିଆକଟା ରାଜ୍ୟ ରାଜପଥର କନ୍ଧପଡ଼ା ଗ୍ରାମ ନିକଟ ହାଟପଦା ଠାରେ ଆଜି ସକାଳେ ଜଣେ ଅଜଣା…

ଜଙ୍ଗଲରେ ଭୋଜି ମନା

ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri