ବିପଦସଙ୍କୁଳ ଅଚଳ ମୋବାଇଲ ଟାୱାର

ଯାଜପୁରରୋଡ୍‌,୧୯ା୩(ପବିତ୍ର ରଞ୍ଜନ ମହାନ୍ତି):ଯାଜପୁର ଜିଲାର ବିଭିନ୍ନ ଅଞ୍ଚଳରେ ଛତୁ ଫୁଟିଲା ପରି ମୋବାଇଲ ଟାୱାର ନିର୍ମାଣ ହୋଇଛି। ମୋବାଇଲ ଟାୱାର କମ୍ପାନୀଗୁଡ଼ିକ ସେମାନଙ୍କ ସୁବିଧା ଅନୁଯାୟୀ ଲୋକଙ୍କଠାରୁ ଲିଜ ସୂତ୍ରରେ ଘରଛାତ ଏବଂ ଘର ନିକଟରେ ଜମି ନେଇ ସୁଉଚ୍ଚ ଟାୱାର ନିର୍ମାଣ କରିଛନ୍ତି। ହେଲେ ବହୁ ସମୟରେ ଏହି ଟାୱାରଗୁଡ଼ିକ ଜନସାଧାରଣଙ୍କ ପାଇଁ ବିପଦର କାରଣ ସାଜୁଥିବା ଦେଖିବାକୁ ମିଳୁଛି। କାଳବୈଶାଖୀ ହେଉ ଅବା ପ୍ରାକୃତିକ ଦୁର୍ବିପାକ ସମୟରେ ଟାୱାର ଭାଙ୍ଗି ଦୁର୍ଘଟଣା ଘଟୁଛି। ଫଳରେ ବହୁ ଧନଜୀବନ ନଷ୍ଟ ହେଉଥିବା ନଜିର ରହିଛି। ଜିଲା ପ୍ରଶାସନ କେଉଁ ଆଇନବଳରେ ଘର ଛାତ ଉପରେ ଟାୱାର ନିର୍ମାଣ ପାଇଁ ଅନୁମିତି ପ୍ରଦାନ କରୁଛନ୍ତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଟାୱାର ମଧ୍ୟରୁ ଅଧିକାଂଶ ରକ୍ଷଣାବେକ୍ଷଣ ଅଭାବରୁ ଅଚଳ ହୋଇ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ଏ ସମ୍ପର୍କରେ ମୋବାଇଲ ଟାୱାର କମ୍ପାନୀଗୁଡ଼ିକୁ ଅଭିଯୋଗ କଲେ ମଧ୍ୟ ଫଳ ଶୂନ୍ୟ।
ଏହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଯାଜପୁରରୋଡ୍‌ ସହରର କହ୍ନେଇପୁର ଅଞ୍ଚଳରେ। ଏୟାରସେଲ କମ୍ପାନୀର ଲିଜ ସୂତ୍ରରେ ଏକ ଟାୱାର ଯଦୁନାଥ ଜେନାଙ୍କ ବାଡ଼ିରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ମୁମ୍ବାଇର ଜିଟିଆଇ ଇନ୍‌ଫ୍ରା ଲିମିଟେଡ୍‌ ନାମକ କମ୍ପାନୀ ନିର୍ମାଣ କରିଛି। ଏବେ ଉକ୍ତ ଟାୱାର ଅଚଳହୋଇ ବିପଦ ସଙ୍କୁଳ ଅବସ୍ଥାରେ ପଡ଼ିରହିଛି। ଏହା ଉପରେ ଗୁଳ୍ମଲତା ମାଡ଼ି ଯାଇ ଜଙ୍ଗଲ ସୃଷ୍ଟି ହୋଇଛି। ଫଳରେ ଉକ୍ତ ସ୍ଥାନଟି ସରୀସୃପଙ୍କ ବାସସ୍ଥଳୀ ପାଲଟିଛି। ଟାୱାରର ଲୁହାଖୁଣ୍ଟ ଏବଂ ଉପରେ ଲାଗିଥିବା ଯନ୍ତ୍ରଂଶଗୁଡ଼ିକ କଳଙ୍କି ଲାଗି ବିପଦପୂର୍ଣ୍ଣ ଅବସ୍ଥାରେ ଝୁଲିରହିଛି। ଟାୱାରଟି ଯେକୌଣସି ମୁହୂର୍ତ୍ତରେ ଭାଙ୍ଗିପଡ଼ି ଏକ ବଡ଼ ଧରଣର ଦୁର୍ଘଟଣା ଘଟାଇପାରେ ବୋଲି ଆଶଙ୍କା କରାଯାଉଛି। ଉକ୍ତ ଟାୱାର ଚାରିପଟେ ବହୁ ଲୋକ ବସବାସ କରୁଛନ୍ତି। ନିକଟରେ ୨ଟି ଘରୋଇ ଶିକ୍ଷାନୁଷ୍ଠାନ ମଧ୍ୟ ରହିଛି। ମୁଖ୍ୟ ସଡ଼କକୁ ସଂଯୋଗ କରୁଥିବା ରାସ୍ତାଟି ଟାୱାର ନିକଟ ଦେଇ ଯାଇଥିବାରୁ ସ୍କୁଲ ପିଲା ଓ ସ୍ଥାନୀୟ ବାସିନ୍ଦାମାନେ ଉକ୍ତ ରାସ୍ତାରେ ଯାତାୟାତ କରୁଛନ୍ତି। ଯେକୌଣସି ସମୟରେ ଦୁର୍ଘଟଣା ଘଟିବାକୁ ନେଇ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। କମ୍ପାନୀ ଲିଜ ଦେଇଥିବା ବ୍ୟକ୍ତିଙ୍କୁ ଚୁକ୍ତି ଅନୁଯାୟୀ ବିଗତ ୬ ବର୍ଷ ହେବ ତାଙ୍କ ପ୍ରାପ୍ୟ ଦେଉନାହିଁ। ଏହାକୁ ନେଇ ସମ୍ପୃକ୍ତ କମ୍ପାନୀକୁ ବାରମ୍ବାର ଚିଠି ମାଧ୍ୟମରେ ଅବଗତ କଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଜେନା ଓକିଲ ନୋଟିସ କରିଥିଲେ। ତଥାପି କିଛି ଉତ୍ତର ମିଳୁନାହିଁ। ଏନେଇ ଜେନା ବ୍ୟାସନଗର ପୌର ନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ଅବଗତ କରିଛନ୍ତି। ତେଣୁ ଏହି ବିପଦସଂକୁଳ ଟାୱାରକୁ ସ୍ଥାନାନ୍ତର କରିବା ପାଇଁ କହ୍ନେଇପୁର ଅଞ୍ଚଳବାସୀଙ୍କ ପକ୍ଷରୁ ଯାଜପୁର ଜିଲାପାଳ ଓ ଏସ୍‌ପିଙ୍କ ନିକଟରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri