Categories: Rasifala

ରାଶିଫଳ: ସୋମବାର, ସେପ୍ଟେମ୍ବର ୭ ତାରିଖ – Daily Horoscope

ମେଷ
ଆଜି ଆପଣ ପ୍ରତ୍ୟେକ କ୍ଷେତ୍ରରେ କିଛିଟା ଦ୍ୱନ୍ଦ୍ୱ ଓ ଆଶା ଆଶଙ୍କା ମଧ୍ୟରେ ଗତିକରିବାକୁ ପଡିପାରେ। ବନ୍ଧୁଙ୍କ ସହ ସହାନୁଭୂତିମୂଳକ ଆଲୋଚନା ମାଧ୍ୟମରେ ପରିବାରରେ ଶାନ୍ତି ଫେରି ଆସିବ। ସତର୍କ ନ ରହିଲେ ଈର୍ଷାପରାୟଣ ପୂର୍ବକ ନିଜ ଲୋକମାନେ ଅସୁବିଧାରେ ପକାଇପାରନ୍ତି। ସାହିତ୍ୟ, ସଙ୍ଗୀତାଦିରେ ଅଂଶଗ୍ରହଣ କରିପାରନ୍ତି।
ବୃଷ
ଉଚ୍ଚପଦାଧିକାରୀଙ୍କ ଅନୁକମ୍ପାରୁ କର୍ମକ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ପାରିବାରିକ ସ୍ଥିତି ଓ ଅର୍ଥ ସମ୍ପର୍କିତ କଥାବାର୍ତ୍ତା ସାଙ୍ଗକୁ ପ୍ରଶାସନ, ଆଇନ, ସାହିତ୍ୟ କ୍ଷେତ୍ର ମଧ୍ୟ ମନ୍ଦ ହେବନି। ସାଙ୍ଗସାଥୀ କିମ୍ବା ବନ୍ଧୁ ହୁଅନ୍ତୁ ସେମାନଙ୍କୁ ମନେଇ ନିଜ କାମରେ ନିଯୁକ୍ତକରି ସଫଳତା ପାଇବେ।
ମିଥୁନ
ରାଶିରେ ଧନଭାଗ୍ୟାଧିପ ଅବସ୍ଥାନ କରିଥିବାରୁ ଆପଣଙ୍କ ଆଶା ଓ ଅଭିଳାଷ ଅଚିରେ ପୂରଣ ହୋଇପାରିବ। ରାହୁଙ୍କ କୁପ୍ରଭାବଜନିତ ଟଙ୍କା ପଇସା ସମ୍ପର୍କିତ ସମସ୍ତ କାମ ସାବଧାନତା ସହକାରେ କରିବା ବିଧେୟ। ବାଣିଜ୍ୟ, ପରିବହନ, ସଭାସମିତି, ଜମିଜମା ଏବଂ ପିଲାଙ୍କ ସମସ୍ୟା ସମାଧାନ ହୋଇଯିବ।
କର୍କଟ
ସାମାଜିକ ସ୍ତରରେ ଆନୁଷଙ୍ଗିକ ସାହାଯ୍ୟ, ସହଯୋଗ ଓ ସୁଖ ସମ୍ମାନ ପାଇ ଖୁସି ହେବେ। ପାପଗ୍ରହଯୁକ୍ତ ବୁଧଜନିତ ଅତି ଭଲ ସମ୍ପର୍କ ରହି ଆସିଥିବା ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ। ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା ସକାଶେ ବହୁତ ସମୟ ଲାଗିପାରେ। ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେବ।
ସି˚ହ
ବୁଧାଦିତ୍ୟ ଯୋଗ ହେତୁ ପରିବାରରେ, କର୍ମକ୍ଷେତ୍ରରେ ଅଥବା ସାମାଜିକ ସ୍ତରରେ ସମ୍ମାନଜନକ ସ୍ଥିତି ଲାଭ କରିପାରନ୍ତି। ଖୁସିରେ ରହିବାକୁ ଚାହିଁଲେ ମଧ୍ୟ ଆଜିର ପରିସ୍ଥିତି ଓ ରହୁଥିବା ପରିବେଶ ତାହା ସହଜରେ କରାଇ ଦେଇ ନ ପାରେ। ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ବିଳମ୍ବରେ ପାଇଯିବେ।
କନ୍ୟା
ଶନିଙ୍କ ପ୍ରତ୍ୟକ୍ଷଦୃଷ୍ଟି କାରଣରୁ ଆଜି ଯାହା କରିବେ ଭାବିଚିନ୍ତି କରିବା ଭଲ । ଦୀର୍ଘଦିନ ଉପରାନ୍ତେ ଋଣ ସୂତ୍ରରେ ଅର୍ଥଲାଭ କରିପାରନ୍ତି। ବିଭିନ୍ନ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା ବ୍ୟତିରେକେ ସହଜ କିମ୍ବା ସୁବିଧାରେ କୈାଣସି କାମ ହୋଇପାରିବନାହିଁ। କଠିନ ଶ୍ରମ ଓ ଅନିଦ୍ରାଜନିତ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି।
ତୁଳା
ବୃହସ୍ପତି ଆପଣଙ୍କୁ ଅର୍ଥ, ସାମାଜିକ ସମ୍ମାନ ଓ ଶୁଭେଚ୍ଛୁଙ୍କ ଶୁଭକାମନାରୁ ଖୁସି ରହିବେ। ପ୍ରତିବନ୍ଧକ ଆସିଲେ ମଧ୍ୟ ହାତକୁ ନେଇଥିବା କାମଟିକୁ ଛାଡିବେ ନାହିଁ। ନିଜର ଲୋକମାନେ ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି। ଯାତ୍ରା ସମୟରେ ଅସାବଧାନତା କାରଣରୁ ହାତ କିମ୍ବା ଗୋଡରେ ଆଘାତ ଲାଗିପାରେ।
ବିଛା
ଆପଣ କଥାବାର୍ତ୍ତାରେ ସଂଯମତା ରକ୍ଷା ନ କଲେ ଭୁଲ୍‌ ବୁଝାମଣାଜନିତ ଅଶାନ୍ତିକର ପରିସ୍ଥିତି ସୃଷ୍ଟି ହୋଇପାରେ। ଅନ୍ୟମନସ୍କତା ଓ ଅସାବଧାନତା କାରଣରୁ ଟଙ୍କାପଇସା କିମ୍ବା ଦରକାରୀ କାଗଜପତ୍ର ହଜିଯିବାର ସୂଚନା ରହିଛି। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି।
ଧନୁ
ବନ୍ଧୁଙ୍କ ସହିତ ନୂତନ ବନ୍ଧୁ ପ୍ରସ୍ତାବ ପାଇଁ ଯୋଗାଯୋଗ କଲେ କୃତକାର୍ଯ୍ୟ ହେବେ। ହାତକୁ ନେଇଥିବା କେତେକ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ। ଶାରୀରିକ ସୁସ୍ଥତା ଫେରିପାଇବା କାରଣରୁ ଏକ ପ୍ରକାର ମାନସିକ ଶାନ୍ତି ମିଳିବ। ପାରିବାରିକ, ପରିବହନ, ଛୋଟ ଦୋକାନ, ହୋଟେଲ ପ୍ରଭୃତିରୁ ଆଶାଜନକ ସୁଫଳ ମିଳିବ।
ମକର
ଅଷ୍ଟମସ୍ଥ ପାପଗ୍ରହ ଆପଣଙ୍କ ସୁଖ, ସମ୍ମାନ, ପାରିବାରିକ ଶାନ୍ତି ଓ ଆର୍ଥିକ ଅଭିବୃଦ୍ଧିକୁ ରୋକି ଦେଇପାରେ। ଭୁଲ ବୁଝାମଣା ନେଇ ବନ୍ଧୁ କିମ୍ବା ସହକର୍ମୀଙ୍କ ସହ ତିକ୍ତତା ସୃଷ୍ଟିହେବାର ଆଶଙ୍କା ମଧ୍ୟ ରହିଛି। ନୂତନ ପ୍ରକଳ୍ପାରମ୍ଭ କିମ୍ବା ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ପ୍ରତିବନ୍ଧକ ସୃଷ୍ଟି ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ।
କୁମ୍ଭ
ରାହୁଙ୍କ ଚନ୍ଦ୍ର ଉପରେ ଦୃଷ୍ଟିର ପ୍ରଭାବ ଆପଣଙ୍କ ଚିନ୍ତାଧାରାକୁ ବଦଳାଇ ଦେଇପାରେ। ଆଗାମୀ ନୂତନ ଭାବେ ଆରମ୍ଭ କରିବାକୁ ଥିବା କାର୍ଯ୍ୟ ସକାଶେ ତପତ୍ରତା ବୃଦ୍ଧିପାଇବ। କଳା, ସାହିତ୍ୟ, ସଂସ୍କୃତି ପ୍ରତି ଅନୁରାଗ ବଢିବା ସହିତ ବନ୍ଧୁମିଳନରୁ ଖୁସି ରହିବେ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟିକ ସ୍ଥିତି ସୁଦୃଢ ରହିବ।
ମୀନ
ଦେବଗୁରୁଙ୍କ ଶୁଭଦୃଷ୍ଟିରୁ ଚେଷ୍ଟା କରୁଥିବା କାମଗୁଡିକ ଠିକ୍‌ ଭାବରେ ସମ୍ପନ୍ନ ହେବ। ବନ୍ଧୁଙ୍କ ସହ ମନାନ୍ତର ସୃଷ୍ଟି ହୋଇପାରେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ବନ୍ଧୁଙ୍କ ପରାମର୍ଶରେ ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇପାରନ୍ତି। ଆର୍ଥିକ ସ୍ବଚ୍ଛଳତା ଆସିବା ସାଙ୍ଗକୁ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହେବେ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.