Categories: Rasifala

ରାଶିଫଳ: ବୁଧବାର, ଅକ୍ଟୋବର ୧୪ ତାରିଖ – Daily Horoscope

ମେଷ
ଆଜି ଅଷ୍ଟମସ୍ଥ ଚନ୍ଦ୍ରଙ୍କ ପ୍ରଭାବରୁ ମାନସିକ ଅସ୍ଥିରତା ଲାଗିରହିବ। ଗ୍ରହଚକ୍ରରେ ତିନୋଟି ଗ୍ରହ ନୀଚାଂଶରେ ରହିଥିବାରୁ କର୍ମକ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେବେ। ପାରିବାରିକ କ୍ଷେତ୍ର, ବ୍ୟବସାୟିକ ସ୍ଥିତି, ଦୂରଯାତ୍ରା କ୍ଷେତ୍ରରେ ସଫଳତା ମିଳିବ। ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବା ସଙ୍ଗକୁ ସଭାସମିତିକୁ ନିମନ୍ତ୍ରିତ ହୋଇପାରନ୍ତି।
ବୃଷ
କଲ୍ୟାଣ ଚନ୍ଦ୍ରର ଶୁଭତ୍ୱ କାରଣରୁ ବକେୟା ଅର୍ଥ ପାଇବା ସହ କର୍ମକ୍ଷେତ୍ରରେ ସମ୍ମାନିତ ହେବେ। ଆଲୋଚନା ପରିସରରେ ଅପ୍ରିୟ ସତ୍ୟ ଭାଷଣଜନିତ କଳହର ଆଶଙ୍କା ରହିଛି । ପରିଜନଙ୍କ ସହିତ ଘରେ ବନ୍ଧୁ ମିଳନ ସହିତ ଖୁସିର ଆସର ଜମିପାରେ। ପଡ଼ୋଶୀଙ୍କ ପ୍ରେରଣାରେ ଭ୍ରମଣ ସକାଶେ ମନ ବଳାଇପାରନ୍ତି।
ମିଥୁନ
କର୍ମସ୍ଥାନରେ ଶନି ଥିଲେ ମଧ୍ୟ କର୍ମାଧିପତିଙ୍କ ସୁପ୍ରଭାବରୁ ପ୍ରତିକୂଳ ପରିବେଶରେ ମଧ୍ୟ କାମ ସମ୍ପନ୍ନ କରିପାରିବେ। ପାରିବାରିକ କଳହରେ ସବୁ ଜାଣିଶୁଣି ସୁଦ୍ଧା ଚୁପ୍‌ ରହିବାକୁ ବାଧ୍ୟ ହେବେ। ଅବଶ୍ୟ ସନ୍ତାନଙ୍କ କୃତି ଓ କୃତିତ୍ୱଜନିତ ସାମାଜିକ ସ୍ତରରେ ଗୌରବାନ୍ବିତ ହୋଇପାରନ୍ତି।
କର୍କଟ
କର୍ମକ୍ଷେତ୍ରରେ ଘଟିଯାଇଥିବା ଅତୀତ ଘଟଣାର ସମୀକ୍ଷା କରି ଦୁଶ୍ଚିନ୍ତାଗ୍ରସ୍ଥ ହେବେ। ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତ ହେବେ। ବନ୍ଧୁଙ୍କ ନିକଟରୁ କିମ୍ବା ସରକାରୀ ସ୍ତରରୁ ଋଣ ସୂତ୍ରରେ ଅର୍ଥଲାଭ କରିବେ। ବାଣିଜ୍ୟ ଓ ପରିବହନରେ ଉନ୍ନତି ଘଟିବ। ମହିଳାମାନେ ସାହିତ୍ୟ, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।
ସି˚ହ
ନୀଚରାଶିରେ ମଙ୍ଗଳ ରହିଥିବାରୁ ବିଭିନ୍ନ ସମସ୍ୟା ମଧ୍ୟରେ ମାନସିକ ସ୍ଥିତି ଠିକ୍‌ ରହିବ ନାହିଁ। ବନ୍ଧୁଙ୍କ ସହ ଯୋଗରେ ଶିଳ୍ପ, ବାଣିଜ୍ୟ ଓ ଏଜେନ୍ସିପରୁ ଖୁସି ରହିବେ। ଭଲ କଥା କହିଲେ ମଧ୍ୟ ବନ୍ଧୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିବେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସଙ୍ଗକୁ ଆଜିର ଯାତ୍ରା, ପ୍ରଶାସନ, ଆଇନ କଳା ସାହିତ୍ୟ ପ୍ରଭୃତି ମନ୍ଦ ହେବନି।
କନ୍ୟା
ବୁଧ ସହିତ ଶୁକ୍ର ସଂଯୋଗରୁ ସାମାଜିକ ସ୍ତରରେ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି କାମ ହାସଲ କରିବେ। ପରିସ୍ଥିତି ଗମ୍ଭୀର ରହିଲେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିବା ଠିକ୍‌ ହେବନାହିଁ । ବନ୍ଧୁ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ରକ୍ଷାକରି ଠିକ୍‌ ସମୟରେ ଆସିବେ। ବାଣିଜ୍ୟ, ଆନୁଷ୍ଠାନିକ କାମ ତଥା ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ।
ତୁଳା
ଚତୁର୍ଥାଧିପତି ଶନି ଦୁଃସ୍ଥାନରେ ନୀଚାରୋହୀ କାରଣରୁ ବୁଝାମଣା ଅଭାବରୁ ପରିବାରରେ କଳହ ଲାଗିପାରେ। ଉପରିସ୍ଥ କର୍ମଚାରୀଙ୍କ ନିକଟରୁ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ପଦସ୍ଥ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରୁ ଉପକୃତ ହେବ। ସ୍ବାସ୍ଥ୍ୟ ସମସ୍ୟା ଲାଗିରହୁଥିବାରୁ ଟେନ୍‌ସନ୍‌ କିିଛି ମାତ୍ରାରେ ଲାଗିରହିବ।
ବିଛା
ଲାଭଭାବରେ କର୍ମାଧିପତି ଅବସ୍ଥାନ କରିଥିବାରୁ କର୍ମକ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ। ଅପେକ୍ଷା କରିଥିବା କାମ ସମ୍ପର୍କରେ କିଛି ଆଶା ଜନକ ଖବର ପାଇ ଖୁସି ହୋଇଯିବେ। ପ୍ରକାଶନ, ସାହିତ୍ୟ, ରାଜନୀତି ପାଇଁ ଦିନଟି ଭଲ। ଆନୁଷ୍ଠାନିକ କାର୍ଯ୍ୟ ସମ୍ପନ୍ନ କରିବାରେ ଅନ୍ୟମାନଙ୍କୁ ସହଜରେ ବିଶ୍ୱାସ କରି ପାରିବେନାହିଁ।
ଧନୁ
ବିବାଦୀୟ ସ୍ଥିତିଜନିତ କର୍ମକ୍ଷେତ୍ରରେ ଦ୍ୱନ୍ଦ୍ୱରେ ପଡ଼ି ପ୍ରତ୍ୟେକ କଥାକୁ ଠିକ୍‌ ଭାବେ ବୁଝିପାରିବେନି। ଶନିଙ୍କ କୁପ୍ରଭାବରୁ ବନ୍ଧୁଙ୍କ ପ୍ରତିଶ୍ରୁତି ଉପରେ ପୂର୍ଣ୍ଣ ଭରସା କରିପାରିବେ ନାହିଁ। ମନବଳ ଖୁବ୍‌ ଟାଣ ରହିବ ଏବଂ ଜିଦ୍‌ରେ ଅଟଳ ରହି କାର୍ଯ୍ୟସାଧନ କରିପାରିବେ। ଦୂରଯାତ୍ରା, ବ୍ୟବସାୟ, ନିର୍ମାଣ, ଆନୁଷ୍ଠାନିକ କାମ ନିଶ୍ଚିତ ସଫଳ ହେବ।
ମକର
ଆଶାକରୁଥିବା ଜିନିଷର ପ୍ରାପ୍ତିର ଆଶା ନେଇ ମନ ଉଦ୍‌ବେଗ ଯୁକ୍ତ ରହିବ। ଅଧିକାଂଶ ସମୟ ଦ୍ୱନ୍ଦ୍ୱରେ ପଡ଼ି ପରିବାର ସଦସ୍ୟଙ୍କ କଥାକୁ ଠିକ୍‌ ଭାବେ ବୁଝି ପାରିବେନି। ଯାତ୍ରାବେଳେ ଜିନିଷ ପତ୍ର ପ୍ରତି ସତର୍କ ନ ରହିଲେ ଅସୁବିଧାର ସମ୍ମୁଖୀନ ହେବେ। କର୍ମାଧିପ ସ୍ବଗୃହସ୍ଥ ଯୋଗୁ ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ପାଇବ।
କୁମ୍ଭ
ବହୁତଦିନରୁ ରହି ଆସିଥିବା ସମସ୍ୟା ସମାଧାନ କରିବାରେ ବନ୍ଧୁଙ୍କ ସମର୍ଥନ ପାଇବେ। ଦୁଃସ୍ଥାନସ୍ଥ ସପ୍ତମାଧିପ ଯୋଗୁ ବାଣିଜ୍ୟ କ୍ଷେତ୍ରରେ ସମସ୍ୟାର ସୂଚନା ରହିଛି। ସାମାଜିକ ସ୍ତରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବାରେ ସଫଳ ହେବେ। ଭାବପ୍ରବଣତା ଯୋଗୁ ପାରିବାରିକ କ୍ଷେତ୍ରରେ ମନୋବଳ ହ୍ରାସ ପାଇବ।
ମୀନ
ସମସ୍ୟା ସେତେଟା ପ୍ରତିକୂଳ ନ ହେଲେ ମଧ୍ୟ ଅଯଥା କଥା ଚିନ୍ତା କରି ମନ ଅସ୍ଥିର ରହିବ। କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ। ଅଷ୍ଟମଭାବସ୍ଥ ବୁଧ କାରଣରୁ ପାରିବାରିକ କ୍ଷେତ୍ରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି। ବନ୍ଧୁ ପରିଜନଙ୍କ ସହିତ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.