Posted inRasifala

ରାଶିଫଳ: ଶୁକ୍ରବାର, ଜାନୁଆରୀ ୩୦ ତାରିଖ – Daily Horoscope

ମେଷ
ଆଜି ଆପଣଙ୍କ ଯାତ୍ରା, ବାଣିଜ୍ୟ, ପାରିବାରିକ ସୁଖ, ସମୃଦ୍ଧିକୁ ଋଦ୍ଧିମନ୍ତ କରିବ। ଏପରି କି ଏକାଧାରରେ ଅର୍ଥ, ସମ୍ମାନ, ସ୍ବାଗତ, ସମ୍ବର୍ଦ୍ଧନା ପାଇବାର ଯୋଗ ରହିଛି। ପାରିବାରିକ ସମସ୍ୟାରେ ମନ ଭାରାକ୍ରାନ୍ତ ରହିପାରେ। ବନ୍ଧୁମିଳନ, ନୂତନ ବସ୍ତ୍ରାଭରଣ, ସୌଜନ୍ୟମୂଳକ ସାକ୍ଷାତାଲୋଚନା ମାନସିକ ସ୍ଥିତିକୁ ଦୃଢ଼ୀଭୂତ କରିପାରେ।
ବୃଷ
ବୃଷ
ବୃହସ୍ପତିଙ୍କ ପ୍ରଭାବରେ ବିଶିଷ୍ଟ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ଉପକୃତ ହେବେ। ବାହାର ଲୋକମାନଙ୍କ ମାଧ୍ୟମରେ କାର୍ଯ୍ୟ ହାସଲ କରିବେ। ପ୍ରତିଯୋଗିତାରେ ସଫଳତା, ମାଲିମକଦ୍ଦମାରେ ବିଜୟ ପ୍ରାପ୍ତି, ନୂତନଗୃହ କ୍ରୟ ଯୋଗୁ ଖୁସି ରହିପାରନ୍ତି। ଉଚ୍ଚଶିକ୍ଷା, ସାଂସ୍କୃତିକ କାର୍ଯ୍ୟକ୍ରମ, ନୃତ୍ୟ ସଙ୍ଗୀତାଦି କ୍ଷେତ୍ରରୁ ଉଚ୍ଚ ପ୍ରଶଂସିତ ହୋଇପାରନ୍ତି।
ମିଥୁନ
ମିଥୁନ
ଦୂରଦର୍ଶିତା ଅଭାବରୁ ସମ୍ପର୍କୀୟଙ୍କ କାନକୁହା କଥାରେ ପାରିବାରିକ ଅସ୍ଥିରତାର ସୂଚନା ରହିଛି। ସକାଳୁ ବନ୍ଧୁଙ୍କ ଡାକରା ଚଳଚଞ୍ଚଳ କରାଇପାରେ। କର୍ମକ୍ଷେତ୍ରରେ ଆପଣଙ୍କ ଭୁଲ୍‍ ନିଷ୍ପତ୍ତି ଏକ ତରଫା ହୋଇଯାଇ ପାରେ ଯାହାକୁ ନେଇ ସମାଲୋଚିତ ହେବାର ଆଶଙ୍କା ରହିଛି। ବ୍ୟବସାୟିକ ସ୍ଥିତି ଓ କର୍ମକ୍ଷେତ୍ରର ବିବାଦୀୟ ପରିସ୍ଥିତି ଅମୀମାଂସିତ ରହିବ।
କର୍କଟ
କର୍କଟ
ନୂଆ କାମ ଆରମ୍ଭର ବ୍ୟୟ ଅଟକଳ କରିପାରନ୍ତି। ସାମାଜିକ ସ୍ତରରେ ପ୍ରଗତି ମାନସିକ ସ୍ଥିତିକୁ ସୁଦୃଢ଼ କରିବ। ଗୃହାରମ୍ଭ, ଯାନବାହନ ନବୀକରଣ, ରପତ୍ାନୀବାଣିଜ୍ୟ ଏବଂ ପରିବହନ ବାଧାପ୍ରାପ୍ତ ହେବ ନାହିଁ। ତଥାପି ସାମୟିକ ଭାବରେ ଅତୀତ କଥା ଓ ଉପସ୍ଥିତ ସମସ୍ୟା ସମ୍ପର୍କିତ ଚିନ୍ତାରେ ମନ ଉଦ୍‍ବିଗ୍ନ ରହିପାରେ।
ସି˚ହ
ସି˚ହ
ବିଶିଷ୍ଟବ୍ୟକ୍ତିଙ୍କ ଅନୁକମ୍ପା ସାମାଜିକ ପ୍ରତିଷ୍ଠା ସହ ଲକ୍ଷ୍ୟପୂରଣରେ ସହାୟକ ହେବ। ସାହିତ୍ୟ, ସାମ୍ବାଦିକତା, ଏଜେନ୍‍ଶିପ୍‍ ଓ ସଭାସମିତିରେ ପ୍ରଶଂସିତ ହେବେ । ଇଚ୍ଛା ବିରୋଧରେ କୌଣସି କାମ କରି ଅନୁତପ୍ତ ହେବେ। କର୍ମକ୍ଷେତ୍ରରେ ସ୍ଥଗିତ କାର୍ଯ୍ୟ, ଜମିଜମା କ୍ରୟବିକ୍ରୟ ଏବଂ ମିଥ୍ୟାମକଦ୍ଦମାରେ ଜଡ଼ିତଜନିତ ଦୁଶ୍ଚିନ୍ତା ବୃଦ୍ଧି ପାଇବ।
କନ୍ୟା
ଅନୁକୂଳ ଗ୍ରହସ୍ଥିତି କାର୍ଯ୍ୟସିଦ୍ଧି, ଅର୍ଥଗୌରବ, ବନ୍ଧୁଙ୍କ ଆଦର ପ୍ରାପ୍ତି କରାଇପାରେ। ଭାବପ୍ରବଣତାଜନିତ ଆନମନା ରହିପାରନ୍ତି। ଆତ୍ମୀୟଙ୍କ ପରାମର୍ଶରେ ଆଗାମୀ ଆନୁଷ୍ଠାନିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବେ। ବୃତ୍ତି, ବାଣିଜ୍ୟ, କ୍ରୟବିକ୍ରୟ, ଯାତ୍ରା, ବିବାଦର ସମାଧାନ କ୍ଷେତ୍ରରେ ସଫଳତା ହାସଲ କରିବେ।
ତୁଳା
ତୁଳା
ଅନ୍ୟଦ୍ୱାରା ପ୍ରଭାବିତ ହୋଇ କର୍ମାରମ୍ଭ କଲେ ଭୁଲ୍‍ କରିବେ। ନିର୍ମାଣାଧୀନ କାମ, ଚୁକ୍ତିପତ୍ର, ବିବାଦୀୟ ଘଟଣା ଓ ଜମିଜମା କିଣା ବିକାରେ ସତର୍କତା ଅବଲମ୍ବନ କରିବା ଭଲ। ସଭାସମିତି, ଲେଖାପଢ଼ା, ସାହିତ୍ୟ, ବକ୍ତୃତା କ୍ଷେତ୍ରରୁ ପ୍ରଶଂସିତ ହେବେ। ଆଜିର ଯାତ୍ରା, କର୍ମାରମ୍ଭ ଓ ସରକାରୀ ସ୍ତରରେ ଦେଖାସାକ୍ଷାତରୁ ଉପକୃତ ହୋଇପାରନ୍ତି।
ବିଛା
ବିଛା
ଦିନଟିରେ କିଛି କାମ ସନ୍ତୋଷଜନକ ହେବ। କର୍ମକ୍ଷେତ୍ରରେ, ପ୍ରଶାସନିକ ସ୍ତରରେ, ରାଜନୈତିକ ଆଲୋଚନାରେ ଟେନସନ୍‍ ଦୂର ହୋଇପାରେ। କୃତି ଓ କୃତିତ୍ୱର ପୃଷ୍ଠଭୂମିରେ ନୂତନ ବସ୍ତ୍ରଭୂଷଣ, ସମ୍ମାନ ପ୍ରାପ୍ତି ଯୋଗ ମଧ୍ୟ ରହିଛି। ପାରିବାରିକ ସମସ୍ୟା ସଜାଡିବାରେ ଯନତ୍ବାନ ହେବା ସାଙ୍ଗକୁ ଦୂରଯାତ୍ରା ପାଇଁ ପ୍ରସ୍ତୁତି କରିପାରନ୍ତି।
ଧନୁ
ଧନୁ
ଶନିଙ୍କ ପ୍ରଭାବ ନକାରାତ୍ମକ ଚିନ୍ତାଧାରାରେ ବିଷାଦିତ କରିପାରେ। ପ୍ରତ୍ୟେକ କାର୍ଯ୍ୟ ସକାଶେ ଧୈର୍ଯ୍ୟ ବୃଦ୍ଧି ପାଇବ। ପାରିବାରିକ କ୍ଷେତ୍ରରେ ସମସ୍ୟା ସମାଧାନ ହେବାରେ ମିତ୍ର, ବନ୍ଧୁମାନଙ୍କ ପରାମର୍ଶ ମାନିବା ଭଲ। ସାଂସ୍କୃତିକ କାର୍ଯ୍ୟକ୍ରମରେ କଳା, ସଙ୍ଗୀତ, ସାହିତ୍ୟ ଓ ସାମ୍ବାଦିକତାରେ ସମ୍ମାନିତ ହୋଇପାରନ୍ତି।
ମକର
ମକର
ଆଜି ବିବାଦୀୟ ଚିନ୍ତାଧାରା ସାଙ୍ଗକୁ ଦୁର୍ଭାବନା ଅସ୍ଥିରତାର କାରଣ ହେବ। ପାରିବାରିକ ସ୍ଥିତି ଭଲ ରହିବ ନାହିଁ। ଯାନବାହନ, ଯାନ୍ତ୍ରିକ ଜିନିଷ, ଧାତୁ ଅଳଙ୍କାରାଦି କ୍ରୟ କରିପାରନ୍ତି। ବନ୍ଧୁଙ୍କ ନିମନ୍ତ୍ରଣ ଲାଭକରି ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସୌହାର୍ଦ୍ଦ୍ୟରୁ ବିଶେଷ ଖୁସି ହେବେ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ମାନସିକ ଦୁଶ୍ଚିନ୍ତାର କାରଣ ହେବ। ପଡ଼ୋଶୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇ ସମସ୍ୟାକୁ ଡାକି ଆଣିଲାପରି ପରିସ୍ଥିତି ସୃଷ୍ଟି ହେବ। ପ୍ରସ୍ତୁତିର ଅନ୍ତିମ ପର୍ଯ୍ୟାୟରେ ବ୍ୟତିକ୍ରମଜନିତ ଆଜିର ଯାତ୍ରାରେ ବ୍ୟସ୍ତତା ଅନୁଭବ କରିବେ। ଅର୍ଥନୈତିକ ସ୍ଥିତି ପ୍ରଗତି କ୍ଷେତ୍ରରେ ସହାୟକ ହୋଇପାରିବ।
ମୀନମୀନ
ଦୂରଦର୍ଶିତା ଏବଂ ସମୟୋପଯୋଗୀ ଚିନ୍ତାଧାରା ଯୋଗୁ କର୍ମକ୍ଷେତ୍ର ଓ ପାରିବାରିକ ସ୍ଥିତି ଉତ୍ତମ ରହିବ। ପଡ଼ୋଶୀଙ୍କ କଥାରେ ଚିହ୍ନା ପଡି କୌଣସି କାମ କରିବା ଠିକ୍‍ ହେବ ନାହିଁ। ଗବେଷଣା, ସାହିତ୍ୟ, ସଙ୍ଗୀତରେ ସମସ୍ୟା ସମାଧାନ ହୋଇଯିବ। ଭ୍ରମଣ ରାଜନୀତି, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମନୋରଞ୍ଜନ ପାଇଁ ଦିନଟି ବହୁତ ଭଲ।

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri