ଅପୂରଣୀୟ ଅଭିଳାଷ ମାନସିକ ଅସନ୍ତୋଷ ବୃଦ୍ଧି କରିବା ସହ ପୁରାତନ ରୋଗ ପୀଡ଼ା ଜନିତ ବିଷାଦିତ ରହିପାରନ୍ତି। ଆଶା କରିଥିବା ମୂଲ୍ୟବାନ ଦ୍ରବ୍ୟଟି ବନ୍ଧୁଙ୍କ ଜରିଆରେ ପାଇବେ। ଈର୍ଷା ଓ ଅସୂୟା ମନୋଭାବ ପୋଷଣ କରି ନିଜ ଲୋକ ସମସ୍ୟା ସୃଷ୍ଟି କରିବେ। ପାରିବାରିକ ଓ ଆନୁଷ୍ଠାନିକ ସ୍ଥିତି କୃତ୍ତିକା ନକ୍ଷତ୍ର ସକାଶେ ଠିକ୍ ରହିବ।
ଆପଣଙ୍କ ମନର ଶାନ୍ତ, ସରଳ ଧର୍ମୀୟଭାବନା ସାମାଜିକ ଜୀବନରେ ସହକର୍ମୀଙ୍କର ଦୃଷ୍ଟି ଆକର୍ଷଣ କରିବ। ଘରର ବରାଦ ଅନୁସାରେ ଅଳଙ୍କାର, ଔଷଧ ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ମୃଗଶିରାର କର୍ମକ୍ଷେତ୍ରରେ ଅନ୍ୟମନସ୍କ ହେତୁ ବ୍ୟତିକ୍ରମ ପରିଲକ୍ଷିତ ହେବ। ବନ୍ଧୁଙ୍କ ବାଧ୍ୟବାଧକତାରେ ଦୂରଯାତ୍ରା କରିବାକୁ ପଡ଼ିପାରେ।
ଆର୍ଥିକ ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହିଥିଲେ ମଧ୍ୟ କର୍ମ ଓ ପାରିବାରିିକ କ୍ଷେତ୍ର ବୁଝାମଣା ଭିତ୍ତିରେ ଶୃଙ୍ଖଳିତ ରହିବ। କର୍ମକ୍ଷେତ୍ରରେ ସହକର୍ମୀ ଏବଂ ଅଧସ୍ତନମାନେ ଆପଣଙ୍କ କାର୍ଯ୍ୟାବଳୀର ଭୂୟସୀ ପ୍ରଶଂସା କରିପାରନ୍ତି। ପ୍ରକାଶନ, ବ୍ୟବସାୟ କ୍ଷେତ୍ରରେ ପ୍ରତିବନ୍ଧକ ଦୂର ହେବ। ପୁନର୍ବସୁର ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣରେ ରହିବ।
ଆଜି କର୍ମଜଞ୍ଜାଳ ମଧ୍ୟରେ ଘରର ବରାଦ ଅନୁଯାୟୀ ଅତ୍ୟାବଶ୍ୟକ ଜିନିଷ କିଣିବାକୁ ଭୁଲିଯିବେ। ପୁଷ୍ୟା ନକ୍ଷତ୍ର କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ଆଦେଶାନୁଯାୟୀ ନୂତନ ଦାୟିତ୍ୱ ହାତକୁ ନେବେ। ରୋଗପୀଡ଼ାରେ କଷ୍ଟ ସାମାନ୍ୟ ଲାଘବ ହୋଇଯିବ। ଆପଣ କଥା ଦେଇ ପ୍ରତିଶ୍ରୁତି ପାଳନ ନ କରିବା କାରଣରୁ ବନ୍ଧୁ ଅଭିମାନ କରିପାରନ୍ତି।
ପରିବାରରେ ଭୁଲ୍ ବୁଝାମଣା ଯୋଗୁ ବନ୍ଧୁଙ୍କ ମାଧ୍ୟମରେ କାମ ହାସଲ କରିବେ। ସାହିତ୍ୟ, ସାମ୍ବାଦିକତା, ସଭାସମିତି, ଗବେଷଣା ଓ ରାଜନୀତିରେ ଚେଷ୍ଟା ସଫଳ ହେବ। ବ୍ୟବସାୟ, ନିର୍ମାଣ ଓ ପରିବହନରେ ଉଚ୍ଚ ଫଳ ପ୍ରାପ୍ତି ହେବ। ମଘା ନକ୍ଷତ୍ରର ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ।
ଆଜି ଦୀର୍ଘ ଦିନର ଆଶା ପୂରଣ ସକାଶେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିପାରନ୍ତି। କର୍ମକ୍ଷେତ୍ରରେ ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ଯାନବାହନ, ବିବାଦୀୟ ସ୍ଥାନ, ଏକାକୀ ଯାତ୍ରାରୁ ଦୂରେଇ ରହିବା ଭଲ। ହସ୍ତା ନକ୍ଷତ୍ର କାରିଗରି, ସାହିତ୍ୟ, ସଙ୍ଗୀତାଦିରେ ସୁନାମ ଅର୍ଜିବେ।
କର୍ମକ୍ଷେତ୍ରରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ବିଶାଖା ନକ୍ଷତ୍ର ଉପରିସ୍ଥଙ୍କ ନିର୍ଦ୍ଦେଶାନୁସାରେ କଠିନ ଶ୍ରମ ସାଙ୍ଗକୁ ଭ୍ରମଣଜନିତ କ୍ଳାନ୍ତି ଅନୁଭବ କରିବେ। ସହକର୍ମୀଙ୍କ ସହଯୋଗ ଅଭାବରୁ ମନ ଭଲ ଲାଗି ନ ପାରେ। ଅସମର୍ଥିତ ସୂତ୍ରରୁ ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି।
ଆପଣ ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରିବାକୁ ଚେଷ୍ଟା କରିପାରିଲେ ଉପକୃତ ହେବେ। ଆଲୋଚନା କାଳରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। ଅନୁରାଧା ନକ୍ଷତ୍ର ସକାଶେ ବିଗତ ଦିନର ଘଟଣା ସକାଶେ ଟେନସନ୍ ବଢ଼ିପାରେ। ମକଦ୍ଦମା, ଜମିଜମା, ନିର୍ମାଣ, ଆନୁଷ୍ଠାନିକ କାମରେ ସୁଫଳ ପାଇବେ।
କର୍ମକ୍ଷେତ୍ରର ବିବାଦୀୟ ଘଟଣା ସକାଶେ ଯେଉଁ ଆଶଙ୍କା କରୁଛନ୍ତି ସେପରି କିଛି ହେବ ନାହିଁ। ଉତ୍ତରାଷାଢ଼ା ନକ୍ଷତ୍ର ପ୍ରତିଦ୍ୱନ୍ଦ୍ୱିତାରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍ ହେବନି। ବନ୍ଧୁଙ୍କ ସହ ନୂତନ ସ୍ଥାନ ଭ୍ରମଣ ସାଙ୍ଗକୁ ମୂଲ୍ୟବାନ୍ ଜିନିଷ କ୍ରୟ କରିପାରନ୍ତି। ଅର୍ଥ ଓ ସମ୍ମାନ ମିଳିବା ସହ ବ୍ୟବସାୟିକ ଉନ୍ନତି କରିବେ।
ଆଜି ଆପଣ ବନ୍ଧୁମାନଙ୍କ ପରାମର୍ଶରେ କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ମନସ୍ଥ କରିପାରନ୍ତି। ଶ୍ରବଣା ନକ୍ଷତ୍ର ସକାଶେ ଖାଦ୍ୟପେୟର ଅନିୟମିତତା ସ୍ବାସ୍ଥ୍ୟହାନିର କାରଣ ହୋଇପାରେ। ସଭାସମିତି, ଆଲୋଚନାଚକ୍ର, ନିର୍ମାଣ, ପରିବହନ, ପ୍ରକାଶନ କ୍ଷେତ୍ରରେ ଆଶାଜନକ ସଫଳତା ହାସଲ କରିବେ।
ସହକର୍ମୀ ଆପଣଙ୍କ ମାଧ୍ୟମରେ ଫାଇଦା ଉଠାଇବା ପାଇଁ ଚେଷ୍ଟା କରିପାରନ୍ତି। ପାରିବାରିକ କ୍ଷେତ୍ରରେ ମଧ୍ୟ ସହଜରେ କାମ ହାସଲ ହେବା କଷ୍ଟକର ହୋଇପାରେ। ଶତଭିଷା ନକ୍ଷତ୍ର ସତ୍ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ଆଗ୍ରହ ପ୍ରକାଶ କରିବେ। ବାଣିଜ୍ୟ, ବ୍ୟବସାୟ , ପରିବହନରେ ସମସ୍ୟା ସମାଧାନ ହେବାରୁ ଆଶ୍ୱସ୍ତି ଅନୁଭବ କରିବେ।
ଆଜି ଦିନ ଭିତରେ ଯାହା କରନ୍ତୁନା କାହିଁକି କୌଣସି ଅସୁବିଧା ନ ହୋଇ କାମଟି ନିର୍ବିଘ୍ନରେ ସମାପନ ହୋଇପାରିବ। ସବୁ ଭଲ ଥିଲେ ମଧ୍ୟ ପାରିବାରିକ ସମସ୍ୟା ସମାଧାନର ଚିନ୍ତାରେ ଦୁର୍ଭାବନା ବଢ଼ିପାରେ। କାର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ମଧ୍ୟ ସହଜରେ ବିଶ୍ୱାସ କରିପାରିବେ ନାହିଁ। ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେବ।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.
Subscribe to updates
Unsubscribe from updates