ଡ୍ୟାନ୍ସ ଥେରାପି

ଡ୍ୟାନ୍ସ ଥେରାପି ବା ନୃତ୍ୟ ଚିକିତ୍ସା ହେଉଛି ଭାବନାତ୍ମକ, ସୃଜନାତ୍ମକ ତଥା ଶାରିରୀକ ସୁସ୍ଥତା ପାଇଁ ଉପଯୋଗ ହେଉଥିବା ଏକ ନୃତ୍ୟଶୈଳୀ; ଯାହା ଉଭୟ ଶରୀର ଓ ମନକୁ ସୁସ୍ଥ ରଖିଥାଏ।
ଅନେକ ରୋଗର ନିରାକରଣ ଡ୍ୟାନ୍ସ ଥେରାପି: ଦିନଯାକର ପରିଶ୍ରମ ସାଙ୍ଗକୁ ମାନସିକ ଚିନ୍ତା ଆମ ଜୀବନଶୈଳୀ ଉପରେ ଅନେକ ପ୍ରଭାବ ପକାଇଥାଏ। ସେଥିରୁ ମୁକ୍ତି ପାଇବାକୁ ଆଉ ନିଜକୁ ଫୁର୍ତ୍ତି ରଖିବାକୁ କିଏ ଯୋଗର ସାହାରା ନିଅନ୍ତି ତ କିଏ ସୁଷମ ଖାଦ୍ୟପେୟ ଉପରେ ଧ୍ୟାନ ଦେବାକୁ ଚେଷ୍ଟା କରିଥାନ୍ତି। କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଅଳ୍ପ କିଛି ମୂହୁର୍ତ୍ତର ଡ୍ୟାନ୍ସ ବି ଆମ ମନ ଓ ମସ୍ତିଷ୍କକୁ ସତେଜ କରିବାର କ୍ଷମତା ରଖିଥାଏ। ନିୟମିତ ରୂପରେ କରାଯାଉଥିବା ଏହି ଡ୍ୟାନ୍ସ ଆମକୁ ଶାରିରୀକ, ମାନସିକ ସ୍ତରରେ ସୁସ୍ଥ ରଖିବା ସଙ୍ଗେ ସଙ୍ଗେ ଅନେକ ରୋଗରୁ ମଧ୍ୟ ରକ୍ଷା କରିଥାଏ। ଯେମିତିକି:
* ମନକୁ ଫୂର୍ତ୍ତି ରଖେ: ଆଜିର ବ୍ୟସ୍ତମୟ ଜୀବନ ଭିତରେ ଛୋଟ ଛୋଟ କଥାକୁ ନେଇ ଟେନ୍‌ସନ୍‌ ହେବା କିମ୍ବା କୌଣସି ଘଟଣା ସମ୍ପର୍କରେ ଭାବି ମନ ଭିତରେ ଭୟ ଆସିବା ଯେମିତି ଆମର ଏକ ଅଭ୍ୟାସରେ ପରିଣତ ହୋଇଗଲାଣି। ତେଣୁ ଏଭଳି ପରିସ୍ଥିତିରେ ମନକୁ ଶାନ୍ତ ରଖିବା ପାଇଁ ଡ୍ୟାନ୍ସ ଥେରାପି ଏକ ଭଲ ବିକଳ୍ପ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଥାନ୍ତି। କିଛି ସମୟ ଡ୍ୟାନ୍ସ କରିବା ଦ୍ୱାରା ମନରୁ କେବଳ ଅବସାଦ ଦୂର ହୁଏ ତାହା ନୁହେଁ, ନିଜକୁ ବେଶ୍‌ ଫୂର୍ତ୍ତି ବି ଲାଗିଥାଏ। କାମ କରିବା ପାଇଁ ମଧ୍ୟ ଆତ୍ମବିଶ୍ୱାସ ବଢ଼େ।
* ଶରୀରକୁ ଊର୍ଜାବାନ କରାଏ: ଡ୍ୟାନ୍ସ କରିବା ଦ୍ୱାରା ଆଳସ୍ୟ ଦୂର ହୋଇ ଶରୀର ଫୂର୍ତ୍ତି ଲାଗେ। ସରଳରେ କହିବାକୁ ଗଲେ, ଡ୍ୟାନ୍ସ ଶରୀରରେ ଊର୍ଜାର ସ୍ତରକୁ ଖୁବ୍‌ ବଢ଼ାଇଦିଏ। ଏପରିକି କେତେକ ସର୍ବେକ୍ଷଣରୁ ପ୍ରମାଣିତ ହୋଇଛି ଯେ, ପ୍ରତିଦିନ କିଛି କିଛି ସମୟ ଡ୍ୟାନ୍ସ ପ୍ରାକ୍ଟିସ୍‌ ବା ନୃତ୍ୟାଭ୍ୟାସ କରୁଥିବା ବ୍ୟକ୍ତିଙ୍କର କାର୍ଯ୍ୟ କରିବାର କ୍ଷମତା ଡ୍ୟାନ୍ସ ନ କରୁଥିବା ବ୍ୟକ୍ତିଙ୍କ ତୁଳନାରେ ଯଥେଷ୍ଟ ଅଧିକ ହୋଇଥାଏ।
* ଏକାଗ୍ରତା ବଢ଼ାଏ: ଡ୍ୟାନ୍ସ କରିବା ଦ୍ୱାରା ଏକାଗ୍ରତା ବଢ଼ିଥାଏ; ଯଦ୍ଦ୍ବାରା ବ୍ୟକ୍ତି ନିଜ ଜୀବନରେ ପୂର୍ବାପେକ୍ଷା ଅଧିକ ଅନୁଶାସିତ ହୋଇଯା’ନ୍ତି। କେବଳ ସେତିକି ନୁହେଁ, ପ୍ରତିଦିନ କିଛି କିଛି ସମୟ ଡ୍ୟାନ୍ସ ଅଭ୍ୟାସ କରିବା ଫଳରେ ଆତ୍ମବିଶ୍ୱାସ ବି ବୃଦ୍ଧିପାଏ।
* ଶରୀରରେ ରକ୍ତ ସଞ୍ଚାର ଠିକ୍‌ ରଖେ: ଡ୍ୟାନ୍ସ କରିବା ଦ୍ୱାରା ଶରୀରର ପ୍ରତ୍ୟେକଟି ଅଙ୍ଗ ଚଳଚଞ୍ଚଳ ହୁଏ; ଯଦ୍ଦ୍ବାରା ପୂରା ଶରୀରରେ ରକ୍ତ ସଞ୍ଚାର ଠିକ୍‌ ଭାବରେ ହୋଇଥାଏ। ଶରୀରରେ ରକ୍ତ ସଞ୍ଚାର ଠିକ୍‌ ହେଲେ ଅନେକ ରୋଗ ହେବାର ଆଶଙ୍କା ବି କମିଯାଏ।
* ହୃଦୟକୁ ସୁସ୍ଥ ରଖେ: ହୃଦ୍‌ ସମ୍ବନ୍ଧୀୟ ରୋଗରେ ପୀଡିତ ଥିବା ବ୍ୟକ୍ତିଙ୍କ ପାଇଁ ଡ୍ୟାନ୍ସ ଏକ ଉତ୍ତମ ଗତିବିଧି ବୋଲି ଅନେକେ ମତ ଦେଇଥା’ନ୍ତି। କିନ୍ତୁ ସେମାନେ ସ୍ପିଡ୍‌ ଡ୍ୟାନ୍ସ କରିବା ଠିକ୍‌ ନୁହେଁ। ସୁମଧୁର ସଙ୍ଗୀତର ତାଳେ ତାଳେ ହାଲୁକା ଭାବେ ଝୁମି ଝୁମି କିଛି ସମୟ ଡ୍ୟାନ୍ସ କରିବା ଦ୍ୱାରା ସେମାନଙ୍କର ହୃଦ୍‌ ସ୍ପନ୍ଦନ ଠିକ୍‌ ହେବା ସହିତ ସ୍ବାସ୍ଥ୍ୟରେ ମଧ୍ୟ ଅନେକ
ଉନ୍ନତି ଆସିଥାଏ ବୋଲି ସୂଚନା ରହିଛି।
* ଓଜନ ବି କମାଏ: ନିୟମିତ କିଛି ସମୟ ଡ୍ୟାନ୍ସ କରିବା ଦ୍ୱାରା ଶରୀରରୁ କିଛି କ୍ୟାଲୋରି ଖର୍ଚ୍ଚ ହୁଏ; ଯଦ୍ଦ୍ବାରା ଏହା ଶରୀରର ଓଜନ କମାଇବାରେ ବିଶେଷ ସହାୟକ ହୋଇଥାଏ। ଖାସ୍‌କରି ଓଜନ କମାଇବା ପାଇଁ ଫ୍ରିଷ୍ଟାଇଲ୍‌ ଡ୍ୟାନ୍ସ ହେଉଛି ସବୁଠୁ ଭଲ ବିକଳ୍ପ। ଫାଷ୍ଟ ମ୍ୟୁଜିକ୍‌ରେ ଡ୍ୟାନ୍ସ କରିବା ଦ୍ୱାରା ଶରୀର ଚଳଚଞ୍ଚଳ ହୋଇଯାଏ। ଫଳରେ ଶରୀରରେ ଜମା ହୋଇ ରହିଥିବା ଚର୍ବି ଅଂଶ ଧୀରେ ଧୀରେ କମିବାକୁ ଲାଗେ। ଯଦ୍ଦ୍ବାରା ଶରୀରର ମୋଟାପଣ କମି ଧୀରେ ଧୀରେ ବଡି ଫିଟ୍‌ନେସ୍‌ ଆସିଯାଏ।
* ଶରୀର ଚଳଚଞ୍ଚଳ ହୁଏ: ଶରୀରର କୌଣସି ସ୍ଥାନ ହଠାତ୍‌ ମୋଡି କିମ୍ବା ମକଚି ହୋଇଗଲେ ଆମକୁ ଭୀଷଣ କଷ୍ଟ ହୋଇଥାଏ। ବଡି ମୁଭ୍‌ମେଣ୍ଟ ଠିକ୍‌ରେ ନ ହେଲେ ଏହି ସମସ୍ୟା ଦେଖାଯାଇଥାଏ ବୋଲି ଅନେକେ ମତ ଦେଇଥା’ନ୍ତି। କିନ୍ତୁ ଯେଉଁମାନେ ନିୟମିତ କିଛି କିଛି ସମୟ ଡ୍ୟାନ୍ସ ପ୍ରାକ୍ଟିସ୍‌ କରିଥା’ନ୍ତି, ସେମାନଙ୍କର ବଡି ମୁଭ୍‌ମେଣ୍ଟ ବହୁତ ଭଲ ଭାବରେ ହୋଇଥାଏ। ଫଳରେ ସେମାନଙ୍କଠାରେ ଆଣ୍ଠୁଗଣ୍ଠି ଦରଜ ହେବାର ସମସ୍ୟା କମ୍‌ ରୁହେ। ଏପରିକି ଖେଳକୁଦ କରିବା ସମୟରେ କୌଣସି ଅଙ୍ଗ

 

ହଠାତ୍‌ ମକଚି ହୋଇଯିବାର ସମ୍ଭାବନା ଅନ୍ୟମାନଙ୍କ ତୁଳନାରେ ବହୁତ କମ୍‌ ଦେଖାଯାଇଥାଏ।
କେବଳ ଏତିକି ନୁହେଁ, ଡ୍ୟାନ୍ସ ଦ୍ୱାରା ଆହୁରି ଅନେକ ସୁଫଳ ବି ମିଳେ, ଯଥା:
– କେତେକ ସର୍ବେକ୍ଷଣ ଅନୁଯାୟୀ, ଥାଇରଏଡ୍‌ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ବି ଡ୍ୟାନ୍ସ ଥେରାପି ଏକ ଭଲ ବିକଳ୍ପ ବୋଲି କୁହାଯାଇଛି।
– ପ୍ରତିଦିନ କିଛି ସମୟ ଡ୍ୟାନ୍ସ କରିବା ଦ୍ୱାରା ଶରୀରରେ କୋଲେଷ୍ଟରଲ ମଧ୍ୟ ନିୟନ୍ତ୍ରଣରେ ରହିଥାଏ।
– ଡ୍ୟାନ୍ସ ଦ୍ୱାରା ଚର୍ମରେ ଥିବା କେତେକ ହାନିକାରକ ଭାଇରସ୍‌ ନଷ୍ଟ ହୋଇଥାଏ; ଯଦ୍ଦ୍ବାରା ତ୍ୱଚା ସୁସ୍ଥ ଓ ସୁନ୍ଦର ଦେଖାଯାଇଥାଏ।
– ଡ୍ୟାନ୍ସ କରିବା ଦ୍ୱାରା ଅଣ୍ଟା ଓ ଆଣ୍ଠୁଗଣ୍ଠି ଦରଜରୁ ବି କେତେକାଂଶରେ ମୁକ୍ତି ମିଳେ।
– ମାନସିକ ଶାନ୍ତି ଦେବାରେ ବି ଡ୍ୟାନ୍ସ ଅନେକ ସାହାଯ୍ୟ କରିଥାଏ
– ସବୁଠୁ ବଡ଼ କଥା ହେଉଛି, ଡ୍ୟାନ୍ସ କରିବା ଦ୍ୱାରା ମନ ଓ ମସ୍ତିଷ୍କ ଶାନ୍ତ ରହିଥାଏ। ଯାହା କି ଜଣେ ସୁସ୍ଥ ବ୍ୟକ୍ତିଙ୍କ ପାଇଁ ନିହାତି ଆବଶ୍ୟକ। ତା’ଛଡ଼ା ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ, ନିୟମିତ ଡ୍ୟାନ୍ସ କରୁଥିବା ବ୍ୟକ୍ତିଙ୍କଠାରେ ପାଗଳପଣର ଶିକାର ହେବାର ଆଶଙ୍କା ବହୁତ କମ୍‌ ରହିଥାଏ।
କେଉଁ ଡ୍ୟାନ୍ସ କେତେ ଉପକାରୀ
ଏମିତି ଦେଖିବାକୁ ଗଲେ କ୍ଲାସିକାଲ୍‌ ଡ୍ୟାନ୍ସ ହେଉ କି ମଡର୍ନ ଡ୍ୟାନ୍ସ, ସବୁର କିଛି ନା କିଛି ଫାଇଦା ରହିଛି ଆମ ଶରୀର ପାଇଁ। ତେବେ ଏଠାରେ ଏମିତି କେତୋଟି ଖାସ୍‌ ଡ୍ୟାନ୍ସ ଷ୍ଟେପ୍ସ ସମ୍ପର୍କରେ କୁହାଯାଉଛି; ଯାହାର କିଛିଟା ଭିନ୍ନ ପ୍ରଭାବ ରହୁଛି…
* ବେଲି ଡ୍ୟାନ୍ସ: ଏଥିରେ ମୁଖ୍ୟତଃ ପେଟକୁ ଅଲଗା ଅଲଗା ଭଙ୍ଗୀରେ ଘୂରେଇକି ଡ୍ୟାନ୍ସ କରାଯାଇଥାଏ। କେବଳ ପେଟ କାହିଁକି ଏହି ଡ୍ୟାନ୍ସ କଲାବେଳେ ଶରୀରର ଅନ୍ୟ ଅଙ୍ଗଗୁଡ଼ିକର ବି ଭଲ ମୁଭ୍‌ମେଣ୍ଟ ହୋଇଥାଏ। ଏହି ଡ୍ୟାନ୍ସକୁ ମାତ୍ର ପାଞ୍ଚରୁ ସାତ ମିନିଟ୍‌ ଅଭ୍ୟାସ କରିବା ଯଥେଷ୍ଟ।
* ହିପ୍‌ ହପ୍‌ ଡ୍ୟାନ୍ସ: ଏହି ଡ୍ୟାନ୍ସରେ ମୁଖ୍ୟତଃ ପପିଙ୍ଗ୍‌, ଲକିଙ୍ଗ୍‌, ବ୍ରେକିଙ୍ଗ୍‌ ଆଦି ଷ୍ଟେପ୍ସର ବ୍ୟବହାର କରାଯାଇଥାଏ। ଏହାକୁ ବି ମାତ୍ର ୫ ମିନିଟ୍‌ ଅଭ୍ୟାସ କରିଦେଲେ ଶରୀରକୁ ବେଶ୍‌ ଫୂର୍ତ୍ତି ଅନୁଭବ ହୋଇଥାଏ ବୋଲି ସୂଚନା ରହିଛି।
* କଣ୍ଟେମ୍ପୋରାରି ଡ୍ୟାନ୍ସ: ଏହି ଡ୍ୟାନ୍ସ ବ୍ୟକ୍ତିଙ୍କର ଧ୍ୟାନକୁ ବାନ୍ଧି ରଖିବାରେ ବେଶ୍‌ ସହାୟକ ହୋଇଥାଏ। ମୁଖ୍ୟତଃ ଏହି ଡ୍ୟାନ୍ସର ପ୍ରୟୋଗ ଶରୀରକୁ ଅଧିକ ସକ୍ରିୟ ରଖିବା ପାଇଁ କରାଯାଇଥାଏ। ଏଥିରେ ଊର୍ଜ୍ଜାର ଭରପୂର ପ୍ରୟୋଗ ହୋଇଥାଏ। ମାତ୍ର ୫ ମିନିଟ୍‌ ଏହି ଡ୍ୟାନ୍ସ କରିଦେଲେ ବି ଶରୀରକୁ ଅନେକ ଫାଇଦା ମିଳେ ବୋଲି ବିଶ୍ୱାସ ରହିଛି।
* ବି ବୟିଙ୍ଗ୍‌ ଡ୍ୟାନ୍ସ: ବ୍ରେକ୍‌ ଡ୍ୟାନ୍ସିଂକୁ ବ୍ରେକିଙ୍ଗ୍‌ ହେଉ କିମ୍ବା ବି-ବୟିଙ୍ଗ୍‌/ବି-ଗର୍ଲିଙ୍ଗ୍‌ ଡ୍ୟାନ୍ସ ବି କୁହାଯାଇଥାଏ। ସାଧାରଣତଃ ଏହା ମାର୍ଶଲ୍‌ ଆର୍ଟ ଏବଂ ଡ୍ୟାନ୍ସର ଏକ ମିଳିତ ରୂପ ହୋଇଥାଏ। ଏହି ଡ୍ୟାନ୍ସ କଲେ ବଡି ମୁଭ୍‌ମେଣ୍ଟ ବହୁତ ଭଲଭାବେ ହୋଇଥାଏ; ଯଦ୍ଦ୍ବାରା ଶରୀରର ମୋଟାପଣ କମିବାରେ ଏହା ବେଶ୍‌ ସହାୟକ ହୁଏ। ପ୍ରତିଦିନ ୫ରୁ ୧୦ ମିନିଟ୍‌ ପାଇଁ ଏହି ଡ୍ୟାନ୍ସ ପ୍ରାକ୍ଟିସ୍‌ କରିଦେଲେ ବେଶ୍‌ ଫୂର୍ତ୍ତି ଲାଗେ। କିନ୍ତୁ ଏଥିପାଇଁ ନିୟମିତତା ଉପରେ ଯଥେଷ୍ଟ ଧ୍ୟାନ ଦେବାକୁ ହୋଇଥାଏ।
ଡ୍ୟାନ୍ସ କରିବା ପୂର୍ବରୁ କ’ଣ ଖାଇବେ
ଡ୍ୟାନ୍ସ କରିବା ସମୟରେ ଥକ୍କାପଣ ନ ଲାଗିବା ପାଇଁ, ଡ୍ୟାନ୍ସ କରିବା ପୂର୍ବରୁ ଅଳ୍ପ କିଛି ହାଲୁକା ଖାଦ୍ୟ ଖାଇବା ଦରକାର। କିଛି ନ ହେଲେ ଗୋଟିଏ ମାତ୍ର ପାଚିଲା କଦଳୀ ବି ଖାଇପାରିବେ। ଭୁଲ୍‌ରେ କେବେ ବି ପେଟ ତ୍ତର୍ତ୍ତି ଖାଦ୍ୟ ଖାଇ ଡ୍ୟାନ୍ସ କରିବା ଠିକ୍‌ ନୁହେଁ; ଏହାଦ୍ୱାରା ଶରୀର ଉପରେ ଅନେକ କୁପ୍ରଭାବ ପଡ଼ିଥାଏ। ସେହିପରି
ଡ୍ୟାନ୍ସ କରିବା ସମୟରେ ବାରମ୍ବାର ପାଣି ପିଇବା ବି ଉଚିତ ନୁହେଁ; ଏହା ବି ହାନିକାରକ ହୋଇଥାଏ। ଡ୍ୟାନ୍ସ କରିସାରିବା ପରେ ପଇଡ଼ ପାଣି ପିଇବା ସର୍ବୋତ୍ତମ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଥାନ୍ତି।

ଅଙ୍ଗ ହଠାତ୍‌ ମକଚି ହୋଇଯିବାର ସମ୍ଭାବନା ବି ଅନ୍ୟମାନଙ୍କ ତୁଳନାରେ ବହୁତ କମ୍‌ ଦେଖାଯାଇଥାଏ। କେବଳ ଏତିକି ନୁହେଁ, ଡ୍ୟାନ୍ସ ଦ୍ୱାରା ଆହୁରି ଅନେକ ସୁଫଳ ବି ମିଳେ, ଯଥା:
– କେତେକ ସର୍ବେକ୍ଷଣ ଅନୁଯାୟୀ, ଥାଇରଏଡ୍‌ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ବି ଡ୍ୟାନ୍ସ ଥେରାପି ଏକ ଭଲ ବିକଳ୍ପ ବୋଲି କୁହାଯାଇଛି।
– ପ୍ରତିଦିନ କିଛି ସମୟ ଡ୍ୟାନ୍ସ କରିବା ଦ୍ୱାରା ଶରୀରରେ କୋଲେଷ୍ଟରଲ ମଧ୍ୟ ନିୟନ୍ତ୍ରଣରେ ରହିଥାଏ।
– ଡ୍ୟାନ୍ସ ଦ୍ୱାରା ଚର୍ମରେ ଥିବା କେତେକ ହାନିକାରକ ଭାଇରସ୍‌ ନଷ୍ଟ ହୋଇଥାଏ; ଯଦ୍ଦ୍ବାରା ତ୍ୱଚା ସୁସ୍ଥ ଓ ସୁନ୍ଦର ଦେଖାଯାଇଥାଏ।
– ଡ୍ୟାନ୍ସ କରିବା ଦ୍ୱାରା ଅଣ୍ଟା ଓ ଆଣ୍ଠୁଗଣ୍ଠି ଦରଜରୁ ବି କେତେକାଂଶରେ ମୁକ୍ତି ମିଳେ।
– ମାନସିକ ଶାନ୍ତି ଦେବାରେ ବି ଡ୍ୟାନ୍ସ ଅନେକ ସାହାଯ୍ୟ କରିଥାଏ।
– ସବୁଠୁ ବଡ଼ କଥା ହେଉଛି, ଡ୍ୟାନ୍ସ କରିବା ଦ୍ୱାରା ମନ ଓ ମସ୍ତିଷ୍କ ଶାନ୍ତ ରହିଥାଏ। ଯାହା କି ଜଣେ ସୁସ୍ଥ ବ୍ୟକ୍ତିଙ୍କ ପାଇଁ ନିହାତି ଆବଶ୍ୟକ। ତା’ଛଡ଼ା ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ, ନିୟମିତ ଡ୍ୟାନ୍ସ କରୁଥିବା ବ୍ୟକ୍ତିଙ୍କଠାରେ ପାଗଳପଣର ଶିକାର ହେବାର ଆଶଙ୍କା ବି ବହୁତ କମ୍‌ ରହିଥାଏ।
କେଉଁ ଡ୍ୟାନ୍ସ କେତେ ଉପକାରୀ
ଏମିତି ଦେଖିବାକୁ ଗଲେ କ୍ଲାସିକାଲ୍‌ ଡ୍ୟାନ୍ସ ହେଉ କି ମଡର୍ନ ଡ୍ୟାନ୍ସ, ସବୁର କିଛି ନା କିଛି ଫାଇଦା ରହିଛି ଆମ ଶରୀର ପାଇଁ। ତେବେ ଏଠାରେ ଏମିତି କେତୋଟି ସ୍ବତନ୍ତ୍ର ଡ୍ୟାନ୍ସ ଷ୍ଟେପ୍ସ ସମ୍ପର୍କରେ କୁହାଯାଉଛି; ଯାହାର କିଛିଟା ଭିନ୍ନ ପ୍ରଭାବ ରହୁଛି…
* ବେଲି ଡ୍ୟାନ୍ସ: ଏଥିରେ ମୁଖ୍ୟତଃ ପେଟକୁ ଅଲଗା ଅଲଗା ଭଙ୍ଗୀରେ ଘୂରେଇକି ଡ୍ୟାନ୍ସ କରାଯାଇଥାଏ। କେବଳ ପେଟ କାହିଁକି ଏହି ଡ୍ୟାନ୍ସ କଲାବେଳେ ଶରୀରର ଅନ୍ୟ ଅଙ୍ଗଗୁଡ଼ିକର ବି ଭଲ ମୁଭ୍‌ମେଣ୍ଟ ହୋଇଥାଏ। ଏହି ଡ୍ୟାନ୍ସକୁ ମାତ୍ର ପାଞ୍ଚରୁ ସାତ ମିନିଟ୍‌ ଅଭ୍ୟାସ କରିବା ଯଥେଷ୍ଟ।
* ହିପ୍‌ ହପ୍‌ ଡ୍ୟାନ୍ସ: ଏହି ଡ୍ୟାନ୍ସରେ ମୁଖ୍ୟତଃ ପପିଙ୍ଗ୍‌, ଲକିଙ୍ଗ୍‌, ବ୍ରେକିଙ୍ଗ୍‌ ଆଦି ଷ୍ଟେପ୍ସର ବ୍ୟବହାର କରାଯାଇଥାଏ। ଏହାକୁ ବି ମାତ୍ର ୫ ମିନିଟ୍‌ ଅଭ୍ୟାସ କରିଦେଲେ ଶରୀରକୁ ବେଶ୍‌ ଫୂର୍ତ୍ତି ଅନୁଭବ ହୋଇଥାଏ ବୋଲି ସୂଚନା ରହିଛି।
* କଣ୍ଟେମ୍ପରାରି ଡ୍ୟାନ୍ସ: ଏହି ଡ୍ୟାନ୍ସ ବ୍ୟକ୍ତିଙ୍କର ଧ୍ୟାନକୁ ବାନ୍ଧି ରଖିବାରେ ବେଶ୍‌ ସହାୟକ ହୋଇଥାଏ। ମୁଖ୍ୟତଃ ଏହି ଡ୍ୟାନ୍ସର ପ୍ରୟୋଗ ଶରୀରକୁ ଅଧିକ ସକ୍ରିୟ ରଖିବା ପାଇଁ କରାଯାଇଥାଏ। ଏଥିରେ ଊର୍ଜ୍ଜାର ଭରପୂର ପ୍ରୟୋଗ ହୋଇଥାଏ। ମାତ୍ର ୫ ମିନିଟ୍‌ ଏହି ଡ୍ୟାନ୍ସ କରିଦେଲେ ବି ଶରୀରକୁ ଅନେକ ଲାଭ ମିଳିଥାଏ।
* ବି ବୟିଙ୍ଗ୍‌ ଡ୍ୟାନ୍ସ: ଏହା ଏକପ୍ରକାରର ବ୍ରେକ୍‌ ଡ୍ୟାନ୍ସ। ସାଧାରଣତଃ ଏହା ମାର୍ଶଲ୍‌ ଆର୍ଟ ଏବଂ ଡ୍ୟାନ୍ସର ଏକ ମିଶ୍ରିତ ରୂପ। ଏହି ଡ୍ୟାନ୍ସ କଲେ ବଡି ମୁଭ୍‌ମେଣ୍ଟ ବହୁତ ଭଲଭାବେ ହୋଇଥାଏ; ଯଦ୍ଦ୍ବାରା ଶରୀରର ମୋଟାପଣ କମିବାରେ ବେଶ୍‌ ସହାୟକ ହୁଏ। ପ୍ରତିଦିନ ୫ରୁ ୧୦ ମିନିଟ୍‌ ପାଇଁ ଏହି ଡ୍ୟାନ୍ସ ପ୍ରାକ୍ଟିସ୍‌ କରିଦେଲେ ବେଶ୍‌ ଫୂର୍ତ୍ତି ଲାଗେ। କିନ୍ତୁ ଏଥିପାଇଁ ନିୟମିତତା ଉପରେ ଯଥେଷ୍ଟ ଧ୍ୟାନ ଦେବାକୁ ହୋଇଥାଏ।
ଖାଦ୍ୟ ବି ଜରୁରୀ
ଡ୍ୟାନ୍ସ କରିବା ସମୟରେ ଥକ୍କାପଣ ନ ଲାଗିବା ପାଇଁ, ଡ୍ୟାନ୍ସ କରିବା ପୂର୍ବରୁ ଅଳ୍ପ କିଛି ହାଲୁକା ଖାଦ୍ୟ ଖାଇବା ଦରକାର। ଭୁଲ୍‌ରେ କେବେ ବି ପେଟ ତ୍ତର୍ତ୍ତି ଖାଦ୍ୟ ଖାଇ ଡ୍ୟାନ୍ସ କରିବା ଠିକ୍‌ ନୁହେଁ; ଏହାଦ୍ୱାରା ଶରୀର ଉପରେ ଅନେକ କୁପ୍ରଭାବ ପଡ଼ିଥାଏ। ସେହିପରି
ଡ୍ୟାନ୍ସ କରିବା ସମୟରେ ବାରମ୍ବାର ପାଣି ପିଇବା ବି ଉଚିତ ନୁହେଁ; ଏହା ବି ହାନିକାରକ ହୋଇଥାଏ।
ତେବେ ଆଜିକାଲି ଦେଖିବାକୁ ମିଳୁଛି, ସୁସ୍ଥ ଓ ନୀରୋଗ ରହିବା ପାଇଁ କେବଳ ଯୁବପିଢି ନୁହଁନ୍ତି, ସମସ୍ତଙ୍କ ଭିତରେ ଡ୍ୟାନ୍ସ ଥେରାପିକୁ ନେଇ ବେଶ୍‌ ଆଗ୍ରହ ବଢିବାରେ ଲାଗିଛି। ।

-ଅମ୍ବ୍ରିତା ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri