Posted inRasifala

ରାଶିଫଳ: ଶୁକ୍ରବାର, ନଭେମ୍ବର ୭ ତାରିଖ – Daily Horoscope

ମେଷ
ଆଜି ବିଳାସକାରକ ଶୁକ୍ର କୋଣାଧିପତି ରବିଙ୍କ ସହ ଅବସ୍ଥାନକରି ପାରିବାରିକ ଜୀବନକୁ ରସାଣିତ କରିବେ। ବସ୍ତ୍ରଭୂଷଣ ପ୍ରାପ୍ତି , ହସଖୁସିର ବାତାବରଣ ମଧ୍ୟରେ ଦିନଟି ଅତିବାହିତ ହେବ। ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବା କାରଣରୁ ଆଶ୍ୱସ୍ତି ଅନୁଭବ କରିବେ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ ତଥାପି ସେମିତି କିଛି ଅସୁବିଧା ହେବନାହିଁ।
ବୃଷ
ବୃଷ
ଶନି ଦୃଷ୍ଟ ଚନ୍ଦ୍ରଜନିତ ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ଭୁଲ୍‌ ବୁଝାମଣାବଶତଃ ସହଧର୍ମିଣୀ ମୁହଁ ଫେରାଇନେଇପାରନ୍ତି। ଯାତ୍ରା, ବାଣିଜ୍ୟ, ପରିବହନ ଓ ସାମ୍ବାଦିକତା କ୍ଷେତ୍ରରୁ ଉପକୃତ ହେବେ। ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିଲେ ମଧ୍ୟ କୌଣସି ଉପଚାର କରିବା ସହଜସାଧ୍ୟ ନ ହୋଇପାରେ।
ମିଥୁନ
ମିଥୁନ
ରବି ଓ ଶୁକ୍ରଙ୍କ ସମ୍ବନ୍ଧରୁ ଆତ୍ମୀୟସ୍ବଜନଙ୍କ ଗହଣରେ ଦିନଟି ହସଖୁସିରେ ଅତିବାହିତ ହେବ। ଆକସ୍ମିକ ଭାବରେ ଖର୍ଚ୍ଚଭାର ବୃଦ୍ଧିପାଇବା କାରଣରୁ ଚିନ୍ତା ପ୍ରକଟ କରିପାରନ୍ତି। କ୍ରୀଡ଼ା, କଳା, ସାହିତ୍ୟ, ପ୍ରକାଶନ ଓ ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ପାଇପାରନ୍ତି। ନିଜ ଗୃହ ସମସ୍ୟା ସଜାଡ଼ିବାକୁ ଯାଇ ବହୁ ହଇରାଣ ହେବାକୁ ପଡ଼ିପାରେ।
କର୍କଟ
କର୍କଟ
ଆଜି ଏକାଦଶସ୍ଥ ଚନ୍ଦ୍ର ସମସ୍ତ ଆଶା ଓ ଆକାଂକ୍ଷା ପୂରଣ କରିବାରେ ସାହାଯ୍ୟ କରିବ। କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ତାହାକୁ ସାମ୍ନାକରି କୃତକାର୍ଯ୍ୟ ହେବେ। ଅନ୍ୟମନସ୍କତାରୁ କେତେକ ଭୁଲ୍‌ ପାଇଁ ସହକର୍ମୀଙ୍କ ସହ ତିକ୍ତତା ସୃଷ୍ଟିହେବ। କରଜଦାତାଙ୍କ ଚାପ କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବା ସୂଚନା ରହିଛି।
ସି˚ହ
ସି˚ହ
ଆପଣଙ୍କ ରାଶିରେ କବନ୍ଧଗ୍ରହ ରହିଥିବାରୁ ସମ୍ପର୍କୀୟଙ୍କ କାର୍ଯ୍ୟକଳାପ ଅସନ୍ତୋଷ ସୃଷ୍ଟି କରିପାରେ। ପାରିବାରିକ କ୍ଷେତ୍ରରେ କିଛି କହିବା ଅପେକ୍ଷା ନୀରବ ରହିଲେ ଭଲ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ ତଥାପି କାମର ଚାପ ବଢ଼ିଯିବ। ସାମାଜିକ ସ୍ତରରେ ଉନ୍ନତିମୂଳକ କାମ ସକାଶେ ଗଠନମୂଳକ ପ୍ରସ୍ତାବ ଦେଇ ଖୁସି ହେବେ।
କନ୍ୟା
ଲାଭ ସ୍ଥାନରେ ଶୁଭଗ୍ରହ ଅର୍ଥଲାଭ କରାଇବା ସହ ସମସ୍ୟା ସମାଧାନ ପାଇଁ ରାସ୍ତା ପରିଷ୍କାର କରିଦେବେ। ଖଳଲୋକଙ୍କ କଥାରେ ପ୍ରଭାବିତ ହେଲେ ପରିବାରରେ ଗୋଳମାଳିଆ ପରିସ୍ଥିତି ସୃଷ୍ଟିହେବ। ନିଜ ପରିସରରେ ପିଲାଙ୍କ ସକାଶେ ଅନ୍ୟ ନିକଟରେ ମୁଣ୍ଡ ନୁଆଁଇବାକୁ ପଡ଼ିପାରେ। ଭ୍ରମଣ କାରଣରୁ କ୍ଲାନ୍ତି ଓ ଅବସାଦ ଦେଖାଦେବ।
