Posted inRasifala

ରାଶିଫଳ: ମଙ୍ଗଳବାର, ଅକ୍ଟୋବର ୨୮ ତାରିଖ – Daily Horoscope

ମେଷ
ଆଜି ବିଭିନ୍ନ ସମସ୍ୟାକୁ କେନ୍ଦ୍ରକରି ମାନସିକ ଦ୍ୱନ୍ଦ୍ୱ ସୃଷ୍ଟିହେବ। ଆଜି ପ୍ରତ୍ୟେକ କାମ ବାଧ୍ୟବାଧକତାରେ କରି ସମସ୍ୟାରେ ପଡ଼ିପାରନ୍ତି। ଘର କଥା ହେଉ କିମ୍ବା କର୍ମକ୍ଷେତ୍ର କଥା ହେଉ ସବୁ କାମ ଗୋଳିଆ ରହିବ। ପାରସ୍ପରିକ ଆଲୋଚନା ଓ ସମାଲୋଚନା ଭିତରେ ସମସ୍ୟା ସମାଧାନ ପୂର୍ବକ ପରିବାରରେ ଶାନ୍ତି ଫେରିଆସିବ।
ବୃଷ
ବୃଷ
ଆର୍ଥିକ ସ୍ଥିତି ଭଲ ରହିବ ଏବଂ ନୂତନ କର୍ମାରମ୍ଭର ଯୋଜନା କରିବେ। ଶୁକ୍ରଙ୍କ ପ୍ରଭାବରେ ଆଜି କ୍ରୀଡ଼ା, ଚଳଚ୍ଚିତ୍ର, ସାହିତ୍ୟ କ୍ଷେତ୍ର ମନ୍ଦ ହେବନି। ସାଙ୍ଗସାଥୀ କିମ୍ବା ବନ୍ଧୁ କହିବେ ବହୁତ କିନ୍ତୁ କାମ ବେଳକୁ ସେମାନଙ୍କ ଦେଖା ମିଳି ନ ପାରେ। ଦୂରଯାତ୍ରାରେ ସଚେତନତା ଅଭାବରୁ ସାମାନ୍ୟ ଥଣ୍ଡା ଓ କାଶଜନିତ ସ୍ବାସ୍ଥ୍ୟ ଭଲ ରହି ନ ପାରେ।
ମିଥୁନ
ମିଥୁନ
ଭୁଲ୍‍ ବୁଝାମଣା ହେତୁ ପରିବାରରେ କଳହ ଲାଗିପାରେ। ଜଣେ ବନ୍ଧୁଙ୍କ କଥାରେ ପଡ଼ି କୌଣସି କାମ କରିବା ଦ୍ୱାରା ଅନ୍ୟ ଜଣେ ବନ୍ଧୁଙ୍କ ଚକ୍ଷୁଶୂଳ ହେବେ। କୌଣସି ଶୁଣା ଖବରକୁ ନେଇ ସନ୍ତାନ ହେତୁକ ମାନସିକ ଆଘାତ ପାଇପାରନ୍ତି। ପରିବହନ, ବ୍ୟବସାୟ, ସଭାସମିତି, ଜମିଜମାକୁ କେନ୍ଦ୍ରକରି ସୁଫଳ ପାଇପାରନ୍ତି।
କର୍କଟ
କର୍କଟ
ଭାବପ୍ରବଣତାବଶତଃ ଆଜି ଅନେକ କାଳ୍ପନିକ ଆଶା ଓ କାମନା ଉଜ୍ଜୀବିତ ହୋଇପାରେ। ବିଭିନ୍ନ କ୍ଷେତ୍ରରୁ ଅର୍ଥ ପାଇବେ ସତ, କିନ୍ତୁ ପାରିବାରିକ ବିଷୟକୁ ନେଇ ମାନସିକ ଶାନ୍ତି ହରାଇବେ। ଧର୍ମସଙ୍କଟରେ ପଡ଼ି କେତେକ କ୍ଷେତ୍ରରେ ଠିକ୍‍ ନିଷ୍ପତ୍ତି ନେଇପାରିବେ ନାହିଁ। ବନ୍ଧୁଙ୍କ ଆଚରଣ ସନ୍ଦେହ ସୃଷ୍ଟିକରିବା ସହ ମାନସିକ ଦ୍ୱନ୍ଦ୍ୱ ଲାଗିରହିବ।
ସି˚ହ
ସି˚ହ
ଆଜି ଆପଣ ପ୍ରତିଯୋଗିତା ଏବଂ ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ବିଜୟୀ ହେବା ଆଶା ରହିଛି। ରବିବାର ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ସାମାନ୍ୟ ବିଳମ୍ବରେ ପାଇଯିବେ। କର୍ମକ୍ଷେତ୍ରରେ ବାଧା ଉପୁଜିବ ତଥାପି ଆପଣଙ୍କର କୌଣସି କାମ ଅଟକିବ ନାହିଁ। ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନରେ ସରସତା ରହିବ ନ ପାରେ।
କନ୍ୟା
ଆଜି ଯାହାକୁ ଯାହା କହିବେ କିମ୍ବା କରିବେ ପ୍ରତ୍ୟେକ କାମରେ ସଫଳତା ଅବଶ୍ୟମ୍ଭାବୀ। ବନ୍ଧୁଙ୍କ ସହାୟତାରେ ଦୀର୍ଘଦିନର ଚେଷ୍ଟା ପରେ ଋଣ ସୂତ୍ରରେ ଆଜି ହିଁ ଅର୍ଥଲାଭ କରିବେ। ସ୍ତ୍ରୀଙ୍କ ବରାଦ, ପ୍ରତିଦ୍ୱନ୍ଦ୍ୱୀଙ୍କ କାର୍ଯ୍ୟ, ଶିଳ୍ପ, ବାଣିଜ୍ୟରେ ପ୍ରତିବନ୍ଧକଜନିତ ଦୁଶ୍ଚିନ୍ତା ବଢ଼ିପାରେ। ପରିଶ୍ରମ କିମ୍ବା ଭ୍ରମଣଜନିତ ଅସୁସ୍ଥି ଅନୁଭବ କରିପାରନ୍ତି।
ତୁଳା
ତୁଳା
ଦୀର୍ଘଦିନର ସମ୍ପର୍କର ସୂତ୍ର ଛିନ୍ନହେବାର ସୂଚନା ପ୍ରତି ସାବଧାନ ରହିବା ଭଲ। ଆଳସ୍ୟ ଓ ଅବହେଳା ସାଙ୍ଗକୁ କାଳକ୍ଷେପଣ ନୀତି ହେତୁ ସଫଳତା ପାଇବା କଷ୍ଟକର ହେବ। କେତେକ କ୍ଷେତ୍ରରେ ମନଦେଇ କାମକଲେ ତାକୁ ପୂରା ନ କରିବା ଯାଏଁ ଛାଡ଼ିବେ ନାହିଁ। ନିଜ ଲୋକମାନେ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି।
ବିଛା
ବିଛା
କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ। ବିବାଦୀୟ ପରିସ୍ଥିତିରେ ଦୃଢ଼ ମୁକାବିଲାକରି ବିଜୟୀ ହେବେ। ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ନୂଆ ପଦକ୍ଷେପ ଗ୍ରହଣକରି ଉପକୃତ ହେବେ। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।
ଧନୁ
ଧନୁ
ଉଦାର ମନୋଭାବ ପୋଷଣକଲେ ମଧ୍ୟ ବନ୍ଧୁଙ୍କ ଚିନ୍ତାଧାରାକୁ ବଦଳାଇବା ସମ୍ଭବପର ହେବ ନାହିଁ। ଯେତେ ଆଗୁଆ ପଦକ୍ଷେପ ଗ୍ରହଣକଲେ ମଧ୍ୟ ମାନସିକ ସୁସ୍ଥତା ଫେରିପାଇବା କଷ୍ଟକର ହେବ। ନୂଆ ଯୋଜନାଟିରେ ଖର୍ଚ୍ଚାନ୍ତ ଓ ହଇରାଣ ହେବାକୁ ପଡ଼ିପାରେ। ପରିବହନ, ହୋଟେଲ ପ୍ରଭୃତିରୁ ଆଶାଜନକ ସୁଫଳ ମିଳିବ।
ମକର
ମକର
ଭୁଲ୍‍ ବୁଝାମଣା ହେତୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ତିକ୍ତତା ଦେଖାଦେବ। ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟିହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ। ତୀର୍ଥାଟନରେ କିମ୍ବା ବାହାର ଜାଗାରେ ନିର୍ଦ୍ଦିଷ୍ଟ ସ୍ଥାନରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହେବେ। କର୍ମକ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇପାରନ୍ତି।
କୁମ୍ଭ
କୁମ୍ଭ
କାର୍ଯ୍ୟକ୍ଷେତ୍ରରେ ନିଜ ଲୋକଙ୍କ କାର୍ଯ୍ୟକଳାପ ନେଇ ବିବ୍ରତ ହୋଇପାରନ୍ତି। କୌଣସି ବନ୍ଧୁଙ୍କ ମାଧ୍ୟମରେ ବହୁ ପ୍ରତୀକ୍ଷିତ ଶୁଭ ଖବରଟି ପାଇବେ। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ ଓ ବନ୍ଧୁମାନଙ୍କ ଦ୍ୱାରା ପ୍ରଶଂସିତ ହେବେ। ଆଗାମୀ ନୂତନ ଭାବେ ଆରମ୍ଭ କରିବାକୁ ଥିବା କାର୍ଯ୍ୟ ସକାଶେ ତପତ୍ରତା ପ୍ରକାଶ କରିପାରନ୍ତି।
ମୀନମୀନ

ଦୀର୍ଘଦିନର ଅଭିଳାଷ ପୂରଣହେବା ସାଙ୍ଗକୁ ଆର୍ଥିକ ଉନ୍ନତିର ମାର୍ଗ ସୁଗମ ହେବ। ଚେଷ୍ଟା କରୁଥିବା କାମ ଆଜି ସମ୍ପନ୍ନ ହେବ। ବନ୍ଧୁଙ୍କ ସହ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନାନ୍ତର ସୃଷ୍ଟି ହୋଇପାରେ। ବନ୍ଧୁଙ୍କ ସହାୟତାରେ ସାଙ୍ଗଠନିକ କାର୍ଯ୍ୟ, ସତ୍‍ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ।

 

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri