Categories: ବାଣିଜ୍ୟ

ଡାଲମିଆ ସିମେଣ୍ଟର‘ପ୍ରୋଜେକ୍ଟ ହସ୍ତକଳା’

ଭୁବନେଶ୍ୱର,୨୭।୨: ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ ଦ୍ୱାରା ସୁନ୍ଦରଗଡ ଜିଲାର ଝଗରପୁର ଏବଂ କଟାଙ୍ଗ ପଞ୍ଚାୟତର ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ର ମହିଳାମାନଙ୍କ ପାଇଁ ଏକ ଅର୍ଥନୈତିକ ବିକାଶମୂଳକ କାର୍ଯ୍ୟକ୍ରମ ପ୍ରୋଜେକ୍ଟ ହସ୍ତକଳା ଆରମ୍ଭ କରାଯାଇଛି। ଏପରିକି ଉକ୍ତ ପ୍ରକଳ୍ପ ଶୁଭାରମ୍ଭର ୩ ମାସ ମଧ୍ୟରେ ଅନେକ ସଫଳତା ପାଇଛି। ବିଶେଷ କରି ଉକ୍ତ ପ୍ରକଳ୍ପରେ ପ୍ରାୟ ୯୦ଜଣ ଏସ୍‌ଏଚ୍‌ଜି ମହିଳା ଅନନ୍ୟ ଟାଇ ଆଣ୍ଡ ଡାଇ ବାଟିକ ଉପତ୍ାଦରେ ତାଲିମ ନେଉଛନ୍ତି। ଅପରପକ୍ଷରେ ନୋଏଡାଠାରେ ଆୟୋଜିତ ସରସ ଆଜିବିକା ମେଳା ଏବଂ ରାଉରକେଲାଠାରେ ଆୟୋଜିତ ସରସ ମେଳା ସମେତ ବିଭିନ୍ନ ପ୍ରଦର୍ଶନୀରେ ପ୍ରକଳ୍ପର ମହିଳାମାନେ ଅଂଶଗ୍ରହଣ କରି ସେମାନଙ୍କର ଉପତ୍ାଦ ବିକ୍ରି କରିଛନ୍ତି। ତାହାସହିତ ସେମାନେ ଫ୍ଲିପକାର୍ଟ ଭଳି ଇ-କମର୍ସ ପ୍ଲାଟଫର୍ମରେ ମଧ୍ୟ ବିକ୍ରି କରୁଛନ୍ତି। ପ୍ରାୟ ୨.୫ ଲକ୍ଷ ଟଙ୍କାର ଉପତ୍ାଦ ବିକ୍ରି ହୋଇସାରିଛି। ଏ ସମ୍ପର୍କରେ ଡିସିବିଏଲ କମ୍ପାନୀର ମୁଖପାତ୍ର କହିଥିଲେ, ଉକ୍ତ ଉପତ୍ାଦର ବଜାରରେ ବିପୁଳ ଚାହିଦା ରହିଛି, କିନ୍ତୁ ତାହାର ଉପତ୍ାଦନ କମ ରହିଥିବାରୁ ଚାହିଦା ପୂରଣ ହୋଇ ପାରୁନାହିଁ। ଏଥିରେ ଆମ ୟୁନିଟ ନିକଟରେ ଚତୁର୍ପାର୍ଶ୍ୱରେ ଥିବା ଗ୍ରାମଗୁଡିକରେ ଥିବା ମହିଳାମାନଙ୍କ ପାଇଁ ସ୍ବାବଲମ୍ବୀ ହେବାର ବିକଳ୍ପ ସୁଯୋଗ ନିର୍ମାଣ ଦିଗରେ ବେଶ ଉତ୍ସାହପ୍ରଦ ସମ୍ଭାବନା ରହିଥିବା ଆମେ ଲକ୍ଷ୍ୟ କରିଥିଲୁ।

 

Share