ବିପଦ ଆସୁଛି ମାଡ଼ି, ୪୮,୫୦୦ ବର୍ଷ ପୁରୁଣା ଜୋମ୍ବି ଭାଇରସକୁ ଲ୍ୟାବରେ କରାଗଲା ଜୀବିତ…

ଓ୍ବାଶିଂଟନ,୯।୩ : ମୃତ୍ତିକା ସ୍ତର ତଳେ ଥିବା ବରଫ ଏବଂ ମାଟିକୁ ପର୍ମାଫ୍ରୋଷ୍ଟ କୁହାଯାଏ। ଆର୍କଟିକରେ ଉଷ୍ମ ତାପମାତ୍ରା ଅଞ୍ଚଳରେ ଥିବା ପର୍ମାଫ୍ରୋଷ୍ଟ ତରଳି ଯାଉଛି । ଏହା ତରଳିବା କାରଣରୁ, ହଜାର ହଜାର ବର୍ଷ ଧରି ଶୋଇରହିଥିବା ମାରାତ୍ମକ ଭାଇରସକୁ ଜାଗ୍ରତ କରିବାର ବିପଦ ସୃଷ୍ଟି ହେଉଛି। ଏସବୁ ଭାଇରସ ଉଭୟ ମଣିଷ ଏବଂ ପ୍ରାଣୀମାନଙ୍କ ପାଇଁ ବିପଦ ସୃଷ୍ଟି କରିବାର ଆଶଙ୍କ ରହୁଛି। ଫଳରେ ଅଗାମୀ ଦିନରେ ଭୟଙ୍କର ବିପଦ ମାଡ଼ି ଆସୁଛି ବୋଲି କୁହାଯାଉଛି।

ବୈଜ୍ଞାନିକମାନେ ବର୍ତ୍ତମାନ ୪୮,୫୦୦ ବର୍ଷ ପୁରୁଣା ଭୂତାଣୁ ଆବିଷ୍କାର କରିଛନ୍ତି। ପର୍ମାଫ୍ରୋଷ୍ଟ ଏକ ଟାଇମ କ୍ୟାପସୁଲ ପରି, ଯେଉଁଥିରେ ହଜାର ହଜାର ବର୍ଷ ପୁରୁଣା ଅଣୁଜୀବ ବଞ୍ଚିପାରିବେ। ପୃଥିବୀର ଅବଶିଷ୍ଟାଂଶ ତୁଳନାରେ ଆର୍କଟିକରେ ଚାରି ଗୁଣା ଅଧିକ ଗରମ ବଢୁଛି। ଯାହାଦ୍ୱାରା ପର୍ମାଫ୍ରୋଷ୍ଟ ତରଳିବାରେ ଲାଗିଛି। ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି ଯେ ଯଦି ଏହାଯୋଗୁ ଫ୍ରିଜ ହୋଇଥିବା ଭୂତାଣୁ ପୁନର୍ବାର ଜୀବିତ ହୁଅନ୍ତି, ତେବେ ମାନବ ସମାଜ ପାଇଁ ବିପଦ ମାଡ଼ି ଆସିବ।

ନାସାର ଜେଟ ପ୍ରପୁଲଶନ ଲାବୋରେଟୋରୀର ଜଳବାୟୁ ବୈଜ୍ଞାନିକ କିମ୍ବର୍ଲି ମାଇନୋର କହିଛନ୍ତି ଯେ ପର୍ମାଫ୍ରୋଷ୍ଟ ସହିତ ଅନେକ ଜିନିଷ ଦ୍ରୁତ ଗତିରେ ବଦଳୁଛି, ଯାହା ଚିନ୍ତାର ବିଷୟ। ଶୋଇ ରହିଥିବା ଅଣୁଜୀବଙ୍କୁ ଫ୍ରିଜରେ ରଖିବା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ପର୍ମାଫ୍ରୋଷ୍ଟ ଉତ୍ତର ଗୋଲାର୍ଦ୍ଧର ଏକ ପଞ୍ଚମାଂଶକୁ ଆବୃତ କରିଛି।

ଏହି ବରଫରେ ଫ୍ରିଜ ହୋଇଥିବା ଅଣୁଜୀବ ଚିହ୍ନଟ କରିବା ପାଇଁ ଫ୍ରାନ୍ସର ଆକ୍ସ-ମାର୍ସେଲ ୟୁନିଭରସିଟି ସ୍କୁଲ ଅଫ ମେଡିସିନ୍‌ର ଜେନୋମିକ୍ସର ପ୍ରଫେସର ଜାନ ମିସେଲ କ୍ଲାଭେରି ସାଇବେରିଆର ପର୍ମାଫ୍ରୋଷ୍ଟ ନମୁନା ସଂଗ୍ରହ କରିଛନ୍ତି। ଏହିପରି, ବରଫରେ ଶୋଇଥିବା ଅଣୁଜୀବକୁ ଜମ୍ବି ଭାରଇସ କୁହାଯାଏ ।

୨୦୦୩ ରେ, ସେ ପ୍ରଥମ ଏହି ଭୂତାଣୁ ଆବିଷ୍କାର କରିଥିଲେ। ଏହାର ଆକାରକୁ ଦୃଷ୍ଟିରେ ରଖି ସେ ଏହାର ନାମ ‘ଜଏଣ୍ଟ ଭାଇରସ’ ରଖିଥିଲେ। ଏହାର କାରଣ ହେଉଛି ଏହାକୁ ଦେଖିବା ପାଇଁ ଏକ ସାଧାରଣ ଆଲୋକ ମାଇକ୍ରୋସ୍କୋପ ଆବଶ୍ୟକ। ପ୍ରଫେସର ଜାନଙ୍କ କାର୍ଯ୍ୟ ରୁଷିଆର ବୈଜ୍ଞାନିକମାନଙ୍କର ଏକ ଦଳକୁ ମଧ୍ୟ ପ୍ରେରଣା ଦେଇଥିଲା, ଯେଉଁମାନେ ୨୦୧୨ରେ ସେମାନେ ୩୦ ହଜାର ବର୍ଷ ପୁରୁଣା ଭୂତାଣୁ ଆବିଷ୍କାର କରିଥିଲେ। ୨୦୧୪ ରେ, ଜାନ ପୁନର୍ବାର ଏକ ୩୦ ହଜାର ବର୍ଷ ପୁରୁଣା ଭୂତାଣୁ ଆବିଷ୍କାର କରି ଏହାକୁ ଲ୍ୟାବରେ ଜୀବନ୍ତ କରିଥିଲେ। ତେବେ ଏହି ସମୟ ମଧ୍ୟରେ ସେ ଏହା ଯେପରି ମଣିଷ କିମ୍ବା ପ୍ରାଣୀମାନଙ୍କ ପାଇଁ ବିପଦ ସୃଷ୍ଟି ନ କରେ ସେଥି ପ୍ରତି ଧ୍ୟାନ ଦେଇଥିଲେ। ଏହା ପରେ, ୨୦୧୫ରେ ମଧ୍ୟ ସେ ସମାନ କାର୍ଯ୍ୟ କରିଥିଲେ। କିନ୍ତୁ ବର୍ତ୍ତମାନ ସେ ପୁଣି ଥରେ ନୂଆ ଭୂତାଣୁ ଆଣିଛନ୍ତି।

ଭାଇରସ ପତ୍ରିକାରେ ଫେବୃଆରୀ ୧୮ରେ ପ୍ରକାଶିତ ସେମାନଙ୍କର ସର୍ବଶେଷ ଅନୁସନ୍ଧାନରେ, କ୍ଲାଭେରି ଏବଂ ତାଙ୍କ ଦଳ ଅନେକ ଜୀବାଣୁ ସୃଷ୍ଟି କରିଥିଲେ ଯାହା ଏମୋଇବା କୋଷକୁ ସଂକ୍ରମିତ କରିପାରେ। ସେମାନେ ପାଞ୍ଚଟି ନୂତନ ଭୂତାଣୁ ଆବିଷ୍କାର କରିଛନ୍ତି। ସେମାନେ ୪୮,୫୦୦ବର୍ଷ ପୂର୍ବେ ମାଟି ତଳେ ମିଳିଥିଲେ। ମାଟିର ରେଡିଓ କାର୍ବନ ଡେଟିଂ ଆଧାରରେ ସେମାନଙ୍କ ବୟସ ନିର୍ଣ୍ଣୟ କରାଯାଇଥିଲା। ସବୁଠାରୁ କନିଷ୍ଠ ଭୂତାଣୁ ୨୭ ହଜାର ବର୍ଷ ପୁରୁଣା, ଯାହା ଏକ ମାମୋଥର ଅବଶିଷ୍ଟାଶଂରେ ମିଳିଥିଲା। କ୍ଲାଭେରି କହିଛନ୍ତି ଯେ ଏମୋଇବାକୁ ସଂକ୍ରମିତ କରୁଥିବା ଏହି ଭୂତାଣୁ ଏକ ବଡ଼ ସମସ୍ୟାର ସଙ୍କେତ ଅଟେ। ଏହି ପର୍ମାଫ୍ରୋଷ୍ଟରେ ମିଳୁଥିବା ଭୂତାଣୁ ମଧ୍ୟ ମଣିଷ ପାଇଁ ବିପଦ ଆଣିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ମହାକାଶକୁ ଯାତ୍ରା କରିବେ ନାହିଁ ସୁନୀତା ଓ୍ବିଲିୟମ୍ସ

ଓ୍ବାଶିଂଟନ,୭।୫: ଭାରତୀୟ ବଂଶୋଦଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ମହାକାଶ ଯାତ୍ରା ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖାଯାଇଥିଲା। ବୈଷୟିକ ତ୍ରୁଟି ଯୋଗୁଁ ଏହି ଯାତ୍ରାକୁ ସ୍ଥଗିତ...

ଇସ୍ରାଏଲ୍‌ ସେନା ଘାଟି ଉପରେ ହେଜବୁଲ୍ଲାର ଡ୍ରୋନ୍‌ ଆକ୍ରମଣ

ବିରୁଟ୍‌/ଜେରୁଜେଲମ୍‌,୭ା୫: ଇସ୍ରାଏଲ୍‌ର ଉତ୍ତର ଭାଗରେ ଥିବା ମେଟୁଲା ସହର ଅନ୍ତର୍ଗତ ଏକ ସେନା ଘାଟି ଉପରେ ହେଜବୁଲ୍ଲା ପକ୍ଷରୁ ଡ୍ରୋନ୍‌ ଆକ୍ରମଣ କରାଯାଇଛି। ଆକ୍ରମଣରେ କେହି ମୃତାହତ...

ରାଫାହ ଖାଲି କଲା ଇସ୍ରାଏଲ୍‌

ଜେରୁଜେଲମ୍‌,୭ା୫: ଗାଜାର ଦକ୍ଷିଣ ଭାଗରେ ଥିବା ରାଫାହ ସହରରୁ ୧ ଲକ୍ଷ ପାଲେଷ୍ଟିନୀୟଙ୍କୁ ଖାଲି କରିବା ପାଇଁ ଇସ୍ରାଏଲୀ ସେନା ନିର୍ଦ୍ଦେଶ ଦେବା ପରେ ସେମାନଙ୍କୁ ଅନ୍ୟତ୍ର...

ଇସ୍ରାଏଲ ସେନା ଘାଟି ଉପରେ ଡ୍ରୋନ୍‌ ଆକ୍ରମଣ

ବିରୁଟ୍‌/ଜେରୁଜେଲମ୍‌,୬ା୫: ଇସ୍ରାଏଲ୍‌ର ଉତ୍ତର ଭାଗରେ ଥିବା ମେଟୁଲା ସହର ଅଧୀନ ଏକ ସେନା ଘାଟି ଉପରେ ହେଜବୁଲ୍ଲା ପକ୍ଷରୁ ଡ୍ରୋନ୍‌ ଆକ୍ରମଣ କରାଯାଇଛି। ଆକ୍ରମଣରେ କେହି...

ଚାଇନାରେ ପୁଣିଥରେ ବଢୁଛି କି ମହାମାରୀ? ହସ୍ପିଟାଲରେ ଆଇସିୟୁ ବେଡ ବଢାଇବାକୁ ସୁପାରିସ

ବେଜିଂ,୬।୫: ନିକଟରେ ଚାଇନାରେ କରୋନା ମହାମାରୀ ଯୋଗୁ ସାରା ଦେଶ ବିପର୍ଯ୍ୟସ୍ତ ହୋଇପଡିଥିଲା। ଦେଶରେ ଏହି ମହାମାରୀ ଯୋଗୁଁ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ।...

ପୁଣି ମହାକାଶ ଯିବେ ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ: ପ୍ରଥମ ମହିଳା ଭାବେ ରଚିବେ ଇତିହାସ

ଓ୍ବାଶିଂଟନ୍‌,୬।୫: ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ ପୁଣି ଥରେ ମହାକାଶକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ଏଥର ବଚ ୱିଲମୋର ମଧ୍ୟ ତାଙ୍କ ସହ ରହିବେ। ଦୁଇ...

ବାଇଡେନଙ୍କ ଉପରେ ଏମିତି ଅଭିଯୋଗ ଆଣିଲେ ଟ୍ରମ୍ପ

ଓ୍ବାଶିଂଟନ,୬ା୫: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ପ୍ରାର୍ଥୀଙ୍କ ମଧ୍ୟରେ କଥାବାର୍ତ୍ତା ତୀବ୍ର ହୋଇଛି। ଏହି କ୍ରମରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ବିବୃତ୍ତି ସାମ୍ନାକୁ...

ପୁଣି ଇସ୍ରାଏଲ ଉପରେ ମିଶାଇଲ୍‌ ମାଡ କଲା ହମାସ

ଜେରୁଜେଲମ,୬।୫: ଗତ ସାତ ମାସ ଧରି ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଚାଲିଛି। ହମାସକୁ ହଟାଇବା ପାଇଁ ଇସ୍ରାଏଲର ସଂକଳ୍ପ ଗାଜା ଅଞ୍ଚଳର ଲୋକଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri