ବିପଦ ମାଡ଼ି ଆସୁଛି : ୪୮୫ ଶହ ବର୍ଷ ଧରି ସାଇବେରିଆର ବରଫ ତଳେ ଶୋଇଥିବା ଭୂତାଣୁକୁ ପୁନର୍ଜୀବିତ କଲେ ବୈଜ୍ଞାନିକ…

ଓ୍ବାଶିଂଟନ,୨୭।୧୧ : ପୁଣି ପୃଥିବୀ ଉପରେ ବିପଦ ମାଡ଼ି ଆସୁଛି। ବୈଜ୍ଞାନିକମାନେ ୪୮୫ ଶହ ବର୍ଷ ଧରି ସାଇବେରିଆର ପର୍ମାଫ୍ରୋଷ୍ଟ ବରଫରେ ଶୋଇଥିବା ବହୁ ଭୂତାଣୁକୁ ପୁନର୍ଜୀବିତ କରିଛନ୍ତି। ଏହି ସମସ୍ତ ଭୂତାଣୁ ରୁଷିଆର ଦୂର ପୂର୍ବ ଅଞ୍ଚଳରେ ଅବସ୍ଥିତ ସାଇବେରିଆର ପର୍ମାଫ୍ରୋଷ୍ଟର ପାଞ୍ଚଟି ଭିନ୍ନ ଭିନ୍ନ ପ୍ରଜାତିର ଭୂତାଣୁ। ସେମାନଙ୍କର ନାମ ମେଗାଭାଇରସ ମାମୋଥ।

ଏହି ଭୂତାଣୁଙ୍କ ଆରମ୍ଭ ସେହି ସମୟରୁ ହୋଇଥିଲା ଯେତେବେଳେ ହାତୀମାନଙ୍କର ପୂର୍ବବଂଶଧର ମାମୋଥମାନେ ସାଇବେରିଆରେ ବୁଲୁଥିଲେ। ସେତେବେଳେ ବରଫ ଯୁଗର ସମୟ ଥିଲା। ବରଫ ଯୁଗରୁ ସାଇବେରିଆର ପର୍ମାଫ୍ରୋଷ୍ଟ ବରଫରେ ବହୁ ଭୂତାଣୁ ପୋତି ହୋଇ ରହିଛନ୍ତି।

ଯଦି ହଠାତ ଏସବୁ ଭୂତାଣୁର ସଂକ୍ରମଣ ହୁଏ ତେବେ ବିପଦ ସଙ୍କଟ ଜନକ ହେବ ବୋଲି କୁହାଯାଉଛି।
ବୈଜ୍ଞାନିକମାନେ ଏଥିରୁ କିଛି ବାହାର କରି ଜୀବନ୍ତ କରି ଦେଇଛନ୍ତି। ସେମାନେ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଯୋଗୁ ବରଫ ଯେପରି ଶୀଘ୍ର ତରଳି ଯାଉଛି, ଏପରି ପରିସ୍ଥିତିରେ ଯଦି ହଠାତ ଜୀବାଣୁ ସଂକ୍ରମଣ ବିସ୍ତାର ହୁଏ, ତେବେ ବିପଦ ଜନକ ସ୍ଥିତି ସୃଷ୍ଟି ହେବ। ସେଥିପାଇଁ ଆମେ ଏହି ଭୂତାଣୁମାନଙ୍କୁ ଆଗରୁ ଖୋଜିବାକୁ ଏବଂ ସେଗୁଡିକ ଉପରେ ଅଧ୍ୟୟନ କରିବାକୁ ଚାହୁଁଛୁ। ଯାହା ଦ୍ୱାରା ଆମେ ସେମାନଙ୍କ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏକ ଉପାୟ ଖୋଜି ପାଇ ପାରିବା।

ସେଥିମଧ୍ୟରୁ ତିନୋଟି ଭୁତାଣୁର ବୟସ ୨୭ ହଜାର ବର୍ଷ। ଏହି ଭୂତାଣୁଗୁଡିକ ମାମୋଥ ମଳରୁ ବାହାର କରାଯାଇଛି। ଯାହା ମାମୋଥ କେଶରେ ଆବୃତ ଥିଲା। ବରଫରେ ଜମାଟ ବାନ୍ଧିଥିବା ଏହି ଭୂତାଣୁଗୁଡ଼ିକୁ ମେଗାଭାଇରସ ମାମୋଥ, ପିଥୋଭାଇରସ ମାମୋଥ ଏବଂ ପାଣ୍ଡୋରାଭାଇରସ ମାମୋଥ ନାମରେ ନାମିତ କରାଯାଇଛି। ଏହା ବ୍ୟତୀତ ବରଫରେ ପୋତି ହୋଇଥିବା ମୃତ ସାଇବେରିଆ ଗଧିଆ ପେଟରୁ ଦୁଇଟି ନୂତନ ଜୀବାଣୁ ଆବିଷ୍କୃତ ହୋଇଛି। ସେମାନଙ୍କର ନାମ ହେଉଛି ପାକମାନଭାଇରସ ଲୁପୁସ ଏବଂ ପାଣ୍ଡୋରାଭାଇରସ ଲୁପୁସ ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍, ନିଯୁକ୍ତି ପାଇବେ…

ଭୁବନେଶ୍ବର,୨୨।୧୨:  ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍ । ଫାର୍ମା ଓ ଡିଫେନ୍ସ ସହ ବୈଠକ ହୋଇଥିବା ବେଳେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ହୃଦୟ ବିଦାରକ… ଝିଅ ଖୋଲିଦେଲା ଗୁମର, ପୁରୁଷ ବନ୍ଧୁଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା ପରେ ଗ୍ରାଇଣ୍ଡିଂ କରିଦେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: ଉତ୍ତର ପ୍ରଦେଶର ସମ୍ଭାଲ ଜିଲାର ଚନ୍ଦୌସି ଥାନା ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଜଣେ ମହିଳା ତାଙ୍କ ପ୍ରେମିକ ଏବଂ...

ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବତୀଯୁବକଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ବଣାଇଁ, ୨୨/୧୨(ପ୍ରଦୀପ ତ୍ରିପାଠୀ):- ସୁନ୍ଦରଗଡ ଜିଲ୍ଲା ଚାନ୍ଦିପୋଷ ଥାନାର ବିରତୋଳା ମନ୍ଦିର ନିକଟରେ ବ୍ରାହ୍ମଣି ନଦୀରେ ଅଭାବନୀୟ ଘଟଣା । ବ୍ରାହ୍ମଣି ନଦୀରେ ବୁଡି ଯୁବତୀଯୁବକଙ୍କ...

ମନରେଗା ଯୋଜନାର ନୂତନ ନାମକରଣକୁ ବିରୋଧ, ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ କଂଗ୍ରେସର ବିକ୍ଷୋଭ

ଛତ୍ରପୁର,୨୨/୧୨(ଦିଲ୍ଲୀପ ସାମଲ):ମନରେଗା ଯୋଜନାର ନୂଆ ନାମକରଣ କରି ସେଥିରୁ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ନାମକୁ ବାଦ ଦେବାକୁ ବିରୋଧ କରି କଂଗ୍ରେସ ଦଳ ପକ୍ଷରୁ ଗଞ୍ଜାମ...

UPI ପେମେଣ୍ଟରେ ନୂତନ ସୀମା ନିର୍ଣ୍ଣୟ କରିବ NPCI, ଏପରି ହେଉଛି ଠକେଇ

ନୂଆଦିଲ୍ଲୀ,୨୨।୧୨: ୟୁନିଫାଇଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (UPI) ମାଧ୍ୟମରେ ହେଉଥିବା ଆର୍ଥିକ ଜାଲିଆତିକୁ ରୋକିବା ପାଇଁ ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଏକ ଗୁରୁତ୍ୱପୂର୍ଣ୍ଣ...

ଡାକ୍ତରଙ୍କ ବଡ଼ ଖୁଲାସା, ସକାଳୁ କାହିଁକି ହୁଏ ହାର୍ଟଆଟାକ୍….

ନୂଆଦିଲ୍ଲୀ,୨୨।୧୨: ସକାଳ ସମୟ ହୃଦୟ ପାଇଁ ଏକ ବିଶେଷ ବିପଦପୂର୍ଣ୍ଣ ସମୟ ଭାବରେ ବିବେଚନା କରାଯାଏ। ସକାଳେ ହୃଦଘାତର ସଂଖ୍ୟା ଅଧିକ ଥାଏ । ବିଶେଷକରି...

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

ସମ୍ବିତଙ୍କୁ ସମର୍ଥନ କଲେ ପ୍ରମିଳା ମଲ୍ଲିକ, କହିଲେ ପାଣ୍ଡିଆନ୍‌ ଆମ….

ଭୁବନେଶ୍ୱର,୨୨।୧୨:  ପାଣ୍ଡିଆନଙ୍କୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ ଦେଇଥିବା ବୟାନକୁ ସମର୍ଥନ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସମ୍ବିତ ଯାହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri