ଆଜି କେନ୍ଦ୍ରରେ ବୁଧ ଓ ବୃହସ୍ପତିଙ୍କ ଯୋଗୁ କାର୍ଯ୍ୟସିଦ୍ଧି ଓ ବନ୍ଧୁମିଳନ ଘଟିବ। ମନୋରଞ୍ଜନ ଉପକରଣ ଓ ଭୋଗ ବିଳାସ ସମ୍ପର୍କିତ ଦ୍ରବ୍ୟ ପ୍ରତି ଆଗ୍ରହୀ ହେବେ। ଗୃହ ମରାମତି, ଭୂମିକ୍ରୟ, ଯାନ୍ତ୍ରିକ ଜିନିଷ ପ୍ରଭୃତିକୁ କେନ୍ଦ୍ରକରି କଳହ ଦେଖାଦେଇପାରେ। ଜଣେ ହିତୈଷୀଙ୍କ ଚେଷ୍ଟାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ।
ପାପଗ୍ରହ ଯୁକ୍ତ ଚନ୍ଦ୍ରଙ୍କ କାରଣରୁ ସମ୍ପର୍କୀୟଙ୍କ ସହିତ ସୁସମ୍ପର୍କ ରହି ନ ପାରେ। ମୂଲ୍ୟବାନ ଦ୍ରବ୍ୟ ନଷ୍ଟ ହେବାରୁ ପରିବାର ସଦସ୍ୟଙ୍କ ଉପରେ କ୍ରୋଧାନ୍ବିତ ହୋଇପାରନ୍ତି। ଦୂରାଗତ ବନ୍ଧୁଙ୍କ ସହ ଦେଖା ହୋଇପାରେ। ଶାସ୍ତ୍ରାନୁଶୀଳନ, ସାହିତ୍ୟ ଚର୍ଚ୍ଚା, ସଙ୍ଗୀତ, ସାମ୍ବାଦିକତା, ସଭାସମିତି ଓ ଅନୁଷ୍ଠାନରୁ ସଫଳତା ହାସଲ କରିବେ।
ରାଶିରେ ରବିଙ୍କ ଅବସ୍ଥିତି କାରଣରୁ ବନ୍ଧୁଙ୍କ ସହାୟତାରେ ଅଟକିଥିବା କାମ ପୂର୍ଣ୍ଣାଙ୍ଗ କରିିବେ। ଛୋଟ କଥାରୁ ପରିବାରରେ ବିତର୍କ ଲାଗିପାରେ। କର୍ମକ୍ଷେତ୍ରରେ ବନ୍ଧୁ ସମ୍ପର୍କ ଯୋଡିବାର ଚେଷ୍ଟା କଲେ ଉପକୃତ ହେବେ। ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଅଯଥା ଆଶଙ୍କା କରି ମନ ଅସ୍ଥିର ରହିପାରେ।
ଅଷ୍ଟମଭାବରେ ରାହୁ ଯୁକ୍ତ ଚନ୍ଦ୍ର ହେତୁ ଧନହାନି ଓ କଳହଜନିତ ମନ ଭଲ ରହିବ ନାହିଁ। ଜମିଜମା କିମ୍ବା ଯାନ୍ତ୍ରିକ ଉପକରଣ କ୍ରୟ ସକାଶେ ମନ ବଳାଇ ପାରନ୍ତି। ବହୁତ ଦିନର ଚେଷ୍ଟା ସଫଳ ହେବାରେ ଜଣେ ଅଜଣା ବ୍ୟକ୍ତି ସାହାଯ୍ୟ କରିବେ। ଶିଳ୍ପ, ବ୍ୟବସାୟ, ପରିବହନ, ସଭାସମିତି, ଆଇନ ଅଦାଲତ କ୍ଷେତ୍ରରୁ ସୁଫଳ ମିଳିବ।
ଆଜି କର୍ମାଧିପ ପାପଗ୍ରହ ଯୁକ୍ତ କାରଣରୁ କର୍ମକ୍ଷେତ୍ରରେ ଦ୍ୱନ୍ଦ୍ୱାମତ୍କ ଖବର ମନକୁ ଅସ୍ଥିର କରିପାରେ। ଈର୍ଷା ଓ ଅସୂୟା ମନୋଭାବ ପୋଷଣ କରି ଆମତ୍ୀୟମାନେ କଡା ସମାଲୋଚନା କରିପାରନ୍ତି। ଅଭାବ ଲାଗି ରହିଥିଲେ ମଧ୍ୟ କୈାଣସି କାମ ସ୍ଥିରୀକୃତ ନ ହେବା କାରଣରୁ ମନରେ ଉଦ୍ବେଗ ଭରି ରହିବ।
ନୀଚ୍ଚାରୋହୀ ଶୁକ୍ର ପାପଗ୍ରହ କେତୁ ଯୁକ୍ତ କାରଣରୁ କର୍ମକ୍ଷେତ୍ରରେ ଅନ୍ୟର କଥାକୁ ସହଜରେ ଗ୍ରହଣ କରି ପାରିବେ ନାହିଁ। ପରିବାର ସଦସ୍ୟଙ୍କ ଭାବର ଆଦାନ ପ୍ରଦାନ ମଧ୍ୟରେ ସ୍ବଚ୍ଛତାର ଅଭାବ ପରିଲକ୍ଷିତ ହେବ। ଅନ୍ୟମାନଙ୍କ ଦ୍ୱାରା ସମ୍ପନ୍ନ କରାଯାଇଥିବା କାମ ମନକୁ ଜମା ନ ପାଇବା ଫଳରେ ମାନସିକ ଅସ୍ଥିରତା ବୃଦ୍ଧି ପାଇବ।
ଆଜି ଯାହା ପାଇବାକୁ ଇଚ୍ଛା କରୁଛନ୍ତି ସାମାନ୍ୟ ଚେଷ୍ଟାରେ ତାହା ପାଇଯିବେ। ପାରିବାରିକ କ୍ଷେତ୍ରରେ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବାକୁ ପଛେଇ ଯାଇପାରନ୍ତି। କଚେରି ମାମଲା, ଅସମ୍ପୂର୍ଣ୍ଣ କାମ, ବନ୍ଧୁଙ୍କ ସହ ଭୁଲ୍ ବୁଝାମଣାଜନିତ ଅଶାନ୍ତ ପରିବେଶ ସକାଶେ ଚିନ୍ତା ବଢିପାରେ।
ଚନ୍ଦ୍ରଙ୍କ ସହ ରାହୁ ଯୁକ୍ତ ହୋଇଥିବାରୁ ଆଜି ପ୍ରତ୍ୟେକ କ୍ଷେତ୍ରରେ ଅସ୍ଥିରତା ମଧ୍ୟରେ ସଫଳତା ପାଇବେ। ପ୍ରଶାସନ, ପ୍ରକାଶନ, ପରିବହନ, ବ୍ୟବସାୟ, ବାଣିଜ୍ୟ ଓ ନିର୍ମାଣ କ୍ଷେତ୍ରରେ କୈାଣସି ଅସୁବିଧା ରହିବନାହିଁ। ଉପକାର କରିଥିବା ବ୍ୟକ୍ତିଙ୍କଠାରୁ ପ୍ରତିଦାନ ପାଇବା ଦୁର୍ଲ୍ଲଭ ହେବାରୁ ଦୁଃଖପ୍ରକାଶ କରିବେ।
ତୃତୀୟସ୍ଥାନର ଅଶୁଭତ୍ୱ କାରଣରୁ ଭୁଲ୍ ବୁଝାମଣାଜନିତ ସମ୍ପର୍କୀୟଙ୍କ ସହ ସୁସମ୍ପର୍କ ରହି ନ ପାରେ ା ଆଜିର ଯାତ୍ରା, ବାଣିଜ୍ୟ, କଚେରି ମାମଲା ବିଷୟରେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି ା ଆର୍ଥିକ ଦୁରବସ୍ଥା କାରଣରୁ ଧାରକରଜ ବଢିବା ସହ କେତେକ କାମ ସ୍ଥଗିତ ରହିଯିବ। ଲେଖାପଢା, ସାହିତ୍ୟ କ୍ଷେତ୍ରରେ ଶୁଭଫଳ ପାଇବେ ା
ସପ୍ତମକେନ୍ଦ୍ରରେ ବୃହସ୍ପତିଙ୍କ ସହିତ ବୁଧଙ୍କ ସ୍ଥିତି ବନ୍ଧୁଙ୍କ ସାହାଯ୍ୟରେ କାର୍ଯ୍ୟ ହାସଲ କରାଇବ। କର୍ମକ୍ଷେତ୍ରରେ ଆର୍ଥିକ ଅଭାବ ଦେଖାଦେବ। ନିର୍ମାଣାଧୀନ କାମ, ବନ୍ଧୁଙ୍କ ନିମନ୍ତ୍ରଣ, ଦୂରଯାତ୍ରା, ଜମିଜମା ଆଲୋଚନା ଅମୀମାଂସିତ ରହିଯାଇପାରେ। ବ୍ୟବସାୟିକ ସ୍ଥିତି ଭଲ ରହିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଶଂସିତ ହେବେ।
ରାହୁ ଓ କେତୁଙ୍କ କୁପ୍ରଭାବରେ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟହାନି ମାନସିକ ଅସ୍ଥିରତାର କାରଣ ହେବ। ସାମୟିକ ଭାବପ୍ରବଣତାରେ ହଜି ନ ଯାଇ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ଚେଷ୍ଟା କଲେ ଉପକାର ମିଳିବ। ଆଜିର ପ୍ରତ୍ୟୁଷ ଯାତ୍ରା, ନିର୍ମାଣ, ବାଣିଜ୍ୟ ଓ ବ୍ୟବସାୟ ତଥା ପରିବହନ ସକାଶେ ଦିନଟି ମନ୍ଦ ହେବନି।
ଆଜିର ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ। ରାଶିରେ ଶନିଙ୍କ ସ୍ଥିତି ହେତୁ ଯେତେ ଭଲ କାମ କଲେ ମଧ୍ୟ ପରିବାରରେ ଅନ୍ୟମାନେ ଦୋଷ ଖୋଜିପାରନ୍ତି। ଆନୁଷ୍ଠାନିକ କାମ, ସଭାସମିତି, କଳା, ସାହିତ୍ୟ, ବନ୍ଧୁ ସମ୍ପର୍କରେ କିଛିଟା ସମସ୍ୟା ସୃଷ୍ଟି ହେବ। ପୂର୍ବ ବିବାଦକୁ କେନ୍ଦ୍ରକରି ସମ୍ପର୍କୀୟଙ୍କ ଦ୍ୱାରା ଉପେକ୍ଷିତ ହୋଇପାରନ୍ତି।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.
Subscribe to updates
Unsubscribe from updates