Posted inRasifala

ରାଶିଫଳ: ଶୁକ୍ରବାର, ଫେବୃୟାରୀ ୫ ତାରିଖ– Daily Horoscope

ମେଷ
ଆଜି କର୍ମକ୍ଷେତ୍ରର କିଛି ସମସ୍ୟା ନେଇ ଚିନ୍ତିତ ରହି ପାରନ୍ତି। ମିତ୍ରମାନେ ସୁବିଧାବାଦୀ ଭଳି କାମ କରିବେ, ଯାହାକି ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ। ସାଂସ୍କୃତିକ କିମ୍ବା ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିପାରନ୍ତି। ବାଣିଜ୍ୟ, ବ୍ୟବସାୟ, ନିର୍ମାଣ, ବିବାଦୀୟ ଘଟଣା ଓ ସଭାସମିତି, ଅର୍ଥ ସମ୍ପର୍କ କ୍ଷେତ୍ରରୁ ଉପକୃତ ହେବେ।
ବୃଷ
ବୃଷ
ମନ ଅସ୍ଥିର ରହିବା କାରଣରୁ କାମଗୁଡିକ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପଡ଼ିବ। ବିବାଦୀୟ ଘଟଣାରେ ମଧ୍ୟସ୍ଥତା କରି ଅପମାନିତ ହୋଇପାରନ୍ତି। ଆଲୋଚନା ପରିସରରେ ରୁକ୍ଷ ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେଇପାରେ। ସ୍ନାନ ହେତୁକ ଦ୍ୱନ୍ଦ୍ୱର ସମ୍ମୁଖୀନ ହେବେ। ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ।
ମିଥୁନ
ମିଥୁନ
କର୍ମ କ୍ଷେତ୍ରରେ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡିପାରେ। ପାରିବାରିକ ସମସ୍ୟା ପୂର୍ବପରି ରହିବା ସଙ୍ଗକୁ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନରେ ବିରକ୍ତିଭାବ ସୃଷ୍ଟି ହେବ। ଶିଳ୍ପ, ବାଣିଜ୍ୟ ଓ ପରିବହନ ପାଇଁ କିଛି ଅସୁବିଧା ହେବ ନାହିଁ। ଅର୍ଥାଭାବ ନିର୍ମାଣ, ପ୍ରକଳ୍ପ କିମ୍ବା ନୂତନ ଯୋଜନା ସକାଶେ ବାଧକ ସାଜିପାରେ।
କର୍କଟ
କର୍କଟ
ଆଜି ବନ୍ଧୁଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କ୍ଷେତ୍ରରୁ ଧୋକା ଖାଇବାକୁ ପଡିବ। ପରିବାରର ଆବଶ୍ୟକତାକୁ ନେଇ ମନୋରଞ୍ଜନ ଜିନିଷ କ୍ରୟ ସକାଶେ ମନ ବଳାଇପାରନ୍ତି। ପାରିବାରିକ ସମସ୍ୟା ସମ୍ପର୍କରେ ଅନ୍ୟ ଆଗରେ ପ୍ରକାଶ କରି ଓଲଟା ଫଳ ପାଇବେ। ସହକର୍ମୀ ଫାଇଦା ଉଠାଇବାକୁ ଚେଷ୍ଟା କରିବେ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ କିଛି ନୂତନ ପଦକ୍ଷେପ ନେବା ପୂର୍ବରୁ ଭଲଭାବରେ ଚିନ୍ତା କରନ୍ତୁ। ମୂଲ୍ୟବାନ ଜିନିଷ କିଣାବିକା କ୍ଷେତ୍ରରେ ସତର୍କ ନ ହେଲେ ଠକାମିରେ ପଡିପାରନ୍ତି। ପ୍ରତ୍ୟେକ କଥାକୁ ଭୟ ଓ ଆଶଙ୍କା କାରଣରୁ କୌଣସି କାର୍ଯ୍ୟ କରିପାରିବେ ନାହିଁ। ନିଜ ଲୋକଙ୍କଠାରୁ ଯେତିକି ପାଇବା କଥା ତାହା ପାଇବା ଦୁର୍ବିଷହ ହୋଇପାରେ।
କନ୍ୟା
ସ୍ଥଗିତ କାର୍ଯ୍ୟ ସାଧନ ସକାଶେ ସ୍ଥାନୀୟ ବ୍ୟକ୍ତିଙ୍କ ଦ୍ୱାରା ଉପକୃତ ହେବେ। ପାରିବାରିକ ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ। ମାଦକ ଦ୍ରବ୍ୟ ସେବନରୁ ବକ୍ଷ ବେଦନା ସୃଷ୍ଟି ହେବାର ଆଶଙ୍କା ଦେଖାଦେବ। ଆଜି ପ୍ରତ୍ୟେକ ପରିସ୍ଥିତିରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ।
ତୁଳା
ତୁଳା
ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ମାଙ୍ଗଳିକଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିପାରନ୍ତି। ଘର ସାଜସଜ୍ଜା, ମୂଲ୍ୟବାନ ଜିନିଷ କିଣିବା, ନୂତନ ଗୃହ ନିର୍ମାଣ, ଯାନ ବାହନ ମରାମତି ପାଇଁ ବ୍ୟସ୍ତତା ବୃଦ୍ଧିପାଇବ। କୌଣସି ଶୁଭଖବର ପାଇବା ଯୋଗୁଁ ବିଶେଷ ଖୁସି ଅନୁଭବ କରିବେ।
ବିଛା
ବିଛା
ଜୀବନଯାତ୍ରାକୁ ଶୃଙ୍ଖଳିତ ରଖିବା ହେତୁ ପାରିବାରିକ ସ୍ଥିତିରେ କିଛିଟା ଉନ୍ନତି ପରିଲକ୍ଷିତ ହେବ। ଭୁଲ୍‌ ବୁଝାମଣା ଯୋଗୁଁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ଆଜି ହିଁ ଶେଷ କରିବାକୁ ଚାହୁଁଥିଲେ ମଧ୍ୟ ଭାବୁଥିବା କାମଟିକୁ ଶେଷ କରିପାରିବେନି। ପରିବହନରେ ସମସ୍ୟା ଲାଗି ରହିବା ଯୋଗୁ ବ୍ୟସ୍ତ ହୋଇପାରନ୍ତି।
ଧନୁ
ଧନୁ
ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ ଏବଂ ଚେଷ୍ଟା କଲେ ଉପକୃତ ଅବଶ୍ୟ ହେବେ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ କାମ କଲେ ସଫଳତା ପାଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ। ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁଁ ଆଗେଇ ଯିବେ।
ମକର
ମକର
ଯେତେ ପ୍ରକାର କାମ କଲେ ମଧ୍ୟ ପ୍ରତିବନ୍ଧକ ଯୋଗୁଁ ପ୍ରଗତି ହୋଇପାରିବ ନାହିଁ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବାରୁ ମନ ଭଲ ରହି ନ ପାରେ। ସଭାସମିତିରେ ବନ୍ଧୁମାନଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିବେ। ବନ୍ଧୁଙ୍କ ସହ ମାଙ୍ଗଳିକ କାର୍ଯ୍ୟ ସକାଶେ ଆଲୋଚନା କରିପାରନ୍ତି।
କୁମ୍ଭ
କୁମ୍ଭ
ଗତକାଲିର ଆଲୋଚନା ଓ ଯୋଜନା ଅନୁଯାୟୀ କାମ କଲେ ଅବଶ୍ୟ ଉପକୃତ ହେବେ। ପାରିବାରିକ କ୍ଷେତ୍ର ବୁଝାମଣାରେ ଶୃଙ୍ଖଳିତ ରହିବ। ସ୍ବାର୍ଥସାଧନ ପରିପ୍ରେକ୍ଷୀରେ ଆତ୍ମୀୟମାନେ ହଠାତ୍‌ ଶତ୍ରୁତା କରିବେ। ଧାର କରଜ, ଭଡ଼ା ସୂତ୍ରରୁ କିମ୍ବା ବକେୟା ଟଙ୍କା ଆଜି ପାଇବେ। ପ୍ରତ୍ୟୁଷ ଯାତ୍ରାରେ ବିଘ୍ନ ଆସିଲେ ମଧ୍ୟ କିଛି ଅସୁବିଧା ହେବ ନାହିଁ।
ମୀନମୀନ
ଦୀର୍ଘ ଦିନରୁ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିପାରନ୍ତି। ସହକର୍ମୀଙ୍କ ସହ ଅବସର ସମୟରେ ଆଳାପ ଆଲୋଚନାରେ ସମୟ କଟାଇବେ। ସୁପରିକଳ୍ପିତ ନୂତନ କାର୍ଯ୍ୟରେ ହାତ ଦେଇ କୃତକାର୍ଯ୍ୟ ହେବେ। କଳା, ସାହିତ୍ୟ, ପ୍ରକାଶନ ଓ ପ୍ରଶାସନିକ ସ୍ତରରେ ସମସ୍ୟାର ସରଳ ସମାଧାନ କରିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ମିଥୁନ ରାଶି ସମେତ ଏହି ରାଶି ଉପରେ ରହିବ ଗଣେଷଙ୍କ କୃପା, ଖୋଲିବ ଭାଗ୍ୟ

କୁମ୍ଭ ରାଶିରେ ଚନ୍ଦ୍ର ନୂତନ ଚିନ୍ତାଧାରା, ଅଭିନବ ନିଷ୍ପତ୍ତି ଏବଂ ସାମୂହିକ ମଙ୍ଗଳ ଉପରେ ଧ୍ୟାନ ଦେବାକୁ ଇଙ୍ଗିତ କରେ। ଧନୁ ରାଶିରେ ସୂର୍ଯ୍ୟ, ମଙ୍ଗଳ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri