ଜନବସତିକୁ ବିପଦ ଜଙ୍ଗଲ ନିଆଁ

ଖମାର,୪ା୩:  ଜଳୁଛି ଏକାଧିକ ଜଙ୍ଗଲ। ପୋଡ଼ି ପାଉଁଶ ହୋଇଯାଉଛି ହଜାର ହଜାର ବୃକ୍ଷଲତା। ଅନେକ ଜୀବଜନ୍ତୁ, ସରୀସୃପଙ୍କ ଜୀବନହାନି ହେଉଥିଲେ ମଧ୍ୟ ବଢ଼ୁଥିବା ନିଆଁକୁ ରୋକିପାରୁନି ବନ ବିଭାଗ। ଗ୍ରୀଷ୍ମଋତୁ ଆରମ୍ଭ ନ ହେଉଣୁ ଦେବଗଡ ବନଖଣ୍ଡ ଅଧୀନ ଅନୁଗୋଳ ଜିଲା ଖମାର ରେଞ୍ଜ ଅଞ୍ଚଳର ଗୋଟିଏ ପରେ ଗୋଟିଏ ଜଙ୍ଗଲକୁ ଗିଳିଚାଲିଥିବା ବନାଗ୍ନି ଏବେ ନିକଟସ୍ଥ ଜନବସତି ପ୍ରତି ବିପଦ ବଢ଼ାଇ ଦେଇଛି। କେତେବେଳେ କେଉଁ ଗାଁ ଅଗ୍ନିର ଆଁ’କୁ ଚାଲିଯିବ ତାହାକୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି ଅଞ୍ଚଳବାସୀ।
ସୂଚନା ଅନୁଯାୟୀ, ଖମାର ରେଞ୍ଜ ଅଞ୍ଚଳରେ ଥିବା ଶମୁର, ବାରକୋଟିଆ, ବାଲିପଶୀ, ଡିମିରିଆ, ଆଲୋରୀ ଆଦି ଜଙ୍ଗଲରେ ନିଆଁ ଲାଗିଛି। କେଉଁ କାରଣରୁ ଏକ ସମୟରେ ଏସବୁ ଜଙ୍ଗଲ ଜଳୁଛି ତାହା ଜଣାପଡ଼ି ନ ଥିଲେ ମଧ୍ୟ ଏହି ନିଆଁ ଦିନକୁ ଦିନ ଭୟଙ୍କର ଆକାର ନେବାରେ ଲାଗିଛି। ପ୍ରତିଦିନ ଏକର ଏକର ଜମିରେ ଥିବା ଗଛଲତା ନଷ୍ଟ ହେଉଥିବା ବେଳେ ବନ୍ୟ ସମ୍ପଦ ଉଜୁଡ଼ିବାରେ ଲାଗିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ନିଆଁ ଲାଗିବା ସମ୍ପର୍କରେ ବନ ବିଭାଗ ନିକଟରେ ଖବର ଥିଲା। ତୁରନ୍ତ ଏହାକୁ ଆୟତ୍ତ କରିବାକୁ ଉପଯୁକ୍ତ ପଦକ୍ଷେପ ନିଆଯାଇଥିଲେ ଏପରି ସ୍ଥିତି ସୃଷ୍ଟି ହୋଇ ନ ଥାନ୍ତା। କିନ୍ତୁ ବନ ବିଭାଗର ଅବହେଳା ଯୋଗୁ ଜଙ୍ଗଲ ନିଆଁ ବହୁ ଜୀବଜନ୍ତୁଙ୍କ ଜୀବନ ନେଲାଣି। ସରକାର ଜଙ୍ଗଲ ଅଭିବୃଦ୍ଧି, ସୁରକ୍ଷା ଦିଗରେ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଜଙ୍ଗଲ ଜଗିବା, କାଠଚୋର, ଶିକାରୀ ଉପଦ୍ରବ ରୋକିବା ଓ ହାତୀ ଘଉଡାଇବାଠାରୁ ଆରମ୍ଭ କରି ନିଆଁ ଲିଭାଇବା ପାଇଁ କର୍ମଚାରୀମାନଙ୍କୁ ନିଯୁକ୍ତ କରିଛନ୍ତି। କିନ୍ତୁ ସମ୍ପୃକ୍ତ କର୍ମଚାରୀମାନେ ସେମାନଙ୍କ କାର୍ଯ୍ୟ ଠିକ୍‌ ଭାବେ ତୁଲାଉ ନ ଥିବାରୁ ପ୍ରତିବର୍ଷ ଖମାର ରେଞ୍ଜ ଅଞ୍ଚଳର ଜଙ୍ଗଲଗୁଡ଼ିକରେ ନିଆଁ ଲାଗି ଜୈବ ବିବିଧତା ନଷ୍ଟ ହେଉଛି। ଦୀର୍ଘଦିନ ଧରି ଏହି ବନାଗ୍ନି ଯୋଗୁ ଆଖପାଖ ଅଞ୍ଚଳର ତାପମାତ୍ରା ଅଧିକ ବଢ଼ିଯାଉଛି। ପରିବେଶ ପ୍ରଦୂଷଣ ଦିଗରେ ଏହା ସହାୟ ହେଉଥିବା ବେଳେ ଧୂଆଁ ଯୋଗୁ ଆଖପାଖ ଲୋକେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ଏହାଛଡ଼ା ନିକଟସ୍ଥ ଜନବସତି ପ୍ରତି ମଧ୍ୟ ଏହା ବିପଦ ସୃଷ୍ଟି କରୁଛି। ଜଙ୍ଗଲରୁ ନିଆଁ ଝୁଲ ଉଡ଼ି ଗାଁରେ ଅଗ୍ନିକାଣ୍ଡ ଘଟାଇବାର ଭୟ ରହିଛି। ତେଣୁ ନିଆଁ ସମ୍ପୂର୍ଣ୍ଣ ଆୟତ୍ତ ନ ହେବା ପର୍ଯ୍ୟନ୍ତ ଅଞ୍ଚଳବାସୀ ନାନା ଆଶଙ୍କା ମଧ୍ୟରେ ରହୁଛନ୍ତି। କାଳେ କେତେବେଳେ ଅଘଟଣ ଘଟିଯିବ ସେହି ଚିନ୍ତା ସେମାନଙ୍କୁ ସର୍ବଦା ଘାରୁଛି। ତେଣୁ ତୁରନ୍ତ ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି।

ଆୟତ୍ତ କରିବାକୁ ଚେଷ୍ଟା କରୁଛୁ
ଜଙ୍ଗଲରେ ଲାଗିଥିବା ନିଅଁା ଲିଭାଇବାକୁ ଉଦ୍ୟମ ଜାରି ରହିଛି। ଘଟଣାସ୍ଥଳରେ ଉପସ୍ଥିତ ରହି କାର୍ଯ୍ୟରତ କର୍ମଚାରୀମାନଙ୍କୁ ସହାୟତା କରୁଛି। କିପରି ଏସବୁ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିଛି ତାହା ଜଣାପଡ଼ି ନ ଥିଲେ ମଧ୍ୟ ଯଥାଶୀଘ୍ର ସମସ୍ୟାର ସମାଧାନ କରିବାକୁ ଚେଷ୍ଟା ଚାଲିଛି।
– ଚନ୍ଦ୍ରଶେଖର ଗଡ଼ନାୟକ, ରେଞ୍ଜର, ଖମାର

ଜୀବିକା କ୍ଷତିଗ୍ରସ୍ତ ହେଉଛି
ସାଧାରଣତଃ ଜଙ୍ଗଲାଞ୍ଚଳ ଲୋକଙ୍କ ଜୀବନ ଜୀବିକା ଜଙ୍ଗଲଜାତ ଦ୍ରବ୍ୟ ଉପରେ ଅନେକାଂଶରେ ନିର୍ଭର କରେ। କିନ୍ତୁ ନିଆଁ ଲାଗିବା ଯୋଗୁ ସ୍ଥାନୀୟ ଲୋକମାନେ ଜଙ୍ଗଲ ମଧ୍ୟକୁ ଯିବାକୁ ସାହସ କରିପାରୁନାହାନ୍ତି। ଏହା ସେମାନଙ୍କ ଜୀବିକାକୁ କ୍ଷତି ପହଞ୍ଚାଉଥିବା ବେଳେ ନିକଟସ୍ଥ ଗ୍ରାମ ପ୍ରତି ବିପଦର କାରଣ ହେଉଛି।
– ଦେବାଶିଷ ପ୍ରଧାନ, ଶଙ୍ଖମୁର, ଖମାର

ଲୋକଙ୍କୁ ସଚେତନ କରିବାକୁ ପଡ଼ିବ
ଅନେକ ସମୟରେ ମହୁଲ ଫୁଲ ପାଇଁ ଗାଈଚରାଳିମାନେ ଜଙ୍ଗଲର ଶୁଖିଲା ପତ୍ରରେ ନିଆଁ ଲଗାଇ ଦେଇଥାନ୍ତି। ପରେ ଉକ୍ତ ନିଆଁ ବ୍ୟାପିଯିବା ସହ ବହୁ କ୍ଷୟକ୍ଷତି ଘଟାଇଥାଏ। ଏ ଦିଗରେ ବିଭାଗୀୟ ଅଧିକାରୀମାନେ ଦୃଷ୍ଟି ଦେଇ ଲୋକଙ୍କୁ ସଚେତନ କରିପାରିଲେ ସମସ୍ୟା ଦୂରହୋଇପାରନ୍ତା।
– ରମାକାନ୍ତ ତ୍ରିପାଠୀ, ବୈଦ୍ୟନାଥପୁର,ଖମାର

ଖାଦ୍ୟ ଶୃଙ୍ଖଳା ବିଗିଡ଼ି ଯାଉଛି
ଜଙ୍ଗଲ ନିଆଁ ଯୋଗୁ ଅନେକ ବୃକ୍ଷଲତା, ସରୀସୃପଙ୍କ ଜୀବନହାନି ହେଉଛି। ଏହା ଅନ୍ୟ ଜୀବଜନ୍ତୁଙ୍କ ଖାଦ୍ୟ ଶୃଙ୍ଖଳା ଉପରେ ପ୍ରଭାବ ପକାଉଛି। ଏଥିସହିତ ପରିବେଶ ପ୍ରଦୂଷଣ ଓ ତାପମାତ୍ରା ବୃଦ୍ଧିର କାରଣ ମଧ୍ୟ ସାଜୁଛି। ପ୍ରଶାସନ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ନିଆଗଲେ ଏପରି ଅସୁବିଧା ଦୂର ହୋଇପାରନ୍ତା।
– ପତିତପାବନ ମହାନ୍ତି, ଅବସରପ୍ରାପ୍ତ ସେନା କର୍ମଚାରୀ, ମହାନପୁର, ଖମାର


Enter your email to get our daily news in your inbox.

All Right Reserved By Dharitri.Com

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

ମୋଦିଙ୍କୁ ଫୋନ କଲେ ଟ୍ରମ୍ପ, ଯୁଦ୍ଧ ନେବ ଭୟଙ୍କର ମୋଡ!

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି। ଉଭୟ ନେତା…

ଚିର ନିଦ୍ରାରେ ହରିଶ ରାଣା: ୧୩ ବର୍ଷର ଯନ୍ତ୍ରଣାରୁ ମୁକ୍ତି, ସୁପ୍ରିମକୋର୍ଟଙ୍କ ଅନୁମତି ପରେ ମିଳିଲା ‘ଇଚ୍ଛାମୃତ୍ୟୁ’

ନୂଆଦିଲ୍ଲୀ,୨୪।୩: ଦୀର୍ଘ ୧୩ ବର୍ଷ ଧରି କୋମାରେ ରହି ମୃତ୍ୟୁ ସହ ସଂଗ୍ରାମ କରୁଥିବା ହରିଶ ରାଣା ଶେଷରେ ଆଖି ବୁଜିଛନ୍ତି। ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଐତିହାସିକ…

ଯୁଦ୍ଧ ବନ୍ଦ ଘୋଷଣା କରି ଟ୍ରମ୍ପ କମାଉଛନ୍ତି ମୋଟା ଅଙ୍କର ଟଙ୍କା! ଜାଣିଲେ ଉଡିବ ହୋସ୍‌

ଓ଼୍ବାଶିଂଟନ,୨୪।୩: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଟ୍ରମ୍ପ ଇରାନକୁ 48 ଘଣ୍ଟାର ଅଲଟିମେଟମ ଦେଇଥିଲେ: ଶତ୍ରୁତା ବନ୍ଦ କର, ନଚେତ ଆମେରିକା ଇରାନର…

LPG ବୁକିଂ ନେଇ ଆସିଲା ନୂଆ ନିୟମ: ଗୋଟିଏ ମାସରେ କେତେ ଗ୍ୟାସ ସିଲିଣ୍ଡର ହୋଇପାରିବ ବୁକ୍‌, ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପ୍ରତ୍ୟେକ ଘରକୁ ନିରବଚ୍ଛିନ୍ନ ଗ୍ୟାସ ଯୋଗାଣ ସୁନିଶ୍ଚିତ କରିବା ପାଇଁ, ସରକାର କିଛି ନିୟମ ସ୍ଥାପନ କରିଛନ୍ତି। ପ୍ରତ୍ୟେକ…

ଯୁଦ୍ଧ ସଙ୍କଟକୁ ନେଇ ରାଜ୍ୟ ସଭାରେ ଏମିତି କ’ଣ କହିଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୪।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରାଜ୍ୟ ସଭାରେ ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଏବଂ ଭାରତର ରଣନୀତିର ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି। ପଶ୍ଚିମ…

ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri