ବିପଦରେ ଗ୍ରାମାଞ୍ଚଳ

ଭୁବନେଶ୍ୱର (ବ୍ୟୁରୋ)/ ରାୟଗଡ଼ା ଅଫିସ/ମାଲକାନଗିରି (ଡି.ଏନ୍‌.ଏ.)/ ଅନୁଗୋଳ ଅଫିସ,୧୭ା୫:

କରୋନା ମହାମାରୀର ଦ୍ୱିତୀୟ ଲହର ସାରା ରାଜ୍ୟକୁ କବଳିତ କରିଛି। ଏଥର ଭୂତାଣୁ ସଂକ୍ରମଣ ଆଉ ସହରାଞ୍ଚଳରେ ସୀମିତ ହୋଇ ରହିନାହିଁ। ଗାଁ ଗହଳିରେ ମଧ୍ୟ ଏହାର ପ୍ରାଦୁର୍ଭାବ ଦେଖିବାକୁ ମିଳିଛି। ବିଶେଷକରି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଗ୍ରାମାଞ୍ଚଳରେ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଶିଳ୍ପାଞ୍ଚଳ ଜିଲା ଅନୁଗୋଳର ଗାଁ ଗହଳି ଏବେ ଏକପ୍ରକାର ‘ଡେଞ୍ଜର ଜୋନ୍‌’ ପାଲଟିଛି। ସେହିପରି ମାଲକାନଗିରିର ବଣ୍ଡାଘାଟି ଏବଂ ରାୟଗଡ଼ାର ଡଙ୍ଗରିଆ ଅଞ୍ଚଳକୁ କରୋନା ଭାଇରସ୍‌ ମାଡ଼ିବା ପରେ ଏହାର ଭୟାବହତା ଓ ବ୍ୟାପକତାକୁ ନେଇ ପ୍ରଶାସନର ମୁଣ୍ଡବ୍ୟଥା ବଢ଼ିଯାଇଛି। ଦୁର୍ଗମ ତଥା ଡାକ୍ତରୀ ସୁବିଧା ଉପଲବ୍ଧ ହେଉ ନ ଥିବା ଇଲାକାରେ ନମୁନା ପରୀକ୍ଷା କରିବା ଓ ସ୍ବାସ୍ଥ୍ୟସେବା ପହଞ୍ଚାଇବା ସବୁଠୁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି ।

