Categories: Rasifala

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧ ତାରିଖ – Daily Horoscope

ମେଷ
ଆଜି ଶ୍ରୀଚନ୍ଦ୍ର ପ୍ରଭାବରେ ମାନସିକ ଅସ୍ଥିରତା ସତ୍ତ୍ୱେ ଆର୍ଥିକ ସ୍ଥିତିର ଅଭିବୃଦ୍ଧିକୁ ପ୍ରାଧାନ୍ୟ ଦେବେ। ଶିକ୍ଷା କ୍ଷେତ୍ରରେ ସୁନାମ, ପିଲାଙ୍କ ସଫଳତା, ଉନ୍ନତ ଆଲୋଚନା, ପାରିବାରିକ ସଦ୍‍ଭାବ ସବୁ ପାଇବେ। ବନ୍ଧୁଙ୍କ ସହଯୋଗରେ ଅଟକିଥିବା କାମ ତ୍ୱରାନ୍ବିତ ହୋଇପାରେ। ଶିଳ୍ପ, ବାଣିଜ୍ୟ ଓ ରାଜନୀତିରେ ଲକ୍ଷ୍ୟହାସଲ କରିପାରନ୍ତି।
ବୃଷ
କୋଣଭାବସ୍ଥ ଶୁକ୍ର ନୀଚ ରାଶିସ୍ଥ ହେତୁ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବ। ମିତ୍ରମାନେ ସାହାଯ୍ୟକରି କାମକୁ ଆଗକୁ ବଢ଼ାଇନେବାରେ ସାହାଯ୍ୟକରିବେ। ଗୃହନିର୍ମାଣ, ଯାନବାହନ ମରାମତି,ଦୋକାନର ଉନ୍ନତୀକରଣ ଓ ସଭାସମିତିରୁ ଉପକୃତ ହେବେ। ପରିବାରରେ ଘଟଣାର ମୋଡ଼ ବଦଳିଯାଇପାରେ।
ମିଥୁନ
ଷଷ୍ଠ ଏକାଦଶାଧିପତି ମଙ୍ଗଳ ରାଶିରେ ଥିବାରୁ ଅର୍ଥପ୍ରାପ୍ତିରେ ବିବାଦର ସମ୍ମୁଖୀନ ହୋଇପାରନ୍ତି। ଜମିଜମା, ଯାନ୍ତ୍ରିକ ଜିନିଷ ବିକ୍ରି ସକାଶେ ମନ ବଳାଇବେ। ଗୃହସୀମାକୁ କେନ୍ଦ୍ରକରି ଭାଇ କିମ୍ବା ପଡ଼ୋଶୀଙ୍କ ସହ ସମସ୍ୟାମୂଳକ ପରିସ୍ଥିତି ସୃଷ୍ଟିହେବ। ସାଧାରଣ କଥାରେ ସ୍ତ୍ରୀଙ୍କ ସହ ମନୋମାଳିନ୍ୟ ଆଶଙ୍କା ରହିଛି।
କର୍କଟ
ବୁଧାଦିତ୍ୟ ଯୋଗର ସୁପ୍ରଭାବରୁ ଆର୍ଥିକ ସ୍ଥିତି ଭଲ ରହିବ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ସଙ୍ଗଲାଭ କରିବେ। ଆପଣଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ବନ୍ଧୁମାନେ ପଛରେ ସମାଲୋଚନା କରିପାରନ୍ତି। କଚେରି ମାମଲା ମନ୍ଥରହେବ। ପରିଜନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟିବା ଯୋଗୁ ସାମୟିକ ଖୁସି ହେବେ।
ସି˚ହ
ଲାଭଭାବସ୍ଥ ମଙ୍ଗଳଙ୍କ ସ୍ଥାନସ୍ଥିତିଜନିତ ଆଜି କୌଣସି କାମ ଅଟକିବ ନାହିଁ, ମାତ୍ର ସମସ୍ୟା ମଧ୍ୟରେ ସମ୍ପନ୍ନ ହେବ। ପୁତ୍ରକନ୍ୟାଙ୍କ ହେତୁକ ଦୁଶ୍ଚିନ୍ତା ସୃଷ୍ଟି ଆଶଙ୍କା ଦେଖାଦେଇପାରେ । ନିଜେ ରହୁଥିବା ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ। ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ବ୍ୟବସାୟ,ବାଣିଜ୍ୟ ଓ ବ୍ୟବସାୟ ସନ୍ତୋଷଜନକ ରହିବ।
କନ୍ୟା
ଅନୁକୂଳ ଗ୍ରହସ୍ଥିତି ହେତୁ ଆଜି ଯାହା କରନ୍ତୁନା କାହିଁକି ଅସୁବିଧା ହେବନାହିଁ। ପରୋକ୍ଷ ଶତ୍ରୁତା କରୁଥିବା ଲୋକ ହଠାତ୍‍ ମିତ୍ର ସାଜିବା ପାଇଁ ଚେଷ୍ଟିତ ହେବେ। ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍‍ ଆରମ୍ଭ କରିବାକୁ ମନ ବଳାଇପାରନ୍ତି। ପ୍ରଶାସନ, ସାମ୍ବାଦିକତା, ପ୍ରକାଶନ ଓ ପରିବହନ କ୍ଷେତ୍ରରେ ଶୁଭଫଳ ପାଇବେ।
ତୁଳା
କର୍ମାଧିପ ଚନ୍ଦ୍ର ସପ୍ତମ କେନ୍ଦ୍ରରେ ଅବସ୍ଥାନ କରୁଥିବାରୁ ସାହାଯ୍ୟ ସହଯୋଗ ପାଇ କାମ ହାସଲ କରିପାରିବେ। ନିର୍ମାଣ ତଥା ବ୍ୟବସାୟଭିତ୍ତିକ କାମ ସୁରୁଖୁରୁରେ ସମ୍ପନ୍ନ ହେବ। ସାହିତ୍ୟ, ସାମ୍ବାଦିକତା ତଥା ସାମାଜିକ କ୍ଷେତ୍ରରେ ପ୍ରଶଂସିତ ହେବେ। ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳହେବ।
ବିଛା
ଭାଗ୍ୟ ସ୍ଥାନରେ ବୃହସ୍ପତି ରହିଥିଲେ ମଧ୍ୟ ଗ୍ରହପ୍ରତିକୂଳତା ଯୋଗୁ ଭାବିଚିନ୍ତି କାମ ନ କଲେ ଅସୁବିଧାର ସମ୍ମୁଖୀନ ହେବେ। ସାଧାରଣ କଥାକୁ ନ ବୁଝି ଘଟଣାକୁ ଅତିରଞ୍ଜିତକରି ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। ସାହିତ୍ୟ,ଏଜେନ୍ସିପ, ବାଣିଜ୍ୟ ଓ ପରିବହନ ପାଇଁ ଅସୁବିଧା ହେବ ନାହିଁ। ପାରିବାରିକ ଜୀବନ ସନ୍ତୋଷରେ କଟିବ।
ଧନୁ
ଷଷ୍ଠାଧିପ କର୍ମସ୍ଥ ହେତୁ ପ୍ରତିବନ୍ଧକର ସାମ୍ନା କରିବେ। ବନ୍ଧୁମାନେ ଦୂରେଇରହିବା କାରଣରୁ ପାରିବାରିକ କ୍ଷେତ୍ରରେ ଥିବା ବିବାଦ ସମାଧାନର ସମୟ ବିଳମ୍ବିତ ରହିବ। ଅଫିସରେ କାର୍ଯ୍ୟବ୍ୟସ୍ତତା ହେତୁ ଚିନ୍ତାଧାରା ବିକ୍ଷିପ୍ତ ହୋଇପାରେ। ସରକାରୀ ସ୍ତରରୁ ଆଶା କରୁଥିବା ଶୁଭଖବର ପାଇ ଆନନ୍ଦିତ ହୋଇପାରନ୍ତି।
ମକର
ଦେବଗୁରୁଙ୍କ ଅନୁକମ୍ପାରୁ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ବନ୍ଧୁଙ୍କ ସହ ନୂତନ ସମ୍ପର୍କରୁ ଖୁସି ରହିବେ। ଗୁରୁଜନମାନଙ୍କ ପରାମର୍ଶକ୍ରମେ ଆପୋସ ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ। ଆଇନ ଅଦାଲତରୁ ସୁଫଳ ପାଇଲେ ମଧ୍ୟ କେତେକାଂଶରେ ଅସ୍ଥିରତା ଲାଗି ରହିବ।
କୁମ୍ଭ
ଗଜକେଶରୀ ଯୋଗ ପ୍ରଭାବରୁ ଆଜି ପ୍ରତ୍ୟେକ କାମ ସହଜ ଓ ସୁବିଧାରେ ସମ୍ପନ୍ନ ହେବ। ସାଙ୍ଗସାଥୀଙ୍କ ସହଯୋଗରୁ ବିବଦମାନ ସ୍ଥିତିରୁ ସହସା ମୁକ୍ତି ମିଳିବ ଓ ମନ ଖୁସି ହୋଇଯିବ। ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ପୂର୍ବ ପରିକଳ୍ପିତ ନୂଆ ଯୋଜନା କରିବା ସକାଶେ ବନ୍ଧୁଙ୍କ ପରାମର୍ଶ ଆବଶ୍ୟକ ମନେକରିପାରନ୍ତି।
ମୀନ
ଶନି ରାଶିରେ ରହିଥିବାରୁ ବିଭିନ୍ନ କାମରେ ଅନୁପ୍ରବେଶ କାରଣରୁ ମାନସିକ ସ୍ଥିରତା ରହିବ ନାହିଁ। କର୍ମକ୍ଷେତ୍ରରେ, ସଭାସମିତିରେ, ରାଜନୀତିରେ ସ୍ଥିରତା ଫେରିପାଇବେ। ନୀଚଜାତିର ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହୋଇପାରନ୍ତି। ଆନୁଷ୍ଠାନିକ କାମରୁ କିମ୍ବା ସଭାସମିତିରେ ସଫଳତା ହାସଲକରି ସାମୟିକ ଆନନ୍ଦ ଅନୁଭବ କରିବେ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.