Posted inRasifala

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୨ ତାରିଖ – Daily Horoscope

ମେଷ
ଆଜି ଦିନଟି ହସଖୁସିରେ କଟିବା ସହ ସାମାଜିକ ସ୍ତରରେ ସମ୍ମାନର ଅଧିକାରୀ ହେବେ। ଆର୍ଥିକ କ୍ଷେତ୍ରରେ ଉନ୍ନତି ଏବଂ ସମସ୍ୟା ମଧ୍ୟ ସମାଧାନ ହେବ। ଅଶ୍ୱିନୀ ନକ୍ଷତ୍ର ସକାଶେ ବିଶେଷ ଭ୍ରମଣଜନିତ ଅବସାଦ ଦେଖାଦେଇପାରେ। ବାଣିଜ୍ୟ, ବ୍ୟବସାୟ କେତେକାଂଶରେ ଚିନ୍ତାଜନକ ସ୍ଥିତିକୁ ଆସିବାର ସୂଚନା ପରିଲକ୍ଷିତ ହେବ ।
ବୃଷ
ବୃଷ
ପ୍ରିୟଜନଙ୍କ ସାନ୍ନିଧ୍ୟ ଲାଭକରି ଆନୁଷ୍ଠାନିକ କାମ ସକାଶେ ଧାଁ ଦୌଡ଼ କରିବାକୁ ପଡ଼ିପାରେ। ଯାତ୍ରା ସମୟରେ ବନ୍ଧୁଙ୍କ ପାଇଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହୋଇପାରେ। ମୃଗଶିରା ନକ୍ଷତ୍ର ସାମୟିକ ପୁରାତନ ରୋଗରୁ ପୀଡ଼ା ଅନୁଭବ କରିପାରନ୍ତି। ଶିଳ୍ପ, ବାଣିଜ୍ୟ ଏବଂ ପରିବହନ କ୍ଷେତ୍ରରେ ସମସ୍ୟା ଦୂରହେବା ଆଶା ରହିଛି।
ମିଥୁନ
ମିଥୁନ
ଆରଦ୍ରା ନକ୍ଷତ୍ର ବନ୍ଧୁଙ୍କ ସାହାଯ୍ୟରେ ଆଜିର କାମ ସମ୍ପନ୍ନ କରିବେ। ଅର୍ଥନୈତିକ କ୍ଷେତ୍ରରେ ସାଧାରଣ ସମସ୍ୟା ଦେଖାଦେବ। ପରିବାର ସଦସ୍ୟଙ୍କୁ ସନ୍ଦେହ କରି ଅଯଥା ପାରିବାରିକ ବାତାବରଣକୁ ଅସ୍ଥିର କରିପାରନ୍ତି। ଜମିଜମା ସମ୍ପର୍କିତ ସମସ୍ୟା, ବନ୍ଧୁଙ୍କ ମିଥ୍ୟା ପ୍ରତିଶ୍ରୁତି, କାମରେ ପ୍ରତୀକ୍ଷାକୁ କେନ୍ଦ୍ରକରି କ୍ଷୋଭ ପ୍ରକାଶ କରିବେ।
କର୍କଟ
କର୍କଟ
ଅଶ୍ଳେଷା ନକ୍ଷତ୍ର ଆଜି କାର୍ଯ୍ୟବ୍ୟସ୍ତତା କାରଣରୁ ଘର କାମ କରିବାକୁ ସମୟ ପାଇବେ ନାହିଁ। ସହକର୍ମୀଙ୍କ ସହାୟତାରେ ଅର୍ଥ ସମ୍ପର୍କିତ ଦୁଶ୍ଚିନ୍ତା ଦୂରହେବ। ବନ୍ଧୁ ଗହଣରେ ଆକସ୍ମିକ ଜଣେ ପ୍ରିୟଜନଙ୍କ ଦେଖା ମନକୁ ହାଲୁକା କରିଦେବ। ଆଜିର ଯାତ୍ରା, ବ୍ୟବସାୟିକ ସ୍ଥିତି ଏବଂ ଫଳପ୍ରଦ ଆଲୋଚନାରୁ ଖୁସି ଅନୁଭବ କରିବେ।
ସି˚ହ
ସି˚ହ
ନିଜର କେତେକ କାମକୁ ପରିବାରର ସଦସ୍ୟ ମାନେ ମଧ୍ୟ ବିରୋଧ କରିପାରନ୍ତି। ଭୁଲ୍‍ ବୁଝାମଣା ଲାଗି ରହିବା କାରଣରୁ ବନ୍ଧୁବର୍ଗରେ ମଧ୍ୟ ଅଶାନ୍ତ ବାତାବରଣ ସୃଷ୍ଟିହେବ। ଅବଶ୍ୟ ଉତ୍ତରାଫାଲ୍‍ଗୁନୀ ନକ୍ଷତ୍ର ସକାଶେ କୌଣସି ଅସୁବିଧା ହେବନାହିଁ। ଅବଶ୍ୟ ଚନ୍ଦ୍ରଙ୍କ ପ୍ରଭାବରୁ ବ୍ୟୟବହୁଳ କରାଇ କାମ ହାସଲ କରିବେ।
କନ୍ୟା
ଚିତ୍ରା ନକ୍ଷତ୍ରର ସ୍ବାସ୍ଥ୍ୟହାନି କାରଣରୁ ମାନସିକ ସ୍ଥିତି ଭଲ ରହି ନ ପାରେ। ସମସ୍ୟାର ସମାଧାନ କ୍ଷେତ୍ରରେ କିଛିନା କିଛି ସ୍ବାର୍ଥକୁ ଜଳାଞ୍ଜଳି ଦେବାକୁ ପଡ଼ିବ। ନିଜ ନିଜର ସ୍ବାର୍ଥର ବଶବର୍ତ୍ତୀ ହୋଇ ଆମତ୍ୀୟମାନେ ହଠାତ୍‍ ଶତ୍ରୁତା କରିପାରନ୍ତି। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟକୁ ଯିବା ପୂର୍ବରୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ ା
