Posted inRasifala

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୦ ତାରିଖ – Daily Horoscope

ମେଷ
ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଦ୍ୱିଜା ନକ୍ଷତ୍ରର ମନ ହର୍ଷିତ ରହିବ। ସ୍ଥଗତି କାମକୁ ସମ୍ପନ୍ନ କରିବା ସକାଶେ ଉତ୍ସହ, ଉଦ୍ଦୀପନା ବୃଦ୍ଧି ପାଇପାରେ। ପରିସ୍ଥିତିବଶତଃ ଅର୍ଥ ସଂକଟ ମଧ୍ୟରେ ଆକସ୍ମିକ ଯାତ୍ରାକରିବାକୁ ବାଧ୍ୟ ହୋଇଶପାରନ୍ତି। ବିଶେଷ ଭ୍ରମଣ ଜନିତ ଶାରିରୀକ କ୍ଳାନ୍ତି ଓ ଅବସାଦ ଅନୁଭବ କରିବେ।
ବୃଷ
ବୃଷ
କର୍ମକ୍ଷେତ୍ରରେ କୃତ୍ତିକା ନକ୍ଷତ୍ରର ବିବାଦୀୟ ସ୍ଥିତି ଶୀଘ୍ର ସମାଧାନ ହୋଇଯିବ। ବନ୍ଧୁଙ୍କ ଅକୁଣ୍ଠ ସାହାଯ୍ୟ ଓ ସମର୍ଥନ ଆପଣଙ୍କ ଆଶା ପୂରଣରେ ସହାୟକ ହୋଇପାରେ। ଆଜି ହଠାତ୍‍ ଆନୁମାନିକ କାମ ସକାଶେ ଧାଁ ଦଉଡ କରିବାର ସୂଚନା ରହିଛି। ବନ୍ଧୁଙ୍କ ପାଇଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବାରୁ ବ୍ୟସ୍ତତା ବୃଦ୍ଧି ପାଇବ।
ମିଥୁନ
ମିଥୁନ
ଆନୁଷଙ୍ଗିକ ସହଯୋଗ ଅଭାବରୁ କର୍ମକ୍ଷେତ୍ରରେ ସମସ୍ୟା ବଢିଯିବ। ଆର୍ଦ୍ରା ନକ୍ଷତ୍ର ସଂକୋଚ ବଶତଃ ବନ୍ଧୁଙ୍କୁ ମନକଥା କହିପାରିବେ ନାହିଁ। କାର୍ଯ୍ୟସିଦ୍ଧିରେ ବିଫଳତାରୁ ନିକଟରେ ରହୁଥିବା ବ୍ୟକ୍ତିଙ୍କୁ ସନ୍ଦେହ କରିପାରନ୍ତି। ଜମିଜମା ବିବାଦ, ଆଇନ, ଅଦାଲତ କ୍ଷେତ୍ରରେ ତଥା ମାଲିମକଦ୍ଦମାର ବିଚାର ସପକ୍ଷରେ ଯାଇପାରେ।
କର୍କଟ
କର୍କଟ
ବ୍ୟୟସ୍ଥାନରେ ବୃହସ୍ପତି ବିଭିନ୍ନ ସ୍ଥାନ ଭ୍ରମଣରେ ବ୍ୟସ୍ତ କରାଇପାରନ୍ତି। ହାତକୁ ନେଇଥିବା କାର୍ଯ୍ୟ ହାସଲ ସକାଶେ ଅନ୍ୟମାନଙ୍କ ସାହାଯ୍ୟ ଆଶା କରିବେ। ସହକର୍ମୀଙ୍କ ସହାୟତାରେ ଅର୍ଥ ସମ୍ପର୍କିତ କୌଣସି ଅନୁଚିନ୍ତା ସାୟାହ୍ନେ ଦୂର ହୋଇଯିବ। ଅଶ୍ଳେଷା ନକ୍ଷତ୍ରକୁ ଫେରନ୍ତା ବାଟରେ କୌଣସି ମୂଲ୍ୟବାନ ଦ୍ରବ୍ୟ ଲାଭ ହେବାର ସୂଚନା ରହିଛି।
ସି˚ହ
ସି˚ହ
ମଘା ନକ୍ଷତ୍ର ସକାଶେ ମନ ଅନୁଯାୟୀ କାମ ନ ହୋଇପାରିବାରୁ ବିଚଳିତ ହେବେ। ପାରିବାରିକ କ୍ଷେତ୍ରରେ ମନ କଥା ମନରେ ରଖି କେତେକ କାମ କରିବାକୁ ବାଧ୍ୟ ହେବେ। ଟଙ୍କା ପଇସା ଯୋଗାଡ ସକାଶେ ଫନ୍ଦିଫିକର କରିବାକୁ ପଡିପାରେ। ଶିଳ୍ପ, ବାଣିଜ୍ୟ, ପରିବହନ, ସାହିତ୍ୟ ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ।
କନ୍ୟା
ବନ୍ଧୁମିଳନ ପରିସରରେ ହସ୍ତା ନକ୍ଷତ୍ର ସକାଶେ ବିଜାତୀୟ ବ୍ୟକ୍ତିଙ୍କ ସହ ମିତ୍ରତା ବୃଦ୍ଧି ପାଇବ। ଅନ୍ୟମାନଙ୍କ ସାହାଯ୍ୟ ନେଇ କାମ କଲେ ମଧ୍ୟ ଶାନ୍ତି ପାଇବେ ନାହିଁ। ଆତ୍ମୀୟମାନେ ହଠାତ୍‍ ଶତ୍ରୁତା କରିପାରନ୍ତି। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟକୁ ଯିବା ପୂର୍ବରୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ।
ତୁଳା
ତୁଳା
ସ୍ବାତୀ ନକ୍ଷତ୍ର ଅର୍ଥ, ଜମିଜମା, କଳକବ୍‍ଜା କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେବେ। ପାରିବାରିକ କାରଣକୁ ନେଇ ମନରେ ସୁଖ, ସୌହାର୍ଦ୍ଦ୍ୟ ରହିବ ନାହିଁ। କୌଣସି ଜିନିଷ କ୍ରୟ କରିବା ସକାଶେ ହଠାତ୍‍ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ପଡିପାରେ। ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ଲାଗିବାର ସମ୍ଭାବନା ରହିଛି।
ବିଛା
ବିଛା
ଆଜି ଯାତ୍ରା, ବାଣିଜ୍ୟ, ସମସ୍ୟା ସମାଧାନ ସକାଶେ ଅନୁକୂଳ ବାତାବରଣ ସୃଷ୍ଟିକରିବେ। ଅତୀତ ଘଟଣା ମନକୁ ଆନ୍ଦୋଳିତ କରିବ। ପାରିବାରିକ ପ୍ରତିରୋଧ ସ୍ବକୀୟ ଚିନ୍ତାଧାରା ଓ କାମକୁ ବିଶୃଙ୍ଖଳିତ କରିପାରେ। ଜ୍ୟେଷ୍ଠା ନକ୍ଷତ୍ରର ରାଜନୈତିକ କାରଣକୁ କେନ୍ଦ୍ରକରି ଶତ୍ରୁମାନଙ୍କର ସକ୍ରିୟତା ବୃଦ୍ଧି ପାଇପାରେ।
ଧନୁ
ଧନୁ
ଉତ୍ତରାଷାଢ଼ା ନକ୍ଷତ୍ରର କଠିନ ଶ୍ରମଜନିତ ସ୍ବାସ୍ଥ୍ୟ ବିଗିଡ଼ିଯାଇପାରେ। କର୍ମକ୍ଷେତ୍ରରେ ଈର୍ଷାପରାୟଣ ବନ୍ଧୁଙ୍କ ଶତ୍ରୁତା ସମସ୍ୟାକୁ ବଢ଼ାଇଦେବ। ମତଭେଦ କାରଣରୁ ଜମିଜମା କାରବାର କିମ୍ବା ରେଜିଷ୍ଟ୍ରେଶନ ସମ୍ପର୍କିତ ସମସ୍ୟାର ସମାଧାନ ହୋଇ ନ ପାରେ। କ୍ରୀଡ଼ା, କାରିଗରି, ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ।
ମକର
ମକର
ଶ୍ରବଣା ନକ୍ଷତ୍ରର ସ୍ବାସ୍ଥ୍ୟ, ଆଇନ, ଅଦାଲତ ସମ୍ବନ୍ଧୀୟ କ୍ଷେତ୍ରରେ ସଫଳତା ମିଳିବ। ଅର୍ଥବ୍ୟୟ ଏବଂ ଶ୍ରମ ବିନିଯୋଗ କରି ବନ୍ଧୁଙ୍କ ସାହାଯ୍ୟରେ କାମ ହାସଲ କରିବେ। ପଡ଼ୋଶୀଙ୍କ ସହ ବ୍ୟବହାରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହେବେ। ଆନୁଷ୍ଠାନିକ କାମ, ସାହିତ୍ୟ, ସଭାସମିତି ଓ ରାଜନୈତିକ ସ୍ତରରେ ଟେନ୍ସନ ଲାଗି ରହିବ।
କୁମ୍ଭ
କୁମ୍ଭ
ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିବା ସାଙ୍ଗକୁ ମାନସିକ ସଂଯମତା କାର୍ଯ୍ୟକ୍ଷତ୍ରରେ ସହାୟକ ହେବ। ଦୀର୍ଘଦିନରୁ ଭାଙ୍ଗିପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ। ପାରିବାରିକ ସ୍ତରରେ ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ । ଶତଭିଷା ନକ୍ଷତ୍ରର ଶିଳ୍ପ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବ।
ମୀନମୀନ
ରେବତୀ ନକ୍ଷତ୍ର ସକାଶେ ଆଜିର କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାରର ସମସ୍ୟା ରହଥିଲେ ମଧ୍ୟ କାମ ଅଟକିବ ନାହିଁ। ପରିବାରରେ ସନ୍ତାନମାନଙ୍କର କିଛିଟା ଅଭାବ ଓ ଅସୁବିଧା ମନକୁ ଭାରାକ୍ରାନ୍ତ କରିପାରେ। ଈର୍ଷାପରାୟଣ ବନ୍ଧୁମାନଙ୍କ ପରୋକ୍ଷ ଶତ୍ରୁତା କାରଣରୁ ସତର୍କରେ ନ ଚଳିଲେ ବିବାଦ ଭିତରକୁ ଟାଣି ହୋଇପାରନ୍ତି।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଏପ୍ରିଲ ୧୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସ୍ବନକ୍ଷତ୍ରସ୍ଥ ଯୋଗୁ କର୍ମମୁଖର ରହିବେ ଏବଂ ପାରିବାରିକ କ୍ଷେତ୍ର ସରସ ସୁନ୍ଦର ରହିବ। ଆନୁଷ୍ଠାନିକ କାମରେ, ସଭାସମିତିରେ, ସତ୍‌ସଙ୍ଗର ସାନ୍ନିଧ୍ୟ ଲାଭରେ, ଆଲୋଚନା…

ରାଶିଫଳ: ଶନିବାର, ଏପ୍ରିଲ ୧୧ ତାରିଖ – Daily Horoscope

ମେଷ ଆଜି କର୍ମଭାବସ୍ଥ ଚନ୍ଦ୍ର ଏକାଧାରରେ ପାରିବାରିକ ଜୀବନ ଏବଂ କର୍ମକ୍ଷେତ୍ର ସକାଶେ ଶୁଭଫଳ ପ୍ରଦାନ କରିବେ। କିନ୍ତୁ ଶନିକ୍ଷେତ୍ରସ୍ଥ ହେତୁ ବିଭିନ୍ନ କାରଣକୁ କେନ୍ଦ୍ରକରି ମାନସିକ…

ରାଶିଫଳ: ଗୁରୁବାର, ଏପ୍ରିଲ ୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟସ୍ଥାନରେ ରହିଥିବାରୁ ଯାହା ଚାହିଁବେ ତାହା ସୁବିଧାରେ ପ୍ରାପ୍ତ ହେବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇପାରନ୍ତି।…

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri