Posted inRasifala

ରାଶିଫଳ: ସୋମବାର, ଜୁଲାଇ ୧୮ ତାରିଖ – Daily Horoscope

ମେଷ
ଆଜି ପ୍ରତ୍ୟେକ କାମ ଯଥା ସମୟରେ ସମ୍ପନ୍ନ ହେବାରେ କୌଣସି ଅସୁବିଧା ରହିବନାହିଁ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ ଓ କାମ ହାସଲ କରିବେ । ଦ୍ୱିଜା ନକ୍ଷତ୍ର କେତେକ ସାରଗର୍ଭକ ପରାମର୍ଶ ଦେଇ ବନ୍ଧୁମାନଙ୍କ ପ୍ରିୟଭାଜନ ହେବେ। ଆକସ୍ମିକ ପ୍ରତିବନ୍ଧକ କାରଣରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ ।
ବୃଷ
ବୃଷ
କର୍ମକ୍ଷେତ୍ରରେ ପ୍ରତିଟି ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ ସମାଧାନ କରିବେ। ସାମାଜିକ ସ୍ତରରେ, ଶୁଭକାର୍ଯ୍ୟରେ କିମ୍ବା ଆନୁଷ୍ଠାନିକ କାମରେ ଯୋଗଦେଇ ପ୍ରଶଂସିତ ହୋଇପାରନ୍ତି। ନିଜ ମତକୁ ସାବ୍ୟସ୍ତ କରିବାକୁ ଯାଇ ସମାଲୋଚିତ ହୋଇପାରନ୍ତି। ସାମ୍ବାଦିକତା, ପ୍ରଶାସନ, ଆଇନ, କଳା, ସାହିତ୍ୟରେ ଉନ୍ନତି କରିବେ।
ମିଥୁନ
ମିଥୁନ
ପୂର୍ବ ଯୋଜନା ଅନୁଯାୟୀ କର୍ମରେ ନିଯୁକ୍ତ ହେବେ ଓ ସଫଳତା ମଧ୍ୟ ପାଇବେ । ଅଯଥା ତର୍କ ନ କରି ପୁରୁଣା କଥାକୁ ବେଶି ଦୋହରାଇବା ଠିକ୍‌ ହେବନି। ଆକସ୍ମିକ ଭାବରେ ପୁରାତନ ରୋଗର ପୀଡ଼ା ଅନୁଭବ ହୋଇପାରେ। ପରିବାରରେ ପିଲାଙ୍କ ଅଭିଯୋଗକୁ ଗୁରୁତର ସହ ବିଚାର କରନ୍ତୁ।
କର୍କଟ
କର୍କଟ
ଆଜିର ପ୍ରତ୍ୟେକ କାମ ଅସ୍ଥିରତା ମଧ୍ୟରେ ଅବ୍ୟବସ୍ଥିତ ରହିବ। ସାମାଜିକ ସ୍ତରରେ ଦକ୍ଷତା ଓ ସଚ୍ଚୋଟତା ହେତୁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବାର ଆଶା ରହିଛି । ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ ଓ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିପାରନ୍ତି। ସାହାଯ୍ୟ କରିବାକୁ ଯାଇ ପର ପାଇଁ ନିଜେ ହଇରାଣରେ ପଡ଼ିପାରନ୍ତି । ପାରିବାରିକ କ୍ଷେତ୍ରରେ ମାନସିକ ଅସ୍ଥିରତା କାରଣରୁ ନିଜ ଲୋକଙ୍କୁ ଭୁଲ୍‌ ବୁଝିବେ। ପ୍ରଶାସନିକ ସ୍ତରରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ।
କନ୍ୟା
ଆଜି ଦିନଟିରେ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ ହେବ । ବାରମ୍ବାର କାନକୁହା କଥା ଶୁଣି ଆପଣଙ୍କ ପ୍ରିୟଲୋକଟିର ମନୋଭାବ ବଦଳିଯାଇପାରେ । ବ୍ୟବସାୟରେ ସମସ୍ୟା ଗୁରୁତର ଆକାର ଧାରଣ କରିବ ଓ କ୍ଷତିରେ ପଡ଼ିପାରନ୍ତି। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆନନ୍ଦିତ ରହିବେ ।
ତୁଳା
ତୁଳା
ବିଗତ ଦିନରେ ସୃଷ୍ଟି ହୋଇଥିବା ସମସ୍ୟା ଆଜି ସମାଧାନ ହୋଇଯିବ। ଆନୁଷ୍ଠାନିକ କାର୍ଯ୍ୟରେ ପରୋକ୍ଷ ଶତ୍ରୁତା ବାଧା ସୃଷ୍ଟି କରିପାରେ। ଆଜିର ଜୀବନଚର୍ଯ୍ୟାରେ ବାଧ୍ୟ ବାଧକତାରେ ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହେବେ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ବୃଦ୍ଧି ପାଇବା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ।
ବିଛା
ବିଛା
ଆଜିର କର୍ମକ୍ଷେତ୍ରରେ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହେବେ। କଳା, ସାହିତ୍ୟ ଓ ସଙ୍ଗୀତ, ଆଲୋଚନା, ଧର୍ମଚର୍ଚ୍ଚାରେ ସୁନାମ ଅର୍ଜନ କରିବେ। ଆନୁଷ୍ଠାନିକ କ୍ଷେତ୍ରରେ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ ଏବଂ ଆନୁଷଙ୍ଗିକ ସହଯୋଗ ମଧ୍ୟ ମିଳିବ।
ଧନୁ
ଧନୁ
ପାରିବାରିକ ସମସ୍ୟା ସମାଧାନ କ୍ଷେତ୍ରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ପଡ଼ୋଶୀଙ୍କ ସହାୟତାରେ ବକେୟା ଅର୍ଥ ଆଦାୟର ସୁଯୋଗ ପାଇବେ। କଚେରି ମାମଲାରେ ଆଇନଜ୍ଞଙ୍କ ପରାମର୍ଶ ପାଇଁ ଦୌଡିବାକୁ ପଡ଼ିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ କ୍ଷତିର ଆଶଙ୍କା ରହିଛି।
ମକର
ମକର
ଆଜି ଅର୍ଥନୈତିକ ଅଭିବୃଦ୍ଧି ସାଙ୍ଗକୁ କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ସୁନାମ ଅର୍ଜନ କରିବେ। କେତେକ କ୍ଷେତ୍ରରେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି । ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା କାରଣରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ । ସମ୍ପର୍କୀୟ ଜଣେ ବନ୍ଧୁ ଅର୍ଥ ସାହାଯ୍ୟର ପ୍ରତିଶ୍ରୁତି ଦେବେ।
କୁମ୍ଭ
କୁମ୍ଭ
ପରିସ୍ଥିତିବଶତଃ କେତେକ କ୍ଷେତ୍ରରେ ନିଜର ମତ ବଦଳାଇ ସମାଲୋଚିତ ହେବାକୁ ପଡ଼ିପାରେ। ଶୃଙ୍ଖଳା ରକ୍ଷା କରିବା ପାଇଁ ବନ୍ଧୁମାନଙ୍କ ସାହାଯ୍ୟ ଦରକାର କରିପାରନ୍ତି । କୌଣସି ନୀଚ ଜାତିର ବ୍ୟକ୍ତିଙ୍କ ସହ କଳହ କାରଣରୁ ଦୁଶ୍ଚିନ୍ତା ବଢ଼ିଯାଇପାରେ । ପଡ଼ୋଶୀ ବନ୍ଧୁଙ୍କ ସ୍ପର୍ଶକାତର କଥାରେ ଚିହ୍ନା ପଡ଼ନ୍ତୁ ନାହିଁ।
ମୀନମୀନ
ଆଜି ନିଜ କାମ ପଛକୁ ପକାଇ ଅନ୍ୟର କାମରେ ବାହାରକୁ ଯିବାକୁ ପଡ଼ିପାରେ। ଅତୀତ କଥାକୁ ନେଇ ଗୁଡ଼ାଏ ଚିନ୍ତା କରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ। ପ୍ରତ୍ୟେକ କ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୩୦ ତାରିଖ – Daily Horoscope

ମେଷ ଆଜି ପ୍ରତ୍ୟେକ ପରିସ୍ଥିତିରେ ସ୍ଥିର ନିଷ୍ପତ୍ତି ନେବାରେ ବନ୍ଧୁଙ୍କ ପୃଷ୍ଠପୋଷକତା ସହାୟକ ହେବ। ପରିବାରରେ ପୂର୍ବ ସ୍ଥିରୀକୃତ ଯାନ୍ତ୍ରିକ ଜିନିଷ ତଥା ଗୃହୋପକରଣ କିଣିବାକୁ...

ରାଶିଫଳ: ସୋମବାର, ଡିସେମ୍ବର ୨୯ ତାରିଖ – Daily Horoscope

ମେଷ ଆଜି ପ୍ରିୟ ବ୍ୟକ୍ତିଟିର ଅନୁପସ୍ଥିତି ଆଶଙ୍କା କରି ମନ ବ୍ୟାକୁଳ ହୋଇପାରେ। ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ଅଯାଚିତ ଭାବେ ପାଇ ଖୁସି ହୋଇଯିବେ। ଉପରିସ୍ଥଙ୍କ...

ରାଶିଫଳ: ରବିବାର, ଡିସେମ୍ବର ୨୮ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଚତୁର୍ଥ କେନ୍ଦ୍ରରେ ବୃହସ୍ପତି କର୍ମକ୍ଷେତ୍ର ଓ ପାରିବାରିକ ଜୀବନର ବ୍ୟତିକ୍ରମକୁ ସୁଧାରି ନେବେ। ନିଜର ସମ୍ପର୍କୀୟମାନଙ୍କ କୌଣସି ଘରୋଇ ସମସ୍ୟା ବିଷୟରେ ଚିନ୍ତିତ...

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri