ଭଦ୍ରକ ଅଫିସ,୧୭।୪-ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ଦୈସିଂ ସରପଞ୍ଚ ପାର୍ବତୀ ମାଝୀ ଓଡ଼ିଆ ଲେଖାପଢ଼ା ଜାଣି ନ ଥିବାରୁ ପଦ ହରାଇଛନ୍ତି। ଜିଲା ଜଜ୍ କୋର୍ଟ ତାଙ୍କୁ ଅଯୋଗ୍ୟ ଘୋଷଣା କରିବା ସହ ଭଦ୍ରକ ବିଡିଓ ତୁରନ୍ତ ସରପଞ୍ଚ ପଦ ପୂରଣ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ ପଞ୍ଚାୟତ ନିର୍ବାଚନରେ ଦୈସିଂ ସରପଞ୍ଚ ପଦବୀ ତଫସିଲଭୁକ୍ତ ଜନଜାତି ପାଇଁ ସଂରକ୍ଷିତ ଥିଲା। ମୋଟ ୨ ଜଣ ପ୍ରାର୍ଥୀ ପାର୍ବତୀ ଓ ବାଗନ ସିଂ ନାମାଙ୍କନ ପତ୍ର ଦାଖଲ କରିଥିଲେ। ପାର୍ବତୀ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ। କିନ୍ତୁ ପାର୍ବତୀ ଓଡ଼ିଆ ଲେଖାପଢ଼ା ଜାଣି ନ ଥିବାରୁ ପଞ୍ଚାୟତ ଆଇନର ଧାରା ୧୧(ଖ) ଅନୁଯାୟୀ ସେ ଅଯୋଗ୍ୟ ଥିବାରୁ ପ୍ରତିଦ୍ୱନ୍ଦ୍ୱିତା ଲଢ଼ିବା ପାଇଁ ପରାଜିତ ପ୍ରାର୍ଥୀ ବାଗନଙ୍କ ଆବେଦନ କ୍ରମେ ଭଦ୍ରକ କନିଷ୍ଠ ଦେୱାନୀ ଅଦାଲତରେ ସେହି ଆଇନର ଧାରା ୩୧ରେ ଏକ ମାମଲା ନିର୍ବାଚନ ମିସ୍ କେଶ୍-୫୮/୧୭ ରୁଜୁ ହୋଇଥିଲା। ନିମ୍ନ ଅଦାଲତ ଦରଖାସ୍ତକାରୀଙ୍କ ସାକ୍ଷ୍ୟ ଗ୍ରହଣ କରିଥିଲେ ହେଁ ପାର୍ବତୀଙ୍କ ସାକ୍ଷ୍ୟ ନ ନେଇ ମାମଲାକୁ ଖାରଜ କରିଦେଇଥିଲେ। ନିମ୍ନ ଅଦାଲତର ଏହି ରାୟକୁ ଚ୍ୟାଲେଞ୍ଜ କରି ବାଗନ ଭଦ୍ରକ ଜିଲା ଜଜ୍ଙ୍କ ଅଦାଲତରେ ଏକ ନିର୍ବାଚନ ଅପିଲ-୪୩/୧୮ ଦାଖଲ କରିଥିଲେ। ଜିଲା ଜଜ୍ ଶିଶିର କୁମାର ରଥ ପାର୍ବତୀଙ୍କୁ କୋର୍ଟକୁ ଡକାଇ ଓଡ଼ିଆ ଲେଖାପଢ଼ାର ପରୀକ୍ଷା ସାକ୍ଷ୍ୟ ମାଧ୍ୟମରେ କରିଥିଲେ। ଯାହାକି ପାର୍ବତୀଙ୍କ ପକ୍ଷେ ସମ୍ଭବ ହୋଇପାରି ନ ଥିଲା। ଏଣୁ ଗତ ୧୩ ତାରିଖରେ କୋର୍ଟ ତାଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ବାଗନଙ୍କ ପକ୍ଷରୁ ଅଧିବକ୍ତା ସନାତନ ଦୀକ୍ଷିତ ଓ ପାର୍ବତୀଙ୍କ ପକ୍ଷରୁ ବରିଷ୍ଠ ଅଧିବକ୍ତା ରାଜକିଶୋର ଦାସ ମାମଲା ପରିଚାଳନା କରିଥିଲେ।
୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ
ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...
ରାଜ୍ୟରେ ଖୁବ୍ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍ସେବା, ମାଗଣାରେ ପିଲାଙ୍କୁ ମିଳିବ…
ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍ବିଏସ୍। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...
ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି
ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...
ବାଇକ୍ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର
ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...
ପଲ୍ୟୁଶନ ସାର୍ଟିଫିକେଟକୁ ନେଇ ବଡ଼ ବୟାନ ଦେଲେ ମନ୍ତ୍ରୀ: କହିଲେ ଏଣିକି ଲାଗିବ…
ଭୁବନେଶ୍ୱର, ୨୭।୧୨: ବର୍ତ୍ତମାନ ପ୍ରଦୂଷଣ ପ୍ରମାଣ ପତ୍ର ପାଇଁ ସବୁଠି ଲମ୍ବା ଲାଇନ୍। ସରକାର ସମୟ ସୀମା ବୃଦ୍ଧି କରିଥିବା ବେଳେ ପରିବହନ ମନ୍ତ୍ରୀ ବିଭୂତି...
ପାଖେଇ ଆସୁଛି ନୂଆବର୍ଷ, ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ନେଲା ବଡ଼ ନିଷ୍ପତ୍ତି
ପୁରୀ,୨୭।୧୨: ଡିସେମ୍ବର ମାସର ଶେଷ ଦିନଗୁଡ଼ିକରେ ପୁରୀ ଜଗନ୍ନାଥ ଧାମରେ ଭକ୍ତଙ୍କ ସଂଖ୍ୟାରେ ତୀବ୍ର ବୃଦ୍ଧି ପରିଲକ୍ଷିତ ହୋଇଛି। ଅଧିକାରୀଙ୍କ ଅନୁଯାୟୀ, ଏହି ବର୍ଦ୍ଧିତ ଭିଡ଼...
ଶ୍ରୀମନ୍ଦିରରେ ମୁଖ୍ୟ ନିର୍ବାଚନ କମିଶନର: ପରିବାର ସହ ମହାପ୍ରଭୁଙ୍କୁ କଲେ ଦର୍ଶନ
ପୁରୀ,୨୭।୧୨: ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାର ଶନିବାର ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହିତ ଆର୍ଶୀବାଦ ଲାଭ କରିଛନ୍ତି । ମୁଖ୍ୟ...
ବନ୍ଧାହେଲେ କୋଟିପତି ଫରେଷ୍ଟର
ଭୁବନେଶ୍ୱର,୨୭।୧୨: କୋରାପୁଟ ଜିଲା ସେମିଳିଗୁଡ଼ା ଫରେଷ୍ଟର ନିରଞ୍ଜନ ଶତପଥୀ ଗିରଫ ହୋଇଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି।...
Archives


