Categories: Rasifala

ରାଶିଫଳ: ମଙ୍ଗଳବାର , ଅଗଷ୍ଟ ୨୫ ତାରିଖ – Daily Horoscope

ମେଷ
ଆଜି ପାରିବାରିକ କ୍ଷେତ୍ରରେ ସାମାନ୍ୟ କାରଣରୁ ବିତର୍କ ଲାଗି ମାନସିକ ଅବସ୍ଥା ଭଲ ରହିବ ନାହଁ। କର୍ମକ୍ଷେତ୍ରରେ ସମସ୍ୟା ଥିଲେ ମଧ୍ୟ ସମାଧାନର ରାସ୍ତା ଖୋଜିବାରେ ଲାଗି ପଡ଼ିବେ। ଏଣେ ନିଜର ସ୍ବାସ୍ଥ୍ୟ ଭଲ ନ ରହୁଥିବାରୁ ମଧ୍ୟ ବ୍ୟସ୍ତତା ବଢ଼ିଯିବ । ତଥାପି ପାଖ ପଡ଼ୋଶୀମାନେ ଆପଣଙ୍କ ପରାମର୍ଶ ଲୋଡ଼ିପାରନ୍ତି।
ବୃଷ
ଟିକିଏ ଜୋର୍‍ ଦେଇ କଥା କହିବା କାରଣରୁ ବନ୍ଧୁସମ୍ପର୍କରେ ଫାଟ ସୃଷ୍ଟି ଆଶଙ୍କା ରହିଛି। ଯେତେ ଭଲକାମ କଲେ ମଧ୍ୟ ଅନ୍ୟମାନେ ଭୁଲ୍‍ ବୁଝିପାରନ୍ତି। ଅସୁବିଧାକୁ ଜଣାଇଲେ ମଧ୍ୟ ଉପରିସ୍ଥ କର୍ମଚାରୀ ସାହାଯ୍ୟ କରିବେ ନାହିଁ। ଆନୁଷ୍ଠାନିକ କାର୍ଯ୍ୟରେ ବ୍ୟସ୍ତ ରହିବେ ଏବଂ ଚେଷ୍ଟା କରୁଥିବା କାମରେ ପଦମର୍ଯ୍ୟାଦା ବଢ଼ିବ।
ମିଥୁନ
ଆନୁଷଙ୍ଗିକ ଅଭାବନୀୟ ପରିସ୍ଥିତି ବଦଳିଯିବ ଓ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କଳେବଳେ କୌଶଳେ ପ୍ରାପ୍ୟ ଅର୍ଥ ପାଇବାକୁ ଚେଷ୍ଟାକରି ସଫଳତା ହାସଲ କରିବେ। ଅଫିସରେ ଚେଷ୍ଟା କରୁଥତ୍ବା କାମଟି ଅସମ୍ପୂର୍ଣ୍ଣ ରହିଯିବାରୁ ଅଶାନ୍ତ ପରିସ୍ଥିତି ସୃଷ୍ଟିହେବ। ଊଚ୍ଚବର୍ଗର ଲୋକମାନଙ୍କ ସଂସ୍ପର୍ଶରେ ଆସି କାର୍ଯ୍ୟ ହାସଲ କରିପାରନ୍ତି ।
କର୍କଟ
କର୍ମକ୍ଷେତ୍ରର ଅସଜଡ଼ା କାମକୁ ନେଇ ମାନସିକ ସ୍ଥିତି ଜଟିଳ ହୋଇପଡ଼ିବ। ଭଲ ସମ୍ପର୍କ ନ ଥିବା ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। ସକାଳୁ ସକାଳୁ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତ,ନତୁବା କୌଣସି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।
ସି˚ହ
ଅଭାବନୀୟ ପରିସ୍ଥିତି କ୍ରମଶଃ ବଦଳିଯିବା କାରଣରୁ ସାମୟିକ ଆଶ୍ୱସ୍ତି ଲାଭକରିବେ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ନୂତନ କର୍ମାରମ୍ଭ କ୍ଷେତ୍ରରେ ସଫଳତା ମିଳିବ। ଅସ୍ଥିରତା ଦୂରକରିବା ବିଷୟରେ ପ୍ରିୟବନ୍ଧୁଙ୍କ ସାନ୍ତ୍ବନାବାଣୀ ମନରେ ଆଶ୍ୱସ୍ତି ଭରିପାରେ। ପରିସ୍ଥିତି ବଶତଃ ମନ ନ ଥିଲେ ମଧ୍ୟ ଅଧିକ ଖର୍ଚ୍ଚ କରିବାକୁ ବାଧ୍ୟହେବେ।
କନ୍ୟା
ବହୁଦିନରୁ ରହିଯାଇଥିବା କାମଗୁଡ଼ିକ ସହଜ ଓ ସୁବିଧାରେ ସମ୍ପନ୍ନ ହୋଇଯିବ। ନିକଟରେ ରହୁଥିବା ଲୋକଟି ବହୁ ଉପକାରରେ ଆସିବ। ବ୍ୟବସାୟରେ ଆଶାନୁରୂପ ଫଳ ପାଇବେ ଓ ଜମା ରାଶି ବଢ଼ିବ। କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ସଂଯମ ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡ଼ିବେ ।
ତୁଳା
ଧୈର୍ଯ୍ୟ ଓ ସ୍ଥିରତା ବଳରେ ଅସାଧ୍ୟ ସାଧନ କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସମର୍ଥ ହେବେ। ଆକସ୍ମିକ ଭାବରେ କୌଣସି ଯୁବକଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ। ସକାଳୁଆ ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରହନ୍ତୁ ନତୁବା ମନସ୍ତାପ କରିବାକୁ ପଡ଼ିପାରେ। ଆଶା କରୁଥିବା ସ୍ଥାନରୁ ବନ୍ଧୁଙ୍କ ସାହାଯ୍ୟରୁ ଦ୍ରବ୍ୟଲାଭ ହେବ।
ବିଛା
ବନ୍ଧୁ ସହଯୋଗର ହାତ ବଢ଼ାଇବେ, ଫଳରେ କାର୍ଯ୍ୟ ସାଧିତ ହେବ । ଭୁଲ୍‍ ବୁଝାମଣାରୁ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିପାରେ। କର୍ମକ୍ଷେତ୍ରରେ ତର୍କବିତର୍କ କାରଣରୁ ଅଯଥା ବିବାଦୀୟ ପରିସ୍ଥିତି ସୃଷ୍ଟିହେବା ଆଶଙ୍କା ଦେଖାଦେବ। ରାଜନୀତି, କଚେରି ମାମଲା, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ।
ଧନୁ
ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା କାରଣରୁ ଅଧିକାଂଶ ସମୟ ଅନ୍ୟମନସ୍କ ରହିବେ । ପ୍ରତ୍ୟେକ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ପଡ଼ୋଶୀମାନେ ଭୁଲ୍‍ ବୁଝାମଣା କାରଣରୁ ସାଧାରଣ କଥାରେ କଳହ କରିବେ । ପିଲାଙ୍କ ସ୍ବାସ୍ଥ୍ୟହାନି, ବନ୍ଧୁଙ୍କ ଅଭିଯୋଗ ତଥା ଅସହଯୋଗରୁ ଚିନ୍ତିତ ହେବେ।
ମକର
ଆଜି ପରିସ୍ଥିତିର ବଶବର୍ତ୍ତୀ ହୋଇ ବନ୍ଧୁଙ୍କ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। କର୍ମକ୍ଷେତ୍ରରେ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ଅସୁବିଧା ହେବନାହିଁ । କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ନିକଟରୁ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧିପାଇବ। ଫେରନ୍ତା ବାଟରେ କାହାକୁ ଅପେକ୍ଷାକରି ବିରକ୍ତ ହେବେ ।
କୁମ୍ଭ
କର୍ମକ୍ଷେତ୍ରରେ ଭୁଲ୍‍ ବୁଝାମଣାଜନିତ ଅଶାନ୍ତ ପରିସ୍ଥିତି ଉପୁଜିପାରେ। ଜମିଜମା,ପୁରାତନ ଜିନିଷ କିଣାବିକା ଦିଗରେ ଆଲୋଚନା ସଫଳହେବା ଆଶା ରହିଛି ା ବାଦବିବାଦ,ଧନହାନି ଓ ବିଭିନ୍ନ ପ୍ରକାର ସମସ୍ୟା ଭିତରକୁ ଟାଣିହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ୍‍ ରହିବା କାରଣରୁ ସାମୟିକ ଅସ୍ଥିରତା ଦୂରହେବ।
ମୀନ
କର୍ମାରମ୍ଭ ସାଙ୍ଗକୁ ଅର୍ଥଲାଭ ଯୋଗୁ ମନ ପ୍ରଫୁଲ୍ଲ ରହିବ। ସାଙ୍ଗଠନିକ ସ୍ତରରେ ସହକର୍ମୀଙ୍କର ଦୃଢ଼ ସାହାଯ୍ୟ ଓ ସମର୍ଥନ ଯୋଗୁ ଆଗେଇଯିବେ। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁନାହିଁ । କେତେକ କ୍ଷେତ୍ରରେ ନିଜର ଇଚ୍ଛା ଅନୁଯାୟୀ କାମ ହାସଲକରି ଦିନଟିକୁ ଆନନ୍ଦର ସହ ବିତାଇବେ ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.