ସବୁଠି ପହଞ୍ଚତ୍ୟାଉଛି କରୋନା। ଘାତକ ଭୂତାଣୁ ପାଇଁ କୌଣସି ଅଞ୍ଚଳ ଆଉ ଅପହଞ୍ଚ ହୋଇ ରହିନାହିଁ। ମାଲକାନଗିରି ଜିଲାର ସୁଦୂର ବଣ୍ଡାଘାଟିରେ ଭାଇରସ୍‌ ବଣ୍ଡା ଜନଜାତିଙ୍କୁ ଆକ୍ରାନ୍ତ କରିଛି। ସମୁଦ୍ର ପତ୍ତନଠାରୁ ୩,୫୦୦ ଫୁଟ୍‌ ଉଚ୍ଚରେ ଥିବା ୮ ପର୍ଟିକୁଲାରଲି ଭଲ୍‌ନେରେବୁଲ୍‌ ଟ୍ରାଇବାଲ ଗ୍ରୁପ୍ସ (ପିଭିଟିଜି)ର ଲୋକେ ସଂକ୍ରମିତ ହେବା ପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ଶୃଙ୍ଖଳିତ ଜୀବନଶୈଳୀକୁ ନେଇ ଜଣାଶୁଣା ବଣ୍ଡା ଜନଜାତିର ୧୨ ଜଣ ସଂକ୍ରମିତ ହୋଇଛନ୍ତି। ଏହା ଜଣାପଡିବା ପରେ ରବିବାର ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ମୁଦୁଲିପଡ଼ା ପଞ୍ଚାୟତରେ ଏକ ଡାକ୍ତରୀ ଟିମ୍‌ ପହଞ୍ଚତ୍ ନମୁନା ସଂଗ୍ରହ କରୁଛନ୍ତି। ବଣ୍ଡାଘାଟି ଅଞ୍ଚଳରେ ସଚେତନତା ସୃଷ୍ଟି କାର୍ଯ୍ୟକ୍ରମକୁ ତ୍ୱରାନ୍ବିତ କରିବାକୁ ନିଷ୍ପତ୍ତି ନେଇଛି। ତହସିଲଦାର ରାମଚନ୍ଦ୍ର ନାୟକ ଏବଂ ବିଡିଓ ହୃଦାରଞ୍ଜନ ସାହୁ ବଣ୍ଡାଘାଟିର ବିଭିନ୍ନ ଗ୍ରାମକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି। ଖଇରପୁଟ ସ୍ବାସ୍ଥ୍ୟକେନ୍ଦ୍ରରୁ ଏକ ମୋବାଇଲ ଭ୍ୟାନ୍‌ ବଣ୍ଡାଘାଟିରେ ପହଞ୍ଚତ୍ ଲୋକଙ୍କୁ ସାନିଟାଇଜର, ଗ୍ଲୋବ୍‌, ମାସ୍କ ଆଦି ବଣ୍ଟନ କରିଛି। ମୁଦୁଲିପଡା ସରପଞ୍ଚ ଜ୍ୟୋଛନାରାଣୀ ଧାଙ୍ଗଡାମାଝି, ସ୍ବେଚ୍ଛାସେବୀ ସଙ୍ଗଠନ ‘ପରିବର୍ତ୍ତନ’ ସମ୍ପାଦକ ନିତ୍ୟାନନ୍ଦ ପ୍ରଧାନ, ଉତ୍କଳ ସାମ୍ବାଦିକ ସଂଘ ପ୍ରତିନିଧି, ଚାଇଲ୍ଡ ଲାଇନ୍‌ର ଭାଗୀରଥି ଗୁରୁତେଲି, ରାଜେନ୍ଦ୍ର ଟାଟୁ, ଘାସି ବଣ୍ଡା ଏବଂ ସ୍ଥାନୀୟ ଆଶାକର୍ମୀ ବନ୍ଧଗୁଡା ଗ୍ରାମରେ ବଣ୍ଡା ଅଧିବାସୀଙ୍କୁ ସଚେତନ କରାଇଛନ୍ତି। ଆନ୍ଧ୍ର, ତେଲଙ୍ଗାନା ଓ ମହାରାଷ୍ଟ୍ର ଅଞ୍ଚଳରୁ ଉକ୍ତ ଅଞ୍ଚଳକୁ ପ୍ରବାସୀ ଫେରିଥିଲେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା, କରୋନା ଲକ୍ଷଣ ନ ଥିଲେ ମଧ୍ୟ ୧୪ ଦିନ ଗୃହ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେଇଛନ୍ତି।
ରାୟଗଡ଼ା ଜିଲାର ପ୍ରାୟ ସମସ୍ତ ଅଞ୍ଚଳରେ କରୋନା କାୟାବିସ୍ତାର କରିଥିବାବେଳେ ଆଦିମ ଜନଜାତି ଡଙ୍ଗରିଆଙ୍କ ଇଲାକା ନିୟମଗିରିକୁ ଛୁଇଁପାରି ନ ଥିଲା। ହେଲେ ସହରୀ ଲୋକଙ୍କଠାରୁ ବହୁ ଦୂରରେ ରହୁଥିବା ଡଙ୍ଗରିଆମାନେ ଦ୍ୱିତୀୟ ଲହରରେ କରୋନା କବଳକୁ ଚାଲିଯାଇଛନ୍ତି। ୧୭ ଡଙ୍ଗରିଆ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ କଲ୍ୟାଣସିଂହପୁର ବ୍ଲକ୍‌ରୁ ୧୫ ଏବଂ ବିଷମକଟକ ବ୍ଲକ୍‌ରୁ ୨ ଜଣ ରହିଥିବା ସୂଚନା ମିଳିଛି। ଚିହ୍ନଟ ସଂକ୍ରମିତମାନେ ଗୃହ ସଙ୍ଗରୋଧରେ ଅଛନ୍ତି। ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏମାନଙ୍କ ଉପରେ ନଜର ରଖାଯାଇଛି। ଶନିବାର କେତେଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ରବିବାର ଜିଲା ପ୍ରଶାସନର ନିର୍ଦ୍ଦେଶରେ କଲ୍ୟାଣସିଂହପୁର ଏବଂ ବିଷମକଟକ ବ୍ଲକ୍‌ରୁ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ସମ୍ପୃକ୍ତ ଅଞ୍ଚଳକୁ ଯାଇ ସଚେତନ କରିଛନ୍ତି। ଲକ୍ଷଣ ଥିବା ଲୋକଙ୍କୁ ବୁଝାଶୁଝା କରି ପରୀକ୍ଷା କରାଇବା ଲାଗି ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଛନ୍ତି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଡଙ୍ଗରିଆଙ୍କ ଭାଷା ଏବଂ ଜୀବନଶୈଳୀ ଭିନ୍ନ। ଏମାନଙ୍କୁ କୋଭିଡ୍‌ ନିୟମ ବୁଝାଇବା ଏବଂ ସଚେତନ କରିବା ପ୍ରଶାସନ ପାଇଁ କାଠିକର ପାଠ ହୋଇଛି। ପ୍ରଶାସନ ପକ୍ଷରୁ ଡଙ୍ଗରିଆମାନଙ୍କୁ ସ୍ବତନ୍ତ୍ର ଭାବେ କୁଇ ଭାଷାରେ ସଚେତନ କରାଯାଉଛି। ହେଲେ ନିଜର ପାରମ୍ପରିକ ଚେରମୂଳି ଚିକିତ୍ସାରେ ବିଶ୍ୱାସ ରଖୁଥିବା ଡଙ୍ଗରିଆମାନେ ଆଧୁନିକ ଚିକିତ୍ସାକୁ ଗ୍ରହଣ କରୁନାହାନ୍ତି। ସେହିପରି କରୋନା ନିୟମକୁ ମଧ୍ୟ ସେମାନେ ମାନୁ ନାହାନ୍ତି। ସଂକ୍ରମିତମାନଙ୍କୁ ଗୃହ ସଙ୍ଗରୋଧରେ ରଖାଯାଇଥିଲେ ମଧ୍ୟ ସେମାନେ ଗୋଟିଏ କୋଠରିରେ ୫ରୁ ୭ ଜଣ ରହୁଛନ୍ତି ଏବଂ ସେଠାରେ ଅଲଗା ଶୌଚାଳୟର ବ୍ୟବସ୍ଥା ମଧ୍ୟ ନାହିଁ। ଏମିତି କି ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଦିଆଯାଉଥିବା ଔଷଧ ମଧ୍ୟ ସେମାନେ ଖାଇବାକୁ ମନା କରୁଥିବା ଜଣାପଡ଼ିଛି। ଏଭଳି ସ୍ଥିତିରେ ରବିବାର ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା(ଡିକେଡିଏ) ଏବଂ ଜିଲା ପ୍ରଶାସନର ପକ୍ଷରୁ ଆଶା ଓ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ସହାୟତାରେ ଜିଲାର ମୁନିଗୁଡ଼ା, ବିଷମକଟକ ଏବଂ କଲ୍ୟାଣସିଂହପୁର ବ୍ଲକ୍‌ରେ ନିୟମଗିରି ପାଦଦେଶରେ ରହୁଥିବା ଡଙ୍ଗରିଆଙ୍କ ଘରକୁ ଯାଇ ଥଣ୍ଡା, କାଶ ଏବଂ ଜ୍ୱର ଲକ୍ଷଣ ବୁଝିଛନ୍ତି। ଏ ନେଇ ରାୟଗଡ଼ା ଉପଜିଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ କହିଛନ୍ତି, ସଂକ୍ରମିତମାନଙ୍କୁ ଗୃହ ସଙ୍ଗରୋଧରେ ରଖାଯାଇଛି। ଆବଶ୍ୟକ ସ୍ଥଳେ ସେମାନଙ୍କୁ ଡାକ୍ତରଖାନା ଆସିବାକୁ ପରାମର୍ଶ ଦିଆଯାଉଛି।
ଅନୁରୂପ ଭାବେ ଅନୁଗୋଳ ଜିଲା କଥା ଦେଖିଲେ କରୋନା ଭାଇରସ୍‌ କେବଳ ସହରାଞ୍ଚଳ କି ଶିଳ୍ପାଞ୍ଚଳରେ ଅଟକି ନାହିଁ। ଜିଲାର ୨୨୫ ପଞ୍ଚାୟତ ମଧ୍ୟରୁ ଅଳ୍ପ କେତୋଟିକୁ ଛାଡ଼ିଦେଲେ ଅନ୍ୟ ପଞ୍ଚାୟତଗୁଡ଼ିକର ୭୪୭ ଗ୍ରାମରେ କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କିଶୋରନଗର ବ୍ଲକର ଧଉରାପାଲି, ବଏଜା, ଘନପୁର, ଭେଜିଗୋଠ, ଆନନ୍ଦମୁଣ୍ଡା, ଶରଧାମୁଣ୍ଡା, କଦଳୀମୁଣ୍ଡା, ଧୁଣ୍ଡି, ଗାଁବଇଣ୍ଡା, ବଡ଼ହୁଲା, ସାନଗୋବିନ୍ଦପୁର, ବାଦିବାହାଳ, ଜାମ୍ବୁନାଳୀ, ଖଣ୍ଡବର, ଅଶ୍ରୁବାହାଳ, ନାଗାଝରଣ, ଲୁହାମୁଣ୍ଡା, ସୋଲଣ୍ଡା, କଣ୍ଟେଇକୁଳିଆ, ଇଚ୍ଛାପୁର, ବିଡିସିଙ୍ଗି, କୃଷ୍ଣପୁର, ହଣ୍ଡପା, ଡେବେରାପାଲି, ବଇଶିଣା, ପ୍ରତାପପୁର, ଖୋଲାରେଗେଡା, ହିଞ୍ଜିରିଡ଼ା ସମେତ ୪୫ରୁ ଊର୍ଦ୍ଧ୍ୱ ଗ୍ରାମରୁ ପଜିଟିଭ୍‌ ଚିହ୍ନଟ ହୋଇଛି। ଡେବେରାପାଲି, ଶରଧାମୁଣ୍ଡା, ଆନନ୍ଦମୁଣ୍ଡା, ହଣ୍ଡପା, କୃଷ୍ଣପୁର, ଭେଜିଗୋଠ ଗ୍ରାମକୁ କଣ୍ଟେନ୍‌ମେଣ୍ଟ ଜୋନ କରାଯାଇଛି। ଏସବୁ ଗଁାରେ ସଂକ୍ରମଣ ଯେପରି ଅଧିକ ନ ବ୍ୟାପେ ସେ ଦିଗରେ ପ୍ରଶାସନ ପକ୍ଷରୁ ଧ୍ୟାନ ଦିଆଯାଉଥିବା ଆଠମଲ୍ଲିକ ଉପଜିଲାପାଳ ଲଳିତ ମୋହନ ବେହେରା କହିଛନ୍ତି। ସେହିପରି ବଅଁରପାଳ ବ୍ଲକର ବୁଢ଼ାପଙ୍କ, ସାନକେରଜାଙ୍ଗ, ବଡ଼କେରଜାଙ୍ଗ, ନୂଆହତା, ତଳମୂଳଶାସନ, ମହୀଧରପୁର, ଗିରାଙ୍ଗ, ତୁରଙ୍ଗ, କାଣ୍ଡସର ପଞ୍ଚାୟତର ବିଭିନ୍ନ ଗଁାରୁ ଅନେକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଛେଣ୍ଡିପଦା ବ୍ଲକର ଡଙ୍ଗାପାଳ, ବାଗଡ଼ିଆ, ସାପୋଇନାଳୀ, ଟାଙ୍ଗିରି, କୋଶଳା ଓ ନିଶା ପଞ୍ଚାୟତର ବିଭିନ୍ନ ଗଁାରୁ ବହୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ପାଲଲହଡ଼ା ବ୍ଲକ ଖମାର ଥାନା ଅଞ୍ଚଳର ଶଙ୍ଖମୁର, ବଡ଼ସଡା, ଆଲୋରୀ, ଖମାର, ମୁଣ୍ଡୁରିବେଡା, କୁଂଜାମ, ପରାଚାଟ, ରୋହିଲା, କରଡ଼ାପାଳ, ଇଞ୍ଜିଡ଼ ଆଦି ପଞ୍ଚାୟତରେ କରୋନା ପ୍ରବେଶ କରିସାରିଛି। ସଂକ୍ରମଣ ଯେପରି ଅଧିକ ନ ବ୍ୟାପେ ସେଥିପାଇଁ ପ୍ରଶାସନ ପକ୍ଷରୁ ଆଶାକର୍ମୀ, ଅଙ୍ଗନଓ୍ବାଡି କର୍ମୀ ଓ ଶିକ୍ଷକମାନଙ୍କୁ ଗଁା ଗଁା ବୁଲି ସଚେତନ କରିବାକୁ କୁହାଯିବା ସହ ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ କଥା କହୁ କହୁ କେମିତି ‘ଆମ ଆଦମୀ ପାର୍ଟି’ର ‘ଖଳନାୟକ’ ପାଲଟିଗଲେ ରାଘବ ଚଢା? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୪।୪: ରାଜନୀତିର ପ୍ରକୃତି ଅଦ୍ଭୁତ। କେତେବେଳେ ବନ୍ଧୁ ଶତ୍ରୁ ହୋଇଯାଏ, ଆଉ କେତେବେଳେ ଶତ୍ରୁ ବନ୍ଧୁ ହୋଇଯାଏ। ରାଜନୀତି କ୍ଷେତ୍ରରେ, ପବନର ଦିଗ ନିରନ୍ତର ପରିବର୍ତ୍ତନ ହୁଏ…

ମାତ୍ର ୧୧ ବଲ୍‌ରେ ବାଜି ପଲଟାଇ ଦେଲେ ଶିକ୍ଷକଙ୍କ ପୁଅ: ରାତାରାତି ପାଲଟିଲେ ସୁପରଷ୍ଟାର

ନୂଆଦିଲ୍ଲୀ,୪।୪: ଆଇପିଏଲରେ ଅଜଣା ଏବଂ ନୂତନ ଖେଳାଳିମାନେ ସୁପରଷ୍ଟାର ମାନ୍ୟତା ହାସଲ କରିପାରିବେ। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ମଧ୍ୟରେ ଆଇପିଏଲ…

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା: ବିଶ୍ୱବିଦ୍ୟାଳୟରେ ପୂରଣ ହେବ ଖାଲି ପଦବୀ, ଜୁଲାଇ ପୂର୍ବରୁ ହେବ…

ଭୁବନେଶ୍ୱର,୪ା୪: ବିଶ୍ୱବିଦ୍ୟାଳୟରେ ଖାଲିପଡ଼ିଥିବା ୧୪୦୦ ପଦବୀ ପୂରଣ ହେବ। ଏନେଇ ବଡ଼ ଘୋଷଣା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କୁଳପତି ନିଯୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…

ମଧ୍ୟସ୍ଥତା କରୁ କରୁ ବଢିଲାଣି ପାକିସ୍ତାନର ଅଡୁଆ, UAE ମାଗିଲାଣି ୩.୫ ବିଲିୟନ ଡଲାର

ଇସଲାମାବାଦ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ବିବାଦର ଅନ୍ତ ଘଟାଇବା ପାଇଁ ପାକିସ୍ତାନ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରିଥିଲା। ତଥାପି, ପାକିସ୍ତାନ – ଯାହା ନିଜେ ଆର୍ଥିକ…

ଜଙ୍ଗଲରୁ ଜବତ ହେଲା ମଣିଷ ଖପୁରୀ ସହ ହାଡ଼, ମହିଳାଙ୍କ ଲୁଗା ପାଖରେ….

ପାଟଣା,୪।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦାମାହୁଦା ପଞ୍ଚାୟତ ଅନ୍ତର୍ଗତ ସୁନାପଶି ଗ୍ରାମ ହୁଡ଼ିର ଜଙ୍ଗଲରୁ ଶନିବାର ପାଟଣା ପୋଲିସ ମଣିଷର ଖପୁରି ଓ…

ହର୍ମୁଜରେ ଅପମାନ ପରେ, ଇରାନ ଆମେରିକାକୁ ଦେଲା ନୂଆ ଅଲ୍ଟିମେଟମ; ବାବ ଅଲ-ମାଣ୍ଡେବ ଉପରେ ମଧ୍ୟ ରହିଛି ବିପଦ

ତେହରାନ,୪।୪: ଇରାନରୁ ଏକ ସଙ୍କେତ ଆସିଛି ଯାହା ସମଗ୍ର ବିଶ୍ୱରେ ଚିନ୍ତାକୁ ବୃଦ୍ଧି କରିଛି। ହର୍ମୁଜ ପ୍ରଣାଳୀକୁ ଘେରି ରହିଥିବା ଉତ୍ତେଜନା ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri