Posted inRasifala

ରାଶିଫଳ: ଶନିବାର , ସେପ୍ଟେମ୍ବର ୨୦ ତାରିଖ – Daily Horoscope

ମେଷ
ରବିଙ୍କ ଦୁର୍ବଳତା କାରଣରୁ ପିଲାଙ୍କ ଶିକ୍ଷା ସମ୍ପର୍କୀୟ ସମସ୍ୟା, ଅମୀମାଂସିତ ଆଲୋଚନା ଏବଂ ସମ୍ପର୍କହାନି ହେତୁ ଚିନ୍ତିତ ରହିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ଅଟକି ରହିଥିବା କାମକୁ ପୂରା ଦମ୍‍ରେ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି। ବନ୍ଧୁଙ୍କ ଗହଣରେ ବିଳାସ ଓ ପ୍ରାଚୁର୍ଯ୍ୟ ମଧ୍ୟରେ ସମୟ ଅତିବାହିତ ହେବ।
ବୃଷ
ବୃଷ
ପ୍ରତ୍ୟେକ କ୍ଷେତ୍ରରେ ସଂଘର୍ଷମୟ ସ୍ଥିତି ଲାଗି ରହିବା ସହ ନିଜ କାମକୁ ଅବହେଳା କରି ପସ୍ତେଇବେ। ଚତୁର୍ଥଭାବ ପାପଗ୍ରହାକ୍ରାନ୍ତ କାରଣରୁ ନିଜର ଚତୁଃପାର୍ଶ୍ୱରୁ ଚାପର ସମ୍ମୁଖୀନ ହେବେ। ଖର୍ଚ୍ଚ ବୃଦ୍ଧି ଯୋଗୁ ବ୍ୟସ୍ତତା ବଢ଼ିଯାଇପାରେ । ଆନୁଷ୍ଠାନିକ କାର୍ଯ୍ୟକ୍ରମରେ କ୍ରୀଡ଼ା ତଥା ନୃତ୍ୟସଙ୍ଗୀତ ଦ୍ୱାରା ବେଶ୍‍ ଆଦୃତ ହେବେ।
ମିଥୁନ
ମିଥୁନ
ଆଜିର ଗ୍ରହସ୍ଥିତି ପ୍ରଭାବରେ ନିର୍ଦ୍ଦିଷ୍ଟ ସମୟରେ କାମ ନ ହୋଇପାରିବାରୁ ବ୍ୟସ୍ତତା ବୃଦ୍ଧି ପାଇବ। ଋଣଭାରରେ ଅତିଷ୍ଠ ହେବା ସାଙ୍ଗକୁ କରଜଦାତାଙ୍କ ଚାପ ବୃଦ୍ଧି ଦୁଶ୍ଚିନ୍ତାର କାରଣ ହେବ। ସହକର୍ମୀଙ୍କ ପରାମର୍ଶରେ ସତ୍‍ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ। ଦୂରଯାତ୍ରା ସହ ସବୁ କିଛିର ସମାଧାନ ଆପଣାଛାଏଁ ହୋଇଯିବ ।
କର୍କଟ
କର୍କଟ
ଷଷ୍ଠାଧିପ ଷଷ୍ଠ ସ୍ଥାନକୁ ଦୃଷ୍ଟି ଦେଉଥିବା ଯୋଗୁ ପରୋକ୍ଷ ଶତ୍ରୁତା ହେତୁ କର୍ମକ୍ଷେତ୍ରରେ ସମାଲୋଚିତ ହେବେ। ଯାତ୍ରା ସମୟରେ ବିଭିନ୍ନ ସମସ୍ୟାକୁ ଡାକି ଆଣି ପାରନ୍ତି। ବନ୍ଧୁଙ୍କ ସହାୟତାରେ ପରିବହନ, ବ୍ୟବସାୟ କ୍ଷେତ୍ରରେ ଉଚ୍ଚଫଳ ପ୍ରାପ୍ତି ହେବ। ଘରର ବରାଦ ଜିନିଷ ଭୁଲିଯିବେ ଓ ପରିବାରରେ ଏଥିପାଇଁ ଝଗଡ଼ା ଲାଗିବାର ସୂଚନା ରହିଛି।
ସି˚ହ
ସି˚ହ
କର୍ମାଧିପତି ରାଶିରେ ଅବସ୍ଥାନ କରିଥିବାରୁ ନୂତନ କାମର ଯୋଜନା କରି ସଫଳତା ପାଇବେ। ବନ୍ଧୁଙ୍କ ସହ ଆଲୋଚନା,ଖେଳ,ମଉଜ ମଜଲିସ୍‍ରେ ସମୟ କଟାଇପାରନ୍ତି। ପରିବାରରେ ସବୁକଥାକୁ ସନ୍ଦେହ କଲେ କ୍ଷତିରେ ପଡ଼ିବେ। ସହକର୍ମୀଙ୍କ ଘରୋଇ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ, ଯାହାକି ସମସ୍ୟାର କାରଣ ହୋଇପାରେ।
କନ୍ୟା
ଗୁରୁକ୍ଷେତ୍ରସ୍ଥ ଶନିଙ୍କ ଯୋଗୁ ଏକ ଭିନ୍ନ ପରିସ୍ଥିତିରେ ବନ୍ଧୁଙ୍କ ସହ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠିତ ହେବା ସହ ଅର୍ଥ ସମ୍ପର୍କୀୟ ସମସ୍ୟା ସୁଧାରିନେବେ। ପାରିବାରିକ କ୍ଷେତ୍ରରେ ଅତୀତର ବିବାଦୀୟ ଘଟଣାରେ ଚିନ୍ତିତ ରହିବେ। ଆନୁଷ୍ଠାନିକ କାମରେ ବସ୍ତ୍ରଭୂଷଣ ଓ ଧାତୁ ଅଳଙ୍କାର ପ୍ରାପ୍ତି ହେବ।
ତୁଳା
ତୁଳା
ଧନସପ୍ତମାଧିପତି ରାଶିରେ ଅବସ୍ଥାନ କରିଥିବାରୁ ଅର୍ଥସମ୍ବନ୍ଧୀୟ ଟେନ୍‍ସନ ଲାଗିରହିବ। ବିଭିନ୍ନ ଚିନ୍ତା ଉଙ୍କି ମାରିବ ସିନା କାର୍ଯ୍ୟତଃ କିଛିବି କରିପାରିବେ ନାହିଁ। ବ୍ୟୟ ଭାର କ୍ରମଶଃ କମି ଆସିବା ସହ ବ୍ୟବସାୟିକ କ୍ଷେତ୍ର ସନ୍ତୋଷଜନକ ରହିବ। ନିର୍ମାଣ ଓ ଜମିଜମା କ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ।
ବିଛା
ବିଛା
କୋଣଭାବସ୍ଥ ତୃତୀୟାଧିପତିଙ୍କ ଯୋଗୁ ସମ୍ପର୍କୀୟଙ୍କ ଅନୁକୂଳ ମତ ଓ ମନ୍ତବ୍ୟ ମନକୁ ଆମୋଦିତ କରିବ। ପରିଜନଙ୍କ ସହିତ ଦୂରଯାତ୍ରା କରିବା ସକାଶେ ଯୋଜନା କରିପାରନ୍ତି। ଆଜି ଘରୋଇ ବରାଦ ଅନୁଯାୟୀ କିଛି ମନୋରଞ୍ଜନ ଜିନିଷ କ୍ରୟ କରିବେ। ଚନ୍ଦ୍ର ଯୁକ୍ତ କେତୁ ପ୍ରଭାବରୁ ଅନ୍ୟମନସ୍କତା କାରଣରୁ ମାନସିକ ସ୍ଥିତି ଭଲ ରହି ନ ପାରେ।
ଧନୁ
ଧନୁ
ଆଜି ଚନ୍ଦ୍ରଙ୍କ ଏକାଦଶସ୍ଥ ଗୁରୁଙ୍କ ଯୋଗୁ କାର୍ଯ୍ୟ ସମ୍ପନ୍ନ କ୍ଷେତ୍ରରେ ଜଣେ ବନ୍ଧୁ ସାହାଯ୍ୟ କରିବେ। ସକାଳୁ ସକାଳୁ ଯାତ୍ରା, ବନ୍ଧୁ ମିଳନ, ଭ୍ରମଣ, ରାଜନୀତି, ପ୍ରଶାସନ ପାଇଁ ଭଲ। ଆତ୍ମୀୟସ୍ବଜନଙ୍କ ଦ୍ୱାରା ହଠାତ୍‍ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ପରିବାରରେ ପିଲାମାନଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇପାରନ୍ତି।
ମକର
ମକର
ଗ୍ରହମାନଙ୍କ ପ୍ରତିକୂଳ ସ୍ଥିତି ପ୍ରଭାବରୁ ପାରିବାରିିକ ସମସ୍ୟା ଉକତ୍ଟ ରୂପ ଧାରଣ କରିପାରେ। ସଭାସମିତି, ରାଜନୀତି, ଗବେଷଣା, କଳା, ସାହିତ୍ୟ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ବନ୍ଧୁମାନଙ୍କ ନିମନ୍ତ୍ରଣ କ୍ରମେ ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ। ଆଜିର ଫେରିବା ବାଟରେ ବନ୍ଧୁଙ୍କ ସହ ସାଧାରଣ ବଚସା ହୋଇପାରେ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରର କୌଣସି ଅତୀତ ଘଟଣାକୁ ସ୍ମରଣ କରି ଅନୁତାପ କରିବେ। ରାହୁଙ୍କ କୁପ୍ରଭାବରୁ ପରିବାରରେ ଅସାବଧାନତାବଶତଃ କୌଣସି ଦବ୍ର୍ୟ ନଷ୍ଟ ହୋଇପାରେ। କଳା, ସାହିତ୍ୟରେ ଉନ୍ନତି କରିବା ସହ ବନ୍ଧୁଙ୍କ ଦ୍ୱାରା ପ୍ରଶଂସିତ ମଧ୍ୟ ହେବେ। ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିପାରେ।
ମୀନମୀନ

ରାଶିରେ ଶନିଙ୍କ ସ୍ଥିତି ଶାରୀରିକ ଏବଂ ମାନସିକ ସ୍ଥିତିକୁ ଶିଥିଳ କରିପାରେ। ଅନ୍ୟମାନଙ୍କ ସହଯୋଗ ଅଭାବରୁ କାର୍ଯ୍ୟହାନି ଜନିତ ମାନସିକ ଅସ୍ଥିରତା ଲାଗି ରହିବ। ସାମାଜିକ ସ୍ତରରେ ପ୍ରକୃତ ଘଟଣାକୁ ନ ବୁଝି କାମ କଲେ ଅସୁବିଧାରେ ପଡ଼ିବେ। ଅବଶ୍ୟ କର୍ମକ୍ଷେତ୍ର ପ୍ରତି ବୃହସ୍ପତିଙ୍କ ଦୃଷ୍ଟି ପଦାଧିକାରୀଙ୍କ ଅନୁକମ୍ପା ଲାଭରେ ସହାୟକ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri