ଥାନା ପରିସରରେ ନଷ୍ଟ ହେଉଛି ଜବତ ଗାଡ଼ି

ରାୟଗଡ଼ା,୧୧।୯(ଆଶିଷ ରଞ୍ଜନ ପଣ୍ଡା): ଅପରାଧ ଘଟାଇବା ପାଇଁ ଅପରାଧୀ ବିଭିନ୍ନ ପ୍ରକାର ଗାଡ଼ି ବ୍ୟବହାର କରୁଛନ୍ତି। ଚୋରି, ଡକାୟତି, ଗଞ୍ଜେଇ ଚାଲାଣ ଆଦି ବିଭିନ୍ନ ଆପରାଧିକ ମାମଲାରେ ବ୍ୟବହୃତ କିମ୍ବା ଦୁର୍ଘଟଣା ଘଟିଥିବା ଦୁଇ ଚକିଆଠାରୁ ଆରମ୍ଭ କରି ଚାରି ଚକିଆ ଯାନବାହନକୁ ପୋଲିସ ଜବତ କରି ଥାନାରେ ରଖୁଛି। ଅଧିକାଂଶ ଗାଡ଼ିରେ ନକଲି ନମ୍ବର ପ୍ଲେଟ ବ୍ୟବହାର କରାଯାଇଥିବାରୁ ଗାଡ଼ିର ପ୍ରକୃତ ମାଲିକଙ୍କ ପରିଚୟ ମିଳି ପାରୁ ନାହିଁ। ସେହିପରି କୌଣସି ଦୁର୍ଘଟଣାଗ୍ରସ୍ତ ଗାଡ଼ି ପୋଲିସ ହେପାଜତରେ ରହିଥିଲେ ଗାଡ଼ି ମାଲିକ ପୋଲିସ ନିକଟକୁ ପରିଚୟ ପ୍ରଦାନ କରି ଗାଡ଼ି ଆଣିବାକୁ ମଧ୍ୟ ଭୟ କରୁଛନ୍ତି। ଫଳରେ ଗାଡ଼ିଗୁଡ଼ିକ ବର୍ଷ ବର୍ଷ ଧରି ପଡ଼ି ରହୁଥିବାରୁ ଥାନା ପରିସର କବାଡିଖାନାରେ ପରିଣତ ହେବାରେ ଲାଗିଛି। ଅପରପକ୍ଷେ ଖରାବର୍ଷାରେ ଗାଡିଗୁଡ଼ିକ ପଡ଼ି ଅକାମୀ ହେବା ସହ ସେଥିରେ କଳଙ୍କି ଲାଗି ନଷ୍ଟ ହେବାକୁ ବସିଲାଣି। ଜିଲାର ରାୟଗଡ଼ା ଟାଉନ ଥାନା ସମେତ ଚାନ୍ଦିଲି, ବିଷମକଟକ, ମୁନିଗୁଡ଼ା, ଗୁଣପୁର, ପଦ୍ମପୁର ସମେତ ପ୍ରାୟ ଥାନାରେ ସଂଖ୍ୟାଧିକ ବାଇକ ଜବତ ହୋଇ ପଡ଼ିରହିଛି।
ଜବତ ହୋଇଥିବା ଗାଡିକୁ ପାଇବା ପାଇଁ କିଛି ମାଲିକ ଆଇନ ଅନୁସାରେ ଥାନାରେ ଆବେଦନ କରି ଗାଡ଼ି ଫେରି ପାଇଥାନ୍ତି ତ ଆଉ କିଛି କୋର୍ଟରେ ଧାରା ୪୫୭ ଅନୁସାରେ ଆବେଦନ କରି କୋର୍ଟ ନିର୍ଦ୍ଦେଶ ପ୍ରକାରେ ପୋଲିସ ନିକଟରୁ ଗାଡ଼ି ପାଇଥାନ୍ତି। ତେବେ ପୋଲିସର ଚାର୍ଜଶିଟ୍‌ ଦାଖଲରେ ବିଳମ୍ବ ଓ ନ୍ୟାୟିକ ପ୍ରକ୍ରିୟାରେ ବିଳମ୍ବ କାରଣରୁ ଗାଡ଼ିଗୁଡ଼ିକ ପଡ଼ି ପଡ଼ି ନଷ୍ଟ ହୋଇଯାଇଥିବାରୁ ଅଧିକାଂଶ ମାଲିକ ସେଗୁଡିକୁ ନେଇ ଆଉ ଖର୍ଚ୍ଚାନ୍ତ ହେବାକୁ ଚାହୁଁନାହାନ୍ତି। ଯେଉଁ ଥାନା ପରିସର ବଡ଼ ରହିଥାଏ, ସେଠାରେ ଗାଡ଼ିଗୁଡ଼ିକ ଥାନା ଭିତରେ ରହୁଛି। ହେଲେ ଯେଉଁ ଥାନା ପରିସର ଛୋଟ ଆକାରର ସେଠାରେ ଗାଡ଼ିଗୁଡ଼ିକ ରାସ୍ତା ଉପରେ ପଡ଼ି ରହୁଥିବାରୁ ସେଗୁଡ଼ିକର କିଛି ପାର୍ଟସ ମଧ୍ୟ ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି। ଏସମ୍ପର୍କରେ ରାୟଗଡ଼ା ଏସଡିପିଓ ରଶ୍ମୀ ରଞ୍ଜନ ସେନାପତିଙ୍କୁ ପଚାରିବାରୁ ପୋଲିସ ପାଖରେ ନିଲାମ କ୍ଷମତା ନାହିଁ। ଗାଡ଼ିଗୁଡ଼ିକ ନିଲାମ କରିବା ପାଇଁ ସରକାରୀ ନିୟମାବଳୀ ଅନୁଯାୟୀ କୋର୍ଟ ଅନୁମତି ପାଇଁ ଆବେଦନ କରାଯାଇଛି। ସମସ୍ତ ପ୍ରକ୍ରିୟା ଶେଷ ହୋଇ ଅନୁମତି ମିଳିବା ପରେ ଗାଡ଼ିଗୁଡ଼ିକ ନିଲାମ କରାଯିବ। ଏଥିସହିତ ଯେଉଁ ବ୍ୟକ୍ତି ନିଜ ଗାଡ଼ିର ପ୍ରମାଣପତ୍ର ଓ କୋର୍ଟ ଅନୁମତି ଦେଖାଇବେ ସେମାନଙ୍କୁ ଗାଡ଼ି ଫେରାଇ ଦିଆଯିବ ବୋଲି ସେ କହିଛନ୍ତି।
ଏ ବିଷୟରେ ଅଧିକ ତଥ୍ୟ ପାଇଁ ବରିଷ୍ଠ ଆଇନଜୀବୀ ମଙ୍ଗଳମୂର୍ତ୍ତି ବେଉରିଆଙ୍କୁ ପଚାରିବାରୁ ପୋଲିସ ୩ଟି ମାମଲାରେ ଗାଡ଼ି ଜବତ କରିପାରିବ ବୋଲି କହିଛନ୍ତି। ଦୁର୍ଘଟଣାଗ୍ରସ୍ତ ଗାଡ଼ି ଜବତ ପରେ ପରିବହନ ବିଭାଗଠାରୁ ଗାଡ଼ି ଓ ମାଲିକ ବିଷୟରେ ସବିଶେଷ ତଥ୍ୟ ପାଇବା ପରେ ପୋଲିସ ଗାଡ଼ି ମାଲିକଙ୍କୁ ଗାଡ଼ି ଫେରାଇ ପାରିବ। ସେହିଭଳି ଯଦି ଡ୍ରଙ୍କେନ ଡ୍ରାଇଭ ମାମଲାରେ ପୋଲିସ ଗାଡ଼ି ଜବତ କରି କିଛି ଚାପରେ ଛାଡ଼ି ଦେଉଥିବା ବେଳେ ଅନ୍ୟ କିଛି ମାମଲା କୋର୍ଟକୁ ପଠାଉଛନ୍ତି। ତେବେ କୋର୍ଟକୁ ପଠାଇବା ସମୟରେ ଗାଡ଼ିର ସମସ୍ତ ତଥ୍ୟ ଓ ଫଟୋ ଆଦି ସହିତ କୋର୍ଟରେ ଦାଖଲ କରିବା କଥା। କିନ୍ତୁ ସେଗୁଡ଼ିକ ପୋଲିସ ପକ୍ଷରୁ ହେଉନାହିଁ। ଫଳରେ ଗାଡ଼ି ମାଲିକ ନିଜେ ସେ ସବୁ କରି କୋର୍ଟରେ ଦାଖଲ କରି ଗାଡ଼ି ଛାଡ଼ିବା ପାଇଁ କୋର୍ଟରେ ଆବେଦନ କରୁଥିବା ଆଇନଜୀବୀ ମଙ୍ଗଳମର୍ତ୍ତି କହିଛନ୍ତି। ଅପରପକ୍ଷେ ଗଞ୍ଜେଇ,ମଦ ଆଦି ଅବକାରୀ ମାମଲାରେ ଗାଡ଼ି ଜବତ ହୋଇଥିଲେ ମାମଲା କୋର୍ଟରେ ପ୍ରମାଣିତ ହେବା ପରେ ଜିଲାପାଳଙ୍କ ସ୍ବୀକୃତିରେ ଉକ୍ତ ଗାଡ଼ିଗୁଡ଼ିକୁ ବାଜ୍ୟାପ୍ତି କରାଯାଇପାରିବ ବୋଲି ସେ କହିଛନ୍ତି। ତେବେ ଗାଡ଼ିଗୁଡ଼ିକ ନିଲାମ ମାଧ୍ୟମରେ ବାଜ୍ୟାପ୍ତି କରି ଉକ୍ତ ଅକ୍ସନ ଟଙ୍କାକୁ ଜମା କରାଯିବ ବୋଲି ଏ ନେଇ ରାଜ୍ୟ ସରକାର ଏକ ବିଜ୍ଞପ୍ତି ଜାରି କରିଥିଲେ। ଗାଡ଼ିଗୁଡ଼ିକ ଫାଇନାନ୍ସ ରହୁଥିବାରୁ ସେଗୁଡ଼ିକର ବାଜ୍ୟାପ୍ତି ହୋଇପାରୁନାହିଁ। ତେଣୁ କୋର୍ଟକୁ ମାମଲା ପଠାଇବା ସମୟରେ ପୋଲିସ ଯଦି ଆବଶ୍ୟକ ତଥ୍ୟ ଓ ଫଟୋ ଆଦି ଦାଖଲ କରିବେ ତେବେ ଗାଡ଼ି ମୁକ୍ତ ପାଇଁ କୋର୍ଟ ନିର୍ଦ୍ଦେଶରେ ବିଳମ୍ବ ହେବ ନାହିଁ ବୋଲି ଆଇନଜୀବୀ ମଙ୍ଗଳମୂର୍ତ୍ତି ବେଉରିଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri