Categories: Rasifala

ରାଶିଫଳ: ଶନିବାର , ଅଗଷ୍ଟ ୨୯ ତାରିଖ – Daily Horoscope

ମେଷ
ଆଜିର ପ୍ରତ୍ୟୁଷ ଯାତ୍ରାକାଳରେ କୌଣସି ନୂତନ ବନ୍ଧୁଙ୍କ ସହ ବନ୍ଧୁତା ସୃଷ୍ଟିହେବ। ପରିବାରର ଖର୍ଚ୍ଚଭାର କ୍ରମଶଃ ବୃଦ୍ଧି ପାଉଥିବା ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। ନିଜ ପରିବାର ତରଫରୁ ଆବଶ୍ୟକ ସହଯୋଗ ପାଇ ନୂଆ କାମଟିକୁ ଆଗକୁ ବଢ଼ାଇ ନେଇପାରନ୍ତି। ପାରିବାରିକ ପରିସ୍ଥିତି ପୂର୍ବପରି ଅକ୍ଷୁଣ୍ଣ ରହିବାର ଆଶା ରହିଛି।
ବୃଷ
ଅନ୍ୟମାନଙ୍କ ଘରୋଇ ବ୍ୟାପାରରେ ମୁଣ୍ଡ ପୂରାଇଲେ ଅପଦସ୍ଥ ହେବେ। ରପ୍ତାନି ବାଣିଜ୍ୟ, ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ଅଭାବ ନ ଥିଲେ ମଧ୍ୟ ଅନ୍ୟ କେତେକ ଘରୋଇ କାରଣକୁ ନେଇ ମନ ବିଚଳିତ ରହିବାର ସୂଚନା ରହିଛି। ଆନୁଷ୍ଠାନିକ କାମରେ ନୂତନ ବସ୍ତ୍ର, ଆଭୁଷଣ ଉପଢୌକନ ଆଦି ପାଇପାରନ୍ତି।
ମିଥୁନ
କ୍ରନିକ୍‍ ରୋଗଜନିତ ସ୍ବାସ୍ଥ୍ୟ ସମସ୍ୟା ମନକୁ ଆଲୋଡ଼ିତ କରିବ। ଆକସ୍ମିକ ଭାବରେ ସରକାରୀ ସ୍ତରରୁ ଆଶା କରି ନ ଥିବା ଖବର ଶୁଣି ବିସ୍ମିତ ହେବେ। ନିଜ ନିଜର ଅସୁବିଧାର ସମାଧାନ ସକାଶେ ଆତ୍ମୀୟ ସ୍ବଜନମାନେ ଆପଣଙ୍କ ପରାମର୍ଶ ଲୋଡ଼ିପାରନ୍ତି। ରାଜନୈତିକ ସ୍ତରରେ କଳହ ଘେରରେ ଆକ୍ରାନ୍ତ ହୋଇପାରନ୍ତି ା
କର୍କଟ
ବିଶେଷ ଭ୍ରମଣ ସାଙ୍ଗକୁ ଯନତ୍ର ଅଭାବ ସ୍ବାସ୍ଥ୍ୟହାନିର କାରଣ ହେବ। ପାରିବାରିକ କ୍ଷେତ୍ରରେ ଖର୍ଚ୍ଚାନ୍ତ ସାଙ୍ଗକୁ କଷ୍ଟପ୍ରଦ ଜୀବନ ଯାତ୍ରା କରିବେ। କର୍ମକ୍ଷେତ୍ରରେ ପ୍ରତ୍ୟେକ ବିଫଳତାକୁ ସମୀକ୍ଷା କରି କାର୍ଯ୍ୟକଲେ ସଫଳତା ପାଇପାରନ୍ତି। ସ୍ତ୍ରୀଙ୍କ ପରାମର୍ଶ ଓ ସହଯୋଗରୁ ସମସ୍ୟା ସମାଧାନ ହୋଇଯିବ।
ସି˚ହ
ପରିବାରର ଆବଶ୍ୟକତା ପୂରଣ ସକାଶେ ଧାର ଉଧାର କରିବାକୁ ପଡ଼ିପାରେ। ପ୍ରଶାସନ, ପ୍ରକାଶନ, ଏଜେନ୍ସି, ସାହିତ୍ୟ, ସାମ୍ବାଦିକତାରେ ପ୍ରଂଶସିତ ହେବେ। କର୍ମକ୍ଷେତ୍ରରେ ସହକର୍ମୀମାନେ ସହଯୋଗ କରିବାର ପ୍ରତିଶ୍ରୁତି ଦେବେ। ପରିସ୍ଥିତିବଶତଃ ଇଚ୍ଛା ବିରୋଧରେ କୌଣସି କାମ କରି ଅନୁତାପ କରିବାକୁ ପଡ଼ିପାରେ।
କନ୍ୟା
ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବା ଦିଗରେ ଚିକିତ୍ସକଙ୍କ ସହ ଆଲୋଚନା କରିପାରନ୍ତି। ସମସ୍ୟା ମଧ୍ୟରେ ଗତି କରୁଥିବାରୁ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ। ଭଲ ସମ୍ପର୍କ ଥିବା ବନ୍ଧୁ ଅନ୍ୟଦ୍ୱାରା ପ୍ରଭାବିତ ହୋଇ ଭୁଲ୍‍ ବୁଝିପାରନ୍ତି। ଆଗାମୀ ଆନୁଷ୍ଠାନିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବେ।
ତୁଳା
ପାରିବାରିକ ସ୍ତରରେ ଅର୍ଥ ସମ୍ପର୍କକୁ ନେଇ ଭା୍ରତୃବିବାଦ ଦେଖାଦେଇପାରେ। ଘରର ବରାଦ ଅନୁଯାୟୀ ନିଜ ମନ ପସନ୍ଦର ଜିନିଷ କ୍ରୟ କରିବା ସକାଶେ ମନ ବଳାଇବେ। ନିକଟ ସମ୍ପର୍କୀୟଙ୍କ ସାହାଯ୍ୟରୁ କାମ ହାସଲ କରିବେ। ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟାଦି କେତେକାଂଶରେ ବାଧାପ୍ରାପ୍ତ ହେବ।
ବିଛା
ଆଲୋଚନା ପରିସରରେ ବନ୍ଧୁ ତାହାକୁ ଭୁଲ୍‍ ଦୃଷ୍ଟିକୋଣରୁ ବିଚାର କରିବେ। ଆଜିହିଁ ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ। ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ। ଅଫିସିଆଲି କାମରେ କିମ୍ବା ସାମାଜିକ ସ୍ତରରେ ଅଥବା କୌଣସି ବିବାଦୀୟ ଘଟଣାରେ ମଧ୍ୟାହ୍ନରେ ଟେନସନ୍‍ ଦୂର ହେବ।
ଧନୁ
ବନ୍ଧୁଙ୍କ ମଧ୍ୟସ୍ଥତାରେ ପାରିବାରିକ କ୍ଷେତ୍ରରେ ସମସ୍ୟା ନିୟନ୍ତ୍ରଣାଧୀନ ରହିବ। କାର୍ଯ୍ୟଦକ୍ଷତା କିମ୍ବା ବ୍ୟବସାୟିକ କ୍ଷେତ୍ର ମାଧ୍ୟମରେ ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ଆପଣଙ୍କ କୃତି ଓ କୃତିତ୍ୱ କାରଣରୁ ପଡ଼ୋଶୀମାନେ ଭୁରିଭୁରି ପ୍ରଶଂସା କରିପାରନ୍ତି। ପରିବାରରେ ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ ା
ମକର
ସ୍ଥଗିତ କାମଗୁଡ଼ିକୁ ବନ୍ଧୁଙ୍କ ସହାୟତାରେ ସମ୍ପନ୍ନ କରିବେ। ସ୍ବାସ୍ଥ୍ୟ ସଚେତନତା ହେତୁ ସମସ୍ୟା ଧୀରେ ଧୀରେ ସୁଧୁରିବାରେ ଲାଗିବ। ତଥାପି ବିଭିନ୍ନ ବିଷୟରେ ଚିନ୍ତାକରି ମାନସିକ ସ୍ଥିତି ଭଲ ରହି ନ ପାରେ। ସହକର୍ମୀ କିମ୍ବା ଉପରିସ୍ଥ କର୍ମଚାରୀଙ୍କ ସହ ଭୁଲ୍‍ ବୁଝାମଣା କର୍ମକ୍ଷେତ୍ରରେ ସମସ୍ୟା ସୃଷ୍ଟି କରିବ ା
କୁମ୍ଭ
ପୂର୍ବ କଳହକୁ କେନ୍ଦ୍ରକରି ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିପାରନ୍ତି। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ବିବାଦୀୟ ଘଟଣା କିମ୍ବା ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ। ଅତି ଭଲ ସମ୍ପର୍କ ରହିଥିବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ।
ମୀନ
ପଦାଧିକାରୀଙ୍କ ଅନୁକମ୍ପାରୁ କାର୍ଯ୍ୟ ହାସଲ ସହ ଅର୍ଥ ଓ ସମ୍ମାନ ପାଇବେ। ସାମାଜିକ ସ୍ତରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହେବାର ଆଶା ରହିଛି। ସରକାରୀ ସ୍ତରରେ ଅଟକି ରହିଥିବା କାମକୁ ସମ୍ପନ୍ନ କରିବା ସକାଶେ ଭ୍ରାତୃ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.