ଆଜି ରବି ଉଚ୍ଚସ୍ଥ ଯୋଗୁ ପ୍ରତ୍ୟେକ କ୍ଷେତ୍ରରେ ସମ୍ମାନର ସହ କାର୍ଯ୍ୟ ସମ୍ପନ୍ନ କରିପାରିବେ। ଧନାଧିପ ଶୁକ୍ର ରାଶିରେ ଅବସ୍ଥାନ କରିଥିବାରୁ ଅର୍ଥପ୍ରାପ୍ତିକୁ କେନ୍ଦ୍ର କରି ବିବାଦର ଅବସାନ ଘଟିବ। ଆପୋସ ଆଲୋଚନା ଓ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନ ହେବ। ଦ୍ୱାଦଶସ୍ଥ ଗ୍ରହ ଶାନ୍ତିରେ ଶୁଆଇ ଦେବେନାହିଁ।
ଦ୍ୱାଦଶସ୍ଥ ବିଳାସକାରକ ଶୁକ୍ର ଏବଂ ଲାଭଭାବସ୍ଥ ଗ୍ରହମାନେ ଆପଣଙ୍କୁ ସାମଗ୍ରିକ ସୁଖ, ସନ୍ତୋଷ ପ୍ରଦାନ କରିବେ। ଆରମ୍ଭ କରିଥିବା କାମଟି ପୂର୍ଣ୍ଣାଙ୍ଗ ହେବାରେ ନିଜ ପରିସରସ୍ଥ ସମ୍ପର୍କୀୟମାନଙ୍କ ସାହାଯ୍ୟ ପାଇବେ। ଆବଶ୍ୟକତା ଅନୁଯାୟୀ କୌଣସି ନୂତନ ଜିନିଷ, ବସ୍ତ୍ରାଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି।
ବୃହସ୍ପତିଙ୍କ ରାଶ୍ୟାବସ୍ଥାନ ସ୍ବାସ୍ଥ୍ୟ ଛଡ଼ା ଅନ୍ୟ ଦିଗପ୍ରତି ଭଲ ରହିବ। ଅନ୍ୟମାନଙ୍କ ସାହାଯ୍ୟରେ ସନ୍ତାନ ହେତୁକ ଦୁଶ୍ଚିନ୍ତାର ସମାଧାନ କରିବାକୁ ଚେଷ୍ଟା କରିବେ। ପାରିବାରିକ ସ୍ଥିତି ଗମ୍ଭୀର ରହିଲେ ମଧ୍ୟ ବିଶେଷ ଅସୁବିଧା ହେବ ନାହିଁ। ଶୁକ୍ରଙ୍କ ପ୍ରଭାବରେ ହୋଟେଲ, ରେଷ୍ଟୁରାଣ୍ଟ, ବାଣିଜ୍ୟ ଓ ପରିବହନରେ ଉନ୍ନତି କରିବେ।
ଚନ୍ଦ୍ର ଭାଗ୍ୟସ୍ଥାନସ୍ଥ ହେତୁ ଅର୍ଥପ୍ରାପ୍ତି ସାଙ୍ଗକୁ କର୍ମାସାଧନ, ବିଶିଷ୍ଟ ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନରୁ ଖୁସି ରହିବେ। ଯାନାବାହନ କିମ୍ବା ବିଳାସ ଉପକରଣ କ୍ରୟ କରିବେ। ଜମିଜମା, ପ୍ଲଟିଂ ବ୍ୟବସାୟ କ୍ଷେତ୍ରରୁ ସୁଫଳ ପାଇବେ। ନିଜଦ୍ୱାରା ଉପକୃତ ହୋଇଥିବା ଲୋକମାନଙ୍କ ବେଖାତିର ଓ ବେପରୁଆ ମନୋଭାବରୁ କ୍ଷୁବ୍ଧ ହୋଇପାରନ୍ତି।
ତୃତୀୟଭାବକୁ ରବି ଏବଂ ଶୁକ୍ରଙ୍କ ଦୃଷ୍ଟି ନୂତନ ବନ୍ଧୁ ସମ୍ପର୍କ କ୍ଷେତ୍ରରେ ସହାୟକ ହେବ। ଶିକ୍ଷା, ସନ୍ତାନ, ଆଲୋଚନା ଓ ଯୋଗାଯୋଗ କ୍ଷେତ୍ରରେ ସଫଳତା ପାଇ ନ ପାରନ୍ତି। ରବିଙ୍କ ପ୍ରଭାବରୁ ସମସ୍ୟା ରହିଥିଲେ ମଧ୍ୟ ସମାଧାନର ରାସ୍ତା ଖୋଲିଯିବ। କର୍ମାରମ୍ଭ, ଗବେଷଣା, ଅନୁସନ୍ଧାନ, ସାମ୍ବାଦିକତା କ୍ଷେତ୍ରରେ ଉନ୍ନତି କରିବେ ା
ବ୍ୟୟଭାବାଧିପତି ରବି ଅଷ୍ଟମ ଭାବରେ ଅବସ୍ଥାନ କରି ବିପରୀତ ରାଜଯୋଗ ସୃଷ୍ଟି କରୁଥିବାରୁ ସମସ୍ୟା ମଧ୍ୟରେ ଆଶା ପୂରଣ ହେବ। ଅଫିସ କାମର ଜଞ୍ଜାଳ ଯୋଗୁ ମାନସିକ ଶାନ୍ତି ରହିବ ନାହିଁ। ପରିବାର ସଦସ୍ୟଙ୍କ କାର୍ଯ୍ୟକଳାପ ଅସନ୍ତୋଷ ସୃଷ୍ଟି କରିବ। ସାମାଜିକ ସ୍ତରରେ ସାହାଯ୍ୟକାରୀ ମନୋଭାବରୁ ପ୍ରଶଂସିତ ହେବେ।
ଭାଗ୍ୟସ୍ଥାନକୁ ଶନିଙ୍କ ପ୍ରତ୍ୟକ୍ଷ ଦୃଷ୍ଟି ହେତୁ ଚେଷ୍ଟା କରୁଥିବା କାମରେ ବିଭିନ୍ନ ପ୍ରତିବନ୍ଧକ ଦେଖାଦେବ। କୌଣସି ପ୍ରକାରର ଅଭାବ ଅସୁବିଧା ନ ଥିଲେ ମଧ୍ୟ କୌଣସି ଅନ୍ତର୍ନିହିତ ଅସନ୍ତୋଷ ମାନସିକ ଅଶାନ୍ତି ସୃଷ୍ଟି କରିପାରେ। ତଥାପି ବିଭିନ୍ନ ପ୍ରକାରର ପ୍ରତିବନ୍ଧକର ସାମନା କରି ପାରିବାରିକ ଓ କର୍ମକ୍ଷେତ୍ରକୁ ସଜାଡି ନେବାର ପ୍ରଯତ୍ନ କରିବେ।
ଆଜି ପରିସ୍ଥିତି ଭଲ ରହିଥିବାରୁ ମନସ୍କାମନା ପୂର୍ଣ୍ଣ ହେବ। ପରିଚିତ ବ୍ୟକ୍ତିମାନଙ୍କ ସହ ଆଜିର ଆଲୋଚନା ପ୍ରୀତିପ୍ରଦ ରହିବ। ପାରିବାରିକ ସମସ୍ୟା ସମାଧାନରେ ମିତ୍ର ବନ୍ଧୁମାନେ ଆବଶ୍ୟକ ସହଯୋଗ କରିବେ। ସରଳ ବିଶ୍ୱାସ କରିବା ଦ୍ୱାରା ଧନହାନି ସାଙ୍ଗକୁ କୌଣସି ଅପରିଚିତଙ୍କ ଦ୍ୱାରା ପ୍ରତାରିତ ହୋଇପାରନ୍ତି ା
ଆଜି ଚନ୍ଦ୍ର ସମେତ ଶୁକ୍ର ଏବଂ ବୃହସ୍ପତିଙ୍କ ସ୍ଥିତି ଭଲଥିବାରୁ ଚେଷ୍ଟା, ଆଶା ଓ ଅଭିଳାଷକୁ ପୂର୍ଣ୍ଣ କରିବେ। ସ୍ବାସ୍ଥ୍ୟହାନି ହେଲେ ମଧ୍ୟ ବିଶେଷ ଗୁରୁତର ହେବନାହିଁ। ଆଲୋଚନା କ୍ଷେତ୍ରରେ ଉନ୍ନତମାନର ବୁଝାମଣା ହେତୁ ପ୍ରତ୍ୟେକ କାର୍ଯ୍ୟ ଶୃଙ୍ଖଳିତ ରହିବ। ପାରିବାରିକ, ପ୍ରଶାସନ ଓ ଯାତ୍ରା ଓ ଶିଳ୍ପ, ବାଣିଜ୍ୟରୁ ମଧ୍ୟ ଶୁଭଫଳ ପାଇବେ।
ଦୈହିକ ଓ ମାନସିକ ଅସୁସ୍ଥତାଜନିତ ଅସ୍ଥିରତାରେ ପୀଡ଼ିତ ହୋଇପାରନ୍ତି। କର୍ମକ୍ଷେତ୍ରରେ କାର୍ଯ୍ୟ ସାଧନ, ବ୍ୟବସାୟ, ରାଜନୀତି ଓ ପ୍ରଶାସନିକ କ୍ଷେତ୍ର ପାଇଁ ମନ୍ଦ ହେବନି। ଆନୁଷ୍ଠାନିକ, ସାଂଗଠନିକ ସ୍ତରରେ କିମ୍ବା ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ପରିବହନ ଓ ବାଣିଜ୍ୟରେ ଉନ୍ନତି ଘଟିବା ସହ ସାମାଜିକ ସ୍ଥିତି ଭଲ ରହିବ।
ଧନ ସ୍ଥାନରେ ଏକାଧିକ ଗ୍ରହ ରହିଥିବାରୁ ଅର୍ଥଲାଭ ସହ ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ। ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ସଭାସମିତିରେ ବ୍ୟସ୍ତ ହୋଇ ରୁକ୍ଷ ବ୍ୟବହାର ପ୍ରଦର୍ଶନ ଦ୍ୱାରା ବନ୍ଧୁଙ୍କ ମନରେ ଆଘାତ ଆସିପାରେ। ସ୍ବାସ୍ଥ୍ୟରେ ଉନ୍ନତି ସାଙ୍ଗକୁ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇପାରନ୍ତି।
ରାଶିରେ ବୁଧଙ୍କ ସ୍ଥିତି ବିଶେଷ ଭଲ ନ ଥିବାରୁ ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। ଯାନ୍ତ୍ରିକ ତ୍ରୁଟି ଯୋଗୁ ଲକ୍ଷ୍ୟସ୍ଥଳରେ ଉପସ୍ଥିତ ହେବାରେ ବିଳମ୍ବ ଘଟିବ। ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ ନତୁବା ଓଲଟ ପାଲଟ ହୋଇଯିବ। ପରିସ୍ଥିତିକୁ ଯେତେଟା ଜଟିଳ ମନେକରୁଛନ୍ତି ବାସ୍ତବରେ ସେମିତି କିଛି ଅସୁବିଧା ହେବନି ା
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.
Subscribe to updates
Unsubscribe from updates