ତୁଳା
ତୁଳା
ଉଚ୍ଚସ୍ଥ ଚନ୍ଦ୍ରଙ୍କ ଶୁଭ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ପ୍ରୟୋଗକରି କାମ ହାତେଇବେ। ଅର୍ଥ କିମ୍ବା କୌଣସି ଜିନିଷପତ୍ର ପାଇବାରେ କଳହର ସମ୍ମୁଖୀନ ହେବେ। ଅଫିସରେ କିମ୍ବା କର୍ମକ୍ଷେତ୍ରରେ ଗୁଡ଼ାଏ କାମ ହାତକୁ ନେଇ ବ୍ୟଥିତ ହେବେ। ଅପ୍ରିୟ ସତ୍ୟ କହିବା ଦ୍ୱାରା ସମ୍ମାନ ବଢ଼ିବ, କିନ୍ତୁ ପରୋକ୍ଷ ଶତ୍ରୁତା ମଧ୍ୟ ସୃଷ୍ଟିହେବ।
ବିଛା
ବିଛା
ବ୍ୟୟଭାବରେ ଶୁକ୍ର ଏବଂ ଚନ୍ଦ୍ର ଥିବାରୁ ମୂଲ୍ୟବାନ୍‌ ଜିନିଷ କିଣିବାକୁ ମନ ବଳାଇପାରନ୍ତି। ଯେକୌଣସି କ୍ଷେତ୍ରରେ ହେଉନା କାହିଁକି ଆଜି ପ୍ରତିଦ୍ୱନ୍ଦ୍ୱିତା କଲେ ଲାଭ ହେବନାହିଁ। ଏଜେନ୍ସିପ୍‌, ସାମ୍ବାଦିକତା, ରାଜନୀତି, କର୍ମାରମ୍ଭ, ସାହିତ୍ୟରୁ ସୁଫଳ ପାଇବେ। ତଥାପି ମୂଲ୍ୟହୀନ ବ୍ୟସ୍ତତା ଭିତରେ କାର୍ଯ୍ୟ ସାଧନ କରିବାକୁ ପଡ଼ିପାରେ।
ଧନୁ
ଧନୁ
ତୃତୀୟଭାବସ୍ଥ ରାହୁଙ୍କ ଶୁଭ ପ୍ରଭାବରେ ପରିସ୍ଥିତି ବଦଳିଯାଇ ସଙ୍କଟମୁ୍‌କ୍ତ ହେବେ। ଦିନର ପ୍ରତ୍ୟେକ କ୍ଷେତ୍ରରେ ପରୋକ୍ଷ ଶତ୍ରୁତାର ପ୍ରଭାବ ଅନୁଭବ କରିବେ। ସହକର୍ମୀ,ଭାଇଭଉଣୀ,ଅଧସ୍ତନ କର୍ମଚାରୀ ଙ୍କ ଦ୍ୱାରା କାର୍ଯ୍ୟ ସାଧନ କରିବେ। ଜୋର୍‌କରି ଅନ୍ୟମାନଙ୍କଠାରୁ ଅର୍ଥ, କାମ ଆଦାୟ କରିବାରେ ସଫଳ ହୋଇପାରନ୍ତି।
ମକର
ମକର
ଆତ୍ମୀୟଙ୍କୁ ସାହାଯ୍ୟ କରିବାକୁ ପ୍ରବର୍ତ୍ତାଇବା ଦିଗରେ ପଡ଼ୋଶୀଙ୍କ ଅବଦାନ ଅବିସ୍ମରଣୀୟ ରହିବ। ଅଷ୍ଟମାଧିପତିଙ୍କ ସମ୍ବନ୍ଧରୁ ସହକର୍ମୀଙ୍କ କାମରେ ଅସନ୍ତୁଷ୍ଟ ହେବେ। ସ୍ତ୍ରୀଙ୍କ ସହ ମତାନ୍ତର ସୃଷ୍ଟିହେବା ଆଶଙ୍କା ରହିଛି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ନିର୍ମାଣ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ।
କୁମ୍ଭ
କୁମ୍ଭ
ଭାଗ୍ୟ ସ୍ଥାନରେ ଭାଗ୍ୟାଧିପତି ଅବସ୍ଥାନ କରୁଥିବାରୁ ପାରିବାରିକ ଜୀବନ ଓ କର୍ମକ୍ଷେତ୍ରକୁ ସରଳୀକୃତ କରିବେ। ଶନିଙ୍କ ପ୍ରଭାବରୁ କେତେକ କ୍ଷେତ୍ରରେ ନୀରବ ରହିବାକୁ ବାଧ୍ୟହେବେ। ଆଶଙ୍କାଜନିତ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ। ସମ୍ପର୍କୀୟଙ୍କ ଈର୍ଷା ଓ ଅସୂୟା ଭାବ ଯୋଗୁ ବିଚଳିତ ବୋଧକରିବେ।
ମୀନମୀନ
ଶୁକ୍ରଙ୍କ ପ୍ରଭାବରେ କଳା,ସାହିତ୍ୟ,ସଙ୍ଗୀତ,କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ଆଦୃତ ହୋଇପାରନ୍ତି। ପାରିବେଶିକ ସହାୟତାରୁ ବାଣିଜ୍ୟ, ବ୍ୟବସାୟ ଓ ପରିବହନରୁ ଲାଭବାନ୍‌ ହୋଇପାରନ୍ତି। ସାମାଜିକ ସ୍ତରର ଆନୁଷ୍ଠାନିକ କାମରେ ସତକଥା କହି ପ୍ରଶଂସିତ ହୋଇପାରନ୍ତି।

 

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଡିସେମ୍ବର ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ନେଇ ମାନସିକ ଉଦ୍‌ବେଗ ବୃଦ୍ଧି ପାଇବ। ଅର୍ଥର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ତ୍ୱରାନ୍ବିତ କରିବ। ଆଲୋଚନା...

ରାଶିଫଳ: ବୁଧବାର, ଡିସେମ୍ବର ୧୦ ତାରିଖ – Daily Horoscope

ମେଷ ଆଜି ପାପଯୁକ୍ତ ଚନ୍ଦ୍ର କୋଣସ୍ଥାନରେ ରହିଥିବାରୁ ସନ୍ତାନଙ୍କ ସମସ୍ୟା ଦୁଶ୍ଚିନ୍ତାର କାରଣ ହେବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବାରୁ ଆଶ୍ୱସ୍ତି ଲାଭ କରିବେ। ଜଳ, ତୈଳ,...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୯ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ପାରିବାରିକ ସ୍ଥିତି ଏବଂ କର୍ମକ୍ଷେତ୍ର ଭଲ ରହିବ। ପରିବାରର ଆବଶ୍ୟକତାକୁ ଅନୁଭବକରି ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ...

ରାଶିଫଳ: ସୋମବାର, ଡିସେମ୍ବର ୮ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ବନ୍ଧୁମିଳନରୁ ଖୁସି ରହିବେ। ଦୂରଯାତ୍ରା, ବ୍ୟବସାୟ, ପରିବହନ, ସାହିତ୍ୟ, ସଙ୍ଗୀତାଦି ପ୍ରତି...

ରାଶିଫଳ: ରବିବାର, ଡିସେମ୍ବର ୭ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ସାହିତ୍ୟ, ସାମ୍ବାଦିକତା, ସଂଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ...

ରାଶିଫଳ: ଶନିବାର, ଡିସେମ୍ବର ୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ସାହିତ୍ୟ, ସାମ୍ବାଦିକତା, ସଂଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ...

ରାଶିଫଳ: ଗୁରୁବାର, ଡିସେମ୍ବର ୪ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବୈଷୟିକ ସୁଖ, ସମ୍ପଦର ଅଭିବୃଦ୍ଧିଜନିତ ପ୍ରଫୁଲ୍ଲତା ଅନୁଭବ କରିବେ। ଦୂରଯାତ୍ରାର ସୁଯୋଗ ପାଇବେ ମାତ୍ର ରାସ୍ତାରେ କୌଣସି ବ୍ୟକ୍ତିଙ୍କ ସହ...

ରାଶିଫଳ: ବୁଧବାର, ଡିସେମ୍ବର ୩ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ଆଶା ପୂରଣ ହୋଇପାରିବ ଏବଂ ଆର୍ଥିକ ଅଭିବୃଦ୍ଧି ସହ ସମ୍ମାନିତ ହେବେ। ଆତ୍ମୀୟଙ୍କ ଉପରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri