Categories: Rasifala

ରାଶିଫଳ: ଶୁକ୍ରବାର, ସେପ୍ଟେମ୍ବର ୪ ତାରିଖ – Daily Horoscope

ମେଷ
ଆଜି ଉଚ୍ଚସ୍ଥ ଚନ୍ଦ୍ର ହେତୁ ଗୃହ, ଭୂମି, ଗାଡି, ମୋଟର ପ୍ରଭୃତିରେ ବନ୍ଧୁବାନ୍ଧବ, ସହକର୍ମୀଙ୍କ ଦ୍ୱାରା କାର୍ଯ୍ୟ ସାଧନ କରିବେ। ସ୍ବାସ୍ଥ୍ୟ ଓ ପିଲାଙ୍କ ବିବାହ ସମ୍ପର୍କିତ ଚିନ୍ତା ନେଇ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ଜଣେ ହିତୈଷୀଙ୍କ ଚେଷ୍ଟାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ। ସ୍ବାର୍ଥହାନି ଆଶଙ୍କାରେ ନିଜ ଲୋକ ଦୂରେଇଯିବେ।
ବୃଷ
ବାହାରକୁ ଯିବା ସମୟକୁ କୌଣସି ଦରକାରୀ କାଗଜ ପତ୍ର ନ ପାଇ ବ୍ୟସ୍ତ ହେବେ। କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। ମାନସିକ ଅସ୍ଥିରତାରୁ କଣ କରିବେ, ନ କରିବେ ଜାଣିପାରିବେ ନାହିଁ। କାର୍ଯ୍ୟଦକ୍ଷତାରୁ ନିଜ ପରିସରରେ ପ୍ରଶଂସିତ ହେବେ ଏବଂ ଲୋକସମ୍ପର୍କ ବୃଦ୍ଧି ପାଇବ।
ମିଥୁନ
ପାରିବାରିକ ଅସ୍ଥିରତା ଓ ଅଶାନ୍ତି ସକାଶରୁ ମନ ଭଲ ରହିବ ନାହିଁ। ନୂତନ ବନ୍ଧୁ ସମ୍ପର୍କ ଯୋଡିବା ପାଇଁ ଚେଷ୍ଟା କଲେ ଉପକୃତ ହେବେ। କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମ୍‍ରେ କରିବା ପାଇଁ ନିଷ୍ପତ୍ତି ନେବେ। ବ୍ୟବସାୟ କ୍ଷେତ୍ରରେ କୌଣସି ପ୍ରକାରର ଅସୁବିଧା ନ ହେଲେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ହେତୁ ମନ ଅସ୍ଥିର ରହିବ।
କର୍କଟ
ଆଜି କାମର ଚାପ ବଢ଼ିବାରୁ ଘର କଥା ବୁଝତ୍ବାକୁ ସମୟ ପାଇବେ ନାହିଁ। ପରିଜନଙ୍କ ସହିତ ଭ୍ରମଣ କାଳରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ଚେଷ୍ଟା ସଫଳ ହେବାରେ ଜଣେ ଅଜଣା ବ୍ୟକ୍ତିଙ୍କଠାରୁ କିଛି ସାହାଯ୍ୟ ପାଇବେ। ଶିଳ୍ପ, ବାଣିଜ୍ୟ, ପରିବହନ, ସଭାସମିତି, ଆଇନ ଅଦାଲତ କ୍ଷେତ୍ରରୁ ସୁଫଳ ପାଇବେ।
ସି˚ହ
ସକାଳୁ କିଛି ଶୁଭ ଖବର ସାଙ୍ଗକୁ ଅର୍ଥଲାଭରୁ ମନ ଖୁସି ହୋଇଯିବ। ଈର୍ଷାପରାୟଣ ମନୋଭାବ ପୋଷଣ କରି ନିକଟସ୍ଥ ବ୍ୟକ୍ତିମାନେ ସମାଲୋଚନା କରିପାରନ୍ତି। ତରବରିଆ ଯାତ୍ରାରୁ ଦୂରେଇ ରହିଲେ ଭଲ। ମାନସିକସ୍ଥିତି ଭଲ ରହିଥିବାରୁ ରଚନାତ୍ମକ କାମ, ଅଧ୍ୟୟନ ଓ ଅଧ୍ୟାପନାରେ ଉନ୍ନତି କରିବେ।
କନ୍ୟା
କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ସହଜରେ ଗ୍ରହଣ କରିପାରିବେ ନାହିଁ। ବନ୍ଧୁଙ୍କ ସାହାଯ୍ୟରୁ ଯାହା ପାଇବା ସକାଶେ ଆଶା ରଖିଛନ୍ତି, ତାହା ନିଶ୍ଚୟ ପାଇବେ। ଅନ୍ୟମାନଙ୍କ ଦ୍ୱାରା ସମ୍ପନ୍ନ କରାଯାଇଥିବା କାମଗୁଡିକର ସମୀକ୍ଷା କରି ବ୍ୟସ୍ତତା ଅନୁଭବ କରିବେ। ପିଲାମାନଙ୍କ କାର୍ଯ୍ୟକଳାପ ନିଜପାଇଁ ଅସନ୍ତୋଷ ସୃଷ୍ଟି କରିପାରେ।
ତୁଳା
ପାରିବାରିକ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। ଭୋଗବିଳାସରେ ସହକର୍ମୀଙ୍କ ହସ୍ତକ୍ଷେପ ଫଳରେ ବାଧାବିଘ୍ନ ଘଟିପାରେ। ଅଫିସ ଭିତରେ କିମ୍ବା ଆଜିର ଫେରନ୍ତା ରାସ୍ଥାରେ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ସନ୍ତାନଙ୍କ ସ୍ବାସ୍ଥ୍ୟହାନି କାରଣରୁ ଅର୍ଥସଙ୍କଟ ଜନିତ ବିଚଳିତ ହୋଇପାରନ୍ତି ା
ବିଛା
ଉପରିସ୍ଥଙ୍କ ଆଦେଶପ୍ରାପ୍ତ ହୋଇ ଦୂରଯାତ୍ରା କରିବାକୁ ପଡିବ। ବନ୍ଧୁଙ୍କ ସହଯୋଗ ହେତୁ ବ୍ୟବସାୟ ଓ ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ସହଜ ଓ ସୁବିଧାରେ ଲକ୍ଷ୍ୟ ହାସଲ କରିବେ। କର୍ମକ୍ଷେତ୍ରରେ ପ୍ରତ୍ୟେକ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ। ଉପକାର କରିଥିବା ବ୍ୟକ୍ତିଙ୍କଠାରୁ ପ୍ରତିଦାନ ପାଇବା ଦୁର୍ଲ୍ଲଭ ହୋଇ ପଡିବ।
ଧନୁ
ପାରିପାର୍ଶ୍ୱିକ ପରିସ୍ଥିତି ଆପଣଙ୍କ ସକାଶେ ଦୁଶ୍ଚିନ୍ତାର କାରଣ ହେବ। ବନ୍ଧୁଙ୍କ ସଦ୍‍ଭାବ ଓ ସହକର୍ମୀମାନଙ୍କ ସହଯୋଗ କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବ। ଦୀର୍ଘ ଦିନରୁ ପ୍ରତୀକ୍ଷିତ କାର୍ଯ୍ୟ ସକାଶେ ଆତ୍ମୀୟ ସ୍ବଜନଙ୍କ ଉପସ୍ଥିତି ଯୋଗୁ ଖୁସି ହେବେ। ପାରିବାରିକ ଭୁଲ୍‍ ବୁଝାମଣା ହେତୁ ଅଭାବ ନ ଥିଲେ ମଧ୍ୟ ମାନସିକ ଅସ୍ଥିରତା ଲାଗିରହିବ।
ମକର
କର୍ମକ୍ଷେତ୍ରରେ ମନ କଥା ମନରେ ରଖି ବନ୍ଧୁଙ୍କ ମନରେ ଆନନ୍ଦ ସୃଷ୍ଟି କରିବାରେ ସମର୍ଥ ହେବେ। ପ୍ରତ୍ୟେକ କ୍ଷେତ୍ରରେ ବ୍ୟତିକ୍ରମ ଲାଗିରହିଲେ ମଧ୍ୟ ବ୍ୟବସାୟ ଓ ପରିବହନରେ ଉନ୍ନତି ଘଟିବ। କୌଣସି ସମସ୍ୟାର ସମ୍ମୁଖୀନ ହୋଇ ନିର୍ମାଣାଧୀନ କାମ ସମ୍ପୂର୍ଣ୍ଣ କରିପାରିବେ ନାହିଁ। ଗୁଜବ ଶୁଣିବା ପରେ ବିଭିନ୍ନ ସମସ୍ୟା ସୃଷ୍ଟି ହେବ।
କୁମ୍ଭ
ବିଭିନ୍ନ ପ୍ରକାରର ସମସ୍ୟା ବିଜଡିତ ହୋଇ ଶେଷ ମୁହୂର୍ତ୍ତରେ କାର୍ଯ୍ୟ ହାସଲରେ ସମର୍ଥ ହେବେ। ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେଇପାରନ୍ତି। ପରିବାରରୁ ପୂର୍ଣ୍ଣ ସହଯୋଗ ପାଇ କେତେକ କାମ ହାସଲ କରିବେ। ବନ୍ଧୁଙ୍କ ସ୍ବାସ୍ଥ୍ୟରେ ଦ୍ରୁତ ଉନ୍ନତି ପରିଲକ୍ଷିତ ହେବାରୁ ଆଶ୍ୱସ୍ତି ଅନୁଭବ କରିପାରନ୍ତି।
ମୀନ
ଆଜିର ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ ନତୁବା ହଇରାଣ ହେବାକୁ ପଡିପାରେ। ଆପଣ ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ବୁଲିବେ। ବାଣିଜ୍ୟ, ବ୍ୟବସାୟ ଓ କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ। ଶତ୍ରୁତା କାରଣରୁ ସଭାସମିତି, କଳା, ସାହିତ୍ୟ, ବନ୍ଧୁ ସମ୍ପର୍କରେ କିଛିଟା ସମସ୍ୟା ସୃଷ୍ଟି ହେବ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.