ଆଜିର ଚନ୍ଦ୍ର ପୂର୍ବାଫାଲ୍ଗୁନୀ ନକ୍ଷତ୍ରରେ ରହିଥିବାରୁ ଆପଣ ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି, କୌଣସି ଅସୁବିଧା ରହିବ ନାହିଁ। ଇଚ୍ଛା ନ ଥିଲେ ମଧ୍ୟ ପରିସ୍ଥିତିରେ ପଡ଼ି ଦୂରସ୍ଥାନକୁ ଯିବା ପାଇଁ ବାଧ୍ୟ ହେବେ। ଆନୁଷ୍ଠାନିକ କ୍ଷେତ୍ରରେ ସଫଳତା ମିଳିବ ଏବଂ ଆମଦାନୀ କାରବାରରେ ଲାଭବାନ ହେବେ।
ପାରିବାରିକ କ୍ଷେତ୍ରରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ଜଣେ ହିତୈଷୀ ବ୍ୟକ୍ତି ସାହାଯ୍ୟ କରିବେ। ପରିସ୍ଥିତିରେ ପଡ଼ି ଖର୍ଚ୍ଚାନ୍ତ ହେବେ ଏବଂ ଧାର କରଜ କରିବାକୁ ବାଧ୍ୟ ହୋଇପାରନ୍ତି । ଶିଳ୍ପ, ବାଣିଜ୍ୟ,ବ୍ୟବସାୟରେ ଆଶାଜନକ ଫଳ ଲାଭକରି ଖୁସି ରହିବେ।
ରାଶ୍ୟାଧିପତି ସ୍ବଗୃହରେ ଅବସ୍ଥାନ କରିଥିବା କାରଣରୁ ଆଜିର କାମ ସବୁ ଠିକ୍ ଠିକ୍ ହୋଇଯିବ। କିନ୍ତୁ ଇଚ୍ଛା ନଥାଇ ବନ୍ଧୁଙ୍କ କାମରେ ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନରେ ସରସତା ରହିବ ନାହିଁ। କଳା,କ୍ରୀଡ଼ା,ସାହିତ୍ୟ, ସାମ୍ବାଦିକତା, ରଚନାମତ୍କ କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିପାରେ। ବନ୍ଧୁଙ୍କ ଦ୍ୱାରା ପ୍ରଭାବିତ ହୋଇ କୌଣସି ଭୁଲ୍ କରିପାରନ୍ତି।
ବୃହସ୍ପତିଙ୍କ ସ୍ଥାନ ପ୍ରଭାବରେ କୌଣସି ସମସ୍ୟା ସମ୍ବନ୍ଧରେ ଆଲୋଚନାରେ ନିର୍ଯାସ ବାହାର କରିବାରେ ସମର୍ଥ ହେବେ। କୌଣସି କାର୍ଯ୍ୟାରମ୍ଭରେ ପ୍ରତ୍ୟେକ କ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ। ବନ୍ଧୁଙ୍କ ନିକଟରୁ ଯେଉଁ ଜିନିଷଟିକୁ ପାଇବାକୁ ଅପେକ୍ଷା କରିଛନ୍ତି ତାହା ସାମାନ୍ୟ ବିଳମ୍ବରେ ପାଇବେ।
ଅଟକି ରହିଯାଇଥିବା କାମଟିରେ ସଫଳତା ପାଇବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ। ପୂର୍ବ ନିର୍ଦ୍ଧାରିତ ସମୟାନୁକ୍ରମେ ଆପଣଙ୍କ ଘରେ ବନ୍ଧୁ ମିଳନ ସହିତ ଖୁସିର ଆସର ଜମାଇବାର ଉପକ୍ରମ କରିବ। କନ୍ୟାଙ୍କ ବିବାହ ପ୍ରସ୍ତାବ ନେଇ ଜଣେ ଭଦ୍ରବ୍ୟକ୍ତି ହଠାତ୍ ଘରକୁ ଆସିପାରନ୍ତି।
ବୃହସ୍ପତିଙ୍କ ପ୍ରଭାବରୁ ଆପଣଙ୍କ ମଉଳି ଯାଇଥିବା ଆଶା ପୁଣି କଅଁଳି ଉଠିବ। ବହୁପୂର୍ବରୁ ମନେ ମନେ ଭାବିଥିବା ନୂତନ କାର୍ଯ୍ୟଟିକୁ ଆରମ୍ଭକରି କୃତକାର୍ଯ୍ୟ ହେବେ। କଠିନ ପରିଶ୍ରମ ଜନିତ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ସାଧାରଣ କଥାରେ ତର୍କବିତର୍କ କାରଣରୁ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ ା
ଷଷ୍ଠଭାବରେ ଶନି ଅବସ୍ଥାନ କରିଥିବାରୁ ବନ୍ଧୁଙ୍କ ସମ୍ମୁଖରେ ମନକଥା ପ୍ରକାଶ କରିପାରିବେ ନାହିଁ। ଧର୍ମାନୁଷ୍ଠାନ ଦିଗରୁ ବନ୍ଧୁଙ୍କ ପ୍ରେରଣା ଓ ପ୍ରୋତ୍ସାହନ ଆପଣଙ୍କୁ ନୂତନ ଦିଗ୍ଦର୍ଶନ ଦେଇପାରେ। ସାହିତ୍ୟରେ ସମସ୍ୟା ସମାଧାନ ହେବା ସହ ନୂଆ ନୂଆ କାମ ଯୋଡ଼ି ପାରନ୍ତି। ସହକର୍ମୀଙ୍କ ନିକଟରୁ ଭୁଲ୍ ଖବର ପାଇ ବିବ୍ରତ ହେବେ।
ପ୍ରତିବନ୍ଧକ ମଧ୍ୟରେ ଅଟକି ରହିଥିବା କାର୍ଯ୍ୟର ସରଳ ସମାଧାନ ହୋଇଯିବ। କାରଣ ନ ଥାଇ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତ ହେବେ। ବନ୍ଧୁଙ୍କ ସହ ଆଳାପ ଆଲୋଚନାରେ ସମୟ କଟାଇବେ। ନିଜ ଲୋକଙ୍କ ସହ ଭଲ ସମ୍ପର୍କ ନଥିବାରୁ ଅନ୍ୟମାନଙ୍କର କଥାକୁ ସତ ମନେକରି ଭୁଲ୍ କରିବେ।
ବନ୍ଧୁଙ୍କ ପରାମର୍ଶରେ ଅଟକି ରହିଥିବା କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ। ସାମାଜିକ ସ୍ତରରେ ସାହିତ୍ୟ,କଳା,ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି। ବନ୍ଧୁ ଗହଣରେ ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ। କର୍ମକ୍ଷେତ୍ରରେ ସୁଯୋଗର ସଦ୍ ବ୍ୟବହାର କରିପାରିଲେ ଉପକୃତ ହେବେ ା
ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ବିବାଦରୁ ଦୂରେଇ ରହିବା ଭଲ ହେବ। ବିଭିନ୍ନ ପ୍ରକାରର ବିଷୟକୁ ମନ ଭିତରେ ସ୍ଥାନ ଦେଇ ଅଯଥା ମାନସିକ ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇପାରନ୍ତି। ମିତ୍ରମାନେ ସହଯୋଗର ହାତ ବଢ଼ାଇବେ ଏବଂ ଆନୁଷ୍ଠାନିକ କ୍ଷେତ୍ରରୁ ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି।
ଆଜି ଆପଣଙ୍କୁ ଏକାଧାରରେ ଧନ ଓ ସମ୍ମାନ ପ୍ରାପ୍ତିପୂର୍ବକ ସାମାଜିକ ସ୍ତରରେ ସମ୍ମାନ ମିଳିପାରେ। ଆଜିର ଯାତ୍ରା, ପ୍ରଶାସନ, ଆଇନ, କଳା, ସାହିତ୍ୟ କ୍ଷେତ୍ର ମନ୍ଦ ହେବନାହିଁ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସହକର୍ମୀ କେହି ଚଞ୍ଚକତା ପ୍ରଦର୍ଶନ କରିପାରନ୍ତି। ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ।
ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ଆଜି ଯେଉଁ କାମ ଆରମ୍ଭ କରିବେ ସେଥିରେ ନିଶ୍ଚିତ କୃତକାର୍ଯ୍ୟ ହେବେ। କର୍ମପରିସର ବୃଦ୍ଧି ପାଇଥିବାରୁ ଘର କାମ ଛାଡ଼ି ବାହାର କାମରେ ବେଶି ସମୟ କଟାଇବାକୁ ପଡ଼ିପାରେ। ଅସୁବିଧା ନ ଥିଲେ ମଧ୍ୟ ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନରେ ସରସତା ରହିବ ନାହିଁ।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.
Subscribe to updates
Unsubscribe from updates