Categories: Rasifala

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୮ ତାରିଖ – Daily Horoscope

ମେଷ
ପାରିବାରିକ ପରିସ୍ଥିତି ବିଗିଡ଼ିଯାଇଥିବାରୁ ନୂତନ କାମ ଆରମ୍ଭ କରିପାରିବେ ନାହିଁ। କର୍ମକ୍ଷେତ୍ରରେ ଭୁଲ୍‍ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ କରିପାରନ୍ତି। ଯାତ୍ରା, ସମ୍ପର୍କ ସ୍ଥାପନ, ପରିବହନ, ବ୍ୟବସାୟ ଓ ବାଣିଜ୍ୟରେ ଆଶା ଅନୁଯାୟୀ ସଫଳତା ମିଳିବ। କୃତ୍ତିକା ନକ୍ଷତ୍ର ପଡ଼ୋଶୀଙ୍କ ସହ ଉପୁଜିଥିବା ସମସ୍ୟା ସମଧାନ କରିପାରିବେ।
ବୃଷ
ମୃଗଶିରା ନକ୍ଷତ୍ର ସକାଶେ ବନ୍ଧୁଙ୍କ ମାଧ୍ୟମରେ ସମସ୍ୟା ସମାଧାନର ରାସ୍ତା ଖୋଲିଯିବ। ସହକର୍ମୀଙ୍କ ଉପରେ ପୂର୍ଣ୍ଣ ଭରସାକରି ପ୍ରତାରିତ ହୋଇପାରନ୍ତି। ଉନ୍ନତିମୂଳକ କାମ ସକାଶେ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ପଡ଼ିପାରେ। ପରୋକ୍ଷ ଶତ୍ରୁତା ସାଙ୍ଗକୁ ଆମତ୍ୀୟଙ୍କ ସହଯୋଗର ଅଭାବ ଅଭିଳାଷ ପୂରଣରେ ପ୍ରତିବନ୍ଧକ ସାଜିବ।
ମିଥୁନ
ସମ୍ପର୍କୀୟମାନେ ଫାଇଦା ହାସଲ ପାଇଁ ଫନ୍ଦିଫିକର କରିବା ପାଇଁ ମନ ବଳାଇପାରନ୍ତି। କର୍ମକ୍ଷେତ୍ରରେ ଦୀର୍ଘ ଦିନର ଶତ୍ରୁତା ବିବାଦୀୟ ପରିସ୍ଥିତି ସୃଷ୍ଟିକରିପାରେ। ପୁନର୍ବସୁ ନକ୍ଷତ୍ର ଆନୁଷ୍ଠାନିକ କ୍ଷେତ୍ର କିମ୍ବା ଧର୍ମକାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି। ପରିବାରରେ କେତେକ ବ୍ୟତିକ୍ରମ ରହିଥିଲେ ମଧ୍ୟ ବିଶେଷ କିଛି ଗୋଳମାଳିଆ ପରିସ୍ଥିତି ଦେଖାଦେବ ନାହିଁ।
କର୍କଟ
ପୁଷ୍ୟା ନକ୍ଷତ୍ର ଆନୁଷଙ୍ଗିକ ସାହାଯ୍ୟ, ସହଯୋଗରୁ କାମ ସୁରୁଖୁରୁରେ ସମ୍ପନ୍ନ କରିବେ। ଆର୍ଥିକ ଅଭିବୃଦ୍ଧି ଓ ପାରିବାରିକ ସଦ୍‍ଭାବରୁ ଖୁସି ହେବେ। ସ୍ବାସ୍ଥ୍ୟ ପ୍ରତି ଅବହେଳା କାରଣରୁ ଦୈହିକ ଦୁର୍ବଳତାଜନିତ ମନୋବଳ କମିଯାଇପାରେ। ଆମତ୍ୀୟଙ୍କ ଅସହଯୋଗ ରହିଥିଲେ ମଧ୍ୟ ପରିସ୍ଥିତିକୁ ସମ୍ଭାଳିନେବାରେ ସମର୍ଥ ହେବେ।
ସି˚ହ
ଆଜି ଆପଣଙ୍କର ପ୍ରତ୍ୟୁଷ ଯାତ୍ରା, ବାଣିଜ୍ୟ, ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ହାସଲକରିବେ। କାମ ହାସଲ ସକାଶେ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ଅନୁଭବ କରିପାରନ୍ତି। ପାରିବାରିକ କ୍ଷେତ୍ରରେ ସନ୍ଦେହ ଓ ଭୁଲ୍‍ ବୁଝାମଣା ସମସ୍ୟାର ମୁଖ୍ୟ କାରଣ ହେବ। ପୂର୍ବାଫାଲ୍‍ଗୁନୀ ନକ୍ଷତ୍ର ସଭାସମିତିରେ ବୁଦ୍ଧିଜୀବୀଙ୍କ ଆଦରଣୀୟ ହେବେ।
କନ୍ୟା
କର୍ମକ୍ଷେତ୍ରରେ ଆଶା ପୂରଣ ସାଙ୍ଗକୁ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବଢ଼ିବ। ବ୍ୟବସାୟରେ ନୂତନ କିଛି ଯୋଡ଼ିବା ସକାଶେ ଚିନ୍ତା କରିପାରନ୍ତି। ପରିବାରରେ ପାରସ୍ପରିକ ସମ୍ପର୍କ ହାନି ଯୋଗୁ ଦୁଶ୍ଚିନ୍ତାର କାରଣ ହୋଇପାରେ। ଉତ୍ତରାଫାଲ୍‍ଗୁନୀ ନକ୍ଷତ୍ର ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ।
ତୁଳା
ପାରସ୍ପରିକ ମତଭେଦ କାରଣରୁ ପରିବାରରେ ଅଶାନ୍ତି ବାତାବରଣରୁ ଦୁଃଖୀ ହେବେ। ସାମାଜିକ ସ୍ତରରେ ଧର୍ମକାର୍ଯ୍ୟ କରି ଏବଂ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ବନ୍ଧୁମାନେ ଫାଇଦା ହାସଲ ଲକ୍ଷ୍ୟରେ ସମ୍ପର୍କ ସ୍ଥାପନ ପାଇଁ ଆଗେଇ ଆସିପାରନ୍ତି। ବିଶାଖା ନକ୍ଷତ୍ରର ପରିବହନ, ବ୍ୟବସାୟରେ ଝଗଡ଼ା ଲାଗିପାରେ।
ବିଛା
ଠିକ୍‍ ନିଷ୍ପତ୍ତିର ଅଭାବ ଓ ଅପରିଣାମଦର୍ଶିତାରୁ ଝଡ଼ ଝଞ୍ଜା ଦେଇ ଗତି କରିବାକୁ ପଡ଼ିବ। ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି। ଜ୍ୟେଷ୍ଠା ନକ୍ଷତ୍ର ସକାଶେ ଆନୁଷ୍ଠାନିକ କାମ, ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ। ପାରିବାରିକ କ୍ଷେତ୍ରରେ ମାନସିକ ଅବସାଦ ଦୂରହେବାରେ ବନ୍ଧୁ ସାହାଯ୍ୟ କରିବେ।
ଧନୁ
ବିଜାତୀୟ ବ୍ୟକ୍ତିଙ୍କ ସହ ବିଶେଷ ସଂସର୍ଗତାରୁ ଦୂରେଇ ନ ରହିଲେ ସମାଲୋଚିତ ହେବେ। ଉତ୍ତରାଷାଢ଼ା ନକ୍ଷତ୍ରର ଜମିଜମା କିଣାବିକା, ପ୍ରକଳ୍ପ କାର୍ଯ୍ୟ, ସମସ୍ୟା ସମାଧାନ ହେବ। ରପ୍ତାନି ବାଣିଜ୍ୟ ଓ ପରିବହନ ପାଇଁ ଅସୁବିଧା ହେବ ନାହିଁ। ଧର୍ମକାର୍ଯ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର ଓ ସଙ୍ଗୀତ ସାଧନା କ୍ଷେତ୍ରରେ ଉନ୍ନତମାନର ସୁଫଳ ପାଇବେ।
ମକର
ବନ୍ଧୁଙ୍କ ସାହାଯ୍ୟରୁ ଦୀର୍ଘଦିନରୁ ଲାଗି ରହିଥିବା ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ କମିଯିବ। ଶ୍ରବଣା ନକ୍ଷତ୍ର ପୁରାତନ ରୋଗରେ ପୀଡ଼ିତ ହୋଇ କଷ୍ଟ ପାଇପାରନ୍ତି। ବନ୍ଧୁଙ୍କ ପରାମର୍ଶରେ ପାରିବାରିକ ସମସ୍ୟାକୁ ଚତୁରତାର ସହ ସମାଧାନ କରିବେ। ଆର୍ଥିକ ସ୍ଥିତି ପୂର୍ବପରି ଅପରିବର୍ତ୍ତିତ ରହିବା କାରଣରୁ ମନସ୍ତାପ କରିପାରନ୍ତି।
କୁମ୍ଭ
ଆଜି ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ରାଦି କ୍ଷେତ୍ରରେ ସମସ୍ୟା ସମାଧାନରେ ସଫଳ ହେବେ। ବନ୍ଧୁଙ୍କ ମାଧ୍ୟମରେ ସରକାରୀ ସ୍ତରରୁ ଆଶା କରୁଥିବା ଶୁଭଖବର ପାଇ ଖୁସି ହେବେ। ପିଲାଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକାନ୍ତ ରହିବ। ଧନିଷ୍ଠା ନକ୍ଷତ୍ରର ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ।
ମୀନ
କର୍ମକ୍ଷେତ୍ରରେ ସମସ୍ୟା ସୁଧୁରିଯିବାରୁ ପାରିବାରିକ ସଦ୍‍ଭାବ ବୃଦ୍ଧିପାଇବ। ଭୁଲ୍‍ ବୁଝାମଣାଜନିତ ସୁସମ୍ପର୍କରେ ଅବନ୍ନତି ଘଟିପାରେ। ବ୍ୟବସାୟରେ ଭାଗୁଆଳିମାନଙ୍କ ସହ ମାନମନାନ୍ତର ଦେଖାଦେବା ଆଶଙ୍କା ରହିଛି। ଆଜି ଉତ୍ତରଭାଦ୍ରପଦ ନକ୍ଷତ୍ର ସ୍ବର୍ଣ୍ଣାଦି ଅଳଙ୍କାର, ଔଷଧପତ୍ର କିମ୍ବା ସୌଖୀନ ଦ୍ରବ୍ୟ କ୍ରୟକରିପାରନ୍ତି।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.