Categories: Rasifala

ରାଶିଫଳ: ସୋମବାର, ଅଗଷ୍ଟ ୩ ତାରିଖ – Daily Horoscope

ମେଷ
ଦୈହିକ ଦୁର୍ବଳତା ସାଙ୍ଗକୁ ଧୈର୍ଯ୍ୟହରା ଓ ନୈରାଶ୍ୟ ବ୍ୟସ୍ତ ଓ ବିବ୍ରତ କରିଦେବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ। ଅଫିସରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡା ଲାଗିପାରେ। ରଖିଥିବା ଅର୍ଥ ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବା କାରଣରୁ ଦୁଃଖ ପ୍ରକାଶ କରିବେ।
ବୃଷ
ସମସ୍ୟା ଜାଲରେ ଛନ୍ଦି ହୋଇ ମନୋବଳ ଭାଙ୍ଗିଲାଭଳି ଅନୁଭବ କରିବେ। କର୍ମକ୍ଷେତ୍ରରେ ଅଟକି ରହିଥିବା କାମର ଚିନ୍ତା ମନକୁ ଆନ୍ଦୋଳିତ କରିବ। ଶିଳ୍ପ, ବାଣିଜ୍ୟ ଭଲରେ ଚାଲିବ ଏବଂ ଲାଭବାନ୍‌ ମଧ୍ୟ ହେବେ। ବହୁ ପ୍ରତୀକ୍ଷିତ ଖବର ପରିବହନରେ ସାଧାରଣ କଥାରେ ଝଗଡା କିମ୍ବା ତଜ୍ଜନିତ ସମସ୍ୟାର ଆଶଙ୍କା ରହିଛି।
ମିଥୁନ
ଅର୍ଥନୈତିକ ଅଭିବୃଦ୍ଧି ସାଙ୍ଗକୁ ବିଭିନ୍ନ ଯୋଜନା କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଛୋଟ କଥାକୁ କେନ୍ଦ୍ର କରି ପରିବାରରେ ସମ୍ପର୍କ ହାନି ଘଟିବ। ରାଜନୀତି କ୍ଷେତ୍ରରେ ନେତୃତ୍ୱ ନେଇ କିମ୍ବା ସମର୍ଥକଙ୍କ ଶୁଭକାମନାରୁ ଖୁସି ରହିବେ। ବ୍ୟବସାୟୀମାନେ ପରିଶ୍ରମ ଅନୁସାରେ ଫଳ ଲାଭ କରି ଆନନ୍ଦ ଅନୁଭବ କରିବେ।
କର୍କଟ
ଅଧସ୍ତନ କର୍ମଚାରୀଙ୍କ ସହଯୋଗ କ୍ରମେ କାମଟିକୁ ସୁରୁଖୁରୁରେ କରିପାରିବା କାରଣରୁ ଟେନସନ୍‌ କିିଛି ମାତ୍ରାରେ କମିଯିବ। ପରିବାରରେ ପୂର୍ବ ସମସ୍ୟା ସମାଧାନ ହେବାରେ କୌଣସି ନୀଚ୍ଚ ଜାତିର ବ୍ୟକ୍ତି ମୁଖ୍ୟ ଭୂମିକା ଗ୍ରହଣ କରିବେ। ସଭାସମିତିରେ ତର୍କ ବୃଦ୍ଧି ପାଇବା କାରଣରୁ ଆଲୋଚନା ଅମୀମାଂସିତ ରହିବ।
ସି˚ହ
କର୍ମକ୍ଷେତ୍ରରେ ସହଯୋଗ ସମସ୍ୟା ସମାଧାନ କରିବାରେ ସାହାଯ୍ୟ କରିବ। ଆର୍ଥିକ ଦିଗରୁ ଉପକୃତ ହେବେ ଓ ସ୍ଥଗିତ କାମ ତ୍ୱରାନ୍ବିତ କରିବେ। ପରିବାରରେ ପାରସ୍ପରିକ ସହଯୋଗ ମାନସିକ ଶାନ୍ତି ଆଣିବାରେ ସହାୟକ ହେବ। ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।
କନ୍ୟା
ଭଲ ସମ୍ପର୍କ ନ ଥିବା ବ୍ୟକ୍ତିଙ୍କ ଦ୍ୱାରା ମିଥ୍ୟା ଗୁଜବ ମନକୁ ଚହଲାଇ ଦେବ। ଆମତ୍ୀୟଙ୍କ ଅସହଯୋଗ, ଅସମ୍ମାନ ଦୁଃଖର ମାତ୍ରାକୁ ଦ୍ୱିଗୁଣିତ କରିବ। ପାରିବାରିକ ସ୍ତରରେ ଅର୍ଥ କିମ୍ବା ଅଳଙ୍କାର ଦେବା ନେବାକୁ କେନ୍ଦ୍ରକରି ଝଗଡା ସୃଷ୍ଟିର ଆଶଙ୍କା ରହିଛି। ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବା କାରଣରୁ ସାମୟିକ ଚିନ୍ତା କରିପାରନ୍ତି।
ତୁଳା
ବନ୍ଧୁମିଳନ ଅବସରରେ ନୂତନ ସମ୍ପର୍କ ସ୍ଥାପିତ ହୋଇପାରେ। ପଡୋଶୀ କିମ୍ବା ବନ୍ଧୁଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବ। ଧର୍ମକାର୍ଯ୍ୟ କିମ୍ବା ସାଂସ୍କୃତିକ କାର୍ଯ୍ୟ ମନକୁ ଉତ୍ସାହିତ କରିବ। ପରିବାରରେ ପିଲାଙ୍କ ଆଚରଣ ପରିବର୍ତ୍ତନ କାରଣରୁ ମନେମନେ ବିରକ୍ତ ଅନୁଭବ କରିବେ।
ବିଛା
ପରିବର୍ତ୍ତିତ ପରିସ୍ଥିତି ଆପଣଙ୍କ କାମକୁ ସଂଯମିତ ଓ ଶୃଙ୍ଖଳିତ କରିବାର ଆଶା ରହିଛି। ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ ଦେଖିବେ ସବୁ ପ୍ରତିବନ୍ଧକ ଦୂରେଇଯିବ। ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବା ସକାଶେ ଦିନଟି ବହୁତ ଭଲ। କଳା, ସାହିତ୍ୟ, ସଭା ସମିତି ଓ ମନୋରଞ୍ଜନରେ ଆଗ୍ରହୀ ହେବେ।
ଧନୁ
କର୍ମକ୍ଷେତ୍ରରେ ଯେଉଁ ବିଷୟକୁ ନେଇ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ। ଅପେକ୍ଷା କରିବାକୁ କହିଥିବା ବନ୍ଧୁଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ନ ପାଇ ବ୍ୟସ୍ତ ହେବେ। ପରିଜନଙ୍କ ସହ ନୂତନ ସ୍ଥାନ ଭ୍ରମଣ ସୁଯୋଗ ଜୁଟିବ। ଆଲୋଚନା ପରିସରରେ ଅପ୍ରିୟ ସତ୍ୟ ପ୍ରକାଶ କରିବା କାରଣରୁ ଆତ୍ମୀୟମାନେ ପାଖ ମାଡିବେ ନାହିଁ।
ମକର
ଆକସ୍ମିକ ଆବଶ୍ୟକତା ପୂରଣ ସକାଶେ କରଜ କରି କାମ ତୁଲାଇବାକୁ ବାଧ୍ୟ ହେବେ। କାଳେ ଦେବାକୁ ପଡିବ, ସେଥିଲାଗି ସମ୍ପର୍କୀୟ ପାଖମାଡିବେ ନାହିଁ। ପିତା କିମ୍ବା ମାତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବା କାରଣରୁ ସାମୟିକ ଆଶ୍ୱସ୍ତିଲାଭ କରିବେ। ବିଭିନ୍ନ ପ୍ରକାର ପ୍ରତିବନ୍ଧକ ମଧ୍ୟରେ ଶିଳ୍ପ ଓ ବାଣିଜ୍ୟ ସମସ୍ୟାବହୁଳ ରହିବ।
କୁମ୍ଭ
ବନ୍ଧୁଙ୍କ ସହଯୋଗରେ ସ୍ଥଗିତ କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରି ପାରିବେ। ପରିବାର ପାଇଁ ନୂତନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇ ପାରନ୍ତି। କର୍ମ କ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ, ଯାହାକି ପରିସ୍ଥିତିକୁ ବଦଳାଇଦେଇପାରେ। ପରିବାର ମଧ୍ୟରେ ଛୋଟ କଥାକୁ ଧରି ବସନ୍ତୁ ନାହିଁ ା ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ।
ମୀନ
ଆଜିର କର୍ମକ୍ଷେତ୍ରକୁ ସ୍ବାଭାବିକ କରିବାରେ ବନ୍ଧୁଙ୍କ ଭୂମିକା ଅବିସ୍ମରଣୀୟ ରହିବ। ଆଲୋଚନା ପରିସରରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କରିବାର ସୂଚନା ରହିଛି। ବ୍ୟବସାୟରେ ଲାଭ ଟଙ୍କାକୁ କୌଣସି ଅନ୍ୟ ଏକ ଉଦ୍ଦେଶ୍ୟରେ ବିନିଯୋଗ କରିପାରନ୍ତି।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.