Categories: Rasifala

ରାଶିଫଳ: ଶୁକ୍ରବାର, ଜୁଲାଇ ୧୭ ତାରିଖ – Daily Horoscope

ମେଷ
ଶୁକ୍ର ସହ ଚନ୍ଦ୍ର ଏବଂ କେତୁଙ୍କ ସ୍ଥିତିଜନିତ ଆପଣଙ୍କ ଭୁଲ୍‍ ନିଷ୍ପତ୍ତି ସମସ୍ୟାର କାରଣ ହୋଇପାରେ। କର୍ମଜଞ୍ଜାଳ ବୃଦ୍ଧି କାରଣରୁ ଆଜି ସ୍ଥିର ଭାବରେ କୌଣସି ସ୍ଥାନରେ ଦୀର୍ଘ ସମୟ ରହି ପାରିବେ ନାହିଁ। ପାରିବାରିକ ସ୍ତରରେ ସହମତି ନେଇ କାମକଲେ ସମସ୍ୟାର ସରଳ ସମାଧାନ ହେବ। ପରିଜନଙ୍କ ସହିତ ଭ୍ରମଣ ସୁଯୋଗ ଲାଭ କରିବେ।
ବୃଷ
କର୍ମକ୍ଷେତ୍ରରେ ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ କାମ କରିବେ ା ସାମାଜିକ ସ୍ତରରେ ଗଠନମୂଳକ ପ୍ରସ୍ତାବକୁ ସମର୍ଥନ ଅବଶ୍ୟ ମିଳିବ। ସାହିତ୍ୟ, କ୍ରୀଡା, ଚଳଚ୍ଚିତ୍ର କ୍ଷେତ୍ର ସମସ୍ୟାବହୁଳ ରହିପାରେ। ବ୍ୟବସାୟ, ପରିବହନ ଫଳପ୍ରଦ ହେବା ସହ ଯାତ୍ରା ଏବଂ ବିବାଦରେ ମଧ୍ୟସ୍ଥତାରୁ ସମାଲୋଚିତ ହେବେ।
ମିଥୁନ
ବନ୍ଧୁମେଳରେ ଅପ୍ରିୟ ସତ୍ୟ ଭାଷଣଜନିତ ସମ୍ପର୍କହାନି ଘଟିପାରେ। କଠିନ ଶ୍ରମ ସାଙ୍ଗକୁ ଭ୍ରମଣଜନିତ ପୀଡ଼ା ଅନୁଭବ ହୋଇପାରେ। ଆର୍ଥିକ ଦୁରବସ୍ଥା ଲାଗିରହିବା ସାଙ୍ଗକୁ କାର୍ଯ୍ୟହାନିର ଦୁଶ୍ଚିନ୍ତାରେ ମନ ଅଶାନ୍ତ ରହିବ। ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ ଏବଂ ପାରିବାରିକ ସ୍ଥିତି ତଥା ବ୍ୟବସାୟିକ ପରିସ୍ଥିତି ବିଶେଷ ମନ୍ଦ ହେବନାହିଁ।
କର୍କଟ
ଆଜିର ଗ୍ରହାବସ୍ଥାନ ଆପଣଙ୍କୁ କାର୍ଯ୍ୟବ୍ୟସ୍ତତା ମଧ୍ୟରେ ମାନସିକ ଉତ୍ତେଜନା ସୃଷ୍ଟି କରିବ। ଦୂରସ୍ଥାନରୁ ପ୍ରତ୍ୟାବର୍ତ୍ତନ ପଥରେ କଷ୍ଟ ସ୍ବୀକାର କରିବାକୁ ପଡ଼ିପାରେ। ଆଲୋଚନା ପରିସରରେ ନ୍ୟାୟୋଚିତ ପରାମର୍ଶ ଦେଇ ପ୍ରଶଂସିତ ହେବେ। ବ୍ୟବସାୟ ଓ ପରିବହନ କ୍ଷେତ୍ରର ସମସ୍ୟା ସମାଧାନରେ ବନ୍ଧୁ ସାହାଯ୍ୟ କରିପାରନ୍ତି।
ସି˚ହ
ଆଜି ଆପଣ ଏତେଦୂର କାର୍ଯ୍ୟବ୍ୟସ୍ତ ରହିବେ ଯେ-କୌଣସି ଗୋଟିଏ ସ୍ଥାନରେ ଦୀର୍ଘ ସମୟ ରହିପାରିବେ ନାହିଁ। ଆନୁଷ୍ଠାନିକ କ୍ଷେତ୍ରରେ କିମ୍ବା ଯାତ୍ରା ସମୟରେ ବନ୍ଧୁଙ୍କ ସାକ୍ଷାତରୁ ଉପକୃତ ହେବେ। ଅନ୍ୟମାନଙ୍କ କଥାକୁ ସତ ମନେକରି ନିଜ ଲୋକଙ୍କୁ ଭୁଲ୍‍ ବୁଝିବେ। ରାହୁ ଦୃଷ୍ଟ ଚନ୍ଦ୍ରଙ୍କ ପ୍ରଭାବରେ ମାନସିକ ଅସ୍ଥିରତା ଦେଖାଦେବ।
କନ୍ୟା
ପାରିବାରିକ କ୍ଷେତ୍ରରେ ଦ୍ୱାଦଶଭାବସ୍ଥ ଗ୍ରହ ଖର୍ଚ୍ଚାନ୍ତ କରାଇପାରେ। କର୍ମକ୍ଷେତ୍ର କିମ୍ବା ସାମାଜିକ ସ୍ତରରେ ବିବାଦୀୟ ପରିସ୍ଥିତିରେ ମୁଣ୍ଡ ନ ପୂରାଇବା ଭଲ। ବିଶ୍ୱସ୍ତ କର୍ମଚାରୀଟିର ମନୋଭାବ ବଦଳିଯିବା କାରଣରୁ ସେ ଆପଣଙ୍କୁ ଆଡ଼ ଆଖିରେ ମଧ୍ୟ ଚାହିଁବ ନାହିଁ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାଧାରଣ ଆଶ୍ୱସ୍ତି ଲାଭ କରିବେ।
ତୁଳା
କର୍ମାଧିପତି ଏକାଦଶସ୍ଥ ପାପଗ୍ରହ ଯୁକ୍ତ ଯୋଗୁ ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ସମାଧାନରେ ବିଳମ୍ବ ଘଟିବ। ନିର୍ମାଣ କ୍ଷେତ୍ରରେ ପରୋକ୍ଷ ଶତ୍ରୁତା ବାଧା ସୃଷ୍ଟି କରିପାରେ। ଇଚ୍ଛା ନ ଥିଲେ ମଧ୍ୟ ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହେବେ। ପରିବାର ସଦସ୍ୟଙ୍କର ସ୍ବାସ୍ଥ୍ୟ ସମସ୍ୟା ବୃଦ୍ଧି ପାଇବା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବ।
ବିଛା
ତୃତୀୟାଧିପ ଗୁରୁ କ୍ଷେତ୍ରସ୍ଥ ଯୋଗୁ ସାମାଜିକ ସ୍ତରରେ ଆପଣଙ୍କୁ ବନ୍ଧୁପ୍ରିୟ କରାଇପାରେ। ପଡ଼ୋଶୀଙ୍କ ସହ ସମ୍ପର୍କ ବୃଦ୍ଧି ପାଇବା କାରଣରୁ ଖୁସି ରହିବେ। କର୍ମକ୍ଷେତ୍ରରେ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇପାରନ୍ତି। ସାହିତ୍ୟ ଓ ସଙ୍ଗୀତ, କ୍ରୀଡ଼ା ଓ ସାମ୍ବାଦିକତାରେ ସୁନାମ ଅର୍ଜନ କରିବେ।
ଧନୁ
ସପ୍ତମାଧିପତି ସ୍ବଗୃହସ୍ଥ ଯୋଗୁ ଆଜିର ଯାତ୍ରାରେ ଲକ୍ଷ୍ୟ ପୂରଣ ହେବାରେ ଅସୁବିଧା ରହିବନାହିଁ। ସଭାସମିତିରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ସହକର୍ମୀଙ୍କ ସାହାଯ୍ୟ ନେଇ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ସ୍ବାସ୍ଥ୍ୟ ସମସ୍ୟା ନେଇ ବାରମ୍ବାର ଡାକ୍ତରଙ୍କ ପରାମର୍ଶ ପାଇଁ ଦୌଡିବାକୁ ପଡିପାରେ।
ମକର
ଅଷ୍ଟମଭାବସ୍ଥ ଚନ୍ଦ୍ର ପାପଗ୍ରହ ଯୁକ୍ତ ହେତୁ ମାନସିକ ଅସ୍ଥିରତା ମଧ୍ୟରେ କାମ କରିବାକୁ ବାଧ୍ୟ ହେବେ। ଶିଳ୍ପ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସନ୍ତୋଷଜନକ ଫଳ ପ୍ରାପ୍ତି ହେବ। କ୍ରୀଡ଼ା, ସାହିତ୍ୟ, ସଙ୍ଗୀତ, ନୃତ୍ୟାଦିର ସମସ୍ୟା ସମାଧାନ ହୋଇଯିବ। ଆଲୋଚନା ପରିସରରେ ଭଲ କଥା କହିଲେ ମଧ୍ୟ ବନ୍ଧୁ ଭୁଲ୍‍ ବୁଝିବେ।
କୁମ୍ଭ
ରାଶିରେ ପାପଗ୍ରହ ପ୍ରଭାବରେ କୌଣସି କଥାରେ ଠିକ୍‍ ନିଷ୍ପତ୍ତି ନେବା କଷ୍ଟକର ହେବ। ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ଯାତ୍ରା ସମୟରେ କୌଣସି ନୀଚ ଜାତିର ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହେବେ। ସ୍ପର୍ଶକାତର କଥାରେ ଚିହ୍ନା ପଡ଼ନ୍ତୁ ନାହିଁ । ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ।
ମୀନ
ଦେବଗୁରୁଙ୍କ ଅନୁକମ୍ପାରୁ ସ୍ବାସ୍ଥ୍ୟ ଭଲ ରହିବା ସହ କାର୍ଯ୍ୟସିଦ୍ଧି ଘଟିବ। ଆଜି ହଠାତ୍‍ ଆକସ୍ମିକ ଭାବରେ ଜରୁରୀ କାମରେ ବାହାରକୁ ଯିବାକୁ ପଡ଼ିପାରେ। ପାରିବାରିକ ସ୍ତରରେ ଗୁଡ଼ାଏ ଚିନ୍ତା କରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ। ଆଜି ଆପଣ ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.