ଆଜିର ଚନ୍ଦ୍ର ଧନିଷ୍ଠା ନକ୍ଷତ୍ରରେ ରହି ନୂତନ କର୍ମାରମ୍ଭ ସକାଶେ ମନ ବଳାଇବେ। ସକାଳୁ ସକାଳୁ ପ୍ରୀତିପ୍ରଦ ଯାତ୍ରା କରିବାର ଅପୂର୍ବ ସୁଯୋଗ ଲାଭ କରିପାରନ୍ତି। କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମ୍ରେ କରିବା ପାଇଁ ନିଷ୍ପତ୍ତି ନେବେ ଓ ସମ୍ପନ୍ନ ମଧ୍ୟ କରିବେ। ବନ୍ଧୁଙ୍କ ସହ ଖୁସି ମିଜାଜ୍ରେ ସମୟ ଅତିବାହିତ ହେବ।
ପରିବାରର ଚାପର ସମ୍ମୁଖୀନ ହୋଇ ମୂଳଲକ୍ଷ୍ୟକୁ ଭୁଲିଯାଇ ପାରନ୍ତି। ଖର୍ଚ୍ଚ ବୃଦ୍ଧିପାଇବ, ଯାହାକି ଦୁଶ୍ଚିନ୍ତାର କାରଣ ହୋଇପାରେ। ସାହିତ୍ୟ, ନୃତ୍ୟ, ସଙ୍ଗୀତ ଲେଖାପଢ଼ା, ଗବେଷଣା କ୍ଷେତ୍ରରେ ବେଶ୍ ଆଦୃତ ହେବେ। ସ୍ବାସ୍ଥ୍ୟ ସମସ୍ୟା ପୂର୍ବପରି ରହିଥିବାରୁ ବନ୍ଧୁଙ୍କ ସହ ଆଲୋଚନା କରିବାକୁ ମନ ବଳାଇପାରନ୍ତି।
ବନ୍ଧୁଙ୍କ ପ୍ରେରଣା ଓ ପରାମର୍ଶରେ ଅର୍ଥ ସମ୍ପର୍କିତ ସମସ୍ୟାର ସମାଧାନ କରିବେ। କର୍ମକ୍ଷେତ୍ରରେ ସ୍ଥଗିତ ରହିଥିବା କାମଗୁଡିକୁ ପୂର୍ଣ୍ଣ କରିବା ସକାଶେ ଦୃଢ଼ ପଦକ୍ଷେପ ନେଇପାରନ୍ତି। ନିକଟ ସମ୍ପର୍କୀୟମାନଙ୍କ ସାହାଯ୍ୟ ନେଇ ବିବାଦୀୟ ଘଟଣାର ଅବସାନ ଘଟାଇ ପାରନ୍ତି। ନୂତନ ଗୃହ, ଯାନବାହନ କିଣିବା ସକାଶେ ମନ ବଳାଇ ପାରନ୍ତି।
ଭଲ ସମ୍ପର୍କ ଥିବା ସହକର୍ମୀଟି କର୍ମକ୍ଷେତ୍ରର ସମସ୍ୟା ସମାଧାନରେ ସାହାଯ୍ୟ କରିବେ। ଫଳତଃ ସଭାସମିତି, ଆନୁଷ୍ଠାନିକ କାମ ଓ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଫଳପ୍ରଦ ହେବ। ଶିଳ୍ପ, ହୋଟେଲ ବ୍ୟବସାୟ, ରପ୍ତାନି ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହେବ। ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରଖିବାକୁ ଚେଷ୍ଟା କରି ସଫଳ ହେବେ।
ଅଭାବ ଅସୁବିଧା ନ ଥିଲେ ମଧ୍ୟ ଭୁଲ୍ ବୁଝାମଣା କାରଣରୁ ପାରିବାରିକ ଜୀବନରେ କଳହର ଆଶଙ୍କା ରହିଛି। ପ୍ରତ୍ୟେକ କ୍ଷେତ୍ରରେ ଆତ୍ମୀୟଙ୍କ ସାହାଯ୍ୟ ଆଶାକରି ନିରାଶ ହେବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ପିଲାଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟ ସମ୍ପର୍କିତ ସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ।
ପରିବାରରେ ଅନ୍ୟମାନଙ୍କ କଥାକୁ ପ୍ରାଧାନ୍ୟ ନ ଦେଇ ବିଚାରବୁଦ୍ଧି ଅନୁଯାୟୀ କାମ କରିବା ଭଲ। ବନ୍ଧୁଙ୍କ ସହାୟତାରେ ଭାଙ୍ଗି ପଡିଥିବା ସମ୍ପର୍କ ଯୋଡି ହୋଇଯିବ। କୁଟିରଶିଳ୍ପ, ଆମଦାନୀ କାରବାର ଭଲରେ ଚାଲିବ। ଆଜିର ଯାତ୍ରା, ନୂତନ କର୍ମାରମ୍ଭ ଓ ମୂଲ୍ୟବାନ୍ ଜିନିଷ କିଣିବା ପୂର୍ବରୁ ଆଉଥରେ ବିଚାର କରିବା ଭଲ ହେବ।
ଅନୁକୂଳ ଗ୍ରହ ପ୍ରଭାବରେ ଆଜି ଯାହା କରିବାକୁ ଯାଉଛନ୍ତି ସେଥିରେ ସଫଳତା ଅବଶ୍ୟମ୍ଭାବୀ। ନୀଚ୍ଚରାଶିସ୍ଥ ଶୁକ୍ର ବ୍ୟୟଭାବରେ ରହିଥିବାରୁ ସ୍ବାସ୍ଥ୍ୟ ସମସ୍ୟା ବୃଦ୍ଧିଜନିତ ମାନସିକ ସ୍ଥିରତା ଠିକ୍ ରହି ନ ପାରେ। ବନ୍ଧୁ ଅପପ୍ରଚାର କରିପାରନ୍ତି। ପିଲାଙ୍କ କେତେକ ସମସ୍ୟା ପଡ଼ୋଶୀଙ୍କ ମାଧ୍ୟମରେ ସମାଧାନ ହୋଇପାରିବ।
କର୍ମକ୍ଷେତ୍ରରେ ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ଲାଭକରି କାମ ହାସଲ କରିବେ। ବ୍ୟବସାୟ ଦିଗଟି ମନ୍ଦ ହେବନି ମାତ୍ର ଋଣ ପରିଶୋଧ କରିବା ଦିଗରେ ସଫଳତା ପାଇବେ ନାହିଁ। ପରିବାରରେ ପିଲାମାନଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହେବେ। ଶିକ୍ଷା, ସରକାରୀ କାମ, ବିଶିଷ୍ଟବ୍ୟକ୍ତିଙ୍କ ସହ ସାକ୍ଷାତ୍କାର ଦିଗରେ ଉପକୃତ ହେବେ।
ଆବଶ୍ୟକତାକୁ ପୂରଣ ଦିଗରେ ଜଣେ ବନ୍ଧୁ ଆର୍ଥିକ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ବନ୍ଧୁମିଳନ, ସଭାସମିତି, ଆଲୋଚନା, ଭ୍ରମଣ, ରାଜନୀତି, ପ୍ରଶାସନ ପାଇଁ ଦିନଟି ଭଲ। କର୍ମକ୍ଷେତ୍ରରେ ହଠାତ୍ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି। ପୁରାତନ ରୋଗପୀଡାରୁ ସାମୟିକ ଉଉପଶମ ପାଇବାର ସୂଚନା ରହିଛି।
ନୂତନ ଯାନବାହନ, ଜମିଜମା, ଗୃହନିର୍ମାଣ, ମୂଲ୍ୟବାନ୍ ଜିନିଷ କ୍ରୟ କରିବା ଦିଗରେ ମନ ବଳାଇବେ। ଶୁଭେଚ୍ଛୁମାନଙ୍କ ନିମନ୍ତ୍ରଣ ପାଇ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଅଫସରେ ଫାଇଲ୍ କାମ ସଜାଡିବାରେ ଅପେକ୍ଷାକୃତ ଅସୁବିଧା ଭୋଗିପାରନ୍ତି। ସ୍ତ୍ରୀଙ୍କ ସ୍ବାସ୍ଥ୍ୟହାନି, ପ୍ରତିଦ୍ୱନ୍ଦ୍ୱିତା ଓ ବିବାଦରେ ଅପଦସ୍ଥ ହେବାକୁ ପଡିପାରେ।
ଚନ୍ଦ୍ରଙ୍କ କୁପ୍ରଭାବରେ ସମ୍ପର୍କୀୟମାନେ ପଛରେ ସମାଲୋଚନା ଓ ବିରୁଦ୍ଧାତ୍ମକ କଥା କହିବେ। ପାରିବାରିକ କଳହ ଓ ଭୁଲ୍ ବୁଝାମଣାଜନିତ ଅଶାନ୍ତିର ଆଶଙ୍କା ରହିଛି। ବାଣିଜ୍ୟ, ପରିବହନ, ମାଲିମକଦ୍ଦମା ଓ ପ୍ରତିଯୋଗିତାରେ ସଫଳତା ମିଳି ନ ପାରେ। ସାହିତ୍ୟ, ସଙ୍ଗୀତ ଓ ଗବେଷଣାରେ ସଫଳତା ମିଳିପାରିବ।
ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ହିତୈଷୀଙ୍କ ପରାମର୍ଶ ନେବା ଭଲ। ସାହାଯ୍ୟ, ସହଯୋଗ ଲାଭକରି କର୍ମକ୍ଷେତ୍ରରେ ଲକ୍ଷ୍ୟହାସଲ ଦିଗରେ ଅନୁଧାବନ କରିପାରନ୍ତି। ବାଣିଜ୍ୟ, ବନ୍ଧୁଙ୍କ ଆଲୋଚନା ଓ ସଭାସମିତି ଦିଗରେ ଆଶା ପୂରଣ ହେବାରେ ପ୍ରତିବନ୍ଧକ ରହିବନାହିଁ। ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ କରିବା ଭଲ ହେବ।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.
Subscribe to updates
Unsubscribe from updates