ବିପଦ ଆସୁଛି ମାଡ଼ି, ୪୮,୫୦୦ ବର୍ଷ ପୁରୁଣା ଜୋମ୍ବି ଭାଇରସକୁ ଲ୍ୟାବରେ କରାଗଲା ଜୀବିତ…

ଓ୍ବାଶିଂଟନ,୯।୩ : ମୃତ୍ତିକା ସ୍ତର ତଳେ ଥିବା ବରଫ ଏବଂ ମାଟିକୁ ପର୍ମାଫ୍ରୋଷ୍ଟ କୁହାଯାଏ। ଆର୍କଟିକରେ ଉଷ୍ମ ତାପମାତ୍ରା ଅଞ୍ଚଳରେ ଥିବା ପର୍ମାଫ୍ରୋଷ୍ଟ ତରଳି ଯାଉଛି । ଏହା ତରଳିବା କାରଣରୁ, ହଜାର ହଜାର ବର୍ଷ ଧରି ଶୋଇରହିଥିବା ମାରାତ୍ମକ ଭାଇରସକୁ ଜାଗ୍ରତ କରିବାର ବିପଦ ସୃଷ୍ଟି ହେଉଛି। ଏସବୁ ଭାଇରସ ଉଭୟ ମଣିଷ ଏବଂ ପ୍ରାଣୀମାନଙ୍କ ପାଇଁ ବିପଦ ସୃଷ୍ଟି କରିବାର ଆଶଙ୍କ ରହୁଛି। ଫଳରେ ଅଗାମୀ ଦିନରେ ଭୟଙ୍କର ବିପଦ ମାଡ଼ି ଆସୁଛି ବୋଲି କୁହାଯାଉଛି।

ବୈଜ୍ଞାନିକମାନେ ବର୍ତ୍ତମାନ ୪୮,୫୦୦ ବର୍ଷ ପୁରୁଣା ଭୂତାଣୁ ଆବିଷ୍କାର କରିଛନ୍ତି। ପର୍ମାଫ୍ରୋଷ୍ଟ ଏକ ଟାଇମ କ୍ୟାପସୁଲ ପରି, ଯେଉଁଥିରେ ହଜାର ହଜାର ବର୍ଷ ପୁରୁଣା ଅଣୁଜୀବ ବଞ୍ଚିପାରିବେ। ପୃଥିବୀର ଅବଶିଷ୍ଟାଂଶ ତୁଳନାରେ ଆର୍କଟିକରେ ଚାରି ଗୁଣା ଅଧିକ ଗରମ ବଢୁଛି। ଯାହାଦ୍ୱାରା ପର୍ମାଫ୍ରୋଷ୍ଟ ତରଳିବାରେ ଲାଗିଛି। ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି ଯେ ଯଦି ଏହାଯୋଗୁ ଫ୍ରିଜ ହୋଇଥିବା ଭୂତାଣୁ ପୁନର୍ବାର ଜୀବିତ ହୁଅନ୍ତି, ତେବେ ମାନବ ସମାଜ ପାଇଁ ବିପଦ ମାଡ଼ି ଆସିବ।

ନାସାର ଜେଟ ପ୍ରପୁଲଶନ ଲାବୋରେଟୋରୀର ଜଳବାୟୁ ବୈଜ୍ଞାନିକ କିମ୍ବର୍ଲି ମାଇନୋର କହିଛନ୍ତି ଯେ ପର୍ମାଫ୍ରୋଷ୍ଟ ସହିତ ଅନେକ ଜିନିଷ ଦ୍ରୁତ ଗତିରେ ବଦଳୁଛି, ଯାହା ଚିନ୍ତାର ବିଷୟ। ଶୋଇ ରହିଥିବା ଅଣୁଜୀବଙ୍କୁ ଫ୍ରିଜରେ ରଖିବା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ପର୍ମାଫ୍ରୋଷ୍ଟ ଉତ୍ତର ଗୋଲାର୍ଦ୍ଧର ଏକ ପଞ୍ଚମାଂଶକୁ ଆବୃତ କରିଛି।

ଏହି ବରଫରେ ଫ୍ରିଜ ହୋଇଥିବା ଅଣୁଜୀବ ଚିହ୍ନଟ କରିବା ପାଇଁ ଫ୍ରାନ୍ସର ଆକ୍ସ-ମାର୍ସେଲ ୟୁନିଭରସିଟି ସ୍କୁଲ ଅଫ ମେଡିସିନ୍‌ର ଜେନୋମିକ୍ସର ପ୍ରଫେସର ଜାନ ମିସେଲ କ୍ଲାଭେରି ସାଇବେରିଆର ପର୍ମାଫ୍ରୋଷ୍ଟ ନମୁନା ସଂଗ୍ରହ କରିଛନ୍ତି। ଏହିପରି, ବରଫରେ ଶୋଇଥିବା ଅଣୁଜୀବକୁ ଜମ୍ବି ଭାରଇସ କୁହାଯାଏ ।

୨୦୦୩ ରେ, ସେ ପ୍ରଥମ ଏହି ଭୂତାଣୁ ଆବିଷ୍କାର କରିଥିଲେ। ଏହାର ଆକାରକୁ ଦୃଷ୍ଟିରେ ରଖି ସେ ଏହାର ନାମ ‘ଜଏଣ୍ଟ ଭାଇରସ’ ରଖିଥିଲେ। ଏହାର କାରଣ ହେଉଛି ଏହାକୁ ଦେଖିବା ପାଇଁ ଏକ ସାଧାରଣ ଆଲୋକ ମାଇକ୍ରୋସ୍କୋପ ଆବଶ୍ୟକ। ପ୍ରଫେସର ଜାନଙ୍କ କାର୍ଯ୍ୟ ରୁଷିଆର ବୈଜ୍ଞାନିକମାନଙ୍କର ଏକ ଦଳକୁ ମଧ୍ୟ ପ୍ରେରଣା ଦେଇଥିଲା, ଯେଉଁମାନେ ୨୦୧୨ରେ ସେମାନେ ୩୦ ହଜାର ବର୍ଷ ପୁରୁଣା ଭୂତାଣୁ ଆବିଷ୍କାର କରିଥିଲେ। ୨୦୧୪ ରେ, ଜାନ ପୁନର୍ବାର ଏକ ୩୦ ହଜାର ବର୍ଷ ପୁରୁଣା ଭୂତାଣୁ ଆବିଷ୍କାର କରି ଏହାକୁ ଲ୍ୟାବରେ ଜୀବନ୍ତ କରିଥିଲେ। ତେବେ ଏହି ସମୟ ମଧ୍ୟରେ ସେ ଏହା ଯେପରି ମଣିଷ କିମ୍ବା ପ୍ରାଣୀମାନଙ୍କ ପାଇଁ ବିପଦ ସୃଷ୍ଟି ନ କରେ ସେଥି ପ୍ରତି ଧ୍ୟାନ ଦେଇଥିଲେ। ଏହା ପରେ, ୨୦୧୫ରେ ମଧ୍ୟ ସେ ସମାନ କାର୍ଯ୍ୟ କରିଥିଲେ। କିନ୍ତୁ ବର୍ତ୍ତମାନ ସେ ପୁଣି ଥରେ ନୂଆ ଭୂତାଣୁ ଆଣିଛନ୍ତି।

ଭାଇରସ ପତ୍ରିକାରେ ଫେବୃଆରୀ ୧୮ରେ ପ୍ରକାଶିତ ସେମାନଙ୍କର ସର୍ବଶେଷ ଅନୁସନ୍ଧାନରେ, କ୍ଲାଭେରି ଏବଂ ତାଙ୍କ ଦଳ ଅନେକ ଜୀବାଣୁ ସୃଷ୍ଟି କରିଥିଲେ ଯାହା ଏମୋଇବା କୋଷକୁ ସଂକ୍ରମିତ କରିପାରେ। ସେମାନେ ପାଞ୍ଚଟି ନୂତନ ଭୂତାଣୁ ଆବିଷ୍କାର କରିଛନ୍ତି। ସେମାନେ ୪୮,୫୦୦ବର୍ଷ ପୂର୍ବେ ମାଟି ତଳେ ମିଳିଥିଲେ। ମାଟିର ରେଡିଓ କାର୍ବନ ଡେଟିଂ ଆଧାରରେ ସେମାନଙ୍କ ବୟସ ନିର୍ଣ୍ଣୟ କରାଯାଇଥିଲା। ସବୁଠାରୁ କନିଷ୍ଠ ଭୂତାଣୁ ୨୭ ହଜାର ବର୍ଷ ପୁରୁଣା, ଯାହା ଏକ ମାମୋଥର ଅବଶିଷ୍ଟାଶଂରେ ମିଳିଥିଲା। କ୍ଲାଭେରି କହିଛନ୍ତି ଯେ ଏମୋଇବାକୁ ସଂକ୍ରମିତ କରୁଥିବା ଏହି ଭୂତାଣୁ ଏକ ବଡ଼ ସମସ୍ୟାର ସଙ୍କେତ ଅଟେ। ଏହି ପର୍ମାଫ୍ରୋଷ୍ଟରେ ମିଳୁଥିବା ଭୂତାଣୁ ମଧ୍ୟ ମଣିଷ ପାଇଁ ବିପଦ ଆଣିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri