Posted inRasifala

ରାଶିଫଳ: ଶନିବାର, ଜୁଲାଇ ୨୫ ତାରିଖ – Daily Horoscope

ମେଷ
ଦାମିନୀ ଯୋଗ ପ୍ରଭାବରୁ ଦୀର୍ଘଦିନରୁ ଆଶା କରିଥିବା ମୂଲ୍ୟବାନ ଦ୍ରବ୍ୟଟି ବନ୍ଧୁଙ୍କ ଜରିଆରେ ପାଇପାରନ୍ତି। ଈର୍ଷା ଓ ଅସୂୟା ମନୋଭାବ ପୋଷଣ କରି ନିଜ ଲୋକମାନେ ଅସୁବିଧାରେ ପକାଇ ପାରନ୍ତି। ବ୍ୟବସାୟିକ, ସାମାଜିକ ଓ ଆନୁଷ୍ଠାନିକ ସ୍ଥିତି ଠିକ୍‌ ରହିବ। ପାରିବାରିକ ସମସ୍ୟା ସଜାଡିବାରେ ବ୍ୟସ୍ତ ରହିପାରନ୍ତି।
ବୃଷ
ବୃଷ
କ୍ଷେତ୍ରସିଂହାସନ ଯୋଗ ପ୍ରଭାବରେ କର୍ମକ୍ଷେତ୍ରରେ ନିଜର ପ୍ରାଧାନ୍ୟ ବୃଦ୍ଧି ପାଇବ। ନିଜ ସମ୍ପର୍କୀୟ ବନ୍ଧୁ ମାନଙ୍କ ସହାୟତା ଲାଭ କରି କାର୍ଯ୍ୟ ହାସଲ କରିବେ। ବରାଦ ଅନୁସାରେ ଅଳଙ୍କାର, ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। କର୍ମକ୍ଷେତ୍ରରେ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ।
ମିଥୁନ
ମିଥୁନ
ମୁଖଭାବରେ ସୂର୍ଯ୍ୟଙ୍କ ସ୍ଥିତି ପ୍ରତିଦ୍ୱନ୍ଦ୍ୱିତାକୁ ପ୍ରତିହତ କରିବାରେ ସମର୍ଥ ହେବ। ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହିଥିଲେ ମଧ୍ୟ ପାରିବାରିିକ କ୍ଷେତ୍ର ବୁଝାମଣାରେ ଶୃଙ୍ଖଳିତ ରହିବ। ପାଖ, ପଡୋଶୀମାନେ ଆପଣଙ୍କ କାର୍ଯ୍ୟାବଳୀର ଭୁରିଭୁରି ପ୍ରଶଂସା କରିପାରନ୍ତି। ପ୍ରକାଶନ ଓ ପ୍ରଶାସନ,ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ।
କର୍କଟ
କର୍କଟ
ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁ ମାନସିକ ଅସ୍ଥିରତା କାରଣରୁ ବିଶୃଙ୍ଖଳା ଘଟିପାରେ। ସଭାସମିତି କିମ୍ବା ଅଫିସ୍‌ କାମରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି। ବହୁ ଦିନ ଧରି ଲାଗି ରହିଥିବା ରୋଗପୀଡ଼ାରେ କଷ୍ଟ ଅନୁଭବ କରିବେ। ବନ୍ଧୁଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ ନ କରିବା କାରଣରୁ ସେ ଅଭିମାନ କରିପାରନ୍ତି।
ସି˚ହ
ସି˚ହ
ସେପରି କିଛି ବଡ ଧରଣର ଅସୁବିଧା ନ ହେଲେ ମଧ୍ୟ ମନ ଅସ୍ଥିର ରହିବ। କେତେକ କ୍ଷେତ୍ରରେ ପୂର୍ବାଫାଲଗୁନୀ ପାଇଁ ଆତ୍ମୀୟମାନେ ଆବଶ୍ୟକୀୟ ସହଯୋଗ କରିବେ। ଆଜିର ସକାଳୁଆ ଯାତ୍ରା ଫଳପ୍ରଦ ହେବ କିନ୍ତୁ ସାମୟିକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ।
କନ୍ୟା
ଦୀର୍ଘଦିନର ଅପୂରଣୀୟ ଆଶା ମନକୁ ବାରମ୍ବାର ଆଲୋଡନ କରି ଅଶାନ୍ତି ସୃଷ୍ଟି କରିପାରେ। କୃତ୍ତିକା ନକ୍ଷତ୍ରସ୍ଥ ଚନ୍ଦ୍ର ପ୍ରଭାବରେ ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ଯାନବାହନ, ବିବାଦୀୟ ସ୍ଥାନ,ଏକାକୀ ଯାତ୍ରାରୁ ଦୂରେଇ ରହିବା ଭଲ ହେବ।
ତୁଳା
ତୁଳା
ବୁଧ ନକ୍ଷତ୍ରସ୍ଥ ମଙ୍ଗଳ ଯୋଗୁ ପରିସ୍ଥିତିବଶତଃ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ଉପରିସ୍ଥଙ୍କ ନିର୍ଦ୍ଦେଶାନୁସାରେ ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ। କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହଯୋଗ ଅଭାବରୁ ମନ ଭଲ ଲାଗି ନ ପାରେ। ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି।
ବିଛା
ବିଛା
ଆଜି ଭାଗ୍ୟାଧିପ କେନ୍ଦ୍ରସ୍ଥ ଯୋଗୁ ଯେଉଁ କାମରେ ହାତଦେଲେ ମଧ୍ୟ ସଫଳତା ଅବଶ୍ୟମ୍ଭାବୀ। ଆଲୋଚନା କାଳରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେଇପାରନ୍ତି। ବିଗତ ଦିନର କୌଣସି ଘଟଣା ସକାଶେ ଅପରାହ୍ନରେ ଟେନସନ୍‌ ବଢିପାରେ। ଭ୍ରମଣ କିମ୍ବା କାମର ଚାପ ହେତୁକ କ୍ଳାନ୍ତି ଅନୁଭବ କରିବେ।
ଧନୁ
ଧନୁ
ଶନିଙ୍କ ପ୍ରଭାବରୁ ପ୍ରତ୍ୟେକ କଥାକୁ ଜାଣିଶୁଣି ନୀରବତା ଅବଲମ୍ବନରୁ ଭତ୍ସିତ ହୋଇପାରନ୍ତି। ବହୁ ଦିନରୁ ଚିନ୍ତା କରିଥିବା ଯୋଜନାଟିକୁ କାର୍ଯ୍ୟକାରୀ କରିବାରେ ପ୍ରତିବନ୍ଧକ ଦୂରେଇଯିବ। ପାରିପାର୍ଶ୍ୱିକ ପରିସ୍ଥିତି ଭଲ ନ ଥିଲେ ମଧ୍ୟ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ।
ମକର
ମକର

କର୍ମାଧିପ କୋଣଭାବସ୍ଥ ସ୍ବଗୃହୀ ଯୋଗୁଁ ଆଜି କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ। ଆତ୍ମୀୟମାନଙ୍କ ହୀନମନ୍ୟତା କାରଣରୁ ମନଟା ଭଲ ଲାଗିବ ନାହିଁ। ସଭାସମିତି, ଆଲୋଚନା ଚକ୍ର, ନିର୍ମାଣ, ପରିବହନ, ପ୍ରକାଶନ କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିବେ।

କୁମ୍ଭ
କୁମ୍ଭ
ବଳବାନ୍‌ ଚତୁର୍ଥାଧିପତଙ୍କ ଯୋଗୁ ପାରିବାରିକ ଓ କର୍ମକ୍ଷେତ୍ରରେ ସହଜରେ କାମ ହାସଲ କରିବେ। ସଭାସମିତିର ଆଲୋଚନା ପରିସରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ।
ମୀନମୀନ

ପାପଗ୍ରହଯୁକ୍ତ ବୁଧଙ୍କ ଯୋଗୁ ପାରିବାରିକ ସମସ୍ୟା ସମାଧାନର ଚିନ୍ତାକରି ଦୁର୍ଭାବନା ବଢିଚାଲିବ। ଶତ୍ରୁତା ଓ ସ୍ବାସ୍ଥ୍ୟହାନି ମଧ୍ୟ କର୍ମକ୍ଷେତ୍ରରେ ପ୍ରତିବନ୍ଧକର ବାତାବରଣ ସୃଷ୍ଟି କରିପୋରେ। ବାଣିଜ୍ୟ, ବ୍ୟବସାୟ ମନ୍ଦ ହେବେନି। ଆଲୋଚନା, ପାଇବାକୁଥିବା ଅର୍ଥ ସମ୍ପର୍କୀୟ କାର୍ଯ୍ୟପାଇଁ ଅସୁବିଧା ହେବନି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

ରାଶିଫଳ: ଶନିବାର, ଡିସେମ୍ବର ୧୩ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ନୂତନ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନାର ସହ ଦିନଟି ଉପଭୋଗ୍ୟ ରହିବ। ଶତ୍ରୁକ୍ଷେତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୨ ତାରିଖ – Daily Horoscope

ମେଷ ହାତକୁ ନେଇଥିବା କାମଟି ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ରହିବ ନାହିଁ। ଶୁକ୍ରଙ୍କ ପ୍ରଭାବରୁ ଅର୍ଥ ଓ ବିଳାସପୂର୍ଣ୍ଣ ଦ୍ରବ୍ୟ ପ୍ରତି ଆଗ୍ରହୀ ହେବେ।...

ରାଶିଫଳ: ଗୁରୁବାର, ଡିସେମ୍ବର ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ନେଇ ମାନସିକ ଉଦ୍‌ବେଗ ବୃଦ୍ଧି ପାଇବ। ଅର୍ଥର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ତ୍ୱରାନ୍ବିତ କରିବ। ଆଲୋଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri