Categories: Rasifala

ରାଶିଫଳ: ଶନିବାର, ଜୁଲାଇ ୪ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ ଆଜିର ଭୁଲ୍‍ ନିଷ୍ପତ୍ତି ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି। ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ ଫଳ ପାଇବେ ତଥାପି ସକାଳ ସମୟଟି ମାନସିକ ଅସ୍ଥିରତା ମଧ୍ୟରେ କଟିବ। ଟଙ୍କାପଇସା ଦେବା ନେବାକୁ କେନ୍ଦ୍ରକରି ସମ୍ପର୍କୀୟଙ୍କ ସହ ବିବାଦ ବଢ଼ିପାରେ। ଅସୁସ୍ଥତାବଶତଃ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।
ବୃଷ
ବିବାଦୀୟ ପରିସ୍ଥିତିରେ ଜାଣିଶୁଣି ନୀରବ ରହିବାକୁ ବାଧ୍ୟ ହୋଇପାରନ୍ତି। ଆର୍ଥିକ ସମସ୍ୟା ଦୂର ହେବାରେ ପଡ଼ୋଶୀଙ୍କ ଅବଦାନକୁ ଭୁଲି ହେବନି। କର୍ମକ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ସମସ୍ୟା ହୋଇ ନ ପାରେ। ପାରିବାରିକ କ୍ଷେତ୍ରରେ ବନ୍ଧୁମିଳନ ସାଙ୍ଗକୁ ସୁଖଭ୍ରମଣ ଯୋଗ ରହିଛି।
ମିଥୁନ
ସହକର୍ମୀମାନଙ୍କ ସହାୟତାରେ ପ୍ରତ୍ୟେକ କାମକୁ ଅନୁକୂଳ ବାତାବରଣ ମଧ୍ୟରେ ସମ୍ପନ୍ନ କରିପାରିବେ। ନାହିଁ ନାହିଁ କରୁଥିବା ଲୋକଟି ଶେଷରେ ଆପଣଙ୍କ କଥାରେ ହଁ ଭରିବାର ସମ୍ଭାବନା ରହିଛି। ସାଧାରଣ କଥାକୁ କେନ୍ଦ୍ରକରି ପଡ଼ୋଶୀ କେହି ପ୍ରତିବାଦର ସ୍ବର ଉଠାଇ ପାରନ୍ତି। ଅର୍ଥାଭାବରୁ କେତେକ ଆଶା ଅପୂରଣ ରହିଯାଇପାରେ।
କର୍କଟ
ଇଚ୍ଛା ନଥିଲେ ମଧ୍ୟ ପରିଜନମାନଙ୍କ ସହିତ ବାଧ୍ୟ ବାଧକତାରେ ଦୂରଯାତ୍ରା କରିବାକୁ ପଡ଼ିପାରେ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ ନତୁବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ମାଦକ ଦ୍ରବ୍ୟ ସେବନରୁ ସ୍ବାସ୍ଥ୍ୟହାନି ସାଙ୍ଗକୁ ସମାଲୋଚନାର ଶରବ୍ୟ ହୋଇପାରନ୍ତି।
ସି˚ହ
ହିତୈଷୀ ବନ୍ଧୁଙ୍କ ସହାୟତାରେ ବହୁତ ଦିନରୁ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। କାର୍ଯ୍ୟବ୍ୟସ୍ତତା ଯୋଗୁ ଅବସର ପାଇବେ ନାହିଁ। ଫଳରେ କେତେକ ଗୁରୁତ୍ୱପୂର୍ଣ୍ଣ କାମ ଅଧାପନ୍ତରିଆ ରହିଯାଇପାରେ। ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ କିନ୍ତୁ ଆଉ ଜମା ପାଖ ମାଡିବେନାହିଁ।
କନ୍ୟା
ନିଜର ଲୋକମାନଙ୍କ ସକାଶେ ଯେତେ ଭଲ କରିବାକୁ ଚେଷ୍ଟା କଲେ ମଧ୍ୟ ପ୍ରଶଂସା ବଦଳରେ ସମାଲୋଚିତ ହେବେ । ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ ଏବଂ ବିଜ୍ଞ ବ୍ୟକ୍ତିମାନଙ୍କର ପ୍ରଶଂସାଭାଜନ ହୋଇପାରନ୍ତି। ତରବରିଆ ଭାବରେ ଯାତ୍ରା କରିବା ସମୟରେ ଅସାବଧାନତା କାରଣରୁ ଦ୍ରବ୍ୟହାନି ଘଟିପାରେ।
ତୁଳା
ପାରିବାରିକ କ୍ଷେତ୍ରରେ ଅର୍ଥ ସଂକଟ ଯୋଗୁ କାମ ଅଧାରେ ଅଟକି ଯାଇପାରେ। କୌଣସି ଅନ୍ତରଙ୍ଗ ବନ୍ଧୁଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ର୍ରରେ ଅବସ୍ଥା ଦେଖି ବ୍ୟବସ୍ଥା କରିବା ଭଲ ହେବ ନତୁବା ଠକିଯାଇପାରନ୍ତି। ଆବଶ୍ୟକ ସମୟରେ ବନ୍ଧୁମାନେ ଅସହଯୋଗ ମନୋଭାବ ପୋଷଣ କରିପାରନ୍ତି।
ବିଛା
ପଡ଼ୋଶୀଙ୍କ ପରାମର୍ଶରେ ଅଟକି ରହିଥିବା କାମଟିକୁ ହଠାତ୍‍ ଆରମ୍ଭ କରିବାକୁ ମନ ବଳାଇବେ। ଆପଣଙ୍କ ପ୍ରତି ଅସହିଷ୍ଣୁତା ମନୋଭାବ କାରଣରୁ ନିକଟ ସମ୍ପର୍କୀୟମାନେ ପାଖ ମାଡିବେ ନାହିଁ। କାର୍ଯ୍ୟଦକ୍ଷତା କାରଣରୁ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ ଏବଂ ପ୍ରଶଂସିତ ମଧ୍ୟ ହେବେ।
ଧନୁ
ଶନିଙ୍କ ପ୍ରଭାବରୁ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବାର ସୂଚନା ରହିଛି। ନୂତନ କର୍ମସସ୍ଥାନ ସକାଶେ ବନ୍ଧୁଙ୍କ ସହ ଯୋଗାଯୋଗ କଲେ ନିଶ୍ଚିତ ଉପକୃତ ହେବେ। ପୂର୍ବ ପରିକଳ୍ପିତ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବାର ଆଶା ରହିଛି। କାର୍ଯ୍ୟସାଧନରେ ଚାପର ସମ୍ମୁଖୀନ ହୋଇପାରନ୍ତି ।
ମକର
ଚେଷ୍ଟା କରୁଥିବା କାମଟି ଅସମ୍ପୂର୍ଣ୍ଣ ରହିଯିବାରୁ ସାମୟିକ ମନଦୁଃଖ ହୋଇପାରେ। ଆଜିର ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିବାର ଆଶଙ୍କା ରହିଛି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପ୍ରଶାସନ, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ର ଉନ୍ନତ ରହିବ। ବନ୍ଧୁଙ୍କ ନିକଟରୁ କିଛି ପାଇବାର ଆଶା ରଖି ଭୁଲ୍‍ ନିଷ୍ପତ୍ତି ନିଅନ୍ତୁ ନାହିଁ ା
କୁମ୍ଭ
ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ ଫଳରେ କାମଗୁଡ଼ିକ ବିଶୃଙ୍ଖଳିତ ହୋଇପାରେ। ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରେ ଶିଳ୍ପ,ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହେବାର ସମ୍ଭାବନା ରହିଛି। ବିଭିନ୍ନ ସୂତ୍ରରୁ ରୋଜଗାର କରିବେ ଏବଂ ଋଣ ପରିଶୋଧର ଯୋଜନା କରିପାରନ୍ତି। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ।
ମୀନ
ଆଳସ୍ୟଜନିତ କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ। ବନ୍ଧୁମାନଙ୍କ ସହିତ ଆଗାମୀ ମାଙ୍ଗଳିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ନିଜ ପରିସରରେ ଆନୁଷ୍ଠାନିକ କାମରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.