ତୁଳା
ତୁଳା
ଆଜି ଆରମ୍ଭ କରିଥିବା କାମଟି ପୂର୍ଣ୍ଣାଙ୍ଗକରିବା କଷ୍ଟ ହେବ। ସ୍ବାତୀ ନକ୍ଷତ୍ର ସମ୍ପର୍କୀୟଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହେବେ। ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ଝଗଡ଼ା ଲାଗିବା ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ, କଳା, ସାହିତ୍ୟ, ସଙ୍ଗୀତ ସମାରୋହରେ, ରାଜନୈତିକ ସ୍ଥିତିରେ ସମ୍ମାନ ଓ ପଦମର୍ଯ୍ୟାଦା ବୃଦ୍ଧିପାଇବ।
ବିଛା
ବିଛା
ଅନୁରାଧା ନକ୍ଷତ୍ର ପାଇଁ ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବ୍ୟବସାୟ, ଯାତ୍ରା, ଆନୁଷ୍ଠାନିକ କାମରେ ପ୍ରତିବନ୍ଧକ ଆସିପାରେ। ସଭାସମିତି, ବନ୍ଧୁମିଳନ, ଆନୁଷ୍ଠାନିକ କାର୍ଯ୍ୟ ଓ ମନୋରଞ୍ଜନାଦି କାମରେ ସଫଳତା ହାସଲ କରିବେ।
ଧନୁ
ଧନୁ
ଆଜି ଶାରୀରିକ ସୁସ୍ଥତା ସହ ବ୍ୟବସାୟିକ ଦିଗରେ ମଧ୍ୟ ସଫଳତା ମିଳିବ। ମୂଳା ନକ୍ଷତ୍ର ସକାଶେ ଈର୍ଷା ପରାୟଣ ବନ୍ଧୁଙ୍କ କାର୍ଯ୍ୟ ଅସନ୍ତୋଷଜନକ ରହିବ। ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ ସକାଶେ ମନ ବଳାଇପାରନ୍ତି। ସଙ୍ଗୀତ, ସାମ୍ବାଦିକତା, କ୍ରୀଡ଼ା, ସାହିତ୍ୟ, ଚଳଚ୍ଚିତ୍ର କ୍ଷେତ୍ରରେ ସମ୍ମାନିତ ହେବେ।
ମକର
ମକର
ଆଜି ଚନ୍ଦ୍ରଙ୍କ ଶୁଭତ୍ୱ ପ୍ରତ୍ୟେକ କାର୍ଯ୍ୟରେ ସଫଳତା, ବୈଷୟିକ ଅଭିବୃଦ୍ଧି ଓ ସମସ୍ୟା ସମାଧାନରେ ସହାୟକ ହେବ। ପଡ଼ୋଶୀଙ୍କ ସହ ବ୍ୟବହାରରେ ସଂଯମ ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପାରନ୍ତି। ପରିଜନଙ୍କ ସହ ସୁଖଭ୍ରମଣ ଯୋଗ ରହିଛି। କଳା, ସାହିତ୍ୟ, ସଭାସମିତି ଓ ରାଜନୈତିକ ସ୍ତରରେ ଟେନ୍‍ସନ ଲାଗି ରହିବ ।
କୁମ୍ଭ
କୁମ୍ଭ
ଆଜି ପୂର୍ବଭାଦ୍ରପଦ ନକ୍ଷତ୍ର ବନ୍ଧୁମିଳନ ସହ ଦେବଦର୍ଶନ, ପୂଜାର୍ଚ୍ଚନା ଦିଗରେ ନିଷ୍ଠାବାନ୍‍ ହୋଇପାରନ୍ତି। ପାରିବାରିକ ସ୍ତରରେ ପିଲାଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକାନ୍ତ ରହିବ। ଶିଳ୍ପ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ଦୂର ହେବ। ରାଜନୈତିକ ପରିସ୍ଥିତି କ୍ରମଶଃ ଜଟିଳ ହୋଇପାରେ।
ମୀନମୀନ

ଆଜି ବନ୍ଧୁଙ୍କ ସହ ନୂତନ କର୍ମାରମ୍ଭ ସକାଶେ ଲାଗି ପଡ଼ିବେ। ରେବତୀ ନକ୍ଷତ୍ର ଆଧ୍ୟାମତ୍ିକ ଗ୍ରହ ପ୍ରଭାବରେ ଧର୍ମକାର୍ଯ୍ୟ, ସତ୍‍ସଙ୍ଗ ଦିଗକୁ ମନ ବଳାଇପାରନ୍ତି। ସନ୍ତାନମାନଙ୍କ ବିଶୃଙ୍ଖଳିତ ଆଚରଣ, କିଛିଟା ଅଭାବ ଓ ଅସୁବିଧା ମନକୁ ଭାରାକ୍ରାନ୍ତ କରିପାରେ। ଏକାଧିକ କାମରେ ହାତ ଦିଅନ୍ତୁ ନାହିଁ, ଯାହାକି ବ୍ୟସ୍ତତାର କାରଣ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri