ମେଷ

ଆଜି ଏକାଦଶ ସ୍ଥାନରେ ଚନ୍ଦ୍ର ସମେତ ଚତୁଃଗ୍ରହ ଯୋଗ କାରଣରୁ ପ୍ରତ୍ୟେକ ଦିଗରୁ ଲାଭବାନ୍ ହେବେ। ସନ୍ତାନଙ୍କ କୃତି ଓ କୃତିତ୍ୱରୁ ଖୁସିହେବା ସହ ବନ୍ଧୁ ପରିଜନଙ୍କ ପ୍ରୀତିଭାଜନ ହୋଇପାରନ୍ତି। ଯେକୌଣସି ଗୁରୁତ୍ୱପୂର୍ଣ୍ଣ ଆଲୋଚନାର ଶେଷ ପର୍ଯ୍ୟାୟରେ ରାହୁଙ୍କ ପ୍ରଭାବରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ।
ବୃଷ

ରାଶ୍ୟାଧିପତି ବାଧକାଧିପ ସଂସ୍ପର୍ଶରେ ରହିଥିବାରୁ ରୋଗପୀଡ଼ାଜନିତ ସ୍ବାସ୍ଥ୍ୟହାନି କିମ୍ବା ପାରିବାରିକ କଳହର ସୂଚନା ରହିଛି। ଭଲ ସମ୍ପର୍କ ଥିବା ନିକଟ ସମ୍ପର୍କୀୟ ବନ୍ଧୁଙ୍କ ସହ ଭୁଲ୍ ବୁଝାମଣା ସୃଷ୍ଟି ହୋଇପାରେ। କୌଣସି ମୂଲ୍ୟବାନ୍ ଜିନିଷ କିଣିବା ସକାଶେ ଧାର କରିବାକୁ ପଡ଼ିବା ସମ୍ଭାବନା ରହିଛି।
ମିଥୁନ

ରାହୁଙ୍କ ସହ ଚନ୍ଦ୍ରଙ୍କ ସଂଯୋଗ କାରଣରୁ ଶ୍ରୁତିକଟୁ ଭାଷା ପ୍ରୟୋଗକରି ସମାଲୋଚିତ ହେବେ। ଗୁରୁ କ୍ଷେତ୍ରସ୍ଥ ଶନିଙ୍କ ପ୍ରଭାବରେ ସଂଗଠନ, ରାଜନୀତି, ଆଇନ, ଅଦାଲତରେ ଲକ୍ଷ୍ୟ ହାସଲକରିବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ଟଙ୍କାପଇସାକୁ କେନ୍ଦ୍ରକରି କଳହ ଘଟିପାରେ।
କର୍କଟ

ରାଶ୍ୟାଧତ୍ପ ଦୁଃସ୍ଥାନଗତ ହୋଇ ପାପଯୁକ୍ତ କାରଣରୁ ମାନସିକ ସୁସ୍ଥତା ପୂର୍ଣ୍ଣମାତ୍ରାରେ ରହିନପାରେ। ପରିସ୍ଥିତି ଆପଣଙ୍କ ଚିନ୍ତାଧାରାକୁ ବିଗାଡ଼ିଦେବ। ବନ୍ଧୁମାନେ ସାହାଯ୍ୟ ବଦଳରେ ସ୍ବାର୍ଥହାନି ଆଶଙ୍କାରେ ଦୂରେଇଯିବେ। ବାଣିଜ୍ୟ, କଳା, ସାହିତ୍ୟ, ଚଳଚ୍ଚିତ୍ର, ପ୍ରେସ୍ ଓ ପବ୍ଳିକେଶନ କ୍ଷେତ୍ରରେ ଆଶା ପୂରଣ ହୋଇପାରିବ।
ସି˚ହ

ସପ୍ତମଭାବସ୍ଥ ଏକାଧିକ ଗ୍ରହ ଯୋଗୁ ବିବାଦୀୟ କ୍ଷେତ୍ରରେ ପରାସ୍ତ ହୋଇପାରନ୍ତି। ଆଜିର ଯାତ୍ରା ସଙ୍ଗକୁ ବାଣିଜ୍ୟ ବ୍ୟବସାୟ କ୍ଷେତ୍ର ସମସ୍ୟାବହୁଳ ହୋଇପାରେ। ପାରିବାରିକ ସ୍ତରରେ ବଦ୍ଖର୍ଚ୍ଚ ରୋକିବା ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିପାରନ୍ତି। ଅତି ଭଲ ସମ୍ପର୍କ ରହିଥିବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁନାହିଁ ା
କନ୍ୟା

ଉଚ୍ଚସ୍ଥ ଶୁକ୍ର ପାପଗ୍ରହ ଯୁକ୍ତହୋଇଥିବାରୁ ଆପଣ ମନୋରଞ୍ଜନ କାର୍ଯ୍ୟକ୍ରମ ପୂର୍ଣ୍ଣତଃ ଉପଭୋଗ୍ୟ ହୋଇପାରିବନାହିଁ। ଆବଶ୍ୟକତାନୁଯାୟୀ ନୂତନ ବସ୍ତ୍ରାଳଙ୍କାର, ଯାନବାହନାଦି କ୍ରୟକରିବା ସକାଶେ ମାନସିକ ପ୍ରସ୍ତୁତି ଚଳାଇପାରନ୍ତି। ଆମତ୍ୀୟଙ୍କ ଦୁଃଖିତ ମନକୁ ସାନ୍ତ୍ବନା ଦେବାକୁ ଯାଇ ପରିବାରରେ ଟଣାଓଟରା ଲାଗିଯିବ।
ତୁଳା

କୋଣଭାବସ୍ଥ ଏକାଧିକ ଗ୍ରହ ବୌଦ୍ଧିକ ସହାୟତା ପ୍ରଦାନକରି ସମସ୍ୟାମୁକ୍ତ ହେବାରେ ସାହାଯ୍ୟ କରିବେ। ବ୍ୟୟଭାର କ୍ରମଶଃ କମି କମି ଆସିବ ତଥାପି ବାଣିଜ୍ୟ ଓ ପରିବହନରେ ପ୍ରତିବନ୍ଧକ ଦେଖାଦେବ। ଅବସାଦଜନିତ ସ୍ବାସ୍ଥ୍ୟ ବିଗିଡ଼ିଯିବ। କର୍ମକ୍ଷେତ୍ରରେ ସ୍ଥାନ ବଦଳିବା କାରଣରୁ ସାମୟିକ ବିବ୍ରତ ହୋଇପାରନ୍ତି।
ବିଛା

ଅଷ୍ଟମସ୍ଥ ବୃହସ୍ପତି ଭାଗ୍ୟାଧିପଙ୍କୁ ଅବଲୋକନ କରୁଥିବାରୁ ସବୁ ସୁବିଧା ଥାଇ ମଧ୍ୟ ସୁଯୋଗ ହରାଇପାରନ୍ତି। ବ୍ୟତିକ୍ରମ ମଧ୍ୟରେ କାମ ହାସଲ କରିବେ। ବନ୍ଧୁଙ୍କ ସହାୟତାରେ ବକେୟା ଅର୍ଥ ଆଦାୟରେ ସକ୍ଷମ ହେବେ। ଉଚ୍ଚ ପଦାଧିକାରୀଙ୍କ ପୃଷ୍ଠପୋଷକତାରୁ ଅଭିଳଷିତ ସ୍ଥାନକୁ ସ୍ଥାନାନ୍ତର ସମ୍ଭବ ହୋଇପାରେ।
ଧନୁ

ଭାଗ୍ୟସ୍ଥାନକୁ ଏକାଧିକଗ୍ରହ ଦୃଷ୍ଟି ଦେଉଥିବାରୁ ଆପଣଙ୍କ ଆଶା ଓ ଅଭିଳାଷ ପୂରଣ ହେବ। ସ୍ଥଗିତ କାମ ପଡ଼ୋଶୀଙ୍କ ସହଯୋଗରେ ସମ୍ପନ୍ନ ହୋଇଯିବ। କୌଣସି କାର୍ଯ୍ୟ ସକାଶେ ଅର୍ଥର ଆବଶ୍ୟକତାକୁ ନେଇ ଦୂର ସମ୍ପର୍କୀୟ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ସଂଗଠନ, ରାଜନୀତି, ସାହିତ୍ୟ, ପ୍ରଶାସନିକ ସ୍ତରରେ ସମସ୍ୟା ଉପୁଜିବ।
ମକର

ମୁଖଭାବସ୍ଥ ଗ୍ରହ ପ୍ରଭାବରେ କର୍ମକ୍ଷେତ୍ର ଠିକ୍ ରହିଥିଲେ ମଧ୍ୟ କେତେକ ଅହେତୁକ ଚିନ୍ତାଧାରା ମନକୁ ବିବ୍ରତକରିବ। ଆପୋସ ଆଲୋଚନାରେ ପାରିବାରିିକ ସମସ୍ୟା ସମାଧାନ ହେବ। ଆନୁଷ୍ଠାନିକ କାମ, ସାଂଗଠନିକ ସଭା ତଥା ପ୍ରଶାସନିକ କ୍ଷେତ୍ର ଉନ୍ନତ ରହିବ। ଅର୍ଥ କାରବାରରେ ବନ୍ଧୁଙ୍କ ସହ ସୁସମ୍ପର୍କ ପୂର୍ବଭଳି ରହି ନ ପାରେ ।
କୁମ୍ଭ

ତୃତୀୟ ଅଷ୍ଟମାଧିପତି ଧନ ସ୍ଥାନରେ ଥିବାରୁ ଅର୍ଥକୁ କେନ୍ଦ୍ରକରି ବିବାଦର ସମ୍ମୁଖୀନ ହେବେ। ଉଦ୍ୟୋଗ କାର୍ଯ୍ୟ ଜୋର୍ସୋର୍ରେ ଆଗେଇ ଚାଲିବ। ଜମିଜମା କାରବାର, ସରକାରୀ ସୂତ୍ରରୁ ଅର୍ଥ, ଧାର୍ମିକ କାର୍ଯ୍ୟ ପ୍ରଭୃତିରେ ଆଶାନୁରୂପ ସଫଳତା ପାଇବେ। କିନ୍ତୁ ବାଣିଜ୍ୟ, ବ୍ୟବସାୟ, ପରିବହନରେ ସାମାନ୍ୟ ପ୍ରତିବନ୍ଧକର ସୂଚନା ରହିଛି।
ମୀନ
ରାଶ୍ୟାଧିପ କେନ୍ଦ୍ର ସ୍ଥାନରେ ରହିଥିବାରୁ ପାରିବାରିକ ଏବଂ କର୍ମକ୍ଷେତ୍ର ସମସ୍ୟାମୁକ୍ତ ରହିବ। ପ୍ରଶାସନ, ରାଜନୀତି, ସାମ୍ବାଦିକତା, ସଭାସମିତି କ୍ଷେତ୍ରରେ ଅନିଶ୍ଚିତତା ଅନୁଭୂତ ହେବ। ବୃହସ୍ପତି ଧାର୍ମିକ ଚେତନା ସୃଷ୍ଟିକରି ଆପଣଙ୍କୁ ଆଧ୍ୟାମତ୍ିକ ଭାବଧାରାରେ ଉଦ୍ବୁଦ୍ଧ କରିପାରନ୍ତି।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.