Posted inRasifala

ରାଶିଫଳ: ଶୁକ୍ରବାର , ଡିସେମ୍ବର ୨ ତାରିଖ – Daily Horoscope

ମେଷ
ଦୈହିକ ଦୁର୍ବଳତା ସାଙ୍ଗକୁ ଧୈର୍ଯ୍ୟହରା ଓ ନୈରାଶ୍ୟ ଆପଣଙ୍କୁ ବ୍ୟସ୍ତ ବିବ୍ରତ କରାଇବ। କର୍ମକ୍ଷେତ୍ରରେ କୌଶଳପୂର୍ଣ୍ଣ ବ୍ୟବହାର ଅନ୍ୟଙ୍କୁ ଆପଣାର କରିବାରେ ସାହାଯ୍ୟ କରିବ। ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ। କୃତ୍ତିକା ନକ୍ଷତ୍ର ସକାଶେ ଅଫିସରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ।
ବୃଷ
ବୃଷ
ଆଜିର ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରେ ଏକାଧାରରେ ଅର୍ଥ, ସମ୍ମାନ, ପ୍ରତିଷ୍ଠା ସାଙ୍ଗକୁ ଗୌରବାର୍ଜନ କରିବେ। ଅଟକି ରହିଥିବା କାମର ଚିନ୍ତା ଆଜି ମନକୁ ଆନ୍ଦୋଳିତ କରିପାରେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି କିମ୍ବା ସମସ୍ୟାର ଆଶଙ୍କା ରୋହିଣୀ ନକ୍ଷତ୍ରର ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ଆଶ୍ୱସ୍ତି ଲାଭ କରିପାରନ୍ତି।
ମିଥୁନ
ମିଥୁନ
କୌଶଳ ପ୍ରୟୋଗ କରି ନିଜ ବନ୍ଧୁମାନଙ୍କୁ ଆପେଣଇ ନେବାରେ ସମର୍ଥ କରାଇବ। ବିଭିନ୍ନ ଯୋଜନା, ସାଙ୍ଗଠନିକ କାର୍ଯ୍ୟ କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ହେବ। ମୃଗଶିରା ନକ୍ଷତ୍ର ପରିବାର ଭିତରେ ସମ୍ପର୍କ ହାନି ଫଳରେ ଚିନ୍ତା ପ୍ରକଟ କରିପାରନ୍ତି। ଆଜି ନିଜ ନିଜର କର୍ମକ୍ଷେତ୍ରରେ ସାଧାରଣ ପରିଶ୍ରମରେ ବେଶି ସଫଳତା ପାଇବେ।
କର୍କଟ
କର୍କଟ
ଶନିଙ୍କ ଦୃଷ୍ଟିରେ ଚନ୍ଦ୍ର ଓ ଗୁରୁ ଦୋଷଯୁକ୍ତ ହୋଇ ପ୍ରତ୍ୟେକ କାମରେ ଓଲଟା ଫଳ ପ୍ରଦାନ କରିବେ। ଆଜି ବନ୍ଧୁଙ୍କ ସହ ବିବାଦ ଓ ନୂତନ କାମରେ ପ୍ରତିବନ୍ଧକ ହେତୁ ଚିନ୍ତିତ ରହିବେ। ପୂର୍ବ ସମସ୍ୟା ସମାଧାନ ହେବାରେ ଜଣେ ବିଜାତୀୟ ବ୍ୟକ୍ତି ସାହାଯ୍ୟ କରିବେ। ସଭାସମିତିରେ ଆଲୋଚନାର ଅମୀମାଂସିତ ରହିବ।
ସି˚ହ
ସି˚ହ
ଆଜି ଦୁଃସ୍ଥାନସ୍ଥ ଚନ୍ଦ୍ର ପ୍ରଭାବରୁ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍‌ ବୁଝିବେ ଏବଂ ସନ୍ତାନଙ୍କ କୌଣସି ସମସ୍ୟା ଚିନ୍ତିତ କରିବ। ଧାର୍ମିକ କାର୍ଯ୍ୟ, ସତ୍‌ ସଙ୍ଗ, ଦେବାର୍ଚ୍ଚନା ପାଇଁ ମନ ବଳାଇପାରନ୍ତି। ବନ୍ଧୁଙ୍କ ସାହାଯ୍ୟ ଓ ପାରସ୍ପରିକ ସହଯୋଗରୁ ଏକପ୍ରକାର ମନକୁ ବୁଝେଇନେବେ। ସତକଥା କହି ବିବାଦ ଘେରରେ ପଡ଼ିପାରନ୍ତି।
କନ୍ୟା
ପ୍ରତ୍ୟେକ କ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ଶନିଙ୍କ ପ୍ରଭାବରୁ ସନ୍ଦେହ ଘେରରେ ରହିବେ। ଉତ୍ତରାଫାଲ୍‌ଗୁନୀ ନକ୍ଷତ୍ର ପାଇଁ କୌଣସି ଗୁଜବ ମନକୁ ଚହଲାଇ ଦେଇପାରେ। ଯାନ୍ତ୍ରିକ ଶିଳ୍ପ, ପ୍ରଶାସନ, ଆଇନ ଓ ଅଦାଲତ ତଥା ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ। ଖର୍ଚ୍ଚ ପରିମାଣ ବୃଦ୍ଧି ଚିନ୍ତା ବଢ଼ାଇବ।
ତୁଳା
ତୁଳା
ନୂତନ ବନ୍ଧୁ ସମ୍ପର୍କ ମନକୁ ଆହ୍ଲାଦିତ କରିବ ଏବଂ ଅର୍ଥ, ଉପଢୌକନ ପ୍ରାପ୍ତି ଯୋଗ ମଧ୍ୟ ରହିଛି। ସ୍ବାତୀ ନକ୍ଷତ୍ରର କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ। କୌଣସି ପ୍ରିୟବନ୍ଧୁଙ୍କ ଅନୁପସ୍ଥିତି ଓ ଦେଖାସାକ୍ଷାତ୍‌ ଅଭାବରୁ ବ୍ୟସ୍ତ ରହିବେ। ପିଲାଙ୍କ ଆଚରଣରେ ପରିବର୍ତ୍ତନ କାରଣରୁ ମନେ ମନେ ବିରକ୍ତ ହୋଇପାରନ୍ତି।
ବିଛା
ବିଛା
ସମୟର ସାମାନ୍ୟ ପ୍ରତିକୂଳତା କାରଣରୁ ମାନସିକ ଓ ଶାରୀରିକ ସୁସ୍ଥତା ରହି ନ ପାରେ। ବର୍ତ୍ତମାନର ପରିସ୍ଥିତିରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବା ଭଲ। କଳା, ସାହିତ୍ୟ, ସଭା ସମିତି ଓ ମନୋରଞ୍ଜନରେ ଆଗ୍ରହୀ ହେବେ। ଜ୍ୟେଷ୍ଠା ନକ୍ଷତ୍ର ସକାଶେ ସାଧାରଣ କଥାକୁ କେନ୍ଦ୍ର କରି ଟେନସନ୍‌ ବଢ଼ିପାରେ।
ଧନୁ
ଧନୁ
ଆପଣଙ୍କ କୌଶଳପୂର୍ଣ୍ଣ କଥାବାର୍ତ୍ତା କାମକୁ ସହଜ କରିବାରେ ସାହାଯ୍ୟ କରିବ। ଉତ୍ତରାଷାଢ଼ା ନକ୍ଷତ୍ର ଅତି ଦରକାରୀ ଜିନିଷଗୁଡ଼ିକ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି। ବିବାଦୀୟ ଘଟଣାରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବନି। ନୂତନ ସ୍ଥାନ ପରିଭ୍ରମଣ ସାଙ୍ଗକୁ ବାରମ୍ବାର ଭ୍ରମଣ ସୁଯୋଗ ଆସିପାରେ।
ମକର
ମକର
ନୂତନ ପରିବେଶରେ କେତେକ ବ୍ୟତିକ୍ରମ ଅସନ୍ତୋଷ ସୃଷ୍ଟି କରିପାରେ। ବନ୍ଧୁଙ୍କ ପରିସରରେ ନୀରବତା ଓ ଟୁପ୍‌ଟାପ୍‌ କଥା ମନରେ ବିଭିନ୍ନ ଆଶଙ୍କା ଉଦ୍ରେକ କରିବ। ସାମୟିକ ଅଭାବଜନିତ ଧାରକରଜ କରି କାମ ତୁଲାଇ ନେବାକୁ ବାଧ୍ୟ ହେବେ। ଶ୍ରବଣା ନକ୍ଷତ୍ରର ପିତା କିମ୍ବା ମାତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାର ଆଶା ରହିଛି।
କୁମ୍ଭ
କୁମ୍ଭ
ଆଜିର ଯାତ୍ରା, ଶୁଭ କାର୍ଯ୍ୟାରମ୍ଭ, ସତ୍‌ଚିନ୍ତା ଓ ଶୁଦ୍ଧ ଭାବନା ମନରେ ଭାବାନ୍ତର ସୃଷ୍ଟି କରିବ। ସାମାନ୍ୟ କେତେକ ସାଧାରଣ ଅସୁବିଧାକୁ ବାଦ୍‌ଦେଲେ ଦିନଟିରେ ବହୁତ ଭଲ କାମ କରିବେ। ଆଶା ପୂରଣ ହେବ, ଅର୍ଥ ପାଇବେ, କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିପାରିବେ। ଶତଭିଷା ନକ୍ଷତ୍ର ନୂତନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇପାରନ୍ତି।
ମୀନମୀନ
ଆଜି ଅଫିସ୍‌ରୁ ଫେରନ୍ତା ବାଟରେ ବନ୍ଧୁଙ୍କୁ ଭେଟି ଆଗାମୀକାଲିର ଯୋଜନା ପ୍ରସ୍ତୁତ କରିପାରନ୍ତି। ଉତ୍ତର ଭାଦ୍ରବ ନକ୍ଷତ୍ରର ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବ୍ୟବସାୟରେ ଲାଭ ମିଳିବ ଏବଂ କୌଣସି ଏକ ଉଦ୍ଦେଶ୍ୟରେ ସେହି ଟଙ୍କାକୁ ବିନିଯୋଗ କରିପାରନ୍ତି। ସାମାଜିକ କିମ୍ବା ପ୍ରଶାସନିକ ସ୍ତରରେ ବୁଝାମଣାରେ ଉନ୍ନତି ଘଟିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

ରାଶିଫଳ: ରବିବାର, ଫେବୃଆରୀ ୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହେବେ। ଏକାଦଶସ୍ଥ ଗ୍ରହ ପ୍ରଭାବରେ ଯାତ୍ରା, କାର୍ଯ୍ୟସାଧନ ସାଙ୍ଗକୁ ପାରିବାରିକ ସମସ୍ୟା ସୁଧାରି ନେଇପାରନ୍ତି। ଆବଶ୍ୟକତା ପୂରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri